STORYMIRROR

Jayashree Maharana

Inspirational Others

3  

Jayashree Maharana

Inspirational Others

ପୁସ୍ତକମେଳାରେ କିଛି ମୁହୂର୍ତ୍ତ

ପୁସ୍ତକମେଳାରେ କିଛି ମୁହୂର୍ତ୍ତ

3 mins
263

ପଢା ଜୀବନ ଠାରୁ ଆରମ୍ଭ କରି ଚାକିରୀ ଜୀବନର ସାତବର୍ଷ ମଧ୍ୟରେ କେବେ କୌଣସି ପୁସ୍ତକ ମେଳା ଦେଖିନଥିଲି କିମ୍ବା ପୁସ୍ତକମେଳା ଯିବା ପାଇଁ ଆଗ୍ରହ ଜନ୍ମିନାହିଁ ।ଗତ ତିନିବର୍ଷ ଭିତରେ ସାହିତ୍ୟ ପ୍ରତି ରୁଚି ମୋର ବଢିଛି ।ମୁଖପୁସ୍ତିକା ବ୍ୟବହାର ପରଠାରୁ ମାଆ ସରସ୍ବତୀଙ୍କ କୃପାରୁ ମୁଁ କବିତା ,କିଛି ଗଳ୍ପ ଲେଖିପାରୁଛି।ଅନ୍ୟମାନଙ୍କ ଲେଖା ପଢି ଉତ୍ସାହିତ ହୋଇଛି ।ଯେତେବେଳେ ସମସ୍ତେ ମୋତେ କଣ ପୁସ୍ତକ ପଢ଼ିଅଛ କୁହନ୍ତି ମୋତେ ଖୁବ ଲାଜ ଲାଗେ କାରଣ କେବଳ ପାଠ୍ୟପୁସ୍ତକ ବ୍ୟତୀତ ସାହିତ୍ୟିଧର୍ମୀ ଅନାନ୍ୟ ପୁସ୍ତକ ପଢିନାହିଁ ।ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ।ଜ୍ଞାନୀଗୁଣୀ ମାନେ ଅଧିକରୁ ଅଧିକ ପୁସ୍ତକ ପଢିବା ପାଇଁ ପରାମର୍ଶ ଦିଅନ୍ତି କାରଣ ପଢିଲେ ଜ୍ଞାନ ବଢିବ ଏବଂ ମୋର ଲେଖା ମାର୍ଜିତ ହେବ ।ତେଣୁ ପୁସ୍ତକମେଳା ରୁ କିଛି ପୁସ୍ତକ କିଣିବା ପାଇଁ ଇଚ୍ଛା ପ୍ରକାଶ କରୁଥାଏ ।


 ପୁସ୍ତକମେଳା ମୁଖ୍ୟତଃ ଭୁବନେଶ୍ୱର କିମ୍ବା ବ୍ରହ୍ମପୁର ରେ ଅନୁଷ୍ଠିତ ହୁଏ ।ସେ ପୁଣି ଦିନ 3 ରୁ ରାତି 10 ପର୍ଯ୍ୟନ୍ତ ।ଏମିତି ରେ ଭୁବନେଶ୍ୱର ଆମ ଘରଠାରୁ ପ୍ରାୟ 100 km ଏବଂ ବ୍ରହ୍ମପୁର 90 km ।ତେଣୁ ସେଠାକୁ ପୁସ୍ତକମେଳା ଯାଇ ପୁସ୍ତକ କିଣିବା ମୋ ପକ୍ଷେ ଯଦିଓ ସମ୍ଭବ ନୁହେଁ ତଥାପି ମନସ୍ଥ କଲି ଯିବା ପାଇଁ।୨୦୧୯ ମସିହା ରାଜଧାନୀ ପୁସ୍ତକ ମେଳା ପଡିଲା ।ଖବର ପାଇ ପ୍ରସ୍ତୁତି କଲି ।ଆଜିଯାଏଁ ଏକୁଟିଆ କୁଆଡେ ବି ଯାଇନି ।ତେଣୁ ମୋର ଦିଦିକୁ ମନାଇଲି ।କିଛି ମାର୍କେଟିଙ୍ଗ ସହ ପୁସ୍ତକମେଳା ଯିବାକୁ ବାହାରିଲୁ ।ସକାଳୁ ଟ୍ରେନ ରେ ଦୁଇ ଭଉଣୀ ବାହାରିଲୁ ।ଅବଶ୍ୟ ଜଣେ ଭାଇ station ରୁ ଏକ ନମ୍ବର ମାର୍କେଟ ଯିବା ପାଇଁ ରାସ୍ତା ଏବଂ ମୋ bus ରେ ଯିବା ପାଇଁ ଜଣାଇଲେ ।ଡ୍ରେସ କିଣୁ କିଣୁ ଦିନ ୨ଟା ବାଜିସାରିଥାଏ ।ବିସ୍କୁଟ ବ୍ୟତୀତ ପେଟରେ ଦାନା ପଡିନଥାଏ ।କିଣାକିଣି ସରିବା ପରେ ମୋର ମାଉସୀଙ୍କ ପୁଅ ଭାଇ ଆମକୁ ରାଜଧାନୀ ପୁସ୍ତକମେଳା ପାଖରେ ଛାଡ଼ିଦେଇ ତାହାର କାମ ଥିବାରୁ ଚାଲିଗଲା ।ଏଣେ ଭୋକରେ ପେଟ ଆଉଟୁ ପାଉଟୁ ।ଯେହେତୁ ଭୁବନେଶ୍ୱର ବିଷୟରେ ଏତେ ଧାରଣା ନାହିଁ କେଉଁଠାକୁ ଯାଇ ଖାଇବା ଆମ ପାଇଁ କଷ୍ଟକର ଥିଲା ।ତେଣୁ ସେଠାରୁ ପୁଣି କିଛି ବିସ୍କୁଟ ଆଉ ପାଣି ପିଇନେଲୁ ।


ଜଣେ ସାନ ଭାଇ ଜିତେନ୍ଦ୍ର ମେହେର ଏଇ ମୁଖପୁସ୍ତିକାରୁ ପରିଚିତ ମୋଠାରୁ ଖବର ପାଇ ସେ ବି ପୁସ୍ତକମେଳା ଆସିଗଲା ।ବାସ ଭିତରେ ପଶି ଆଖି ଲାଖିଯାଉଥାଏ ।ଏତେବଡ଼ ପଡିଆ ରେ କେତେ କେତେ ପୁସ୍ତକ ଷ୍ଟଲ ।ଦିଦି ମୋର ହାଲିଆ ହୋଇ କୌଣସି ଗୋଟିଏ ଷ୍ଟଲ ରେ ପଡିଥିବା ଚେୟାର ରେ ବସିରହିଲା ।କିଣିଥିବା ଡ୍ରେସପତ୍ର ତାକୁ ଜିମା ଦେଇ ଆମେ ଭାଇ ଭଉଣୀ ବୁଲିଲୁ ଏ ଷ୍ଟଲ ରୁ ସେ ଷ୍ଟଲ ।ଇଛା ତ ହେଉଥାଏ ସବୁଗୁଡିକ ପୁସ୍ତକ କିଣିନେବି ।କିନ୍ତୁ ସୀମିତ ଅର୍ଥ ପୁଣି ଗାଁ କୁ ଫେରିବାକୁ ହେବ ।ଏଠାରେ କହିବାକୁ ଚାହିଁବି ଝିଅମାନଙ୍କ କିଣିବା ଗୁଣ ତ ଜାଣିଥିବେ କିଣୁ କିଣୁ ପାଞ୍ଚ ରୁ ଛଅ ହଜାର ଟଙ୍କାର ଡ୍ରେସ କିଣିସାରିଥାଉ ।ପୁଣି ଗାଁ କୁ ଯିବାକୁ ହେବ ।Atm ଥିଲେ ବି ଯାଇକି ଟଙ୍କା ଉଠାଇ ବହି କିଣିବା ପାଇଁ ସମୟ ନଥାଏ କାରଣ ଆମେ ଘରକୁ ଫେରିବାର ଥାଏ ।ଖୋଜି ଖୋଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁସ୍ତକ ଖଣ୍ଡିଏ ବି ପାଇଲି ନାହିଁ ।ଯାହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କିଛି ପୁସ୍ତକ ,ବିଶିଷ୍ଟ ଗାଳ୍ପିକ ମନୋଜ ଦାସଙ୍କର ଗଳ୍ପ ସମୂହ କିଣିଲି ।ଆହୁରି ଅନେକ ଷ୍ଟଲ ବୁଲିବାକୁ ଇଛା ଥିଲା ଏଣେ ସୂର୍ଯ୍ୟ ନଇଁ ଆସୁଥାନ୍ତି ଆମକୁ ଘରକୁ ଫେରିବାର ଅଛି ।ତେଣୁ ଅନିଚ୍ଛା ସତ୍ତ୍ୱେ ଫେରିଲି ।


  ପୁସ୍ତକମେଳାରେ ଯାହା ଦେଖିଲି ମନ ଖୁସିରେ ଭରିଗଲା ।ଅନେକ ଲୋକ ନିଜ ଆବଶ୍ୟକୀୟ ବହି ଲିଷ୍ଟ ଧରି ପ୍ରତି ଷ୍ଟଲ ରେ ଅଛି କି ନ ଅଛି ପଚାରୁଥାନ୍ତି ।ଛୋଟ ପିଲାମାନେ ବିଭିନ୍ନ ପସନ୍ଦ ପୁସ୍ତକ କିଣୁଥାନ୍ତି ।ହଜାର ହଜାର ଲୋକ ସହ ନିକଟବର୍ତ୍ତୀ ସ୍କୁଲ ପିଲାଙ୍କର ଧାଡି ଲାଗିଥାଏ ପୁସ୍ତକମେଳାରେ ।ସେସବୁ ଦେଖି ଖୁସିରେ ମନ ଭରିଯାଉଥାଏ ।ଏତେ ଦୂରରେ ଥିବାରୁ ମନ ଦୁଃଖ ହେଉଥାଏ ।

ସମୟର ସ୍ୱଳ୍ପତା ଯୋଗୁଁ ଫେରିଆସିଲି ସିନା ନିଜ ଭିତରେ ପୁଣି ପୁସ୍ତକ ମେଳାକୁ ଯିବା ପାଇଁ ଦୃଢ଼ ସଂକଳ୍ପ କରିଲି ମନ ଭିତରେ ।ଗତ ବର୍ଷ କରୋନା ଯୋଗୁଁ ଏସବୁ ସମ୍ଭବ ତ ହୋଇପାରିଲା ନାହିଁ ।କିନ୍ତୁ ଆଶା ଅଛି ପୁନଶ୍ଚ ଏବର୍ଷ ରାଜଧାନୀ ପୁସ୍ତକ ମେଳା ହେଲେ ନିଶ୍ଚୟ ଯିବି ।ଏବଂ ଏଥର ମଧ୍ୟ ମୁଁ ପ୍ରସ୍ତୁତ କରିରଖିଛି ମୋ ପ୍ରିୟ ଲେଖକ ଲେଖିକା ଏବଂ ସେମାନଙ୍କ ସଂକଳନ ର ଲିଷ୍ଟ ଅନୁସାରେ କିଣି ଆଣିବି ।



ବାସ୍ତବରେ ପୁସ୍ତକମେଳା ର ଅନୁଭୂତି ଖୁବ ସୁଖଦ ଥିଲା ।ଏ ମୋତେ ପ୍ରେରଣା ଦେଇଛି ପଢିବା ପାଇଁ ,ଲେଖିବା ପାଇଁ ଏବଂ ପ୍ରିୟ ଲେଖକ ଲେଖିକାଙ୍କ ସଂକଳନ ସଂଗ୍ରହ ପାଇଁ ।ଏଇ ଅନୁଭୁତି ପୁସ୍ତକପ୍ରେମୀ ହେବାରେ ସହାୟକ ହେଇଚି ।ଅପେକ୍ଷା ଅନ୍ୟ ଏକ ପୁସ୍ତକମେଳା ପାଇଁ ।


Rate this content
Log in

Similar oriya story from Inspirational