STORYMIRROR

ଶିଶିର ସାହୁ ମନୋଜ

Fantasy

4  

ଶିଶିର ସାହୁ ମନୋଜ

Fantasy

ରାଜଦଣ୍ଡ

ରାଜଦଣ୍ଡ

1 min
213


ଜଣେ ରାଜା କୌଣସି କଥାରେ ଚିଡିଯାଇ ତାଙ୍କ ପତ୍ନୀକୁ କହୁଥାନ୍ତି "ପ୍ରକୃତରେ ତମେ ରାଣୀ ହେବାର ଯୋଗ୍ଯ ନୁହେଁ ! ତମେ ଜଣେ ଅସୁନ୍ଦରୀ କଳିହୁଡ଼ି ମାଇକିନା ! ତୁମକୁ ନିଜର ରାଣୀ କହିବାକୁ ମୋତେ ଲାଜ ଲାଗେ"

ରାଣୀ ବି ଛାଡ଼ିବା ଯନ୍ତୁ ନୁହନ୍ତି ସେ କହିଲେ "ତୁମେ ନିଜକୁ ରାଜା କହୁଛ କିନ୍ତୁ ତୁମେ ଜଣେ ବଡ଼ ବଡ଼ କଥା କହୁଥିବା କୁହାମୁଣ୍ଡା କପିଳା ଛଡ଼ା କିଛି ବି ନୁହେଁ"

ଏହା ଶୁଣି ରାଜା ଭୀଷଣ ରାଗିଯାଇ ରକ୍ତ ଚାଉଳ ଚୋବେଇଲେ ! ରାଗରେ ସେ ନିଜର ସ୍ବର୍ଣ୍ଣ ଶାସନ ଦଣ୍ଡରେ ରାଣୀଙ୍କ ମୁଣ୍ଡକୁ ପାହାରେ ପିଟିଦେଲେ ! 

ସେହିକ୍ଷଣି ରାଜ୍ଯର ନ୍ଯାୟମନ୍ତ୍ରୀ ସେଠାରେ ପହଞ୍ଚି ରାଜାଙ୍କୁ ଅଭିବାଦନ ପୂର୍ବକ କହିଲେ

 " ଅତି ଉତ୍ତମ ଛାମୁ ! ଏହି ରାଜଦଣ୍ଡକୁ ରାଜ୍ଯର ସବୁଠୁଁ ବଡ଼ କାରିଗର ଗଢ଼ିଥିଲେ ! ଏହା କଟୁସତ୍ଯ ଯେ ଦିନେ ରାଣୀ ଓ ଆପଣଙ୍କୁ ଲୋକେ ଭୁଲିଯିବେ କିନ୍ତୁ ଏହି ରାଜଦଣ୍ଡ ସୌନ୍ଦର୍ଯ୍ଯର ପ୍ରତୀକ ଭାବେ ପିଢ଼ି ପିଢ଼ି ଧରି ସାଇତା ହୋଇ ରଖାଯିବ ! ମଣିମା ! ଏବେ ତ ଏହି ରାଜଦଣ୍ଡ ଆହୁରି ମହତ୍ତ୍ବପୂର୍ଣ୍ଣ ଏବଂ ରାଜ୍ଯର ଅମୂଲ୍ଯ ସମ୍ପଦ ବିବେଚିତ ହେବ କାରଣ ଆପଣ ରାଣୀଙ୍କ ମସ୍ତକର ରକ୍ତରେ ଏହାର ଅଭିଷେକ କରିଦେଲେଣି ..."



Rate this content
Log in

Similar oriya story from Fantasy