Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sasmita Sahoo

Others

2  

Sasmita Sahoo

Others

କୋରୋନା କୁ ଚିଠି

କୋରୋନା କୁ ଚିଠି

2 mins
309



 କୋରୋନା,

    ତତେ କ'ଣ କହି ଡାକିବି ଜାଣିପାରିଲିନି।ସେଥିପାଇଁ ଷ୍ଟାର ଦେଇଦେଲି। ତୋ ପାଖରେ ମୋର ବହୁତ ସାରା ଅଭିଯୋଗ ଅଛି। ଜେଜେ କୁହନ୍ତି "ସବୁ ଜିନିଷର କିଛି ନା କିଛି ଭଲ ଲୁଚି ରହିଥାଏ" ଏଣୁ ମୁଁ ତୋ ଭିତରେ ବି କିଛି ଭଲ କଥା ଖୋଜି ରଖିଛି। ପ୍ରଥମେ ମୋର କଂପ୍ଲେନ କହୁଛି। ଏଇବର୍ଷ ହୋଲିରେ ଆମେ ରଙ୍ଗ ଖେଳିଲୁଣି ଏବଂ ବାପା ବି ଆମ ପାଇଁ ପିଚକାରୀ ଆଣିଲେନି ।ଏଇବର୍ଷ ମୋ ଜନ୍ମଦିନ ରେ ନୂଆ ସ୍କୁଲ ନୂଆ ସାଙ୍ଗମାନଙ୍କୁ ଚକଲେଟ ବାଣ୍ଟିଥାନ୍ତି।କିନ୍ତୁ ତୋରି ପାଇଁ ହୋଲିଛୁଟି ପରେ ବି ସ୍କୁଲ ଛୁଟି ରହିଲା ଆଉ ମୋର ସବୁ ପ୍ଲାନ ରେ ପାଣି ପଶିଗଲା । ମୋ ଜନ୍ମଦିନ କେବେ ସେଇଟା ତତେ କହିବିନି। କାରଣ ତୁ ଯଦି ମନେରଖି ଆରବର୍ଷ ଆସିଯିବୁ। ଦେଖ କୋରୋନା ତୁ ଆସି କେତେ ହଇରାଣ କରୁଛୁ। ବାପା ମତେ ବାହାରକୁ ଛାଡୁନାହାନ୍ତି, ଖେଳିବାକୁ ନୁହେଁ କି ଟିଉସନ ବି ନୁହେଁ। ପାଖ ଦୋକାନ କୁ ଗଲେ ବି ମୁହଁ ରେ ମାକ୍ସ ପିନ୍ଧିବାକୁ କହୁଛନ୍ତି। ଜାଣିଛୁ ସେଇ ମାକ୍ସ ପିନ୍ଧିଲେ ମୋର ନିଶ୍ୱାସ ବନ୍ଦ ହେଇଗଲା ପରି ଲାଗେ। ତୋ'ରି ପାଇଁ ମାକ୍ସ,ସାନିଟାଇଜର,ହ୍ୟାଣ୍ଡୱାସ ର ଦାମ ଡବଲ ହେଇଯାଇଛି। ବାପା କେତେ ଟେନ୍ସନ ରେ ରହୁଛନ୍ତି କହିଲୁ ସେଦିନ ବାପା,ବୋଉ କୁ କହୁଥିଲେ ଯେ ବେପାର ପୁରା ମାନ୍ଦା ହୋଇଯାଇଛି। କେମିତି ହବନି କହ,ତୋ ପାଇଁ ସବୁ ଦୋକାନ ବନ୍ଦ। କେମିତି ବ୍ୟବସାୟ ହବ ଯେ, ମୋ ବାପାଙ୍କ ପରି କେତେ ବାପାଙ୍କର ଟେନସନ ବଢ଼େଇ ଦେଇଛୁ। ଆଉ ଗୋଟେ କଥା କହିବାକୁ ଭୁଲିଗଲି ଏଇ ହୋଲିଛୁଟି ରେ ଆମେ ବୁଲିବାକୁ ଯାଇଥାଆନ୍ତୁ । ଫାଷ୍ଟ ଟାଇମ ପାଇଁ ବରଫ ଚାଦର ଘୋଡେଇ ହେଇଥିବା ଧଳା ପାହାଡ ଦେଖିଥାନ୍ତି,ହେଲେ ତୋ ପାଇଁ ସବୁ କ୍ୟାନ୍ସଲ ହେଇଗଲା। ନ୍ୟୁଜରେ ଦେଉଥିଲା ଯେ ଟ୍ରେନ, ଫ୍ଲାଇଟ ସବୁ ବନ୍ଦ। ମୁଁ ଭଲ ପିଲା ବୋଲି ବୁଝିକି ରହିଗଲି କିନ୍ତୁ, ମୋ ପରି ଅନ୍ୟ ପିଲାମାନେ କେତେ କାନ୍ଦିଥିଲେ ଜାଣିଛୁ! ଛୋଟ ପିଲାଙ୍କର ମନରେ କଷ୍ଟ ଦେବା ବିଲକୁଲ ଭଲକଥା ନୁହେଁ। ଜେଜେଙ୍କର କଥା ମାନି, ତୋର ଏତେ ଖରାପ ଗୁଣ ଭିତରେ ମୁଁ ଭଲକୁ ଖୋଜି ଖୋଜି ରଖିଛି। ଦେଖ ତୁ ବେଶି ଖୁସି ହବୁନି ଏଇଟା ସିକ୍ରେଟ କଥା। ତୋ ପାଇଁ ରାସ୍ତା ରେ ବେଶି ଗାଡି ମୋଟର ଚାଲୁନି,ଟ୍ରାଫିକ୍ ଜାମ ଦେଖି ହଉନି। ଏଥିପାଇଁ ବାୟୁ ଓ ଶବ୍ଦ ପ୍ରଦୂଷଣ ଟିକିଏ କମ୍ ହେଉଛି। ତୋ ପାଇଁ ସମସ୍ତେ ସଫାସୁତୁରା ରହିବା ଆରମ୍ଭ କଲେଣି। ସ୍ଵଛତା ର ମୂଲ୍ୟ ବୁଝିଲେଣି । ଜେଜେ ଓ ମାଆ ଆମ ମାନଙ୍କ ସହ ଏକ୍ସରସାଇଜ,ଯୋଗ ଓ ପ୍ରାଣାୟମ କରୁଛନ୍ତି। ଜେଜେ ମାଆ ଆଗରୁ କେବେ ବି ପ୍ରାଣାୟମ କରିବାକୁ ରାଜି ହଉନଥିଲେ। ତୋ ପାଇଁ କର୍ଫୁ କରାହେଉଛି,ବାପା ଘରେ ରହୁଛନ୍ତି,ମୋ ସହ କଥା ହେଉଛନ୍ତି,ଖେଳୁଛନ୍ତି,ପାଠ ପଢ଼ଉଛନ୍ତି। ବାପା,ବୋଉ,ଜେଜେ ବାପା,ମା,ଦାଦା ଓ ଖୁଡି ସମସ୍ତେ ଏକାଠି ବସି କଥା ହେଉଛନ୍ତି। ମତେ ବହୁତ ଖୁସି ଲାଗୁଛି। ଶୁଣ କୋରୋନା ଏସବୁ ପାଇଁ ତତେ ଥ୍ୟାଙ୍କସ୍ କହୁଛି।କାରଣ ମିସ୍ କୁହନ୍ତି ଯିଏ ତୁମପାଇଁ ଟିକିଏ ବି ଭଲ କରେ ତାକୁ ଥ୍ୟାଙ୍କସ୍ କହିବ। ମିସ୍ ଙ୍କର କଥା ବି ମାନିବାକୁ ପଡିବ ନା। ଦାଦା କୁହନ୍ତି ଯିଏ ବହୁତ ଖରାପ କାମ କରେ ଓ ଟିକିଏ ମାତ୍ର ଭଲ କାମ କରେ ତାକୁ ଖରାପ ବୋଲି କୁହାଯିବ , ମୁଁ ବୁଝିପାରୁନି ତତେ ଥ୍ୟାଙ୍କସ୍ କୋରୋନା ତୁ ଏତେ ଦିନ ରହିଲୁଣି ଲୋକମାନଙ୍କୁ ବହୁତ ହଇରାଣ କଲୁଣି, ତୋ ପାଇଁ କେତେ ଲୋକ ମରିଗଲେଣି। ସମସ୍ତେ କେତେ ଡରି ଡରି ରହୁଛନ୍ତି। ତୁ ଜଲଦି ପୃଥିବୀକୁ ଛାଡିକି ଚାଲିଯାଆ। ପ୍ଲିଜ଼ ସମର ଭ୍ୟାକେସନ କୁ ଖରାପ କରିବୁନି। ମୋର  ନୁଆ ବହି,ନୁଆ ସାଙ୍ଗ କେମିତି ହେବେ କହିଲୁ। ପ୍ଲିଜ଼ ତୁ ଏବେ ପଳେଇଯା। ମୁଁ ପ୍ରମିସ୍ କରୁଛି ମୁଁ ସବୁବେଳେ ସଫାସୁତୁରା ରହିବି ଆଉ ସମସ୍ତଙ୍କୁ ସଫାସୁତୁରା ରହିବା ଶିଖେଇବି। ତୁ ବି ମୋ କଥା ରଖିବୁ ।

             

             ଇତି

             ଅନାମିକା

  (ନାଁ କହିଲେ ମନେ ରଖିଦବୁ ଯଦି)


Rate this content
Log in