STORYMIRROR

jyotsna mayee panda

Inspirational

3  

jyotsna mayee panda

Inspirational

ରାଜକୁମାରୀ ଶିଳ୍ପୀକା

ରାଜକୁମାରୀ ଶିଳ୍ପୀକା

3 mins
216

ଅବନ୍ତୀ ର ରାଜା ଥିଲେ ସୁଧମ୍ମା l ସେ ଖୁବ ପ୍ରଜା ବତ୍ସଳ, ବିଦୁଷ୍କ ରାଜା ଥିଲେ l ପ୍ରଜା ମାନେ ତାଙ୍କ ଭଳି ଜଣେ ସୁଜ୍ଞ ଆଉ ସୁଯୋଗ୍ୟ ରାଜା ପାଇ ଖୁବ ଖୁସି ରେ କାଳାତିପାତ କରୁଥିଲେ l ରାଜାଙ୍କର ଗୋଟେ ସୁନ୍ଦରୀ କନ୍ୟା ରତ୍ନ ଥିଲେ... ନାଁ ଥିଲା ଶିଳ୍ପୀକା l ଆଉ ଗୋଟେ ସୁଶାନ୍ତ ସୁଶୀଲ ଜ୍ଞାନବନ୍ତ ପୁଅ ଋତୁରାଜ ଥିଲେ l ରାଜକୁମାରୀ ଶିଳ୍ପୀକା ଦେଖିବାକୁ ଯେମିତି ସୁନ୍ଦରୀ ଥିଲେ ସେମିତି ସୁନ୍ଦର ଥିଲା ତାଙ୍କ ଲେଖନୀ l ତାଙ୍କ ଲେଖନୀ ଥିଲା ଖୁବ ସଂସ୍କୃତ ଓ ମାର୍ଜିତ l ରାଜା ବିଦୁଷୀ ଝିଅ କୁ ନେଇ ଖୁବ ଗର୍ବିତ ଥିଲେ l ମଝିରେ ମଝିରେ ନିଜ ରାଜ୍ୟ ରେ କବି ସମ୍ମିଳନୀ ଡକାଉ ଥିଲେ ଓ ଶ୍ରେଷ୍ଠ କବି ମାନଙ୍କୁ ବିଭିନ୍ନ ମୂଲ୍ୟବାନ ଜିନିଷ ପୁରସ୍କାର ରୂପେ ଦେଇ ସମ୍ମାନ କରୁଥିଲେ l ରାଜ୍ୟଟା ଧନ ସମ୍ପଦରେ ପୂର୍ଣ୍ଣ ଥିଲା କାହାର କିଛି ଅଭାବ ନ ଥିଲା l ରାଜାଙ୍କ ରାଜ୍ୟରେ ସୁନାର କପୋତ ଉଡ଼ୁ ଥିଲା l ରାଜକୁମାରୀ ଶିଳ୍ପୀକା ଓ ରାଜକୁମାର ଋତୁରାଜଙ୍କ ବିବାହ ସମୟ ଉପସ୍ଥିତ ହେଲା l ରାଜା ନିଜ ନିଜ ପସନ୍ଦ ପଚାରିବାରୁ ରାଜକୁମାର କହିଲେ "ଆପଣ ମୋ ଜନ୍ମ ଦାତା ଆଉ ମୋ ଉପରେ ଆପଣଙ୍କ ସର୍ବୋଚ୍ଚ ଅଧିକାର ରହିଛି ମୋ ପାଇଁ ଆପଣ ହେଉଛନ୍ତି ସେ ସ୍ୱର୍ଗ ଠୁ ବଳି ଉଚ୍ଚ ଆଉ ସେ ସ୍ୱର୍ଗ ଠୁ ବି ଉଚ୍ଚ ଆପଣଙ୍କ ସ୍ନେହ, ପ୍ରେମ ତେଣୁ ଆପଣଙ୍କ ଇଚ୍ଛାରେ ମୁଁ ଯାହାକୁ କହିବେ ତାକୁ ବାହାହେବି ମୋର ନିଜସ୍ୱ କୌଣସି ପସନ୍ଦ ନାହିଁ l କିନ୍ତୁ ରାଜକୁମାରୀ ଖୁବ ବିଦୁଷୀ ହେଲେ ମଧ୍ୟ ମନ ରେ ନିଜ ଜ୍ଞାନ ପାଇଁ.....

ଖୁବ ଅହଂକାର ଭରି ରହିଥିଲା l ରାଜ୍ୟବାସୀଙ୍କୁ ମଧ୍ୟ ଏ କଥା ଜଣା ଥିଲା ହେଲେ" ବଡ ଘର ବଡ ଗୁମର କଥା "ଆଉ ଏକଥା ରାଜାଙ୍କୁ କେହି କହିବାକୁ ସାହସ କରୁ ନ ଥିଲେ l କିନ୍ତୁ ମନେ ମନେ ସମସ୍ତେ ଜାଣୁଥିଲେ l ରାଜା ରାଜକୁମାରୀଙ୍କୁ ନିଜ ପସନ୍ଦ ବିଷୟରେ ପଚାରିବାରୁ ସେ କହିଲେ "ଦେଖନ୍ତୁ ମହାରାଜ ଆପଣଙ୍କ ଗୋଟେ କନ୍ୟା ହିସାବରେ ମୋର ଜ୍ଞାନ ଗାରିମା ବିଷୟରେ ଖୁବ ଅନୁଭବୀ ସେଥିପାଇଁ ମୋ ଯୋଗ୍ୟ ବର ମୁଁ ନିଜେ ଚୟନ କରିବି l ଆପଣ ଗୋଟେ କବି ସମ୍ମିଳନୀ ଡାକନ୍ତୁ ଯୋଉଠି ବିଭିନ୍ନ ରାଜ୍ୟ ରୁ କବି ତଥା ବିଦ୍ୱାନ ଗଣ ଭାଗ ନେଇ ପାରିବେ ଆଉ ସେ ପ୍ରତିଯୋଗିତା ରେ ଯେ ମତେ ହରାଇ ପାରିବ ତାକୁ ମୁଁ ବରଣ ମାଳା ଦେଵି l ବିଦୁଷୀ ରାଜକୁମାରୀଙ୍କ କଥା ରାଜାଙ୍କ ମନକୁ ପାଇଲା l ସେ ରାଜ୍ୟ ଭିତରୁ ଆଉ ଅନ୍ୟ ରାଜ୍ୟରୁ ମଧ୍ୟ ଜ୍ଞାନୀ ବିଦୂଷକଙ୍କୁ ଡାକିଲେ l ଭିନ୍ନ ଭିନ୍ନ ଦେଶର ସୁନ୍ଦର ରାଜକୁମାର ସବୁ ଆସି ସେ ସଭାର ଶୋଭାକୁ ମଣ୍ଡନ କଲେ l ସମସ୍ତଙ୍କ ଭିତରେ ଜ୍ଞାନ, ସାହିତ୍ୟ, ପୁରାଣ ଆଦିର ତର୍କ ବିତର୍କ ଚାଲିଲା କିନ୍ତୁ କେହିବି ରାଜକୁମାରୀଙ୍କ ସମକକ୍ଷ ହୋଇ ପାରିଲେ ନାହିଁ l ତାଙ୍କ ବିଚକ୍ଷଣ ଜ୍ଞାନ ବଳ ରେ ସମସ୍ତଙ୍କୁ ପରାସ୍ତ କରି ଦେଉ ଥିଲେ l ସେଇ ସଭା ମଧ୍ୟରେ ଜଣେ ସାଧାରଣ ସିପାହୀଙ୍କ ପୁଅ ମଧ୍ୟ ଥିଲେ l ତାଙ୍କ ବୁଦ୍ଧି ବି ଥିଲା ଖୁବ ବିଚକ୍ଷଣ ଆଉ ସାହିତ୍ୟ ସାଧନାରେ ଥିଲେ ଅତି ନିପୁଣ ହେଲେ ରାଜ୍ୟରେ ତାଙ୍କ ପ୍ରତିଭାକୁ କେହି ଜାଣି ନ ଥିଲେ l ସେ ସଭାରେ ସେଥିପାଇଁ ସେ ଗୋଟେ କୋଣ ରେ ଛିଡା ହୋଇ ଏ ସମସ୍ତଙ୍କୁ ଅନୁଧ୍ୟାନ କରୁଥିଲେ l ଗୋଟେ ଛୋଟିଆ କର୍ମଚାରୀର ସନ୍ତାନ ହୋଇ ଥିବାରୁ ଏ ବିଦୂଷକ ସଭା ରେ ଯୋଗ ଦେବାକୁ ଟିକେ କୁଣ୍ଠାବୋଧ କଲେ l ସମସ୍ତ ରାଜକୁମାର ହାରିଯିବା ପରେ ରାଜା ସାଧାରଣ ଜନତାଙ୍କୁ ବିତର୍କରେ ଭାଗ ନେବା ପାଇଁ ଅନୁରୋଧ କଲେ l ଭାବିଲେ ଏ ଭିତରେ ବି ରାଜକୁମାରୀଙ୍କ ଭାବି ସ୍ୱାମୀ ଥିବେ l ଆଉ ରାଜାଙ୍କ କଥାକୁ ସମ୍ମାନ ଜଣାଇ ସେ ସଭା ମଧ୍ୟ ରେ ଉପସ୍ଥିତ ହୋଇ ରାଜକୁମାରୀଙ୍କ ବିତର୍କରେ ଭାଗ ନେଲେ କିନ୍ତୁ ଏ କଣ.... ତାଙ୍କ ଜ୍ଞାନକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲେ ବାସ୍ତବରେ ସେ ଥିଲେ ମହା ଜ୍ଞାନୀ ଆଉ ପ୍ରଖର ସାହିତ୍ୟ ସାଧନାର ଅଧିକାରୀ ଶେଷରେ ସେ ରାଜକୁମାରୀଙ୍କୁ ପରାସ୍ତ କରିଦେଲେ ନିଜ ଜ୍ଞାନ ବଳ ରେ...l. . ଗୋଟେ ସାଧାରଣ ସିପାହୀ ର ପୁତ୍ର କୁ ଅହଂକାରୀ ରାଜକୁମାରୀ କେବେ ବି ବିବାହ କରିବାକୁ ଚାହୁଁ ନ ଥିଲେ କିନ୍ତୁ ତାଙ୍କ କହିବା ଅନୁସାରେ ସେ ଆଜି ଜିତି ଯାଇଛନ୍ତି କିନ୍ତୁ ରାଜା ସେଦିନ ନିଜ ଝିଅର ଅହଂକାର କୁ ଠିକ ବୁଝି ପାରିଲେ ଓ ଜଣେ ସାଧାରଣ ଯୁବକ ର ଅସାଧାରଣ ପ୍ରତିଭା ଠିକ ଚିହିଁ ଥିଲେ ଠିକ ସେ ଅଭିଜ୍ଞ ଜୋହରୀ ପରି ସେଥିପାଇଁ ସେ ସାଧାରଣ ଯୁବକ ଙ୍କୁ ବରଣ ମାଳା ଦେବାକୁ ରାଜକୁମାରୀଙ୍କୁ କହିଲେ ଆଉ ଅନିଚ୍ଛା ସତ୍ତ୍ୱ ତାଙ୍କୁ ସେ ନିଜ ସ୍ୱାମୀ ରୂପେ ବରଣ କଲେ l ରାଜକୁମାରୀ ଉପଯୁକ୍ତ ଶିକ୍ଷା ପାଇଥିବାରୁ ସମସ୍ତେ ଖୁସି ହେଲେ l ରାଜା ନିଜ ଝିଅକୁ ବୁଝାଇ କହିଲେ "ଆମ ପାଖରେ ଯେତେ ଧନ ଥିଲେ କି ଜ୍ଞାନ ଥିଲେ ବି ତାକୁ ନେଇ ଅହଂକାର କରିବା ଅନୁଚିତ କାରଣ ସେ ସବୁ ସେ ଭଗବାନଙ୍କ ଦାନ... ରାଜକୁମାରୀ ନିଜ ଭୁଲ ପାଇଁ ସମସ୍ତଙ୍କୁ କ୍ଷମା ମାଗିଲେ l ରାଜା ନିଜ ଅର୍ଦ୍ଧେକ ରାଜ୍ୟ ସେ ବିଦ୍ୱାନଙ୍କୁ ଦାନ କଲେ ଆଉ ଅର୍ଦ୍ଧେକରେ ରାଜକୁମାରଙ୍କୁ ରାଜା କରି ନିଜେ ଗୃହସ୍ଥ ଜୀବନ ତ୍ୟାଗ କରି ତପସ୍ୟା ପାଇଁ ବନକୁ ଚାଲି ଗଲେ...... ।


(ବି :ଦ୍ର ପ୍ରତିଭା କେବେ ଲୁଚି ରହେନା ସମୟ ଓ ପରିସ୍ଥିତି କୁ ଖାଲି ଅପେକ୍ଷା କରି ଥାଏ... ସେଥିପାଇଁ ନ୍ୟୁଟନ କହିଥଲେ ପୃଥିବୀ ଜ୍ଞାନର ସାଗର ହେଲେ ମୁଁ ଗୋଡ଼ି ଟିଏ ସଂଗ୍ରହ କରି ପାରିଛି ଯେ ଯେତେ ଜ୍ଞାନୀ ହେଲେ ବି ଗର୍ବ କରିବା ଉଚିତ ନୁହଁ )



Rate this content
Log in

Similar oriya story from Inspirational