STORYMIRROR

Ashis Kumar Swain

Abstract

2  

Ashis Kumar Swain

Abstract

ପୁରୁଣା ଫୋଟୋ

ପୁରୁଣା ଫୋଟୋ

1 min
401

ଦିନେ ଦରକାରୀ ପ୍ରମାଣ ପତ୍ର ଖୋଜୁ ଖୋଜୁ ଏକ ଲଫାପା ଭିତରେ ଏକ ଫଟୋ ଦେଖିବାକୁ ପାଇଲି । ଉକ୍ତ ଫଟୋଟିରେ ପରିବାର ଲୋକଙ୍କ ସହ ମୁଁ ଥିବାର ଦେଖିଲି । ପ୍ରମାଣପତ୍ର ଖୋଜିବି କ'ଣ ? ତାକୁ ଦେଖିକି ମନେ ପଡି ଯାଇଛି ପୁରୁଣା ସ୍ମୃତି ଗୁଡାକ ।ସେଦିନ ଆମେ ସୂର୍ଯ୍ୟଦୟ ପୂର୍ବରୁ ଉଠି ବାପା ,ବୋଉ ,ମୁଁ ଓ ଅପା ବାହାରି ପଡିଥିଲୁ କୋଣାର୍କ ଅଭିମୁଖେ । ସେଠି କୋଣାର୍କ କାରୁକାର୍ଯ୍ୟ ଦେଖୁଥିଲି ମନଭରି । ସେତେବେଳେ ମୁଁ ବହୁତ ଛୋଟ ଥିଲି । ଦୁନିଆଁ ବିଷୟରେ ଅପରିଚିତ ଥିଲି। କୋଣାର୍କର ଏକ ଚକ୍ରକୁ ଦେଖି ନେବା ପାଇଁ ଜିଦ୍ କଲି । ବାପା ମନ ବୁଝେଇବା ପାଇଁ କହିଲେ ଯେ ଆମେ ସେ ଚକ୍ରଟିକୁ ନେଇ ପାରିବା ନାହିଁ କିନ୍ତୁ ଏକ ଫଟୋ ଉଠେଇବା ଯାହାଫଳରେ କି ସବୁବେଳେ ତାକୁ ତୁ ଦେଖୁଥିବୁ। ଏବେବି ସେହି ପୁରୁଣା ସ୍ମୃତି ମନେ ପଡିଲେ ମନ ହୃଦୟ ପିଲାଳିଆମି ହୋଇ ଉଠେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract