Mamatamanjari Das

Inspirational

3  

Mamatamanjari Das

Inspirational

ରାକ୍ଷୀ

ରାକ୍ଷୀ

4 mins
398


ରାତି ପାହିଲେ ରାକ୍ଷୀ ପୂର୍ଣ୍ଣମୀ ।ପ୍ରତିବର୍ଷ ପରି ସେ ବି ରାକ୍ଷୀ ବାନ୍ଧିବା ପାଇଁ ଯିବ ।ସେଥିପାଇଁ ବୋଉକୁ ସବୁ କାମରେ ସାହାଯ୍ୟ କଲାପରେ ଷ୍ଟେସନ ଅଭିମୁଖେ ବାହାରି ପଡିଲା ସୁଲଗ୍ନା । ଆଉ ଅଳ୍ପ ଡେରି ହୋଇ ଥିଲେ ହୁଏତ ସେ ଟ୍ରେନ୍ ପାଇ ନଥାନ୍ତା ।ତରବର ହୋଇ ଚଢିଗଲା ଟ୍ରେନରେ ।ଯାହା ହେଉ ଝରକା ପାଖରେ ସିଟ୍ ଟିଏ ଥିବାରୁ ତାକୁ ବସିବା ପାଇଁ ସହଜ ହେଲା । ଝରକାର ହାଲୁକା ପବନରେ ସେ ହଜି ଯାଇଥିଲା ଅତୀତ ପୃଷ୍ଠାରେ... ।


ସୁଲଗ୍ନା ପଟ୍ଟନାୟକ । ବାପା ମାଆ ଙ୍କର ଏକମାତ୍ର ଝିଅ । ପାଠରେ ବହୁତ ରୁଚି ତାର ।ହେଲେ ବୋଉ ସବୁବେଳେ କହେ "ମାଇକିନିଆ ଝିଅ ଯେତେ ପାଠ ପଢିଲେ ବି ରୋଷୋଇ ଘରକୁ" ।ଲେଖା ପଢା ଟିକେ ଶିଖି ଗଲେ ହେଲା । ସୁଲଗ୍ନା ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୁଏ ।ହେଲେ ବୋଉର ଏକା ଜିଦ୍ ଭଲ ବରପାତ୍ର ଟିଏ ଦେଖି ବିବାହ ସମ୍ପର୍ଣ୍ଣ କରିଦେବା ପାଇଁ ।ବୋଉ ଆଗରେ ସୁଲଗ୍ନାର ପାଟି ଖୋଲେନି ।ତେଣୁ ସବୁ ଅଳି ଅର୍ଦ୍ଦଳୀ ବାପାଙ୍କ ପାଖରେ ।ବାପାଙ୍କୁ ଯାଇ ମନକଥା କହିଲା ସୁଲଗ୍ନା ।ଆଉ ବାପା ବି ରାଜି ହୋଇ ଯେନ ତେନ ପ୍ରକାରେ ବୋଉକୁ ବୁଝାଇ ଦେଲେ ।ଶେଷରେ କଟକରେ କଲେଜ ପଢା ପାଇଁ ସ୍ଥିର ହେଲା । ହଷ୍ଟେଲରେ ରହି ପଢିବ ସେ ।ବାପା ଛାଡିବାକୁ ଆଶିଲେ ।ଆଶିଲା ବେଳେ ବୋଉ ଆସି କାନ ପାଖରେ କହିଦେଇ ଗଲା "ଦେଖ୍ ମାଇକିନିଆ ଝିଅ ମାଟି ହାଣ୍ଡି,ଟିକେ ବାଜିଲେ କଣା ।ପୁରୁଷ ପୁଅ ପିତ୍ତଳ ହାଣ୍ଡି ଧୋଇ ଧାଇ ଦେଲେ ସଫା " ଜଗି ରଖି ଚଳିବୁ ।ବାପ ଝିଅଙ୍କର ଯିଦି ତ ରହିଲା ।ଯେପରି କିଛି ଭୂଲ ନକରୁ । ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଥିଲା ସୁଲଗ୍ନା । ସମସ୍ତଙ୍କ ଠାରୁ ବିଦାୟ ନେଇ ସୁଦୁର ମଫସଲରୁ କଟକ ଚାଲି ଆସିଲା ସେ । ପ୍ରଥମେ ପ୍ରଥମେ ଭାରି କଷ୍ଟ ଲାଗୁଥିଲା ନିଜ ଲୋକଙ୍କ ଠାରୁ ଦୂରରେ ରହି । ହେଲେ ପାଠ ପଢିବାର ନିଶାଟା ଏତେ ଥିଲାଯେ ତା ଆଗର ସବୁକିଛି କଷ୍ଟ ତାଙ୍କୁ ନ୍ୟୁନ ଲାଗୁଥିଲା ।


ସମୟ ଆଉ ସ୍ରୋତ କେବେବି କାହାକୁ ଅପେକ୍ଷା କରନ୍ତି ନାହିଁ । ଚାହୁଁ ଚାହୁଁ ବର୍ଷେ ସରିଗଲାଣି ।ପ୍ରଥମ ସେମିଷ୍ଟାର ଆରମ୍ଭ ହୋଇଯାଇ ଥାଏ । ସେଦିନ ତାଙ୍କର ଇକୋନୋମିକସ୍ ପରୀକ୍ଷା ଥାଏ । ତରବର ହୋଇ ହଷ୍ଟେଲରୁ ବାହାରି ଗଲାବେଳେ ଦଳେ ପୁଅ ଆସି ତାଙ୍କୁ କମେଣ୍ଟ ମାରିବା ଆରମ୍ଭ କରି ଦେଲେ । କଣ କରିବେ ଚିନ୍ତା ବି କରିପାରୁ ନଥିଲେ ସେ । ଠିକ୍ ସେହି ସମୟରେ ଦେବଦୂତ ସାଜି ତାଙ୍କୁ ସାହାଯ୍ୟ କରିଥିଲେ ସରୋଜ ଭାଇନା । ସେ ଏତେ ଡରି ଯାଇଥିଲା ଯେ ବରଡା ପତ୍ର ପରି ଥରୁଥିଲା ସେ । ଆଶ୍ୱସନା ଦେଲେ ସରୋଜ ।ଆଉ କହିଲେ ଏଇ କ୍ବାଟରରେ ମାଆ ଅଛନ୍ତି ।ସେଇଠିକି ଚାଲ ସେ ବି ତ କଲେଜ ଯିବେ ତୁମକୁ ସାଥିରେ ନେଇଯିବେ । କିଛି ପ୍ରତିବାଦ ନକରି ସେ ତାଙ୍କ ସାଥିରେ ଯାଇଥିଲା । କିନ୍ତୁ ସେଠାରେ ମମତା ମ୍ୟାମ୍ ଙ୍କୁ ଦେଖି କିଛି ପଚାରିବା ପୂର୍ବରୁ ସରୋଜ କେବଳ ଏତିକି କହିଥିଲେ ଏ ମୋ ମାଆ । ବାକି ଯାହା ମାଆ କହିବେ । ପରୀକ୍ଷା ସମୟ ହୋଇ ଯାଇ ଥିବାରୁ ଦୁହେଁ କଲେଜ ଅଭିମୁଖେ ଚାଲିଲେ ।


ଏହା ଭିତରେ ପରୀକ୍ଷା ସରି ଯାଇଥାଏ ।ଆଉ ମମତା ମ୍ୟାମ୍ ଙ୍କ ସହ ଏକ ନିବିଡ ସମ୍ପର୍କ ବି ଯୋଡି ହୋଇ ଯାଇଥାଏ । ନିଜର ଝିଅ ପରି ସେ ଭଲ ପାଆନ୍ତି ସୁଲଗ୍ନା କୁ ।ସୁଲଗ୍ନା ବି ରାକ୍ଷୀ ରେ ସରୋଜ ହାତରେ ରାକ୍ଷୀ ବାନ୍ଧେ । ଦ୍ୱିତୀୟ ସେମିଷ୍ଟାର ସରି ଯାଇଥିବାରୁ ସୁଲଗ୍ନା ଘରକୁ ଯାଉଥାଏ ହଠାତ ଦେଖାହୁଏ ସରୋଜ ଭାଇନାଙ୍କ ସହ କିଛି ସମୟ ବାର୍ତ୍ତାଳାପ ପରେ ଟ୍ରେନ ଧରିଲା ସୁଲଗ୍ନା ଘର ଅଭିମୁଖେ ।


ଏହା ଭିତରେ ଦୁଇମାସ କଟି ଗଲାଣି । ପରୀକ୍ଷା ଫଳ ବି ପ୍ରକାଶ ପାଇ ସାରିଥାଏ । ହଠାତ ଦିନେ ସରୋଜ ଭାଇନାଙ୍କ ପରିବାର ଆସି ସୁଲଗ୍ନା ଘରେ ପହଞ୍ଚି ଗଲେ ।ଖୁସି ହୋଇ ଦଉଡି ଯାଉଥିଲା ସୁଲଗ୍ନା,ହଲେ ବୋଉ ଆକଟ କରି କହିଲେ "ରହ ଘରର ମୁରବୀ ଆଗେ କଥା ହୋଇ ସାରନ୍ତୁ" ।ଆଶ୍ଚର୍ଯ୍ୟ ଲାଗୁଥିଲାସବୁକିଛି ।ହେଲେ ବୋଉ ନିକଟରେ ପାଟି ଖୋଲିବାର ଯୁ ନଥିଲା ।ମନେ ମନେ ଭାବୁଥିଲା ସରୋଜ ଭାଇନା ଙ୍କ ଘର ସହ ସେ ତ ଆଗରୁ ପରିଚିତ ହେଲ ବୋଉ ଆଜି ଏମିତି କାହିଁକି କହୁଛି । କିଛି ସମୟ ପରେ ବାପା ଡାକିଲେ ଜଳଖିଆ ନେଇ ଜିବାକୁ ।ଜଳଖିଆ ପ୍ଲେଟ ଟିକୁ ଧରେଇ ଦେଇ ବୋଉ କହୁଥିଲା "ଦେଖ୍ ବେଶି ବକ୍ ବକ୍ କରିବୁନି ।ଯାହା ପଚାରିବେ ସେତିକି କହିବୁ । ସବୁ କେମିତି ଅଡୁଆ ଅଡୁଆ ଲାଗୁଥିଲା ।


ସବୁ କଳ୍ପନା ଜଳ୍ପନା ର ଅନ୍ତ ହେଲା ଯେତେବେଳେ ସରୋଜ ଭାଇନାଙ୍କ ବୋଉ ତାଙ୍କୁ ମୁଦି ପିନ୍ଧାଇଲେ ।ସରୋଜ ଭାଇନା ବି କଣେଇ କଣେଇ ଚାହୁଁ ଥିଲେ ।ତାଙ୍କ ଆଗରେ ପାଟି ଖୋଲି ପାରିଲାନି ସୁଲଗ୍ନା । ଜଣକୁ ଭାଇର ସମ୍ମାନ ଦେଇ, ରାକ୍ଷୀ ବାନ୍ଧି ପୁଣି ତାଙ୍କ ସହ ବିବାହ ବେଦୀରେ ବସିବାକୁ ତାର ବିବେକ ଯେପରି ତାକୁ ଧିକ୍କାରୁ ଥିଲା ।


ଏହିପରି ଅନ୍ୟମନସ୍କ ଭାବେ ସେ କେତେବେଳେ ପହଞ୍ଚି ଯାଇଥିଲା ବାପାଙ୍କ ରୁମରେ ।ସୁଲଗ୍ନା କୁ ଏପରି ଦେଖି ବାପା ପଚାରି ଦେଲେ କିଛି କହିବୁ କି ମା ?ସବୁ କୋହ ତାର ଲୁହ ପାଲଟି ଗଲା । କାନ୍ଦି କାନ୍ଦି ଅନୁରୋଧ କରୁଥିଲା ଏ ବାହାଘର ଭାଙ୍ଗି ଦିଅ ବାପା ।ମୁଁ ପଢ଼ି ବାକୁ ଚାହୁଁଚି ବାପା । ତା ଛଡା ଭାଇ ବୋଲି ଯାହା ହାତରେ ରାକ୍ଷୀ ବାନ୍ଧିଛି ତାଙ୍କୁ ମୁଁ ସ୍ୱାମୀର ସମ୍ମାନ ଦେଇ ପାରିବିତ ? ବାପାଙ୍କ ପାଖରେ ବୋଧେ କିଛି ଉତ୍ତର ନଥିଲା ସୁଲଗ୍ନା କୁ ଦେବାପାଇଁ ।ଖାଲି ପିଠି ଥାପୁଡେଇ ଚାଲିଗଲେ ।

ବୋଉ କାନରେ ଯେତେବେଳେ ଏଇ କଥା ପଡିଲା ସେ ପୁରା ଶୃଷ୍ଟି ପ୍ରଳୟ କରିଦେଲା ।କିନ୍ତୁ ବାପାଙ୍କୁ ଡରି ଚୁପ୍ ରହିଲା । ମୁଦି ଫରାଇ ଦେଲେ ବାପା । ପୁଣି ପାଠ ପଢା ଜୀବନ ଆରମ୍ଭ ହେଲା ସୁଲଗ୍ନାର । ଆଉ ଦିନେ ହଠାତ ଦେଖା ହୋଇଯାଏ ସରୋଜ ଭାଇନାଙ୍କ ସହ । ହଠାତ ପାଖକୁ ଆସି କହି ପକାଇଲେ " ମୋତେ ପାଞ୍ଚ ମିନିଟ ସମୟ ଦେବ ସୁଲଗ୍ନା ?ନୀରବ ରେ ସମ୍ମତି ଜଣାଇଲା ସେ ।ସୁଲଗ୍ନା ଭାବୁଥିଲା ସରୋଜ ଭାଇନା ତାକୁ କଣ କହିବେ ?ସରୋଜ ଙ୍କର ପ୍ରଶ୍ନ ଥିଲା "ମୁଁ କଣ ତୁମ ପାଇଁ ଅଯୋଗ୍ୟ ସୁଲଗ୍ନା ??ଚମକି ପଡିଲା ସୁଲଗ୍ନା ।ସରୋଜଙ୍କ ପାଟିରେ ହାତ ଦେଇ ଦେଇ କାନ୍ଦି ପକାଇଲା ଆଉ କହିଲା"ତୁମେ ମୋ ପାଇଁ ଅଯୋଗ୍ୟ ନୁହେଁ ଭାଇନା,ତୁମେ ପରା ମୋର ବଡ ଭାଇ ।କୁହତ ଦେଖି "ଯେଉଁ ହାତରେ ପବିତ୍ର ରାକ୍ଷୀ ଟିଏ ଦିନେ ବାନ୍ଧି ଦେଇଥିଲି ସେଇ ହାତରେ ହାତ ଛନ୍ଦି ବେଦୀ ନିଆଁ କୁ ସାକ୍ଷୀ ରଖି ତୁମକୁ ବିବାହ କରିବି କେମିତି "? ସରୋଜଙ୍କ ଆଖିରୁ ଝରି ପଡିଲା ଆନନ୍ଦର ଅଶୃ । ସୁଲଗ୍ନା ର ପିଠିକୁ ଥାପୁଡେଇ କହିଲେ "ସାନ ହେଲ ବି ତୁ' ଆଜି ମୋର ଆଖି ଖୋଲି ଦେଲୁ ଆଉ ତୋ ପବିତ୍ର ରକ୍ଷା ବନ୍ଧନରେ ବାନ୍ଧିଦେଲୁ ମୋ ମୁକୁଳା ହାତକୁ ।



Rate this content
Log in

Similar oriya story from Inspirational