Sasmita Sahoo

Abstract

4.2  

Sasmita Sahoo

Abstract

ରାକ୍ଷୀ ଗିଫ୍ଟ

ରାକ୍ଷୀ ଗିଫ୍ଟ

4 mins
61


ଅଫିସ ଯିବା ପାଇଁ ଆଲମାରୀ ରୁ ସାର୍ଟ କାଢି,ଡ୍ରେସିଂଟେବୁଲ ପାଖକୁ ଗଲା ବେଳକୁ,ବେଞ୍ଚ ଉପରେ ଥିବା ମୋବାଇଲ ରିଂ ହେଲା ।"ଫୁଲୋ କା ତାରୋ କା ସବକା କେହେନା ହେ ......।"ଅନିରୁଦ୍ଧ ଙ୍କ ଭଉଣୀ ମିତାଲି ଫୋନ କରିଥିଲା । ମିତାଲି ମୁମ୍ବାଇ ରେ ସ୍ୱାମୀ ଅମିତ ଙ୍କ ସହ ରୁହେ। ଦୁଇଜଣ ଯାକ ବ୍ୟାଙ୍କ ରେ କାମ କରନ୍ତି ,ମିତାଲି ଗର୍ବବତୀ ଅଛି ।


    ଅନିରୁଦ୍ଧ ଫୋନ ରିସିଭ କଲେ ।ସେପଟୁ ଅମିତ କହିଲେ "ଭାଇ କଗ୍ରାଚୁଲେସନ,ମାମୁଁ ହେଇଗଲେ ।" ଅନିରୁଦ୍ଧ ଖୁସିରେ ଆତ୍ମହରା ହୋଇଗଲେ ମିଟୁକୁ ଫୋନ ଦେବାକୁ କହିଲେ "ମିତାଲି ଏବେ ଶୋଇଛି । ଠିକ୍ ଭାବେ ହୋସ ଆସିନି ତ ।" ହୋସ ନ ଆସିବା କଥା ଶୁଣି ମନଟା ଟିକେ ଖଟା ହୋଇଗଲା ଅନିରୁଧ ନିରବ ହେବ ଜାଣିପାରି ଅମିତ ପୁଣି କହିଲେ "ଭାଇ ବ୍ୟସ୍ତ ହୁଅନ୍ତୁ ନାହିଁ । ସିଜରିଆନ ଡେଲିଭେରି ହେଲା ତ ସେଥିପାଇଁ ।ମିତାଲି ପୁରା ଠିକ୍ ଅଛି ।" ଏତିକି ଭିତରେ ଅନିରୁଧ ଙ୍କ ପତ୍ନୀ ଅର୍ଚ୍ଚନା ରୁମ୍କୁ ଆସିସାରି ଥା'ନ୍ତି । ଅନିରୁଦ୍ଧ ଲାଉଡ଼ସ୍ପିକର ରେ କଥା ହେଉଥିବାରୁ ।ମିତାଲି ଙ୍କ ର ଡେଲିଭରୀ କଥା ସେ ଶୁଣିସାରିଥାନ୍ତି ।ଅର୍ଚ୍ଚନା ପଚାରିଲେ "ଅମିତ ବାପା ହେଇଗଲ ଯେ,ଆମକୁ ବି କୁହ ଭଣଜା ନ ଭାଣେଜୀ ? କିଏ ଆସିଛନ୍ତି ।" ଅମିତ ହସି ଦେଇ କହିଲେ "ଭାଉଜ ସେଇଟା ତୁମପାଇଁ ସରପ୍ରାଇଜ ରହିଲା । ତୁମେ ନିଜେ ଦେଖିବ ଅର୍ଚ୍ଚନା ସାଙ୍ଗେ ସାଙ୍ଗେ କହିଲେ "ଜ୍ଵାଇଁ ବାବୁ ଏବେ ପରା କୋରନା ଭୟ ସବୁଆଡେ । କେମିତି ଯିବୁ କହିଲେ ।ଏବେ ଭିଡିଓ କଲ୍ କରୁଛି ଆମ ଭଣଜା କି ଭାଣେଜୀ କୁ ଦେଖାଅ ।"ଅମିତ ଟିକିଏ ବ୍ୟସ୍ତ ହେଲାପରି କହିଲେ "ନାଇଁ ଭାଉଜ ।ତୁମେ ଦୁଇ ଜଣ ଆସିବ ।ମୁଁ ଫ୍ଲାଇଟ୍ ଟିକେଟ କରି ସନ୍ଧ୍ୟା ରେ ପଠେଇବି ।ଏଇଠି ଆସିଲେ ଚାରିଦିନ କ୍ଵାରେଣ୍ଟାଇନ ରେ ରଖିବେ । ସବୁ ଠିକ୍ ଠାକ୍ ଥିଲେ ପାଞ୍ଚଦିନରେ ଛାଡ଼ିଦେବେ ନହେଲେ ସାତଦିନ । ଯାହାହେଲେ ବି ରାକ୍ଷୀ ପୁର୍ଣିମା କୁ ତ ଆମ ପାଖେ ଥିବା ମିତାଲି ର ବହୁତ ଇଚ୍ଛା ଏଇଥରକ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବ ଆଉ ଭାଇଙ୍କ ହାତରୁ ଗିଫ୍ଟ ନବ । ଅର୍ଚ୍ଚନା,ଅମିତକୁ ରୋକିଦେଇ କହିଲେ"ତୁମେ ଏତେ ସାରା ପ୍ଲାନିଂ କରିଛ ଯେ,କିନ୍ତୁ ଭାଇଙ୍କ ର ଛୁଟି ମିଳିଲେ ତ ।" ଅମିତ ଗୋଟେ ନିଶ୍ୱାସ ନେଇ କହିଲେ "ଭାଉଜ ଥଣ୍ଡା,କାଶ ଓ ଜର ର ବାହାନା କଲେ,ଆରାମ ରେ ଛୁଟି ମିଳିଯିବ ଆଉ କିଛି ବାହାନା ଶୁଣିବିନି।" ତୁମେ ଦୁଇଜଣ କାଲି ଆସୁଛ । ମିତାଲି ଆମକୁ ଏତେ ସୁନ୍ଦର ଗିଫ୍ଟ ଦେଇଛି । ତୁମେ ଏତିକି କରିପାରିବନି ।" ବତୀକି କହି ଫୋନ ରଖିଦେଲେ ।ଅନିରୁଦ୍ଧ ,ଅର୍ଚ୍ଚନା କୁ ଅନେଇ ମୁରୁକି ହସିଦେଲେ ।

      ପରଦିନ ଦିନ ପ୍ରାୟ ଏଗାରଟା ବେଳକୁ ଦୁଇଜଣ ଟ୍ରଲି ବ୍ୟାଗ ଧରି ଏୟାରପୋର୍ଟ ବାହାରିଗଲେ ।ଅର୍ଚ୍ଚନା ଙ୍କ ଜିଦି ରେ ଗୋଟେ ଡ୍ରେସ ଦୋକାନ ରୁ ମିତାଲି ଓ ସଦ୍ୟଜାତ ଛୁଆ ପାଇଁ ଡ୍ରେସ କିଣାଗଲା । ଦିନ ଦୁଇଟା ଫ୍ଲାଇଟ୍ ରେ ସେମାନେ ମୁମ୍ବାଇ ବାହାରିଗଲେ । 


      ମୁମ୍ବାଇ ରେ ଅମିତ ସବୁ ବ୍ୟବସ୍ଥା କରିଥାଆନ୍ତି । ଜଣେ ଡାକ୍ତର ବନ୍ଧୁ ଏଥିପାଇଁ ତା'ଙ୍କୁ ସାହାର୍ଯ୍ୟ କରୁଥାଆନ୍ତି । ମୁମ୍ବାଇ ଏୟାରପୋର୍ଟ ରେ ଭାଇ ଭାଉଜ ଙ୍କ ର କୋରନା ଟେଷ୍ଟ ହେବାପରେ ତାଙ୍କୁ କ୍ଵାରେଣ୍ଟାଇନ ରେ ରଖାଗଲା । କୋରନା ରିପୋର୍ଟ ନେଗେଟିଭ ଆସିବାରୁ ଠିକ୍ ପାଞ୍ଚଦିନ ପରେ ମାନେ ରାକ୍ଷୀପୂର୍ଣ୍ଣିମା ଦିନ ପ୍ରାୟ ଦଶଟା ବେଳକୁ କ୍ଵାରେଣ୍ଟାଇନ ସେଣ୍ଟର ରୁ ବାହାରକୁ ଯିବାର ଅନୁମତି ମିଳିଲା । ଭାଇ ଭାଉଜ ଚାଲିଲେ ମିତାଲି ର ଫ୍ଲାଟ କୁ । ଏତେଦିନ ବିତିଯାଇଥିଲେ ବି ଅମିତ କେବେ ବି ଜଣାଉନଥାନ୍ତି ଯେ ପୁଅ କି ଝିଅ ହୋଇଛି । ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ଯେ ମିତାଲି ଥରେ ବି ଭାଇ ଭାଉଜ ଙ୍କ ସହ କଥା ହୋଇନଥାଏ । ଅନିରୁଦ୍ଧ ଓ ଅର୍ଚ୍ଚନା ବୁଝିପାରୁନଥାନ୍ତି କିଛି । ବହୁତ ଚିନ୍ତାରେ ଥାଆନ୍ତି ।


       ମିତାଲି ଫ୍ଲାଟ ସାମ୍ନାରେ ପହଞ୍ଚି , କଲିଂବେଲ ମାରିବା ଆଗରୁ କବାଟ ଖୋଲିଗଲା । ସାମ୍ନାରେ ମିତାଲି ମୁହଁରେ ବଡ଼ ହସ ଓ ହାତରେ ସାନିଟାଇଜର ଧରି ଛିଡା ହୋଇଛି । ଭାଇ ଭାଉଜ ଙ୍କ ର ହାତ ସାନିଟାଇଜ କରି ଦୁଇଜଣ ଙ୍କୁ ଦୁଇଟା ବାଥରୁମ କୁ ପଠେଇଦେଲା । ଆଗରୁ ବାଥରୁମ ରେ ଭାଇ ଭାଉଜ ଙ୍କ ପାଇଁ ଡ୍ରେସ ରଖିଦେଇଥିଲା । ଏସବୁ କାମ ଏତେ ଶୀଘ୍ର ହେଲା ଯେ ସେମାନେ କଥା ହେବାକୁ ସୁଯୋଗ ପାଇଲେ ନାହିଁ । ମିତାଲି ର ଗୋଟିଏ କଥା "ପେହେଲେ କରୋନା ସେ ବଚାଓ ଫିର ବାତ୍ ବତାଓ ।


       ଦୁଇଜଣ ଯାକ ବାଥରୁମ ରୁ ବାହାରି ଆସି, ମିତାଲି ଉପରେ ପ୍ରଶ୍ନ ର ବମ୍ ପକେଇବା ଆରମ୍ଭ କରିଦେଲେ । ମିତାଲି ସବୁ ଅଣଦେଖା କରି, ଭାଇଙ୍କର ହାତ ଧରି ଟାଣିନେଲା ଡାଇନିଂ ପାଖକୁ । ଡାଇନିଂ ଥାଳିରେ ସିନ୍ଦୁର,ଅରୁଆ ଚାଉଳ,ଫୁଲ,ଦୀପ ଓ ସିନ୍ଦୁର ରାକ୍ଷୀ ସଜେଇ ହୋଇ ରଖାଯାଇଛି । ମିତାଲି ଗୋଟେ ଚେୟାର ଭିଡି ଆଣି ସେଥିରେ ଭାଇଙ୍କୁ ବସାଇଦେଲେ । ଅନିରୁଦ୍ଧ କହୁଥାନ୍ତି "ମା ହେଲାଣି ତଥାପି ଚଣ୍ଡୀ ପ୍ରକୃତି ଛାଡ଼ିନି ।" ମିତାଲି ଅର୍ଚ୍ଚନା କହିଲେ "ତୁମେ ଭାଇ ଭଉଣୀ ଏଇଠି ଥାଅ ମୁଁ ଯାଉଛି ଭଣଜା ପାଖକୁ ।" ମିତାଲି ଭାଉଜ ଙ୍କୁ ଅଟକେଇ ଦେଇ କହିଲା "ବିଲକୁଲ ନୁହେଁ । ତୁମେ ଦୁଇଜଣ ଏକା ସହ ଦେଖିବ ।" ଭାଉଜ ପଚାରିଲେ "ଅମିତ କୁଆଡେ ଗଲେ" ମିତାଲି ଭାଉଜ ଙ୍କୁ ଗୋଟେ ଚେୟାରେ ବସେଇଦେଇ ତାଙ୍କ ମଥାରେ ବି ସିନ୍ଦୁର ଓ ଚନ୍ଦନ ଲଗେଇଦେଲା,କହିଲା "ତୁମେ ଚୁପ୍ ହେଇ ବସ ।" ଏହାପରେ ଦୁଇଜଣଙ୍କ ହାତରେ ରାକ୍ଷୀ ବାନ୍ଧିଦେଇ ମିଠା ଖୁଆଇଦେଲା । ଅର୍ଚ୍ଚନା କହିଲେ "ଇଏ କ'ଣ ? ମୋ ହାତରେ ରାକ୍ଷୀ ବାନ୍ଧୁଛ ଯେ । ମତେ ବି ଭାଇ କରିଦେବ ନା କ'ଣ ?" ମିତାଲି କହିଲା ଏଥର ସେପଟ ରୁମ କୁ ଚାଲ ସେଇଠି କହିବି କାହିଁକି ରାକ୍ଷୀ ତୁମ ଭାଣିଜୀ ଆଗରେ କହିବି,କାହିଁକି ରଖି ବାନ୍ଧିଲି"। 


      ତିନିଜଣ ମିତାଲି ର ବେଡ୍ରୁମ କୁ ଗଲେ । ବେଡ୍ରୁମ ଭିତରେ ର ଦୃଶ୍ୟ ଦେଖି ଅନିରୁଦ୍ଧ ଓ ଅର୍ଚନା ଙ୍କ ର ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ । ଅମିତ ଦୁଇ ହାତରେ ଦୁଇଟି କଅଁଳା ଛୁଆଙ୍କୁ ଧରି ବସିଛି । ଅର୍ଚ୍ଚନା ଖୁସିରେ ପାଟି କରି କହିଲେ "ଦୁଇଜଣ ?" ଏହା କହି ସେ ଧାଇଁ ଯାଇ ଜଣଙ୍କୁ କୋଳେଇ ଧରିଲେ । କଣ ହେଲା କେଜାଣି ଆର ଜଣକ ଯୋରରେ କାନ୍ଧିଲା । ଅମିତ ତାକୁ ମଧ୍ୟ ଅର୍ଚ୍ଚନା ଙ୍କ କୋଳରେ ରଖିଦେଲେ । ଛୁଆଟି ଅର୍ଚ୍ଚନା କୋଳକୁ ଆସି ଚୁପ୍ ହେଇଗଲା । ମିତାଲି ଆସି ଆଗ ପ୍ରଥମ ଛୁଆକୁ ନେଇ ଅମିତଙ୍କ କୋଳରେ ରଖିଦେଲା । ଅର୍ଚ୍ଚନା ଙ୍କୁ ଦେଖି କହିଲା ଭାଉଜ ତୁମ କୋଳରେ ଯିଏ ଅଛି,ଆଜିଠୁ ସେ ତୁମ ଝିଅ ।ଅର୍ଚ୍ଚନା ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ । ବିବାହ ର ଆଠ ବର୍ଷ ପରେ ବି ଭଗବାନ ଅର୍ଚ୍ଚନାଙ୍କ କୋଳକୁ ଛୁଆଟି ଦେଇନଥିଲେ । ପ୍ରାୟ ବର୍ଷେ ତଳେ ଡାକ୍ତର କହିଦେଲେ ଯେ ଅର୍ଚ୍ଚନା ଆଉ କେବେ ମା' ହୋଇପାରିବେନାହିଁ । ଵସ୍ତ୍ୟଲ୍ୟ ମମତା ରେ ଛଟପଟ ହେଉଥିବା ପ୍ରାଣ ଉପରେ ମିତାଲି ଶୀତଳ ଜଳ ଢ଼ାଲିଦେଇଥିଲେ । ଅର୍ଚ୍ଚନାଙ୍କର ଓଠର ଭାଷା ସବୁ ଆଖିର ଲୁହ ହୋଇ ବହିଯାଉଥିଲା । 

       ମିତାଲି,ଅର୍ଚ୍ଚନାଙ୍କର ଆଖିକୁ ଲୁହ ପୋଛି କହିଲା "ଭାଉଜ ,ତୁମ ହାତରେ ଯେଉଁ ରାକ୍ଷୀ ବାନ୍ଧିଲି ସେଇଟା ରାକ୍ଷୀ ନୁହେଁ । ତୁମର ଆଉ ତୁମ ଝିଅ ର ସ୍ନେହର ଡୋରି । ଭାଇ ତ ମତେ ସବୁବେଳେ ରାକ୍ଷୀ ଗିଫ୍ଟ ଦିଅନ୍ତି । ଆଜି ମୁଁ ତାଙ୍କୁ ଗିଫ୍ଟ ଦେଇଦେଲି ବାପାବୋଉ ,ଅମିତ ଓ ମୁଁ ବହୁ ଆଗରୁ ଏଇଟା ପ୍ଲାନ କରିଥିଲୁ । ଯେବେଠୁ ଜଣ ପଡିଲା ଯେ ମୁଁ ଯାଆଁଳା ଛୁଆ ର ମା' ହେବାକୁ ଯାଉଛି "। 

       ଏତିକି ବେଳେ ଦୁଇଟି ଯାକ ଛୁଆ ଏକା ସାଙ୍ଗରେ କାନ୍ଦି ଉଠିଲେ ।ଆଉ ବଡ଼ ମାନଙ୍କ ମୁଁହରେ ହସ ଫୁଟି ଉଠିଲା ।      


Rate this content
Log in

Similar oriya story from Abstract