STORYMIRROR

Rekharani Sahu

Tragedy Action

3  

Rekharani Sahu

Tragedy Action

ପୂର୍ଣ୍ଣଜନ୍ମ

ପୂର୍ଣ୍ଣଜନ୍ମ

4 mins
233

   ପ୍ରେମର ରଙ୍ଗ ହୋଲି ବୋଲି ସମସ୍ତେ ଜାଣନ୍ତି । ହୋଲି ରେ କେତେ ରଙ୍ଗ ବେରଙ୍ଗର ଖେଳ ହୁଏ। ରାଧା କୃଷ୍ଣ ଙ୍କ ରାସ ଆହା ସମସ୍ତଙ୍କର ଭାରି ପ୍ରିୟ । ଠାକୁର ବୁଲି ବୁଲି ଗାଁ ସାରା ଭୋଗ ଲାଗି ପାଆନ୍ତି । ତାହା ସବୁଠାରୁ ପ୍ରିୟ ସଭିଙ୍କର । ରାଧା କୃଷ୍ଣ ଶାଶ୍ଵତ ପ୍ରେମର ପ୍ରତୀକ ଏହା ତ ସଭିଙ୍କୁ ଜଣା । 

   

    ସେଦିନ ଥାଏ ୨୦୧୩ ମସିହା ଫେବୃୟାରୀ ୧୩ ତାରିଖ । ମନରେ ଅନେକ ଆଶା ନେଇ ଆମେ ୩ ସାଙ୍ଗ(ମୁଁ, ମୀରା ଆଉ ରାଧା) ବାହାରିଲୁ ଭୁନେଶ୍ବରbସ୍ଥିତ ହଷ୍ଟେଲ ରୁ ଗୋଟେ ସାଙ୍ଗ(ସିଲା) ଘର ଅଭିମୁଖେ । ମନରେ କେତେ ଆଶା ସାଙ୍ଗ ସହ ହୋଲି ଖେଲିବୁ । କେତେ ଦିନ ପରେ ଭେଟ ହେବ । ବସ୍ ରେ ବସି ଚାଲିଲୁ କଟକ ଜଗତପୁର ଅଭିମୁଖେ । ସେଠି ମୋ ସାଙ୍ଗ ଘରେ ତା ଡାଡ଼ି,ମମି, ଭାଇ, ଜେଜେ, ଆଉ ତାଙ୍କ ଶୁଆ । ସମସ୍ତେ ଖୁସି ବାସିଆ । ସେଦିନ ସନ୍ଧ୍ୟାରେ ପହଞ୍ଚି ଆମେ ତିନି ଜଣ ସାଙ୍ଗ ଯାଇ ତାଙ୍କ ଘରେ ପହଞ୍ଚିଲୁ । ଆଣ୍ଟି , ଅଙ୍କଲ ସ୍ନେହରେ ଆଦରି ନେଲେ ଆମକୁ । ସେଦିନ ରାତିରେ ପୁରା ହସ ମଜଗୁଲ୍ ରେ କଟିଲା । 


     ତା ପରଦିନ ହୋଲି । ସମସ୍ତେ ପୁରା ଖୁସ୍ । ରଙ୍ଗ ବେରଙ୍ଗ ହୋଲି ରେ ପୁରା ଦୁନିଆଁ ରଙ୍ଗୀନ୍ । ସେଦିନ ଆଣ୍ଟି ପୁରା ସ୍ଵାଦିଷ୍ଟ ଖାଦ୍ୟ କରିଥିଲେ । ପୁରି , ଚିଲି କୋବି, ମଟର ତରକାରୀ, ଆଉ ପକୋଡ଼ି, ପାମ୍ପଡ ଆଉ ସ୍ଵାଦିଷ୍ଟ ମିଠା । ପୁରା ନାକ ଯାଏଁ ସବୁ ଖାଇଦେଲୁ ହେଲେ ଆଉ ପାଣି ପିଆ ହେଇନଥିଲା । ଆଉ ପେଟରେ ପାଣି ଗଳିବାକୁ ଜାଗା ବି ନଥିଲା । ତାପରେ ରଙ୍ଗରେ ଖେଳ ଆରମ୍ଭ ସାଇ ପଡିଶା ବୁଲି ରଙ୍ଗ ଖେଳିଲୁ । ମୁଣ୍ଡରେ ମୁଣ୍ଡ ଫଟା ରଙ୍ଗ ବୋଳା ହେଲା । ମତେ ଟିକେ ଥଣ୍ଡା ରହେ ଆଉ ତା ସହ ମୋର ବହୁତ୍ ଚୁଟି । ମୁଁ କହିଲି ଦେଖ ମୋ ମୁଣ୍ଡରେ କେହି ଲଗେଇବନାହିଁ । ମୁଁ ମୁଣ୍ଡ ଧୋଇ ପାରିବିନି କିନ୍ତୁ ହୋଲି ରେ କିଏ ମୋ କଥା ଶୁଣୁଚି । ସବୁ ମିଶିକି ମୋ ମୁଣ୍ଡରେ ରଙ୍ଗ ବୋଳି ଦେଲେ ।


     ଏମିତି କିଛି ଘଣ୍ଟା ଖେଳରେ ଖେଳରେ ବିତିଗଲା । ସମୟ ବାରଟା ପରେ ହେବ ଆମେ ସବୁ ସାଙ୍ଗ ମିଶି ଗଲୁ ମହାନଦୀ ଗାଧେଇବାକୁ । ସିଲା ଘର ସାମ୍ନାରେ ମହାନଦୀ ବହିଯାଏ । ସେଇଠି ଗୋଟେ ଛୋଟ ଶନି ମନ୍ଦିର ଥିଲା , ତାକୁ ପାର ହେଇ କିଛି ବାଟ ଗଲେ ନଦୀ । ସବୁ ଝିଅ ବୋହୁ ସେଠି ଗାଧୋଉଥିଲେ , କିଏ ଲୁଗା ସଫା କରୁଚି, କିଏ ହଳଦୀ ତେଲ ଦେହରେ ମାଖି ହଉଚି । ଛୁଆ ମିଶି ମାଛ ଧରୁଛନ୍ତି । ସିଲା ତାର ପାଖରୁ ଗାଧେଇ ପଡ଼ି ପାହାଚରେ ବସିଲା । ମୁଁ , ମୀରା ଆଉ ରାଧା ମିଶି ନଦୀ ରେ ପଶିଲୁ । ବେଶି ପାଣି ନଥିଲେ ବି ଛାତି ଯାଏ ପାଣି ଥିଲା । ନିଜକୁ ପାଣିରେ ଲୁଚେଇ ଡ୍ରେସ ବଦଳାଇ ଓନି ଟେ ଦେହରେ ଗୁଡେ଼ଇ ହେଇ ସେ ଡ୍ରେସ୍ ରୁ ରଙ୍ଗ ଛଡେଇଲୁ ହେଲେ ରଙ୍ଗ ଯିବାର ନା ନଉନି । ହଟାତ୍ ନଜର ପଡିଲା ଉପର ଘାଟକୁ । ପୁରୁଷ ପୁଅ ମାନେ ଉପରେ ପହରି ଗଧଉଛନ୍ତି । 


     ତାପରେ ଆମେ ସବୁ ସେଇ ପାଣି ଭିତରେ ରହି ଗାଧେଇଲୁ। ସେଠି ଜଣେ ମାଉସୀ ପହଁରି କରି ଗାଧୋଉଥିଲେ । ଆମକୁ ମଜା ଲାଗିଲା । ଆମେ କହିଲୁ ମାଉସୀ ଆମକୁ ଟିକେ ପହଁରା ସିଖେଇଦେବ । ସେ କହିଲେ ହଁ । ତାପରେ ମୁଁ ମୋ ଚୁଟି ସାମ୍ପୋ କଲି । ଚୁଟି ରୁଖା ଋଖା ଲାଗିଲା ବୋଲି ସିଲା କୁ କହିଲି ଟିକେ କଣ୍ଡିସନର ଟା ଆଣି ଦେ । ସେ ଉପରକୁ ଯାଇଛି ଆଣିବାକୁ । ସେଇ ଭିତରେ ଘଟି ଗଲା ବଡ କାଣ୍ଡ । ସେ ମାଉସୀ ମତେ ଧରି ପହଁରା ଶିଖାଇବାକୁ ବାହାରିଲା ବେଳକୁ ମୀରା କହିଲା ସେ ଆସିବ ବୋଲି , ମୁଁ କହିଲି ଆସେ । ତା ପରେ ରାଧା କହିଲା ସେ ଆସିବ ବୋଲି ଆମେ କହିଲୁ ହଉ ଆସେ । ସେ ପାଣିରେ ପଶିଲା ବେଳକୁ ଧସେଇ ହେଇ ପଶିଲା । ପାଣି ଆମକୁ ଭିତରକୁ ଠେଲି ନେଲା । ସେଇ ସମୟରେ ମହାନଦୀର ପାଣି ଧାର ବଢ଼ିବାକୁ ଲାଗିଲା । ଆମେ ପାଣି ଭିତରେ ବୁଡ଼ି ଗଲୁ । ସେ ମାଉସୀ ଆମକୁ ରକ୍ଷା କରିବାକୁ ଚାହିଁଲେ ହେଲେ ସେ ପାରିଲେନି । ଆମେ ତିନି ଜଣ ମହାନଦୀ ସୁଅରେ । ରାଧା ଟିକେ ପାଖକୁ ଥାଏ । ମତେ ମୀରା ଧରିଥାଏ । ତା ହାତ ଖସି ଚାଲିଛି ମୋ ଓନୀ ର ତଳକୁ । ଦେଖା ଯିବ ଯେପରି ସେ ମୋ ତଳେ । ମୋ ଚୁଟି ଗୁଡା ମୁହଁରେ ପଡ଼ିଥିବାରୁ ମତେ କିଛି ଦେଖା ଯାଉନଥାଏ । ଦୁଇ ଥର ମୋ ମୁଣ୍ଡ ଉପରକୁ ଉଠିଲା ଥରେ ଦେଖିଲି ମୋ ହାତ ଉପରେ ହାତେ ପାଣି । ଆଉ ଥରେ ଗୋଟେ ମୁହଁରେ କଳା ବୋଳି ହେଇଥିବା ଲୋକ । ଆମେ ଭାସି ଚାଲିଚୁ। 


     ସିଲା କଣ୍ଡିସନର ଧରି ବୁଲିଲା ବେଳକୁ ଆମେ ଆଉ ନାହୁଁ । ସେ କାନ୍ଦ ବୋବାଳି ଛାଡ଼ିଲା । ଉପର ଘାଟରୁ ପିଲା ସବୁ ଆସି ଆମକୁ ରକ୍ଷା କରିବା ପାଇଁ ପ୍ରୟାସ କରୁଛନ୍ତି । ରାଧା ପାଖରେ ଥିଲା ତାକୁ ଯିଏ ଉଦ୍ଧାର କଲେ ସେ ଟିକେ ବାଙ୍ଗରା ଥିଲେ ସେ ଡରି କି ତାଙ୍କ କାନ୍ଧରେ ବସି ପଡିଲା । ସେ ବୁଡ଼ିଗଲେ । ରାଧା କୁ ସେଇ ଲୋକ ର ସ୍ତ୍ରୀ ଲୁଗା ବଢ଼େଇଲା ଆସିବାକୁ ସେ କୁଳ କୁ ଉଠିଲା । ତାପରେ ଯୋଉ ଲୋକଟା ବୁଡ଼ି ଯାଇଥିଲା ସେ ପହଁରି କି ଆସିଲା । ଆଉ ମୁଁ ମୀରା ବାକି ରହିଲୁ । ବହୁତ୍ ସମୟ ପରେ ଦୁହେଁ ଉଦ୍ଧାର ହେଲୁ । ଆମେ କିନ୍ତୁ ବହୁତ୍ ପାଣି ପି ଦେଇଥିଲୁ କିନ୍ତୁ ଭାଗ୍ୟ ଭଲ ଖାଇବା ପରେ ପାଣି ପି ନଥିଲୁ ନହେଲେ କଣ ହେଇଥାନ୍ତା ଜଣା ନାହିଁ । ମୀରା ର ଆଉ ପାଟି ଫିଟିଲାନି । ମୁଁ ତାକୁ ଧୈଯ୍ୟ ଦେଈ କହୁଛି ଶୁଣେ ଆମେ ସମସ୍ତେ ବଞ୍ଚିଛନ୍ତି । ତୁ ଦମ୍ଭ ଧର । ତାକୁ ସଙ୍ଗେ ସଙ୍ଗେ ଲୋକ ଟେକି ନେଇଗଲେ ସିଲା ଘରକୁ । ତାକୁ ପେଟେଇ ଦେଇ ପାଣି ବାହାର କଲେ । ଆଉ ଗରମ ସୋରିଷ ତେଲ ଫୁଟେଇ ପାଦରେ ମାଲିସ୍ କଲେ । ସେଇ ଦିନ ଆମକୁ ନୂଆ ଜନ୍ମ ମିଳିଲା । ଯେଉଁ ମାନେ ଆମକୁ ବଞ୍ଚାଇଲେ ନୂଆ ଜନ୍ମ ଦେଲେ ସେମାନଙ୍କୁ କୋଟି କୋଟି ଧନ୍ୟବାଦ । ସେମାନଙ୍କ ସହାୟତା ଯୋଗୁ ଆମେ ଆମ ଜୀବନ ଆଜି ଯାଏ ବଞ୍ଚିଚାଲିଚୁ। 


     ମୁଁ ଗୋଟେ ଲୁଗା ଘୋଡେ଼ଇ ହୋଇ ଚାଲି ଚାଲି ଗଲି । ମତେ ପ୍ରଥମେ କିଛି ଲାଗିଲାନି କିନ୍ତୁ ଫ୍ରେସ୍ ହେଇ ଡ୍ରେସ୍ ବଦଳାଇ ଖାଇ ସାରିଲା ପରେ ଶୋଇବାକୁ ଗଲି ଉଠିଲା ବେଳକୁ ବେକ ମୋଡ଼ି ହୋଇଯାଇଛି। ପୁଣି ସିଲା ଜେଜେ ଙ୍କ ସହ ମେଡିସିନ ଷ୍ଟୋର ଯାଇ ମେଡ଼ିସିନ ଆଣିଲି । ଖାଇଲି ହେଲେ କମିଲାନି । ତାପର ଦିନ ଭୁବନେଶ୍ଵର ହଷ୍ଟେଲ କୁ ଫେରିଲୁ । ମୁଁ ଆଉ କାହାକୁ କିଛି ନକହି ସୋଇ ପଡିଲି । ଆମ କୋଚିଙ୍ଗ ସେଣ୍ଟର୍ ର ଜଣେ ସାନ ଭାଇ ମତେ ମେଡ଼ିସିନ ଆଣି ଦେଲା ଖାଇ ସୋଇଲି । ତାପର ଦିନ ଟିକେ ବେକ ବୁଲେଇ ହେଲା । ଯେମିତି ମତେ ଲାଗିଲା ମୋର ପୂର୍ଣ୍ଣଜନ୍ମ ହେଇଛି । 


     ସମସ୍ତେ ଏବେ ନୂଆ ନୂଆ ଦିଗରେ । କିନ୍ତୁ ସେ ଅନୁଭୂତି ମନେ ପଡିଲେ ଲାଗେ ଯେପରି ପୂର୍ଣ୍ଣଜନ୍ମ ହୋଇଥିଲା ସେଦିନ ଆଉ ତାହା ସମ୍ଭବ ହେଇଥିଲା ସେଇ ଲୋକ ମାନଙ୍କ ସହାୟତା ଯୋଗୁ ।


  


Rate this content
Log in

Similar oriya story from Tragedy