Trushna Das

Inspirational

3  

Trushna Das

Inspirational

ରାଜକୀୟ ସେବା

ରାଜକୀୟ ସେବା

7 mins
200


ପ୍ରତ୍ୟେକ ମଣିଷର ଦୁଇ ପ୍ରକାରର ମନ ଥାଏ। ଗୋଟିଏ ହେଉଛି ଭଲ ମନ ଆଉ ଗୋଟିଏ ହେଉଛି ପାପ ମନ। ଯଦି ଆମେ ଭଲ ମନ କଥା ଶୁଣିବା ତେବେ ଆମେ ଜୀବନରେ ସଫଳତା ହେବା। ଆଉ ଯଦି ଆମେ ପାପ ମନ କଥା ମାନି କାମ କରିବା ତାହା ହେଲେ ହୁଏ ତ ଆମେ ସଫଳତା ପାଇଯିବା ହେଲେ ସବୁ କିଛି ହରାଇ ବସିବା। ଭଲ ମନରେ ସ୍ନେହ, ଶ୍ରଦ୍ଧା, ମମତା, ସତ୍ୟ, ତ୍ୟାଗ, ବିବେକ ପୂର୍ଣ୍ଣ କଥା, ଅନ୍ୟର ଖୁସିରେ ସୁଖ ପାଇବା ଥିବା ବେଳେ ପାପ ମନରେ ଥାଏ ଛଳନା, କାମନା, ଲୋଭ, ଯୋଜନା, ମିଥ୍ୟା, କୁକର୍ମ ଆଦି। ସେଥିପାଇଁ ସେଇ ଲୋକ ହିଁ ସଫଳତା ପାଏ ଯିଏ ଭଲ ମନରେ କାମ କରେ। ଏମିତି ଗୋଟିଏ କାହାଣୀ ହେଉଛି ବିମଳର।


ବିମଳ ଗୋଟିଏ ଗାଆଁର ଗରିବ ପୁଅ। ତାର ପରିବାର କହିଲେ ସେ ଆଉ ତାର ମାଆ ଆଶା। ସେ ଗାଆଁ କଲେଜରେ ଡିଗ୍ରୀ ପାସ କରି କ୍ଷେତରେ ଚାଷ କାମ କରି ପେଟ ପୋଷୁଥିଲା। ଛୋଟ ବେଳେ ତାର ବାପା ଜମିଦାରଙ୍କ ଠାରୁ ଟଙ୍କା କରଜରେ ଆଣି ସେହି କ୍ଷେତ କିଣି ଥିଲେ। କରଜ କରିବା ସମୟରେ ତା ବାପା ଘର ଖଣ୍ଡକ ବନ୍ଧା ପକାଇ ଥିଲେ। 


ବିମଳ‌ ତାଙ୍କ ଘର ପାଖରେ ଥିବା ଶିବୁ କାକାଙ୍କ ଝିଅ ମିଲିକୁ ଛୋଟ ବେଳୁ ଭଲ ପାଉ ଥାଏ। ଶିବୁ କାକା ଆଉ ତା ବାପା ଦୁହିଁଙ୍କର ବିବାହ ମଧ୍ୟ ଠିକ କରି ଦେଇ ଥାଆନ୍ତି। ଦୁଇ ପରିବାର ଗୋଟିଏ ପରିବାରର ଭଳି ଚଳୁଥାଆନ୍ତି। ଯାହା ଯେମିତି ସୁଖ ଦୁଃଖରେ ଚାଳି ଥିଲା । ବିମଳ ବହୁତ ଶାନ୍ତ ପିଲାଟା। କେବେ କାହା ସହ ବଦମାସୀ କରେ ନାହିଁ। ତା ମାଆ ଠାରୁ ଭଲ ମନ ଓ ପାପ ମନ କଥା ଶୁଣିଛି। ସେଥିପାଇଁ ସେ ଭଲ ମନରେ କାମ କରେ । ସେ ମିଲିକୁ ଜୀବନ ଠାରୁ ବି ଅଧିକ ଭଲ ପାଏ । କିନ୍ତୁ ଏ ଯାଏଁ ତା ସହ କିଛି ଖରାପ କାମ କରି ନାହିଁ କି ଦୁହେଁ ନିଜ ସୀମା ପାର କରି ନାହାଁନ୍ତି। ହେଲେ ବର୍ଷେ ତଳେ ସେ ପରିବାର‌ ଉପରେ ଦୁଃଖର ପାହାଡ ଆସି ଖସି ପଡ଼ିଲା। ଦିନେ ଗୋଟିଏ ଦୁର୍ଘଟଣାରେ ତାର‌ ବାପା ମୃତ୍ୟୁ ବରଣ କଲେ। ସେତେବେଳେ ସେ ଡିଗ୍ରୀ ପରୀକ୍ଷା ଦେଇ ଥାଏ। ରେଜଲ୍ଟ ବି ଆସି ନ ଥାଏ। ଏବେ ଘର ଚଳାଇବା ଓ ମାଆ ଆଶାଙ୍କୁ ସମ୍ଭାଳିବା ଦାୟିତ୍ଵ ବିମଳର।


ମାଆ ଆଶାଙ୍କ ଦେହ ଭଲ ରହୁନ‌ଥାଏ। ତାଙ୍କୁ ଛାଡି ସହରକୁ ଯାଇ କେମିତି ବା ବିମଳ‌ କାମ କରି ଥାଆନ୍ତା। ସେପଟେ ଜମିଦାରଙ୍କ ଋଣ ନ ଶୁଝିଲେ ଜମିଦାର ମାଆ ପୁଅଙ୍କୁ ଏକା ସାଙ୍ଗରେ ସହରକୁ ଯିବା ପାଇଁ ଦେବ ନାହିଁ। ଶେଷରେ ସେ‌ ଗାଆଁରେ ରହି କ୍ଷେତରେ‌ ଚାଷ କାମ କରି ଘର‌ ଚଳାଇଲା ଏବଂ ଜମିଦାରଙ୍କ ଟଙ୍କା ଅଳ୍ପ ‌ଅଳ୍ପ କରି ସୁଝୁ ଥାଏ। ଆଶାର ଦେହ ଭଲ ରହୁ ନ ଥିବାରୁ ବିମଳ ଓ ମିଲିର ଲଗ୍ନଧରା କରି ଦିଆ ଗଲା। ଜଲଦି ବିବାହ ହେଲେ ମିଲି ଆସି ଆଶା ପାଖରେ ରହି ସେବା ଯତ୍ନ କରି ପାରିବ।


କିଛି ମାସ ଗଲା ପରେ ଦିନେ ହଠାତ୍ ଜମିଦାରର ଲୋକମାନେ ଆସିଲେ। ସେମାନେ ବିମଳର ଘରର ଜିନିଷ କାଢି ଫିଙ୍ଗିବା ପାଇଁ ଲାଗିଲେ ଏବଂ କହିଲେ ଯେ ଋଣ ସୁଝିବାକୁ ସମୟ ସୀମା ପାରେଇ ଗଲା।


ସେହି ସମୟରେ ମିଲିର ବାପା ବହୁତ ଅନୁରୋଧ କରିବାରୁ ଜମିଦାର କହିଲେ ଯଦି ଶିବ କାକା ତାଙ୍କ ଘର ବନ୍ଧା ପକାଇବେ ତେବେ ଯାଇ ବିମଳର ଘର ଦିଆ ଯିବ। ଆଉ ଜମି ଋଣ ନ ସୁଝିବା ଯାଏ ଜମିଦାର ବାବୁଙ୍କ ପାଖରେ ରହିବ। ଏବେ ବିମଳ ଆଉ କେମିତି ଗାଆଁରେ ରହି କାମ କରିବ । କିଛି ତ ସୁବିଧା ନାହିଁ। ଶେଷରେ ସେ ସହରକୁ ଯିବା ବୋଲି ସ୍ଥିର କଲା। ମିଲି କହିଲା ତୁମେ ସହରକୁ ଯାଅ । ମୁଁ ମାଆଙ୍କ କଥା ବୁଝୁ ଥିବି।


ବିମଳ‌ ଗାଆଁର ରାଜୁ ଭାଇଙ୍କୁ ଫୋନ କରି ସହରକୁ ଗଲା। ସହରର ଚାକଚାକ୍ୟ ପ୍ରଥମେ ତାକୁ ଅଡୁଆ ଲାଗୁ ଥାଏ। ହେଲେ ଆସ୍ତେ ଆସ୍ତେ ସେ ସେଥିରେ ପଡ଼ିଗଲା। ତାର ଗୋଟିଏ କଥା ମନେ ପଡୁ ଥାଏ ଟଙ୍କା ପାଇଁ ଗାଆଁରେ ତାର ଓ ତା ମାଆର ଏତେ ଅପମାନ ହେଲା, ସେ ଯେମିତି ବି ହେଉ ଟଙ୍କା ଉପାର୍ଜନ କରି ଧନୀ ହେବ। ଚାକିରୀ ଭଲ ମିଳୁ ନ ଥାଏ ।ଏବେ ଭଲ ମନ ଉପରେ ପାପ ମନ‌ ଭାରି ପଡ଼ିଲା। ରାଜୁ ଭାଇ ଗୋଟିଏ ଧନୀ ଝିଅକୁ ଫସାଇ ବିବାହ କରି ଧନୀ ହୋଇ ଯିବ ବୋଲି ଶୁଣିଲା। ସେ କଣ କରିବ ଭାବୁ ଥାଏ। ଶେଷରେ ମଦ ପିଇବା ଆରମ୍ଭ କରି ଥାଏ। ଛୋଟ ଚାକିରୀ ରୁ ଯାହା ପାଏ ନିଜ ଖର୍ଚ୍ଚ ପରେ ଅଳ୍ପ ସ୍ୱଳ୍ପ ଯାହା ବଳେ ମାଆ ପାଇଁ ପଠାଏ। ଧିରେ ଧିରେ ମିଲିକୁ ଭୁଲିବାରେ ଲାଗିଲା। କେବଳ‌ ତା ମନରେ ଧନର‌ ନିଶା। ଲୋଭ ତାକୁ ଗ୍ରାସ କରି ଥାଏ। ରାଜୁ ଭାଇ ସେ ଧନୀ ଝିଅକୁ ବିବାହ କରି ରହିଲା। ସାଙ୍ଗରେ ବିମଳ‌ ବି ରାଜୁ ଭାଇର ଶଶୁର ଅଫିସରେ କାମ କଲା। ଥରେ ସେ ରାଜୁ ଭାଇ ସହ କ୍ଲବ ଯାଇ ଥାଏ। ସେଠାରେ ତା'ର ନଜର‌ ପଡ଼ିଲା ନତାସା ଉପରେ। ନତାସା ଦେଖିବା ପାଇଁ ବହୁତ ସୁନ୍ଦର। ଉପରେ ଗୋଟିଏ ଛୋଟ ଟି-ସାର୍ଟ ଓ‌ ତଳେ ପିନ୍ଧି ଥାଏ ଟିନି ସ୍କାର୍ଟ୍। ତା ଉପରୁ ନଜର‌ ବିମଳର‌ ଯାଉ ନ ‌ଥାଏ। ନତାସାର ବେଶରୁ ଜଣା ପଡୁଥାଏ ସେ ବହୁତ ଧନୀ ଘରର ଝିଅ। ସେଇ ସମୟରେ ‌ରାଜୁ ଭାଇ କହିଲେ ସେ ହେଉଛି ନତାସା ରାୟ। ସେ ସହରର ସବୁଠାରୁ ବଡ଼ ବ୍ୟବସାୟୀ ‌ରଞ୍ଜନ ରାୟଙ୍କ ଏକ ମାତ୍ର ଝିଅ। ସେ ତାଙ୍କ ସ୍ତ୍ରୀ ରିତିକାର ସାଙ୍ଗ। କିଛି ଦିନ ତଳେ ନତାସାର ବିବାହ ଭାଙ୍ଗିଛି। ପିଲାଟା ଟଙ୍କା ପାଇଁ ଫସାଇ ବିବାହ କରିବାକୁ ଯାଉଥିଲା । ହେଲେ ନତାସା ସହ ଖରାପ ବ୍ୟବହାର କରୁ ଥିବାରୁ ଆଉ ତାର ସତ କଥା ଲୁଚାଇ ଥିବାରୁ ବିବାହ ଭାଙ୍ଗିଗଲା‌। ଏବେ ବିମଳର ମନରେ ପାପ ଆସୁ ଥାଏ।


ନତାସା ମଦ‌ ପିଇ ନିଶା ହୋଇ ଯାଇ ଥାଏ। ସେ ଠିକରେ ଚାଲି ପାରୁ ନ ଥାଏ। ସେଇ ସମୟରେ ତାର ଯେଉଁ ପୁଅ ସହ ବିବାହ ଭାଙ୍ଗି ଥିଲା ସେ ଆସି ନତାସା ସହ ଖରାପ ବ୍ୟବହାର କରୁ ଥିବା ସମୟରେ ବିମଳ ଯାଇ ନତାସାକୁ ତା ଠାରୁ ବଞ୍ଚାଇଲା। ଆଉ ନତାସାକୁ ତା ଘରକୁ ନେଇ ଗଲା। 


ନତାସାର ବାପା ବିମଳ ଠାରୁ କ୍ଲବରେ ଘଟି ଥିବା ଘଟଣା ବିଷୟରେ ଶୁଣିଲେ। ସେ ବିମଳକୁ‌ ପଚାରିଲେ କଣ କରନ୍ତି ବୋଲି। ବିମଳ‌ କହିଲା ସେ ଗୋଟିଏ ଗରିବ ଘରର‌ ପୁଅ। ବାପା ଗଲା ପରେ ତାଙ୍କ କରଜ ସବୁ ସୁଝିବା ପାଇଁ ସେ ସହରକୁ ଆସି ଜଣେ ଭାଇ ପାଖରେ ରହି ଗୋଟିଏ ଛୋଟ ଚାକିରୀ କରୁଛି। ସେ ରିତିକା ଭାଉଜ କଥା ମଧ୍ୟ କହିଲା।


ରଞ୍ଜନ ବାବୁ ବିମଳକୁ‌ ନତାସାର ବୋଡିଗାର୍ଡ ଭାବରେ‌ କାମ କରିବା ପାଇଁ କହିଲେ ଏବଂ ତା ବଦଳରେ ବହୁତ ଟଙ୍କା ଦେବେ ବୋଲି କହିଲେ। ଏଥିରେ ବିମଳ‌ ଖୁସି ହୋଇ ଗଲା। ସେ ନତାସା ସହ ତାର ବଡିଗାର୍ଡ ହୋଇ ରହିଲା। ତାର ନତାସା ଘରର ରାଜକୀୟ ସେବାରେ ଲୋଭ ଆସିଲା‌।ସେ ନତାସାକୁ ପଟାଇବାରେ ଲାଗିଲା। ଧିରେ ଧିରେ ବିମଳ‌ ପ୍ରତି ନତାସା ଆକର୍ଷିତ ହେଲା। ଆଉ ତାକୁ ତାର ଜୀବନ ସାଥି କରିବା ପାଇଁ ସ୍ଥିର କଲା।


ସେପଟେ ମିଲି ସିଲେଇ ସେଣ୍ଟର ଗାଆଁରେ ଖୋଲି ଅଳ୍ପ ରୋଜଗାର କରୁ ଥାଏ। ଦିନେ ହଠାତ୍ ବିମଳ ଘରକୁ ଆସି ଥାଏ। ଗୋଟିଏ ବଡ ଗାଡ଼ି ଧରି ଗାଆଁରେ ପହଞ୍ଚିଲା। ତା ଗାଡି ଦେଖି ସବୁ ଗାଆଁରେ ଆଶ୍ଚର୍ଯ୍ୟ ହୋଇ ଗଲେ। ମାଆ ଆଶାଙ୍କୁ କହିଲା ସେ ଗୋଟିଏ ବଡ଼ ଚାକିରୀ କରିଛି। ମିଲି ବିମଳ‌ ଆସିବା ଆଗରୁ ଆଶାଙ୍କ ପାଇଁ ରୋଷେଇ କରିଦେଇ ଦୋକାନକୁ ଯାଇ ଥାଏ।ସେ ବିମଳ ଆସିବା କଥା ଜାଣି ବି ନଥାଏ। ହେଲେ ବିମଳ ‌ଆସି ସନ୍ଧ୍ୟା ଯାଏଁ ରହିଲା ହେଲେ ଥରୁଟିଏ ବି ମିଲି କଥା ପଚାରିଲା ନାହିଁ । ଆଶା ବିମଳର ପାପ ମନକୁ ପଢି ପାରିଲେ ଏବଂ ପଚାରିଲେ କଣ ହେଇଛି ତୁ ଆସି ଯିବା ପାଇଁ ବାହାରିଲୁଣି, ଏ ଯାଏଁ ମିଲି କଥା ପଚାରିଲୁ ନାହିଁ।


ଠିକ ଏତିକି ବେଳେ ମିଲି ଗାଆଁ ଲୋକଙ୍କ ଠାରୁ ବିମଳ ଆସିଛି ଶୁଣି ତା'ର ମନ ପସନ୍ଦର ପିଠା କରି ଆଣି ବାହାରେ ପହଞ୍ଚି ଥାଏ । ସେ ଶୁଣିଲା ମାଆ ମୁଁ ମିଲିକୁ ନୁହେଁ ନତାସାକୁ ବିବାହ କରିବି। ଆଶା ଏଥିରେ ବିରୋଧ କଲେ। ହେଲେ ସେ ନତାସାର ରାଜକୀୟ ସେବାର ଲୋଭରେ ବୁଡି କହିଲେ ମାଆ ତୁ ତାକୁ ମୋ ତୋ ବୋହୂ ବୋଲି ମାନ କି ନ ମାନ ମୁଁ ନତାସାକୁ ବିବାହ କରିବି। ଆଶା ବିମଳକୁ ଧିକ୍କାର କରି ଘରୁ ବାହାର ‌କରି ଦେଲେ ଏବଂ ତା'ର ସବୁ ଟଙ୍କା ଫେରାଇ ଦେଲେ। କବାଟ ପାଖରେ ମିଲି ପଥର ପରି ଛିଡା ହୋଇ ଥାଏ। ବିମଳ ମିଲିକୁ ଦେଖି ଘୃଣାରେ ମୁହଁ ଫେରାଇ ଚାଲି ଗଲା।


ବିମଳ‌ ଗଲା ପରେ ଆଶାଙ୍କ ଦେହ ଖରାପ ହେଲା। ମିଲି ଆଶାକୁ ନେଇ ସହରକୁ ଗଲେ। ଯିବା ଆଗରୁ ବିମଳକୁ ଫୋନ‌ କଲା । ହେଲେ ବିମଳ ଫୋନ ଉଠାଇଲା ନାହିଁ। ସହରର ବଡ଼ ଡ଼ାକ୍ତରଖାନାରେ ଆଶାଙ୍କ ଚିକିତ୍ସା କରାଇଲା। ଡାକ୍ତର କହିଲେ ହାର୍ଟ ଆଟାକରେ ଆଶାଙ୍କର ‌ପାରାଲିସିସ୍ ହୋଇଛି। ସେଠାରେ ରହି ଚିକିତ୍ସା କରିବା ପାଇଁ ପଡିବ। ମିଲି ବିମଳକୁ ଫୋନ‌ କଲା ବେଳକୁ ଫୋନ‌ ସୁଇଚ ଅଫ। ଶେଷରେ ସେ ସହରରେ ରହି ଚାକିରୀ କଲା। ଗୋଟିଏ ବୁଟିକରେ ରହି ସିଲାଇ କଲା ଓ ଟଙ୍କା ଆଣି ଆଶାଙ୍କ ଚିକିତ୍ସା କଲା।


ଭାଗ୍ୟକୁ ସେଇ ବୁଟିକ୍ ନତାସାର ବିବାହର ଶାଢୀ ଓ ଡ୍ରେସର ଦାୟିତ୍ଵ ନେଇ ଥାଏ। ନତାସାର ହଳଦୀ ଦିନ ମିଲି ତାର ସଙ୍ଗୀତ ପାଇଁ ଘାଘରା ଚୋଳି ନେଇ ନତାସା ଘରକୁ ଗଲା। ହଳଦୀ ଚାଳି ଥାଏ। ବିମଳର ହଳଦୀ ଲଗା ହେଲା ପରେ ନତାସା ପାଇଁ ନେଇ ଆସିଲା ବେଳକୁ ସେ ହଳଦୀ ମିଲି ଉପରେ ପଡ଼ି ଗଲା। ମିଲିକୁ ସେଥି ଦେଖି ବିମଳ ଆଶ୍ଚର୍ଯ୍ୟ। ମିଲି ବିମଳକୁ ବିବାହ କରୁ ଥିବା ଦେଖି କାନ୍ଦି କାନ୍ଦି ସେଠାରୁ ଚାଲି ଆସିଲା। ବିମଳ ତା ପଛେ ପଛେ ଆସି ଗାଡ଼ି ପାଖରେ କହିଲା ଏଠିକୁ କଣ ପାଇଁ ଆସିଛୁ। ମୋ ବାହାଘର ଭାଙ୍ଗିବା ପାଇଁ କି ? ସେଇ ସମୟରେ ନତାସା ଆସି କହିବ ମିଲି ଡ୍ରେସର ‌ଫିଟିଂ ଭଲ ଅଛି। ଆଉ କାଲି ମୋ ଦୁଲହନ ଶାଢ଼ୀ ନେଇ ଆସି ମୋତେ ପିନ୍ଧେଇ ଦେବ।


ମିଲିକୁ ବିମଳ ଆଉ କିଛି କହି ପାରିଲା ନାହିଁ। ତାପରେ ଫାଙ୍କା ଦେଖି ସେ ମିଲି କାମ କରୁ ଥିବା ଜାଗାକୁ ଗଲା। ମିଲିକୁ ଡାକିବାରୁ ମିଲି କହିଲା ସାର୍ କଣ ହେଲା ମୋ ପାଖରେ କିଛି କାମ ଅଛି କି ?


ମିଲି ମୁହଁ ଦେଖି ବିମଳ ଜାଣି ପାରିଲା ଯେ ମିଲି ବହୁତ କାନ୍ଦିଛି। 


ବିମଳ କହିଲା ଏ ସାର କଣ କହୁଛୁ। ତୁ କଣ ମୋତେ ‌ଚିହ୍ନି ନାହୁଁ। 


ମିଲି : ମୁଁ ଯାହାକୁ ଚିହ୍ନି ଥିଲି ସେ ନତାସାର ରାଜକୀୟ ସେବାରେ ହଜି ଯାଇଛି। ଆଜି ଯିଏ ଏଠି ଆସିଛନ୍ତି ସେ ବିମଳ ବାବୁ... ମୋ ବିମଳ ନୁହେଁ।


ବିମଳଙ୍କୁ ଏ କଥା ବାଧୁ ଥାଏ। ସେ ପଚାରିଲେ ତୁ ଏଠି କଣ କରୁଛୁ।


ମିଲି : ମୋ ମାଆଙ୍କ ଦେହ ଖରାପ ଅଛି। ମୋତେ ସେଥିପାଇଁ ସହରକୁ ଆସିବା ପାଇଁ ପଡିଲା।


ବିମଳ : ତୋ ମାଆ ତୋ ଛୋଟ ବେଳୁ ନାହାଁନ୍ତି।


ମିଲି : ମୋ ଆଶା ମାଆ।


ବିମଳ କାନ୍ଦି କହିଲେ ମୋ ମାଆର କଣ ହୋଇଛି ଏ ମିଲି ମୋତେ ନେଇ ଯାଆ ତାଙ୍କ ପାଖକୁ।


ମିଲି : ତୁମେ ଆଉ ଆମ ବିମଳ ନୁହେଁ। ମୋବାଇଲ ସୁଚିତ ଅଫ କରି ଆଉ ଜଣକୁ ବିବାହ କରୁଛ । ତୁମର‌ ଡେରି ହୋଇ ଯିବ। ମୋର ବି ଡେରି ହୋଇ ଯାଉଛି। ମୁଁ ଗଲେ ବାପା ଖାଇବା ପାଇଁ ଆସିବେ।


ବିମଳ ମିଲିର ହାତଧରି କହିଲେ ମୋତେ ମୋ ମାଆ ପାଖକୁ ନେଇ ଯାଆ ମିଲି। ମିଲି ମନା ନ କରି ତାକୁ ଡାକ୍ତରଖାନା ନେଇ ଗଲା। ଆଶାଙ୍କ ଅବସ୍ଥା ଦେଖି ବିମଳ ନିଜକୁ ଧିକ୍କାର କଲା। ଏବେ ସେ ତାର ଭୁଲ ବୁଝି ପାରି ଥାଏ। ହେଲେ କିଛି କହି ପାରୁ ନ ଥାଏ।


ବିବାହ ଦିନ ମିଲି ନତାସାର ଶାଢ଼ୀ ନେଇ ପିନ୍ଧାଉ ଥାଏ। ବିମଳ ମିଲିର ମନ କଥା ତା ମୁହଁରୁ ଜାଣି ପାରୁ ଥାଏ। ତାର ଭଲ ମନ ତାକୁ ଧିକ୍କାର କଲା ଯେଉଁ ଝିଅ ତାର ସବୁକିଛି ଟିକିଏ ଭଲ ପାଇବା ପାଇଁ ଉତ୍ସର୍ଗ କରି ଦେଲା ସେ ଝିଅକୁ ଛାଡି ସେ ରାଜକୀୟ ସେବାରେ ଲୋଭୀ ହୋଇ ନତାସାକୁ ବିବାହ କରୁଛି। ସେ ବିବାହ ଆଗରୁ ସବୁ କଥା ନତାସାକୁ କହି କ୍ଷମା ମାଗିଲା। ମିଲି ଡାକ୍ତରଖାନାରେ ବସି କାନ୍ଦୁ ଥାଏ। ସେଇ ସମୟରେ ବିମଳ‌ ବର‌ ବେଶରେ ଆସି ମିଲିକୁ ଟାଣି ଟାଣି ନେଇ ମାଆ ଆଶା ସାମ୍ନାରେ ମିଲିର ମୁଣ୍ଡରେ ସିନ୍ଦୂର ଦେଲା। ଆଉ ହାତରେ ଶଙ୍ଖା ପିନ୍ଧାଇ କହିଲା ମାଆ ତୋ ପୁଅ ଆଜି ଫେରି ଆସିଛି ରାଜକୀୟ ସେବାକୁ ଛାଡି। ତୋ ବୋହୂକୁ ତାର ଅଧିକ ଦେଇଛି। ଏବେ ତ ତୁ ଠିକ୍ ହୋଇଯାଆ।ମିଲିକୁ କ୍ଷମା ମାଗିଲା।


ରାଜୁ ଭାଇ ଠାରୁ ଟଙ୍କା ଧାରରେ ନେଇ ଗୋଟିଏ ବୁଟିକ୍ ଖୋଲିଲା‌ ଏବଂ ଆଶାଙ୍କ ଚିକିତ୍ସା କରାଇଲା। କିଛି ମାସ ପରେ ଆଶା ଧିରେ ଧିରେ ସମ୍ପୂର୍ଣ୍ଣ ଭାବେ ଠିକ ହୋଇ ଗଲେ। ଜମିଦାର ଓ ରାଜୁ ଭାଉଜଙ୍କ କରଜକୁ ବି ଧିରେ ଧିରେ ଦୁହେଁ ମିଶି ସୁଜି ଦେଲେ। ଏବେ ଖୁସିରେ ଦୁହେଁ ଘର ପରିବାର କଲେ।


ଠିକ ସମୟରେ ବିମଳ‌ ନିଜ ଭଲ ମନ କଥା ଶୁଣିବାରୁ ସବୁ ହରାଇ ମଧ୍ୟ ସବୁକୁ ଫେରି ପାଇଲା।ନ‌ ହେଲେ ରାଜକୀୟ ସେବା ପାଇ ମଧ୍ୟ ପ୍ରକୃତ ପ୍ରେମ ଓ ମାଆକୁ ହରାଇ ଦେଇ ଥାଆନ୍ତା।



Rate this content
Log in

Similar oriya story from Inspirational