STORYMIRROR

Dr Jharana Satapathy

Crime

3  

Dr Jharana Satapathy

Crime

ପଶ୍ଚାତାପ

ପଶ୍ଚାତାପ

1 min
625


ଶେଷରେ ସତରେ କେତେ ପଶ୍ଚାତାପ ଲାଗୁଛି ନିଜକୁ ମତେ ।ଛି ଛି ମୋର ଘୃର୍ଣ୍ୟ କର୍ମ ।ତାର ପ୍ରେମିକ ହୋଇ ମଧ୍ୟ ତାକୁ ଶେଷରେ ଧୋକା ଦେଇଦେଲି। ତାର ଶରୀରରେ ଏସିଡ୍ ପକାଇ ଲୁଚି ଚାଲି ଆସିଲି। ସେପଟେ ବିଚାରି କାବେରୀ ନିଜ ଜୀବନ ସହ ସଂଗ୍ରାମ କରି ସବୁଦିନ ପାଇଁ ଆଖି ବୁଜି ଦେଇଛି। ତା ଶରୀରଟି ଚାଲି ଯାଇଛି କିନ୍ତୁ ଆତ୍ମାଟା ନିହାତି ଘୂରି ବୁଲୁଥିଵ । ନିଜ ପ୍ରେମିକ ହୋଇ ମୁଁ ତାକୁ ଏପରି ଧୋକା ଦେଲି।ତାର ସମଗ୍ର ଶରୀର ଜଳି ପୋଡିଗଲା ।କେତେ କଷ୍ଟରେ ସେ ମରିଥିବ ।


କଲେଜ ବେଳର ସାଥି ଥିଲା ସିଏ ।ଦୁହେଁ ମିଶି ଗୋଟିଏ କଲେଜରେ ପାଠ ପଢୁଥିଲୁ ।କାବେରୀକୁ ଏକତରଫା ଭଲ ପାଉଥିଲି। ଛି ଛି ବେଳେ ବେଳେ ତା ସହ ଯୋର ଜବରଦସ୍ତ ଟଣାଓଟରା କରେ।ଏକଥା ତାଙ୍କ ଘର ଲୋକଙ୍କୁ ଜଣାଇଲେ ତାକୁ ମାରିବାକୁ ମଧ୍ୟ ମୁଁ ଧମକ ଦିଏ। ପ୍ରଥମ ଦେଖାରେ ତାକୁ ଭଲ ପାଇ ବସିଲି।କାବେରୀର ବାର୍ତ୍ତାଳାପର ସରଳତା ମତେ ଆକୃଷ୍ଟ କରିଥିଲା ।ବିଚାରୀ କେବେରୀ ଜାଣିନଥିଲା ମୋର ଧୋକାବାଜକୁ। କାବେରୀ ମଧ୍ୟ ମତେ ଭଲପାଇଵସିଲା। ଆମ ଦୁଇଜଣଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ମୁଁ ଭିଡିଓ କରିଦେଇଥିଲି ଏହାକୁ ନେଇ ଆମ ଦୁଇଜଣଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ତା ସମଗ୍ର ଶରୀରରେ ଏସିଡ୍ ପକାଇଦେଲି।


ଅର୍ଦ୍ଧଦଗ୍ଧ ପୋଡିହୋଇଥିବା ଶରୀରଟି ଚାଲିଗଲା କିନ୍ତୁ ତାର ଆତ୍ମାଟି କାନ୍ଦୁଥିଵ । ଦିନା ନା ଦିନେ ମୋର ପ୍ରତିଶୋଧ ସେ ନେଵ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Crime