STORYMIRROR

suchismita Panda

Drama Fantasy Inspirational

3  

suchismita Panda

Drama Fantasy Inspirational

ରାଜନନ୍ଦିନୀ

ରାଜନନ୍ଦିନୀ

2 mins
178

        ଗ୍ରୀଷ୍ମଛୁଟିର ସମୟ । ସମସ୍ତେ ଖାଇବା ସାରି ଅଗଣାରେ ବସିଥାନ୍ତି । ରବି ଦୌଡି ଦୌଡି ଆସେ ମହାଜନ ଶ୍ରୀଧରଙ୍କ ଘରକୁ । ଅଗଣାରେ ଛିଆ ହୋଇ ବଡ ପାଟିରେ ଡାକେ - ମହାଜନେ ! ଆହେ ମହାଜନେ ! ଜଲଦି ଆସ ! ଗାଁର ରାସ୍ତା କଡେ କିଏ ଜଣେ ଆହତ ହୋଇ ପଡିଛି ମହାଜନେ । ଦୌଡି ଆସ ।

        ରବିର ଡାକ ଛାନିଆ ହୋଇ ମହାଜନ ବାବୁ ଦୌଡିବାକୁ ଲାଗନ୍ତି । ତାଙ୍କ ପଛେ ପଛେ ଦୌଡେ ନନ୍ଦୀନି । ମହାଜନଙ୍କ ଏକମାତ୍ର ଅଳି ଅଳି କନ୍ୟା ସେ। ବାପାଙ୍କ ବିନା ତାର ଘଟିଏ ମଧ୍ୟ ଶାନ୍ତି ନଥାଏ । ସେ ବାପାଙ୍କ ପଛେ ପଛେ ଯାଇ ପହଞ୍ଚି ଯାଏ ରାସ୍ତା କଡରେ । ମହାଜନ ବାବୁ ନନ୍ଦିନୀକୁ ଦେଖି ଆଶ୍ଚର୍ଯ୍ୟ ଥିଲେ । ତାକୁ ଫେରେଇ ନେବାକୁ ରବିକୁ କହିଲେ ମାତ୍ର ନନ୍ଦିନୀର ଜିଦି ଆଗେ ସଭିଙ୍କୁ ହାରିବାକୁ ହେଲା ।

      ଆହତ ଜଣକଙ୍କୁ ଉଠେଇ ଗାଁ ଭିତରକୁ ଆଣାଗଲା । ତାଙ୍କ ଚେତା ନଥିବାରୁ ପାଣି ଛାଞ୍ଚି କିଛି ସମୟ ଅପେକ୍ଷା କଲେ । ଯୁବକଙ୍କ ଚେତା ଆସିବା ପରେ ପଚାରି ବୁଝିଲେ ଯେ ସେ ହେଉଛନ୍ତି ଜଣେ ସରକାରୀ ଅଧିକାରୀ । ଗ୍ରାମର ଉନ୍ନତି ବୁଝିବା ପାଇଁ ଆସିଥିଲେ । ହେଲେ ଆସୁ ଆସୁ ତାଙ୍କୁ ବହୁତ ଡେରି ହେଲା ଏବଂ ବାଟରେ କିଛି ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କଲେ । ଯାହାର ଫଳ ସ୍ୱରୂପ ସେ ହେଲେ ଆହତ ଏବଂ ଦୁର୍ବୃତ୍ତ ପାଇଲେ ସଫଳତା ।

      ନନ୍ଦୀନି ସରକାରୀ ବାବୁଙ୍କ କଥା ଶୁଣି ମନରେ ଦୁଃଖ ପ୍ରକାଶ କଲା । ବାପାଙ୍କୁ ଅନୁରୋଧ କରି ତାଙ୍କୁ ତାଙ୍କ ଘରକୁ ନେଇଗଲା । ସେଠି ସରକାରୀ ବାବୁଙ୍କ ସମସ୍ତ ଯତ୍ନ ଖୁବ୍ ସୁନ୍ଦର ଭାବେ ରଖିଲାରୁ ସେ ଶୀଘ୍ର ସୁସ୍ଥ ହେଲେ । ତା ପରେ ସେ ଗ୍ରାମର ତଦାରଖ ରଖି ଗ୍ରାମର ଉନ୍ନତି ପାଇଁ ସମସ୍ତ ବନ୍ଦୋବସ୍ତ କରିଦେଲେ । 

     ପ୍ରାୟ ମାସକର ପରେ ସେ ଗାଁରୁ ବିଦାୟ ମାଗିଲେ । ନନ୍ଦିନୀ ତାଙ୍କୁ ବିଦାୟ ଦେବା ବେଳକୁ ଭୋ ଭୋ କାନ୍ଦୁଥାଏ । ନନ୍ଦିନୀର ଲୁହ ତାଙ୍କୁ ଭାରି ବ୍ୟଥିତ କରିଦିଏ । ସେ ମହାଜନଙ୍କ ପାଖକୁ ଯାଇ ନନ୍ଦିନୀକୁ ନିଜ ଝିଅ ରୂପେ ଗ୍ରହଣ କରିବାର ଅଭିଲିପ୍ସା ପ୍ରକାଶିତ କରନ୍ତି । ମହାଜନ ରାଜି ନଥାଏ । ହେଲେ ସରକାରୀ ବାବୁଙ୍କ ଅନୁରୋଧ କ୍ରମେ ନନ୍ଦିନୀ ଦୁଇ ଦୁଇ ପରିବାର ର ରାଜନନ୍ଦିନୀ ହୋଇରହେ ।


Rate this content
Log in

Similar oriya story from Drama