Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pallabi Das

Inspirational

2.1  

Pallabi Das

Inspirational

ପୁଅ ଦେଖା

ପୁଅ ଦେଖା

3 mins
446


ସୁକୁଟା ମାଆର ଏକା ଜିଦ୍ , ସୁକୁଟାର ବାହାଘର ଏଇ ବର୍ଷ ବାହାଘର ତିଥିରେ ସାରିଦେଇ ତୀର୍ଥ ଯାତ୍ରାରେ ବାହାରି ପଡିବ । କେତେ ଆଉ ସେ ଘରଟାକୁ ଏକା ଜଗି ରହିଥିବ ! ଗୋଟେ ବୋଲି ପୁଅ ସୁକୁଟାର ବାହାଘର କାମଟା ସୁରୁଖୁରୁରେ ସାରିଦେଇ ପୁଅ ବୋହୂଙ୍କୁ ଘରର ଦାୟିତ୍ଵ ଭାର ଦେଇ ସେ ଆରାମ କରିବ କିଛି ଦିନ । ସେଥିପାଇଁ କିଛି କିଛି ଝିଅଙ୍କ ଫୋଟୋ ଏକତ୍ର କରି ସୁକୁଟାକୁ ନୀତି ଦେଖା ଯାଉଛି, ତା ପସନ୍ଦ ଜାଣିବା ପାଇଁ । ଦୋକାନରେ ସାର୍ଟ ବାଛିବା ପରି ସୁକୁଟା ଝିଅଙ୍କ ଫୋଟୋ ବାଛୁଛି । ଦୁନିଆରେ ଝିଅଙ୍କ ସଂଖ୍ୟା ହ୍ରାସ ପାଉଛି ସତ କିନ୍ତୁ ପୁଅଙ୍କ ଡିମାଣ୍ଡ ବି କିଛି କମ୍ ନୁହେଁ । ଯଦି ସୁକୁଟା ସାଙ୍ଗମାନଙ୍କ କଥା କହିବାକୁ ଯିବି ତେବେ ରାତି ପାହିଯିବ ପଛେ ତାଙ୍କ ଡିମାଣ୍ଡର ତାଲିକା ସରିବନି । କିଏ ସୁନ୍ଦରୀ ଝିଅ ଖୋଜେ, କିଏ ପାଠୋଇ, ଆଉ କିଏ ଯାନି ଯୌତୁକ ସେଥିରେ ପୁଣି ଝିଅର ଚରିତ୍ର ଜାଣିବାକୁ ପ୍ରୟାସ କରାଯାଏ । ଚରିତ୍ର ଜାଣିବାଟା ସହଜ ବେପାର ନୁହେଁ ତଥାବି ସେମାନେ ଲୋଡ଼ନ୍ତି କୋଉ ଅମୁକ ମାଉସି ତ କୋଉ ସମୁକ ଅପା ଆଉ ନହଲେ କୋଉ ଦୂର ସମ୍ପର୍କୀୟ । ଚରିତ୍ର ଚିତ୍ରଣ କରୁଥିବା ନାରୀ ଯେ ଅନ୍ୟ ନାରୀର ଚରିତ୍ରକୁ ସଠିକ୍ ଭାବରେ ବଖାଣି ପାରିବ ତାର କିଛି ବି ଗ୍ୟାରେଣ୍ଟି ନଥାଏ ତଥାବି ଶୁଣିବାକୁ ଇଚ୍ଛା ହୁଏ । କିଏ କୁହେ ଝିଅଟା ଭାରି କଳେହି ତ କିଏ କୁହେ ଝିଅଟି ଘରକରଣା ପୁଣି କିଏ କୁହେ ପୁଳାଏ ଦେବେରେ ପୁଅ ବାହା ହୋଇଯା , ଭବିଷ୍ୟତ ଉଜ୍ବଳ ହୋଇଯିବ ।


ସୁକୁଟାର ପ୍ରାୟ ଅଧାରୁ ଅଧିକ ସାଙ୍ଗ ବିଭା ହୋଇସାରିଲେଣି । କେହି କେହି ସାଙ୍ଗ ସାଥି ସୁକୁଟାର ବନ୍ଧୁ ପ୍ରେମ ଆଉ ନମନୀୟ ସ୍ୱଭାବରେ ପ୍ରୀତ ହୋଇ ନିଜର ଶାଳି , ଭଉଣୀ ନହଲେ କୋଉ ଦୂର ସମ୍ପର୍କୀୟ ଭଉଣୀର ପ୍ରସ୍ତାବ ଧରି ଆସି ଘରେ ହାଜର ହୋଇଯାନ୍ତି । ଫୋଟୋ ଦେଖି ଝିଅ ପସନ୍ଦ କରିବାଟା ସୁକୁଟାକୁ ଭଲ ନଲାଗିଲେ ବି ସୁଦ୍ଧା ତା ପାଖରେ ଆଉ କିଛି ବିକଳ୍ପ ନଥାଏ । ଫୋଟୋ ଦେଖିବା ତାପରେ ଝିଅକୁ ଦେଖିବା, ତା ପରେ ଯାଇ କଥାବାର୍ତ୍ତା ଆଗକୁ ବଢ଼େ ଆଉ ଠିକ୍ ଯାନି ଯୌତୁକ ଜାଗାରେ କି ଅଟକିଯାଏ କାରଣ ସୁକୁଟାର ମାମୁଁ ତିନି ଲକ୍ଷ ଟଙ୍କା, ଆଉ ଦି ଚକିଆ ଯାନ ତା ସହ ସବୁ ଆସବାବପତ୍ର ପାଇଁ ଜିଦ୍ କରିବସନ୍ତି । ସେଥିପାଇଁ ବହୁତ ଗୁଡ଼ାଏ ଠିକ୍ ହଉଥିବା ବିବାହ ପ୍ରସ୍ତାବ ଭାଙ୍ଗିଯାଏ । ସୁକୁଟାର ବାପାଙ୍କ ନିଧନ ପରେ ତା ମାମୁଁ ତା ଘରର ମୁରବି ସାଜି ତାକୁ ପାଠ ପଢ଼ାଇବା ଠାରୁ ତା ମାଆର ଦେହ ପା କଥା ସବୁ ବୁଝୁଥିଲେ ତେଣୁ ସେ ମାମୁଁଙ୍କୁ କିଛି କହି ପାରୁନଥିଲା । ମନରେ ଯୌତୁକ ବିରୋଧୀ ଆନ୍ଦୋଳନ ବୋହୁତ ବାର ଆନ୍ଦୋଳିତ ହେଉଥିଲେ ମଧ୍ୟ କିଛି କହି ପାରୁନଥିଲା ।


ମାମୁଁ ସବୁବେଳେ ଝିଅ ଘର ଆଗରେ ପୁଅର ବଢ଼େଇ ଚଢ଼େଇ ତାରିଫ୍ କରିଥାନ୍ତି , ସୁକୁଟାକୁ ସେସବୁ ହଜମ ହୁଏନି ତଥାବି ମାମୁଁଙ୍କ ଖୁସି ଯୋଗୁଁ ସେ ଚୁପ୍ ହୋଇ ବସିରହେ ।


ବିବାହ ପୂର୍ବରୁ ଦମ୍ପତିମାନେ ଯେତେବେଳେ ପରସ୍ପରକୁ ଦେଖା କରନ୍ତି ସେତେବେଳେ ସେମାନେ ନିଜର ସାଥୀକୁ ଖୁସି କରାଇବା ପାଇଁ କିଛି କଥାକୁ ବଢ଼େଇ ଚଢ଼େଇ କହିଥାନ୍ତି ବା କିଛି କଥା ମିଛ ମଧ୍ୟ କୁହନ୍ତି । କିନ୍ତୁ ସେମାନେ ଭୁଲି ଯାଆନ୍ତି କି ତାଙ୍କ ସାଥୀ ଆଗକୁ ତାଙ୍କ ଜୀବନକୁ ଆସିବା ସହ ପରିବାରର ଜଣେ ସଦସ୍ୟ ହେବାକୁ ଯାଉଛନ୍ତି ଏବଂ ମିଛ କହିଥିବା କଥାର ସତ ତାଙ୍କୁ କେବେ ନା କେବେ ଜଣା ପଡ଼ିଯିବ । ତାପରେ ସଂପର୍କରେ ତିକ୍ତତା ଆସିପାରେ ।


ସୁକୁଟାର ପ୍ରାୟ ୭୦ କନ୍ୟା ଦେଖା ସରିଯାଇଥାଏ , ଦିନେ ସୁକୁଟାର ମାଆ ବ୍ୟସ୍ତ ହୋଇ ତାକୁ ପାଖକୁ ଡାକି କହି ପକାଇଲେ -" ପୁଅରେ, ବୟସ ଗଡ଼ି ଯାଉଛି, ମୁଁ ଚାହୁଁନି ତୋ ବିଭାଘର ବିଳମ୍ବରେ ହଉ ବୋଲି, ତେଣୁ ତୁ ଗୋଟେ ଝିଅ ପସନ୍ଦ କରି ଘରକୁ ଧରି ଚାଲି ଆସେ ତା ପରେ ବାହାଘର କରିବା ଆଉ ବାକି ସମାଜର ଟାହିଟାପରା ସବୁ ମୋ ଉପରେ ଛାଡ଼ିଦେ ମୁଁ ସବୁ ସମ୍ଭାଳି ନେବି । "


ସୁକୁଟା ଆଶ୍ଚର୍ଯ୍ୟ ଚକିତ ହଉଥାଏ ମାଆ ର କଥା ଶୁଣି ।


ମାଆ ଠାରୁ ସାହସ ପାଇ କହିବାକୁ ଲାଗିଲା, "ମାଆ ଲୋ , ଆଗ କାଳରେ ସ୍ଵୟମ୍ବର ପ୍ରଥା ପ୍ରଚଳିତ ଥିଲା ଏଇ କଳି ଯୁଗରେ ସେ ପ୍ରଥାର ପୁନଃ ପ୍ରଚଳନ କରିବା କଷ୍ଟ ସାଧ୍ୟ ମାତ୍ର ମୁଁ ଚାହେଁ ଯେ କୌଣସି ଯୋଗ୍ୟ ଝିଅ ଆସି ନିଜେ ମତେ ତା ବର ରୂପେ ବାଛି ଦେଲେ ମୁଁ ମୋ ସ୍ତ୍ରୀ ପାଇଯିବି ଏସବୁ ପାଇଁ ଖବର କାଗଜରେ ବିଜ୍ଞାପନ ଦେବାକୁ ହବ । " ଆଜି ଯାଏ ସୁକୁଟା ଯାଉଥିଲା ଏଥର ସୁକୁଟାକୁ ଦେଖିବାକୁ ଝିଅ ମାନେ ଆସିବେ ଆଉ ବାକି ରହିଲା ଯୌତୁକ କଥା , ସୁକୁଟାର ମାମୁଁ ପଇସା ଠାରୁ ଅଧିକା ସୁକୁଟାର ଖୁସି ଦେଖୁଥିଲେ । ମାଆ ପୁଅ ଭିତରେ ଗୋଟେ ନୂଆ ବର ଦେଖିବାକୁ ପାଉଥିଲେ ଯିଏ କି ଅନ୍ୟାୟ ଆଉ ଅନୀତିକୁ ଦେଖି ସହି ଶେଷରେ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ଅଣ୍ଟା ଭିଡ଼ିସାରିଛି । ମାଆ ଆଶୀର୍ବାଦ ଦେଉଥିଲେ , ଏ ପାଳି ତାଙ୍କ ପୁଅକୁ ନିଶ୍ଚିତ ଗୋଟେ ତା ମନ ମୁତାବକ ଜୀବନ ସାଥୀ ମିଳିଯାଉ ।


ତହିଁ ଆର ଦିନ ଖବର କାଗଜର ଗୋଟେ ପୃଷ୍ଠାରେ ସୁକୁଟାର ଫୋଟୋ ସାଥିରେ ସୁକୁଟା ବିଷୟରେ କିଛି ଲେଖା ଯାଇଥିଲା । ମାମୁଁ ଖବର କାଗଜର ପୃଷ୍ଠାଟି ଉପରେ ନଜର ପକେଇ ଦେଇ ସୁକୁଟାକୁ କହିଦେଲେ , "ଏଥର ମୁଁ ନିଶ୍ଚିତ ଯେ ତୁ ତୋ ଘରର ଦାୟିତ୍ଵ ବହନ କରିବା ସହ ନିଜର ନିଷ୍ପତ୍ତି ସଠିକ୍ ଭାବରେ ନେଇପାରିବୁ "। ଏତିକି କଥା ଶେଷ ହୋଇଛି କି ନାହିଁ ମାମୁଁଙ୍କୁ ଗୋଟେ ଫୋନ୍ ଆସିଯାଇଥିଲା,

ଅପର ପାର୍ଶ୍ଵରେ ଜଣେ ଭଦ୍ର ଲୋକ କହୁଥିଲେ -"ଆଜ୍ଞା ଆପଣଙ୍କ ପୁଅକୁ ଦେଖିବାକୁ ମୋ ଝିଅ କେବେ ଯିବ ?"


Rate this content
Log in

More oriya story from Pallabi Das

Similar oriya story from Inspirational