Akshayakumar Dash

Classics

3  

Akshayakumar Dash

Classics

ରାକ୍ଷୀ (ଭାଗ ୨)

ରାକ୍ଷୀ (ଭାଗ ୨)

1 min
7


ଶ୍ରୀୟା ଦେଖୁଥିଲା ରାକ୍ଷୀ ଦୋକାନ ମାନ । ଆଖୁବାଡ଼ିରେ ପଶିଲା ଭଳି କେଉଁ ରାକ୍ଷୀ କିଣିବ ପସନ୍ଦ କରିପାରିନଥିଲା । ନିଜ ଭାଇ ପାଇଁ କିଣିବାକୁ ଯାଇ ପସନ୍ଦର ରାକ୍ଷୀ ବାଛିବା ତାପାଇଁ ଜଟିଳ ହେଉଥିଲା । ତାର ଗୋଟିଏ ଭାଇ, ସେପୁଣି ଶ୍ରୀୟା ଠାରୁ ସାନ । କଲେଜରେ ପଢୁଛି । ତାର ସାଙ୍ଗ ମାନେ କାଳେ ବାରିଦେବେ ପୁଣି ତାର ପସନ୍ଦ ହେବା ଦରକାର । ଶ୍ରୀୟା ନଜରକୁ ଗୋଟିଏ ପସନ୍ଦ ହୋଇଥିଲା ,ଛାଡି ଆସିଥିବା ଦୋକାନରୁ ସେଠିକୁ ଫେରିଲା ,ଦେଖିଥିବା ରାକ୍ଷୀକୁ ମାଗିଲା । ଦୋକାନୀଟି ଲୋକଙ୍କ ଗହଳି ଭିତରେ ଶ୍ରୀୟା କଥାକୁ ନଶୁଣି ଅନ୍ୟ ମାନଙ୍କୁ ଦେଖଉଥାଏ । ଶ୍ରୀୟା ବିରକ୍ତ ହୋଇ କହିଲା, କଣ ସେ ରକ୍ଷୀଟିକୁ ଦେବନା ନାହିଁ ମୁଁ ତାହେଲେ ଯାଉଛି ।


ଦୋକାନୀଟି ତତ୍କ୍ଷଣାତ କହିଲା, ନିଅନ୍ତୁ ମ୍ୟାଡ଼ମ, କେତେ ଦାମ ଅଛି, ଶ୍ରୀୟା ପଚାରିଲା କେତେ?ଲୋକଟି କହିଲା ଦୁଇଶହ ତାଙ୍କ । କିଛି କମିବନାହିଁନା , ଶ୍ରୀୟା ତାର ବେଗ ରୁ ଦୁଇଶହ ଟଙ୍କା ବାହାରକରି ବଢ଼େଇ ଦେଲା । ଏଇସମୟରେ ଦୁଇଜଣ ଝିଅ ରାକ୍ଷୀ ଧରି ଦେଖୁଥିବା ବେଳେ ମୂଲ୍ୟ ନଦେଇ ଚାଲିଗଲେ । ଦୋକାନୀଟି ଦେଖୁଥାଏ, କିଛି କହି ପାରୁନଥାଏ । ଶ୍ରୀୟା କୁ କହିଲା, ଦେଖନ୍ତ ମ୍ୟାଦାମ ,ଏମାନଙ୍କ ପାଇଁ ଆଜି ଛାଡ଼ନ୍ତୁ । ଶ୍ରୀୟା କହିଲା ସେ ରାକ୍ଷୀ ର ମୂଲ୍ୟ କେତେ?ଦୋକାନୀଟି ଅତ୍ୟନ୍ତ ନମ୍ର ଭାବରେ କହିଲା ,ଆପଣ ତେବେ କାହିଁକି ,ଶ୍ରୀୟା କଥା ଛଡେଇ କହିଲା, ମୁଁ ତାର ଦାମ ଦେବି । ଦୋକାନୀ ଜନଙ୍କ କହିଲା, ନାହିଁ ମ୍ୟାଦାମ, ଆପଣ କାହିଁକି ଦେବେ,


କ୍ରମଶଃ...



Rate this content
Log in

Similar oriya story from Classics