STORYMIRROR

Sunanda Mohanty

Tragedy Inspirational Thriller

2  

Sunanda Mohanty

Tragedy Inspirational Thriller

ରାଜ୍ୟ

ରାଜ୍ୟ

1 min
119


ଏହି ଆମ ଓଡିଶା ରାଜ୍ୟରେ ରାଜାମାନେ ଶାଶନ କରୁଥିଲେ, ତାଙ୍କ ଦରବାର ରେ ଖାଲି ନ୍ୟାୟ ବିଚାର ହେଉଥିଲା ତା ନୁହେଁ ଗୀତ କବିତା, କଳା ସ୍ଥାପତ୍ୟ କୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା ଆଉ ତା ସହିତ ହାସ୍ୟରସକୁ ମଧ୍ୟ l

  କବି ଯଦୁମଣି ଙ୍କ କଥା ସମସ୍ତେ ଜାଣିଥିବେ, ଛାମୁ ଅର୍ଥାତ ରାଜାଙ୍କୁ ମାଗିଥିବା ଜମି ଖଣ୍ଡିକ ନ ପାଇ, ଓ ପାଇବା ପରେ ଜମି ଖଣ୍ଡିକ ଅନୁର୍ବର ଥିବାରୁ କେଡେ ସୁନ୍ଦର ପଦ୍ୟ ରେ କହିଥିଲେ, "ଛାମୁ ଯାହା ଦେଲେ ହରଷେ ପାଉ ପାଉ ଗଲା ବରଷେ ବାଛି ବାଛି କରି ଦେଲେ ପଡିଆ   ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ ଏମନ୍ତ ଭୂଇଁ ଚାଖୁଣ୍ଡା ବୁଣିଲେ ଉଠଇ ନାହିଁ "ରାଜ୍ୟର ରାଜା ମଉଡମଣୀ, ବୁଝିପାରିଥିଲେ ଆଉ ଦେଇଥିଲେ ଉର୍ବର ଜମି ଯଦୁମଣିଙ୍କୁ l

   ଆଜି ବି ରାଜ୍ୟ ଅଛି, ଶାଶନ ଓ ଶାସିତ ଭିତରେ ସମନ୍ୱୟ ର ଅଭାବ କାହିଁକି? , ଗୋଷ୍ଠୀ ହେଉ ଦଳ ହେଉ ବା ବ୍ୟକ୍ତିଗତ ଅସୁବିଧା ହେଉ, ତାହାକୁ ଶାସକଙ୍କ ଦୃଷ୍ଟି କୁ ଆଣିବାକୁ ନିଶ୍ଚୟ ଯଦୁମଣିଙ୍କ ଭଳି କବି ନାହାଁନ୍ତି. ହସରେ, ନିର୍ଲୋଭରେ, ବିନାକ୍ରୋଧରେ ରାଜ୍ୟର ରାଜାଙ୍କୁ ଜେ କୌଣସି ସମସ୍ୟା ବୁଝାଇପାରିଲେ ଆମ ରାଜ୍ୟ କଣ ସବୁ ରାଜ୍ୟ ଯିଏ ଯାହା ସୀମା ରେ ରହି ଆଭ୍ୟନ୍ତରୀଣ ସମସ୍ୟା ର ସମାଧାନର ସୂତ୍ର ଖୋଜି ସମାଧାନ କରିନିଅନ୍ତେ ନିଶ୍ଚୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy