Anuradha Nath

Inspirational

4  

Anuradha Nath

Inspirational

ପ୍ରତିଯୋଗିତା

ପ୍ରତିଯୋଗିତା

4 mins
222


ଜୀବନ ରେ କିଛି କଥା ଆଉ କିଛି ନିଜ ର ଅନୁଭୂତି କୁ ନେଇ ମୁଁ ବହୁତ କାହାଣୀ ଲେଖିଛି, ଆଉ ଆଗକୁ ଲେଖିବି ମଧ୍ୟ। ଆଜି ମୋର ଇଛା ହେଉଛି ମୋ ନିଜର କାହାଣୀ ଆପଣ ମାନଙ୍କ ସାମ୍ନାରେ ରଖିବା ପାଇଁ। ଛୋଟଵେଳୁ ଲେଖା ପ୍ରତି ମୋର ବହୁତ୍ ଦୁର୍ବଳତା ରହିଛି। ଵୋଧହୁଏ ଏହି କଳା ଟି ମୋ ରକ୍ତ ରୁ ଆସିଛି। ମୋ ଜେଜେବାପା ଜଣେ କବି ଥିଲେ। ତାଙ୍କ ପରେ ମୋ ଵାପା ଆଉ ମୋ ପିଉସୀ। ମୁଁ ସେମାନଙ୍କ ପରି କଵି ହୋଇ ପାରିଲି ନାହିଁ ସତ କିନ୍ତୁ ଭଲ ଲେଖକ ହେବାକୁ ସବୁବେଳେ ଚେଷ୍ଟା କରି ଆସିଛି। ଵେଳେଵେଳେ ବନାନ ତୃଟି ତ ଵେଳେଵେଳେ ଶବ୍ଦ ର ଅଭାବ ମୋ କାହାଣୀ ରେ ରହିଯାଏ,କିନ୍ତୁ ମୋର ପ୍ରତ୍ୟେକ କାହାଣୀ କିଛି ନା କିଛି ଵାର୍ତା ଦେବାକୁ ଚେଷ୍ଟା କରିଥାଏ।

ଵେଳେଵେଳେ ପ୍ରକୃତି ସହ କଥାବାର୍ତ୍ତା କରି ମୋର କାହାଣୀ ଆଲୋଚନା କରେ, ତ କେତେବେଳେ ନିର୍ଜୀବ ଚିତ୍ର ର ମନକଥା ଵୁଝି କାହାଣୀ ଲେଖିବାକୁ ଚେଷ୍ଟା କରେ। ନିଜେ ନିଜସହ କଥା ହୋଇ ମୁଁ କାହାଣୀ ରଚନା କରେ, କିନ୍ତୁ କେହି କେହି ମତେ ପାଗଳୀ ,ଵାଲୁରୀ ର ଆଖ୍ୟା ଦିଅନ୍ତି। ଆଉ ସେମାନଙ୍କ କଥା କୁ ଧ୍ୟାନ ନଦେଇ କାହାଣୀ ର ଉପସ୍ଥାପନା ଉପରେ ଧ୍ୟାନ ଦିଏ।

ସ୍କୁଲ ସମୟ ରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ବହୁବାର ପୁରସ୍କୃତ ହୋଇ ଘରକୁ ଆସି ,ପ୍ରଥମେ ମା କୁ ମୋ ପୁରସ୍କାର ଦେଖାଏ। ହୃଦୟ ସେଇଠି ଭାଙ୍ଗିଯାଏ ,ଯେତେବେଳେ ସେ ମୋ ପ୍ରମାଣପତ୍ର ର ମୂଲ୍ୟ ଏକ ଅଦରକାରୀ କାଗଜ ସହିତ ତୁଳନା କରନ୍ତି। ଏମିତି ବି ଵାପା ଙ୍କ କବିତା ମଧ୍ୟ ତାଙ୍କ ପାଇଁ ମୂଲ୍ୟହୀନ ଥାଏ। ଵାପା ଙ୍କ କଵିତା ଲେଖା ଡାଏରୀ ଯେତେବେଳେ ଏକ ଭଙ୍ଗା ଅଦରକାରୀ ଵାକ୍ସ ରେ ରହିକି ନଷ୍ଟ ହୋଇଯାଏ, ସେତେବେଳେ କାହିଁକି ହୃଦୟ କୁ ଭାରି କଷ୍ଟ ହୁଏ।

କିନ୍ତୁ ମୋ ପିଉସୀ ମତେ ସବୁବେଳେ ଉତ୍ସାହିତ କରନ୍ତି ଲେଖିବା ପାଇଁ। ତାଙ୍କ ସହ ମତେ ଭିନ୍ନ ଭିନ୍ନ ଲେଖକ ସମ୍ମିଳନୀ କୁ ନିଅନ୍ତି। ଵେଳେଵେଳେ ଜିଲ୍ଲା ଵାହାରକୁ ମଧ୍ୟ ଯାଏ ତାଙ୍କ ସହିତ ମୋ ଲେଖା ର ପ୍ରଚାର ଓ ପ୍ରସାର ପାଇଁ। ମନର ଭାବକୁ ଲେଖନୀ ମୁନରେ କାହାଣୀ ଭାବରେ ସଜାଇବାକୁ ମତେ ସମୟ ଲାଗେ ନାହିଁ। ଧିରେ ଧିରେ ମୋର ଶବ୍ଦ ଆଉ ବାକ୍ୟ ଉପସ୍ଥାପନା ରଙ୍ଗ ଆଣେ। ଆଉ ନିଜ ପିଉସୀ ଙ୍କୁ ନିଜର ଆଦର୍ଶ ମାନି ଆଗେଇ ଚାଲେ।

ସାହିତ୍ୟ ଅଧ୍ୟକ୍ଷ ଙ୍କ ପ୍ରିୟ ଛାତ୍ରୀ ପାଲଟେ । ଆଉ ପୁଣି ସାଜେ ନିଜ ସହପାଠୀ ଙ୍କ ଇର୍ଷା ର କାରଣ। ସାହିତ୍ୟ ରେ ନିଜ ପରିଚୟ ସୃଷ୍ଟି କରିଵା ପାଇଁ ଚେଷ୍ଟା କରୁଥାଏ। କଲେଜ ରନ୍ଗମନ୍ଚ ରେ ନିଜ କାହାଣୀ କୁ ନାଟ୍ୟ ରେ ପରିଣତ କରେ। କିନ୍ତୁ ଘରେ ମତେ ଏଥି ନିମନ୍ତେ ସହଯୋଗ କରନ୍ତି ନାହିଁ। ଆଉ ପିଉସୀ ମଧ୍ୟ ନୀରବ ରୁହନ୍ତି । ଘରେ ଚାହାନ୍ତି ମୁଁ କଳା କୁ ତ୍ୟାଗ କରି ପାଠ ରେ ମନ ଦିଏ। ଆଉ ମୁଁ କବାଟ କିଳି ଲୁଚି ଲୁଚି ଡାଏରୀ ରେ ଲେଖେ ମୋ କାହାଣୀ ସବୁ। ଏହି ଭିତରେ ମୋର ଚାକିରି ଜୀବନ ଆରମ୍ଭ ହୋଇ ସାରିଥିଲା। ତଥାପି ଲେଖା ମୁଁ ଛାଡି ପାରୁ ନଥିଲି।

ଦିନେ ଛୁଟି ରେ ଘର କୁ ଯାଇଥାଏ। ଖୋଜିଵୁଲେ ମୋ ପୁରୁଣା ଡାଏରୀ ସବୁ, କିନ୍ତୁ ସେ ଡାଏରୀ ର ସ୍ଥାନ ମଧ୍ୟ ବଦଳି ସେ ପୁରୁଣା ଅଦରକାରୀ ଵାକ୍ସ କୁ ଚାଲି ଯାଇଥାଏ। ଭୟ ଲାଗେ କାଳେ ମା ମୋ କଳା କୁ ଅଳିଆ ଭାଵି ପେପର ଵାଲା କୁ ଵିକିଦେଵ। କିନ୍ତୁ ମୁଁ ଥାଏ ନିରୁପାୟ। ସେ ସମୟରେ ଆଜିକାଲିକା ସୋସିଆଲ ମିଡ଼ିଆ ଯଦି ଥାନ୍ତା, ମୋର ସବୁ କାହାଣୀ ଆପଣ ମାନଙ୍କ ସମ୍ମୁଖ ରେ ରଖି ପାରି ଥାଆନ୍ତି। କିନ୍ତୁ ସେ ସମୟରେ ସେମିତି ନଥିଲା। ବହୁ କଷ୍ଟରେ ପତ୍ରିକା ରେ ପ୍ରକାଶିତ ହେଉଥିଲା।

ଦିନେ ପିଉସୀ ଙ୍କୁ ଗାଁ ବସ୍ ପାଖରେ ତାଙ୍କ କଵିତା ପ୍ରିଣ୍ଟ କରି ଵାନ୍ଟୁ ଥିବାର ଦେଖଲି। ପିଉସୀ ଖୁସି ମନରେ ଘରକୁ ଫେରି ଆସିଥିଲେ। ମୁଁ କିନ୍ତୁ ଠିଆହୋଇ ଲୋକ ଙ୍କ ପ୍ରତିକ୍ରିୟା ନିରୀକ୍ଷଣ କରୁଥିଲି। ପିଉସୀ ଗଲା ପରେ କେହି କେହି ନ ପଢି ସେଇ କାଗଜ ଟିକୁ ବ୍ୟାଗ୍ ରେ ରଖିଦେଲେ, ତ କେହି କେହି ରହସ୍ୟ କରି ତଳେ ପକାଇ ଦେଲେ। କଷ୍ଟ ସେଇଠି ଲାଗିଥିଲା, ଯେତେବେଳେ ସେଇ କଵିତା ର ପୃଷ୍ଠା ଟି ଜଣଙ୍କ ନାକପୋଛା କାମ କରିଥିଲା। ବସ୍ ଚାଲିଗଲା। ବସ୍ ର ପବନ ରେ ତଳେ ପଡିଥିଵା କଵିତା ପୃଷ୍ଠା ତାର ଗତି ଵଦଳେଇଲା। ଇଛା ହେଉଥିଲା ସେହି ପୃଷ୍ଠା ଗୁଡିକ ଗୋଟାଇ ମନଭରି କାନ୍ଦିବା ପାଇଁ। ଭାବୁଥିଲି, ସତରେ ସାହିତ୍ୟ ର ଅବସ୍ଥା ଏ ସମାଜ ରେ କଣ ଏତେ ହେୟ ?

ସେହିଦିନ ଠାରୁ ପିଉସୀ ଙ୍କ କଵିତା ପୃଷ୍ଠା ପରି ମୋ ଚିନ୍ତାଧାରା ଵି ତାର ଗତି ଵଦଳାଇଲା। ଘରକୁ ଯାଇ ମୋର ସବୁ ଡାଏରୀ ନଷ୍ଟ କରିଦେଲି। କାରଣ ମୁଁ ଵୁଝି ସାରିଥିଲି ଏ ସମାଜ ସାହିତ୍ୟ ର ମୂଲ୍ୟ ଵୁଝି ପାରିବ ନାହିଁ। ସେହିଦିନ ହିଁ ମୁଁ ଲେଖା ଠାରୁ ସନ୍ୟାସ ନେଲି।

ଏହି ଭିତରେ ଦଶଵର୍ଷ ବିତି ସାରିଥିଲା। ମୋ ଵିଵାହ ଏମିତି ଏକ ପରିବାର ରେ ହେଲା, ଯେଉଁ ଠାରେ କେହି କଳା ର ପୂଜାରୀ ନଥିଲେ। କିଛିଦିନ ପରେ ପରିବାର କୁ ସମୟ ଦେବା ସକାଶେ ଚାକିରି ରୁ ମଧ୍ୟ ସନ୍ୟାସ ନେଲି। ଆଉ ଘରେ ରହି ପାଲଟିଲି ଏକ ଭିନ୍ନ ଚିନ୍ତାଧାରା ର ନାରୀ। ଯେତେବେଳେ ନିଜର ଚିନ୍ତାଧାରା ମୁଁ ଦର୍ପଣ ସମ୍ମୁଖରେ ରଖିଲି, ସେ ମତେ ଧରାଇଦେଲା ପୁଣି ଏକ ଲେଖନୀ। ଆଉ ନିଜ ଚିନ୍ତାଧାରା ଆଉ ଭାବନା ର ମିଶ୍ରଣ ରେ ପୁଣି ଲେଖି ଚାଲିଲି ଦୀର୍ଘ ବର୍ଷ ର ଵ୍ୟଵଧାନ ପରେ।

ଯେତେବେଳେ ସେହି କାହାଣୀ କୁ ଆପଣ ମାନଙ୍କ ଆଗରେ ରଖିଲି, ଆପଣ ଙ୍କ ଭଲପାଇବା ପୁଣି ଆଉ ଏକ କାହାଣୀ ଲେଖିବାକୁ କହିଲା। ଆଉ ମୁଁ ଲେଖି ଚାଲିଲି ,ମୁଁ ଜାଣିଛି ସେଦିନ ର ଶବ୍ଦ ର ଅଳଙ୍କାର ମୋର ଆଜିର ଲେଖାରେ ଦୃଶ୍ୟମାନ ହେଉନାହିଁ। ତଥାପି ଲେଖି ଚାଲିଛି, କେତେବେଳେ କେଉଁଠି ପୁଣି ଭେଟ ହୋଇଯିବ ସେହି ଶବ୍ଦ ମାନଙ୍କ ସହିତ।

ଏବେ ମଧ୍ୟ ମୋ ମା ଙ୍କ ଚିନ୍ତାଧାରା ବଦଳି ଯାଇଛି। ସେ ପାଲଟିଛନ୍ତି ମୋ କାହାଣୀ ର ପ୍ରଥମ ପ୍ରଶଂସକ। ଏମିତି ମୋର କୌଣସି କାହାଣୀ ନାହିଁ ଯାହା ସେ ପଢୁ ନାହାନ୍ତି । ସେ ପଢିବା ସହିତ ତାଙ୍କ ମତାମତ ମଧ୍ୟ ଦେଉଛନ୍ତି। କିନ୍ତୁ ତଥାପି ମୋ ରାସ୍ତା ସରଳ ନୁହେଁ। କାରଣ ଆଜି ମଧ୍ୟ ମୋ ଲେଖିଵା ଅଭ୍ୟାସ କୁ କିଛିଜଣ ଵିରୋଧ କରୁଛନ୍ତି। ସେମାନଙ୍କ ମତରେ ଯେଉଁ କଳା ଦ୍ୱାରା ତମେ ଦୁଇ ମୁଠା ଖାଇବା କିଣି ପାରିବ ନାହିଁ, ସେହି କଳା ମୂଲ୍ୟହୀନ।

କିନ୍ତୁ ମୁଁ ତାଙ୍କୁ ଵୁଝେଇଵାକୁ ଚାହେଁ ନାହିଁ।କାରଣ ଯେ କଳା ର ପୁଜାରୀ ନୁହେଁ, ସେ କଣ ଵୁଝିଵେ କଳାର ମୂଲ୍ୟଵୋଧ କୁ। ଲେଖିଵା ମୋର ନିଶା, ପେଷା ନୁହେଁ। ଆଉଥରେ ଲେଖନୀ ମୁନ ହରାଇବାକୁ ମୁଁ ଚାହୁଁନାହିଁ। ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ମୁଁ ଲେଖିବି। ମୋର ଆତ୍ମବିଶ୍ବାସ ଦିନେ ମୁଁ ସଫଳତା ର ଶୀର୍ଷ କୁ ଚଢିବି, ସମସ୍ତ ଙ୍କ  ଚିନ୍ତାଧାରା ମଧ୍ୟ ବଦଳିବ ମୋ ମା ଙ୍କ ପରି। ଆଉ ସେ ପଯ଼୍ୟନ୍ତ ମୋର ପ୍ରତିଯୋଗିତା ଚାଲିଥିବ, ନିଶା ଆଉ ପେସା ମଧ୍ୟରେ...



Rate this content
Log in

Similar oriya story from Inspirational