Bidyut lata Mishra

Inspirational

2  

Bidyut lata Mishra

Inspirational

ପୁନର୍ମିଳନ

ପୁନର୍ମିଳନ

4 mins
291


  

 କୋଡିଏ ବର୍ଷ ପରେ ଗାଁକୁ ଫେରୁଥାଏ ସମୀର । ମନୋରଞ୍ଜନର ଫୋନ ଆସିଥିଲା କିଛି ଦିନ ତଳେ କହିଥିଲା,"ସମୀର ତୋତେ ଯେମିତି ବି ହେଉ ଆସିବାକୁ ହେବ reunionକୁ । ବାସ ବହାରିପଡିଥିଲା ସେ । ଫ୍ଲାଇଟ ଭିତରେ ଏତେ ଥଣ୍ଡା ସତ୍ତ୍ୱେ କାହିଁକି ସେ ଓଦା ହେଉଥିଲା ଝାଳରେ । 

 ଖୁସି ଲାଗୁଥିଲା ବହୁତ ଏତେ ଦିନ ପରେ ସେ ଚିକିଟି ଯାଉଥିଲା । ଏଇଠି ପିଲାରୁ ବଡ ହୋଇଛି ସେ । ତା ମାମୁଁଘର ଚିକିଟି, ବାପାଙ୍କ ଦେହାନ୍ତ ପରେ ତାଙ୍କର ଠିକଣା ପାଟପୁରରୁ ଚିକିଟି ହୋଇଯାଇଥିଲା । ଗୋଟିଏ ବୋଲି ମାମୁଁ ନିଃସନ୍ତାନ । ପଡିଶା ଘର ବାପ ମା ଛେଉଣ୍ଡ ଝିଅଟିକୁ ଝିଅ କରିଥାନ୍ତି । ଝିଅଟି କେବେ ମାମୁଁଘରେ ତ କେବେ ତା ଜେଜେମାଆଙ୍କ ପାଖେ ରୁହେ । ହାଇସ୍କୁଲ ପରେ ଚିକିଟି ମହାବିଦ୍ୟାଳୟରେ ମାମୁଁ ନାଆଁ ଲେଖନ୍ତି ସମୀରର । ଅଭାବ ଅନାଟନ ଭିତରେ ବି ପାଠରେ ଶତ ପ୍ରତିଶତ ଦେଉଥିଲା ସମୀର । କିନ୍ତୁ କାହିଁକି କେଜାଣି ସବୁ ଅଧ୍ୟାପକଙ୍କ ଆଖିର ତାରା ଥିଲା ସୁବ୍ରତ । କାରଣ ସମୀର ଖାଲି ପାଠ ପଢେ କିନ୍ତୁ ସୁବ୍ରତ!!

 ପାଠ ପଢା ,କବିତା ଲେଖା,ଗୀତ ଗାଇବା ,ହାର୍ମୋନିଅମ ବଜାଇବା, ସାଇନ୍ସ ସେମିନାର ସବୁଥିରେ ସେ ହିଁ ଚମ୍ପିୟାନ । ସମୀରକୁ ଭାରି ଭଲ ପାଏ ସୁବ୍ରତ କିନ୍ତୁ ସମୀର । ଗୋଟେ ଇର୍ଷା ଭାବ ଆସିଯାଇଥିଲା । graduation ପରେ ଭୁବନେଶ୍ୱରକୁ ସମୀର ଆସିଥିଲା ଆଉ ଷ୍ଟ୍ରଗଲ କରୁଥିଲା ଜୀବନ ସହ ବାସ ଘରୋଇ ଟିଉସନରୁ ପରିଚୟ ହୁଏ ରାଖଲ ବାନାର୍ଜୀଙ୍କ ସହ ଆଉ ସମୀରକୁ ଏମ ବି ଏ ପଢ଼ାରେ ସବୁ ସାହାଯ୍ୟ କରନ୍ତି ରାଖଲ ବାବୁ ଆଉ ସାହାଯ୍ୟର ପ୍ରତିବଦଳରେ ବିବାହ କରିବାକୁ ହୁଏ ତାଙ୍କ ଏକ ମାତ୍ର ଝିଅ ମେରିନାକୁ । 


ଏଇଠି ହିଁ ତ ଜୀବନ ମୋଡ ବଦଳିଥିଲା,ମା ପ୍ରବଳ ବିରୋଧ କରିଥିଲା ଏଇ ବିବାହରେ ସେ କାଳେ ରୁପା ସହ ତା ବିବାହ କରିବାକୁ ଚାଂହୁଥିଲା । ରୂପା ମେରିନା ଠୁ ସୁନ୍ଦରୀ ହୋଇପାରେ କିନ୍ତୁ ଗୋଟେ ଗାଉଁଲି ଆର୍ଟସ ଗ୍ରାଜୁଏଟ ଝିଅ । ମାଆ ବିବାହକୁ ଆସିଲାନି ମାମୁମାନେ ବି । ବିବାହର ଛ ମାସ ଭିତରେ ମାର ହାର୍ଟ ଆଟାକରେ ମୃତ୍ୟୁ ହୋଇଯାଏ । ବାସ । ଗାଁ ସହ ଆଉ ସମ୍ପର୍କ ହିଁ ରଖିନି ସମୀର । ଦିଲ୍ଲୀର ଚାକଚକ୍ୟ ,ବ୍ୟବସାୟରେ ବ୍ୟସ୍ତତା ଆଉ ମେରିନାର ମଉଜମଜଲିସ ,ଝିଅ ପାୟଲର ବେଖାତିର ଭାବ ଭିତରେ ସମୀର ଗୋଟିଏ କାଠ କଣ୍ଢେଇ ତ ହୋଇଥିଲା ଜାର ଚାବି ଥିଲା ମେରୀ ହାତରେ । 

 କେମିତି ଥିବ ସୁବ୍ରତ,ଭାରି ଧନୀ ଘର ପିଲା ଥିଲା ସେ ,ଆଉ ଯେମତି ପଢିଥିଲା ନିଶ୍ଚୟ ଆମେରିକା କି ଲଣ୍ଡନରେ ରହୁଥିବ । ଟିତୁ ପହିଲମାନ କଣ ବଦଳିଥିବ ନା ପୂର୍ବଭଳି ଥିବ,ଆଉ ମୋନାଲି ହୃଦୟର କେଉଁ ଏକ କୋଣରେ ରୋମାଞ୍ଚ ଟିଏ ସୃଷ୍ଟି ହେଲା । ଅପରୁପା ସୁନ୍ଦରୀ ଥିଲା ସେ ,ଆଉ ସମୀର ଯେଉଁଦିନ ଟିତୁ ପହିଲମାନ ହାତରେ ମୋନାଲିକୁ ପ୍ରେମପତ୍ରଟି ପଠାଇଥିଲା ମୋନାଲି ପଛ ପଟେ ଲେଖିଥିଲା ସୁବ୍ରତ ତାକୁ ପ୍ରେମିକା ଭାବେ ଗ୍ରହଣ କରିନପାରେ କିନ୍ତୁ ସେ ତ ଯୁଗ ଯୁଗ ପାଇଁ ସୁବ୍ରତ ର । 

କିନ୍ତୁ ସୁବ୍ରତ!!!! ସେ ତ ସବୁରି ହୃଦୟର ରାଜା ତାକୁ ଗୋଟିଏ ହୃଦୟରେ ମୋନାଲି ବନ୍ଦୀ କରିପାରିନଥିଲା । ସୁବ୍ରତ ପ୍ରତି ଇର୍ଷା ଆସୁଥିଲା ବହୁତ କିନ୍ତୁ ସୁବ୍ରତର ସମୀରର ପ୍ରତି ଗଭୀର ବନ୍ଧୁତା ଆଗରେ ସମୀର ହାରୁଥିଲା ବାରମ୍ବାର । 


ଆଜି ଏତେ ବର୍ଷ ପରେ ସେ ଆସିଥିଲା ତା ପ୍ରିୟ କଲେଜକୁ ,ଦୀର୍ଘ ୫ବର୍ଷ କଟିଛି ଏଇ ଚିକିଟି ମହାବିଦ୍ୟାଳୟ । ସବୁ ପରିଚିତ ଚେହେରା ଅପରିଚିତ ଲାଗୁଛନ୍ତି । ଟିତୁର ଦେଢ଼ କୁଇଣ୍ଟାଲ ଦେହ ଭିତରେ,ମନୁର ଧଳା ଚୁଟି ଆଉ ମୋନାଲିର ଅପରୁପ ସୋନ୍ଦର୍ଯ୍ୟ ସବୁକୁ ଅଣଦେଖା କରି ସମୀରର ଆଖି ଖୋଜୁଥିଲା ଜଣକୁ । ରଞ୍ଜନ ପଛରୁ ଆସି କୁଣ୍ଢାଇ ଧରିଥିଲା ବାସ ରଞ୍ଜନ ଠୁ ଯାହା ଶୁଣିଲା ଚକିତ ହୋଇଗଲା ସମୀର । 


ସୁବ୍ରତ ତାର ଖାଲି ଦୋକାନଟିଏ କରିଛି । ଏତେ ସ୍କଲାର ହୋଇ ଖାଲି ଦୋକାନ ଆଉ ତାର family background ବି ତ ଭଲ ଥିଲା । ସୁବ୍ରତର ଦେଖା ହେଲା ସମୀର ସହ ଆଉ ଦୁଇବନ୍ଧୁ କୋଳାଗ୍ରତ କରିଗଲେ । 


ସୁବ୍ରତକୁ ଦେଖି ସମୀର ଆଖିରୁ ଦୁଇବୁନ୍ଦା ଲୁହ ଝରିଗଲା ଦୁଃଖରେ ସୁବ୍ରତ ତୁ କଣ କରିଛୁ ନିଜ ସହ, ଦାଢି ଭର୍ତ୍ତି ମୁଁହ, ମାମୁଲି ପୋଷାକ ଆଉ ଦୋକାନ । ଶୁଣେ ତୁ ଦିଲ୍ଲୀ ଚାଲ ମୋ ସହ partner ରହିବୁ ମୋର ବ୍ୟବସାୟରେ । 

ସୁବ୍ରତ ଦୃଢତାର ସହ କହୁଥିଲା କଣ ଦୟା କରୁଛୁ ମୋ ଅବସ୍ଥାରେ । ମୋ ଭାଗ୍ୟ ହୁଏତ ମୋଠୁ ଏୟା ଚାହୁଁଥିଲା । କାଲି ମୋ ଘରକୁ ଆସେ । ସୁବ୍ରତ bookstore । bus stand ପାଖେ । 


 କାଲି ମୋ ଫ୍ଲାଇଟ ଥିଲା ତେଣୁ ସେଦିନ ସନ୍ଧ୍ୟାରେ ହିଁ ବହାରିଗଲି । ଖୋଜିବାର କିଛି ନଥିଲା କାରଣ ସମସ୍ତେ ଚିନହିଁଥିଲେ ସୁବ୍ରତକୁ । ପାଖକୁ ଲାଗି ଗୋଟେ ବିରାଟ ଘର ,ବଡ ବଡ ଅକ୍ଷରରେ ଲେଖା ଥାଏ 'ରାହା' । 

ଭିତରେ ଦୃଶ୍ୟ ଚମକାଇଥିଲା ମୋତେ ଅନେକ ବୃଦ୍ଧ ବୃଦ୍ଧାଙ୍କୁ ଦେଖୁଥିଲି ସେଠି । ସୁବ୍ରତର ବାପା ହସିହସି କହୁଥାନ୍ତି ,ସୁବ୍ରତ ଚାକିରୀ ପାଇଁ ଇଚ୍ଛୁକ ନଥିଲା ଆଉ ତାଠୁ ଦୁରେଇ ରହିବା ଆମ ବୁଢ଼ାବୁଢ଼ୀ ପାଇଁ କଷ୍ଟଦାୟକ । ନିଜର ସବୁ ଜ୍ଞାନକୁ ସେ ଆମ ସାହିପିଲାଙ୍କ ପାଠ ପଢ଼ାରେ ଲଗାଇଦିଏ । ଆଉ ଅନେକ student ତାର ଭଲ ପୋଷ୍ଟରେ । ସେଇ ସମୟରେ ଝିଅଟିଏ ଚା ଧରି ଆସିଲା ମୁଣ୍ଡରେ ଓଢଣା ,ହାତରେ ଚୁଡି ମଥାରେ ସିନ୍ଦୂର ,ଟିକେ ବି ବଦଳି ନଥିଲା ରୂପା । ମୋ ବୋହୁ କନିସି ତହସିଲଦାର ରୂପାଲି ପାଣିଗ୍ରାହୀ । 

  ମାମୁଁ ମାଇଁଙ୍କର ସବୁ ଦାୟିତ୍ୱ ନେଇଥିଲା ରୂପା ଆଉ ସେମାନେ ତା' ସହ ହିଁ ରହୁଥିଲେ । ସମୀରର ମୁଣ୍ଡ ଭାରାକ୍ରାନ୍ତ ହୋଇଉଠୁଥାଏ । ମାମୁଁ ମାଇଁଙ୍କ ସହ ଆଖି ମିଶାଇବାର ସତ ସାହାସ ନଥିଲା ମୋର । ବାହାନା କରି ସେଠୁ ଉଠି ଆସିଲା ବେଳେ ନଜର ପଡିଲା ସୁବ୍ରତକୁ ଆଉ ତା ପୁଅକୁ । ଠିକ ରୂପା ପରି ହୋଇଥିଲା ତା ପୁଅ । ବିଭିନ୍ନ ଉପକରଣରେ spaceship ଟିଏ ତିଆରି କରୁଥାଏ ବୋଧେ । ସୁବ୍ରତକୁ ଦେଖା ନକରି ଫେରି ଆସିଲା ବେଳେ କିଏ ଜଣେ ହାତକୁ ପଛରୁ ଧରିନେଲା । 

 "କଣ ଦେଖା ନକରି ଚାଲିଯିବୁ"କୋହ ଉଠୁଥିଲା ସମୀର ହୃଦୟରେ ଆଉ ପୁନର୍ମିଳନ ହେଉଥିଲା ତାର ନିଜ ସାଙ୍ଗ ସୁବ୍ରତ ସହ ଆଉ ନିଜ ସହ ଯେଉଁ ସମୀର ଅନେକ ଦିନ ତଳୁ ସମାଧିସ୍ଥ ହୋଇଯାଇଥିଲା । 



Rate this content
Log in

Similar oriya story from Inspirational