Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sasmita Sahoo

Inspirational

5.0  

Sasmita Sahoo

Inspirational

ଜଙ୍ଗଲ ଗ୍ରହ

ଜଙ୍ଗଲ ଗ୍ରହ

3 mins
517



ଶିବୁନ୍ ଓ ଦେବୁନ୍ ଦୁଇ ଭାଇ। ଦୁହେଁ ଗୋଟେ ସ୍କୁଲ ରେ ପାଠ ପଢନ୍ତି। ପାଠପଢ଼ାରେ ଦୁହେଁ ବେଶ୍ ଭଲ। ନିଜ ନିଜ ଶ୍ରେଣୀ ରେ ପ୍ରଥମ ପାଞ୍ଚ ଜଣକ ମଧ୍ୟ ରେ ସ୍ଥାନ ରଖନ୍ତି। ଦୁଷ୍ଟାମୀ ରେ ମଧ୍ୟ ଦୁହେଁ କେହି କାହାଠୁ ଊଣା ନୁହଁନ୍ତି। ଦୁଷ୍ଟାମୀ କରିବାର ମୁଖ୍ୟ ପାତ୍ର ଓ ସ୍ଥାନ ହେଲେ ଜେଜେ ଓ ତାଙ୍କ ବଗିଚା। ଜେଜେ ଘର ସାମ୍ନା ରେ ଏକ ସୁନ୍ଦର ଫୁଲବଗିଚା କରିଥାନ୍ତି, ଯେଉଁଥିରେ ଏକ ବଡ଼ ଘାସ ର ଗାଲିଚା ଅଛି। ଘରର ପଛପଟ ବାଡି ରେ ବଡ଼ ବଡ଼ ଗଛ ଯେମିତି କି ଆମ୍ବ, ପଣସ, ପିଜୁଳି, ସପେଟା, ସଜନା ଓ କୃଷ୍ଣଚୂଡ଼ା ଅଛି। ଜେଜେ ତାଙ୍କ ବଗିଚା କୁ ଖୁବ୍ ଭଲ ପାଆନ୍ତି। ଶିବୁନ୍ ଓ ଦେବୁନ ଗଛ ରୁ ଫୁଲ ପତ୍ର ଛିଡାଇ ବଗିଚାକୁ ଅପରିଷ୍କାର କରିବାରେ ମଜା ପାଆନ୍ତି। ଜେଜେ ଗଛ ର ଉପକାରିତା ବିଷୟରେ ଯେତେ ବୁଝାଇଲେ ମଧ୍ୟ ସେମାନେ କିଛି ବୁଝନ୍ତି ନାହିଁ। ଖରାଦିନ ହୋଇଥାଏ। ଦୁହେଁ ଜେଜେଙ୍କ ପାଖରେ ଦୁଇପ୍ରହରରେ ଗଡୁଥାନ୍ତି। ଏହି ସମୟ ରେ ଶିବୁନ ଜେଜେଙ୍କୁ ଗପ କହିବା କୁ ଜିଦ୍ କଲା। ଜେଜେ କହିଲେ ଠିକ୍ ଅଛି, ଆଜି ମୁଁ ତୁମକୁ ଜଙ୍ଗଲ ଗ୍ରହ ବିଷୟରେ କହିବି। ଆମ ପୃଥିବୀ ପରି ଜଙ୍ଗଲ ଗ୍ରହରେ ମଣିଷ ଓ ପଶୁମାନେ ରହନ୍ତି। ଗୋଟିଏ ଜିନିଷ ଅଲଗା ହେଲା ସେଠାରେ ଗଛମାନେ କଥା କହିପାରନ୍ତି। ଆମର ଏଇଠି ଯେମିତି ମଣିଷ ମାନଙ୍କର ଶାସନ ଚାଲେ, ସେଠୀ ଗଛମାନଙ୍କର ଶାସନ ଚାଲେ। ମଣିଷ ମାନେ ଗଛ ମାନଙ୍କ କଥା ମାନନ୍ତି ଓ ଉଭୟ ମିଳିମିଶି ଚଳନ୍ତି। ସେଇଠି ମଧ୍ୟ କେତେକ ଦୁଷ୍ଟ ପ୍ରକୃତିର ଲୋକ ଥିଲେ। ସେମାନେ ନିରୀହ ଗଛ ମାନଙ୍କୁ ବହୁତ୍ ହଇରାଣ କରନ୍ତି। ବିନା କାରଣ ରେ ଡାଳ ପତ୍ର କାଟି ପକାନ୍ତି। କିନ୍ତୁ ଗଛମାନେ ମଣିଷକୁ ଖୁବ୍ ଭଲ ପାଉଥିବାରୁ ରାଜାଙ୍କ ପାଖରେ ଅଭିଯୋଗ ନ କରି ମଣିଷମାନଙ୍କୁ ଏପରି ନ କରିବା ପାଇଁ ବୁଝାଉଥାନ୍ତି। ଗଛମାନେ ଜାଣିଛନ୍ତି ଯେ, ଆମେ ଅମ୍ଳଯାନ ଦେଉଥିବାରୁ ମଣିଷ ବଞ୍ଚିଛି। ଚୈତ୍ର ମାସର ଦ୍ବିପ୍ରହର ସମୟ ହୋଇଥାଏ। ଦୁଷ୍ଟ ଲୋକଙ୍କ ଦଳ ଆମ୍ବ ବଗିଚା ମଧ୍ୟରେ ପଶିଲେ। ଆମ୍ବ ବଗିଚା ସମୟ। ସବୁ ଗଛରେ ପେନ୍ଥା ପେନ୍ଥା ପାଚିଲା ଆମ୍ବ। ବଗିଚାଟି ବେଶ୍ ସୁନ୍ଦର ଦେଖାଯାଉଥାଏ। ସେହି ଦୁଷ୍ଟ ଲୋକମାନେ ଯାହା ଆମ୍ବ ଖାଇଲେ ତ ଖାଇଲେ, ତା' ସହ ପଥର ମାରି ବହୁତ ଆମ୍ବ ଝଡାଇଲେ। ପତ୍ରସବୁ ଛିଣ୍ଡାଇ ପକାଇଲେ। ଗଛମାନ ପ୍ରତିବାଦ କଲେ, କିନ୍ତୁ ସେ ଲୋକମାନେ ଅଧିକ ମଜା ନେବା ପାଇଁ ଡାଲଗୁଡିକ କାଟିବାରେ ଲାଗିଲେ। ଗଛ ଗୁଡ଼ିକ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲେ। ବଗିଚାର ମାଳୀ ସେହି ସମୟରେ ବଗିଚାକୁ ଆସୁଥିଲା। କୌଶଳ କରି ଗୋଟେ ଦୁଷ୍ଟ ଲୋକକୁ ବାନ୍ଧି ପକାଇଲା ଓ ରାଜାଙ୍କ ପାଖରେ ହାଜର କରାଇଲା। ଗଛ ମାନଙ୍କ ରାଜା ବରଗଛ। ଗଛ ରାଜା ମାଳୀଠାରୁ ସବୁ ଶୁଣିଲେ ଓ ସୈନ୍ୟ ପଠାଇ ଅନ୍ୟ ଦୁଷ୍ଟ ଲୋକଙ୍କୁ ଧରିଆଣିଲେ। ରାଜା ସେମାନଙ୍କୁ କଠିନପରିସ୍ଥିତିରୁ ଶାସ୍ତି ଦେବାକୁ ଚାହୁଁଥିଲେ। କିନ୍ତୁ ଦୁଷ୍ଟ ଲୋକମାନେ ନିଜ ଭୁଲ୍ ବୁଝିପାରି କ୍ଷମା ମାଗିବାରୁ ଗଛ ରାଜା ସେମାନଙ୍କୁ କିଛି ଗଛ ସହ ପୃଥିବୀକୁ ପଠାଇଲେ ଏବଂ କହିଲେ "ଏହି ଗଛ ମାନକୁ ନେଇ ତୁମେ ପୃଥିବୀ କୁ ଯାଅ। ସେଠାରେ ଏମାନକ ଯତ୍ନ ନେଇ ବଡ଼ କରିବ ଏବଂ ସେଠାରେ ଯଦି ଲୋକମାନେ ଗଛକୁ ହଇରାଣ କରନ୍ତି, ତେବେ ଆମକୁ ଜଣାଇବ। ଆମେ ତୁମମାନଙ୍କୁ ଓ ଗଛ ମାନକୁ ପୁଣି ଆମ ଗ୍ରହ କୁ ନେଇ ଆସିବୁ ଓ ସେମାନଙ୍କୁ ଉଚିତ ଦଣ୍ଡ ଦବୁ।" ଏହା ଶୁଣି ଦେବୁନ କହିଲା, ଜେଜେ ମୁଁ ଆଉ ଭାଇ ତ କେତେ ଗଛ ନଷ୍ଟ କରିଛୁ, ଗଛ ରାଜା ଆମକୁ ଭି କ'ଣ ଦଣ୍ଡ ଦେବେ? ଆଉ ଆମ ବାଡିରୁ ସବୁ ଗଛ ନେଇଯିବେ? ଜେଜେ କହିଲେ, ହଁ ଯଦି ତୁମେ ଆଜିଠାରୁ ଗଛ ନଷ୍ଟ ନ କରି ତା'ର ଯତ୍ନ ନବ ତା’ ହେଲେ ଗଛ ରାଜା ତୁମକୁ କ୍ଷମା କରିଦେବେ। ସେଦିନଠାରୁ ଦୁଇ ଭାଇ ଗଛକୁ ଖୁବ୍ ଭଳପାଇଲେ। ଜେଜେଙ୍କ ସହ ମିଶି ବଗିଚାରେ କାମ କଲେ। ଏହି ବର୍ଷ ଗାଁରେ ଥିବା ଖାଲି ଜାଗାରେ ମଧ୍ୟ ଗଛ ଲଗାଇଲେ।


Rate this content
Log in

More oriya story from Sasmita Sahoo

Similar oriya story from Inspirational