The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sagar Kumar Parida

Drama Crime

5.0  

Sagar Kumar Parida

Drama Crime

ପ୍ରତିଶୋଧ

ପ୍ରତିଶୋଧ

4 mins
251


ପାହାଡ଼ ପର୍ବତ ଘେରା ବଣ ମୁଲକ ।ଯୁଆଡେ ଦେଖିବ ସିଆଡେ ବିଭିନ୍ନ ପ୍ରକାରର ଜଙ୍ଗଲୀ ଗଛ ବିଶେଷ କରି ଶାଳଗଛ ଆଉ ଶାଳଗଛ ।ସେହି ଶାଳଜଙ୍ଗଲରେ ବିଭିନ୍ନ ପକ୍ଷୀମାନଙ୍କର ରାବିବା ଶବ୍ଦ ସେହି ନିଃଶବ୍ଦ ପରିବେଶକୁ ବେଳେବେଳେ କୋଳାହଳମୟ କରି ଦେଉଥାଏ ।ସେହି ଜଙ୍ଗଲର ପାଦ ଚଲା ବାଟରେ ଆଉ କିଛି ବାଟ ଗଲେ ଅରଣ୍ଡା ପାହାଡ଼ ପଡେ,ସେହି ପାହାଡ଼ରୁ ଝରି ଆସୁଥାଏ ଝରଣାଟିଏ କୁଳୁକୁଳୁ ନାଦ କରି ।ଯାହାର ଶବ୍ଦ ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ଯଥେଷ୍ଟ ।ଏହିପରି ଏକ ସୁନ୍ଦର ମନୋରମ ପ୍ରାକୃତିକ ଶୋଭାରାଜିରେ କାଇଞ୍ଚପୁର ଗାଁଟିଏ ।ଗାଁର ଲୋକମାନେ ପ୍ରାୟ ଅଧିକାଂଶ କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।ଏଇ କିଛି ଦିନ ହେଲା ଗାଁ ନିକଟରେ ରେଲୱେ ଲାଇନ ଯାଇଛି ।ଗାଁ ଲୋକମାନେ ପାଖ ଗମରମୁଣ୍ଡି ଷ୍ଟେସନରୁ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆସିବା କରନ୍ତି ।ସେହି ଗାଁରେ ଧନୁ ମୁଣ୍ଡାର ଘର।ଘରଟି ମାଟିରେ ତିଆରି ହୋଇଥାଏ ,ଘରର ଉପର ଖପରରେ ଛାଆଣି ହୋଇଛି।ସେହି ଘରେ ଧନୁ ମୁଣ୍ଡା ତାର ସ୍ତ୍ରୀ ନେତି ମୁଣ୍ଡା ଏବଂ ଝିଅ ମୀତା ମୁଣ୍ଡା ସହିତ ରହୁଥିଲା ।


    ହସଖୁସିରେ ନିଜ ବିଲରେ କାମ କରି ତାର ଗୁଜୁରାଣ ମେଣ୍ଟାଉ ଥିଲା ଧନୁ ।ସେ ଅନେକ ସ୍ଵପ୍ନ ଦେଖିଥିଲା ନିଜ ଝିଅକୁ ନେଇ ,କିପରି ଭଲ ପାଠ ପଢ଼ାଇ ତାର ଝିଅକୁ ବଡ ମଣିଷ କରିବ ସେଇ ଚିନ୍ତାରେ ସେ ସବୁବେଳେ ବ୍ୟସ୍ତଥାଏ।ନେତି ବି ସବୁବେଳେ ଧନୁକୁ ସବୁ କାମରେ ସାହାଯ୍ୟ କରୁଥାଏ। ଧନୁ ତା ଝିଅର ନାଁ ଗାଁ ସ୍କୁଲରେ ଲେଖେଇଥିଲା।ତା ଝିଅ ଏବେ ସପ୍ତମ ଶ୍ରେଣୀରେ ପଢୁଛି। ମନଦେଇ ପଢୁଛି ବୋଲି ମାଷ୍ଟ୍ରେ ଧନୁକୁ ଦିନେ କୁଆଡେ କହିଥିଲେ ।ସେଇଦିନୁ ତା ମନ ଭାରି ଖୁସି ।ତେଣୁ ସ୍କୁଲରୁ ଫେରିବା ପରେ ଧନୁ ମୁରୁଖ ହେଲେ ମଧ୍ୟ ଆଜି ଇସ୍କୁଲରେ କଣ ପଢ଼ାହେଲା ବୋଲି ନିଜ ଝିଅକୁ ପଚାରେ ,ଝିଅଟି ବିଭିନ୍ନ ପ୍ରକାର ଗପ ଯେପରିକି କୁମ୍ଭୀର,ମାଙ୍କଡ଼,କଇଁଛ,ଠେକୁଆ ଗପ ତା ବାପା ,ମାଙ୍କୁ କୁହେ ।ଝିଅ ଠାରୁ ଗପ ଶୁଣି ସ୍ୱାମୀ ସ୍ତ୍ରୀଙ୍କର ଖୁସି କହିଲେ ନସରେ ।ଧନୁ ବେଳେବେଳେ ସାପ୍ତାହିକ ହାଟରୁ ତା ଝିଅ ଏବଂ ସ୍ତ୍ରୀ ପାଇଁ ନୂଆ ନୂଆ ପୋଷାକ କିଣିଆଣେ ।ସେ ସବୁବେଳେ ତା ପରିବାରକୁ ଖୁସିରେ ରଖିବାକୁ ଚେଷ୍ଟାକରେ।। 


ହଠାତ ଦିନେ ତାର ହସଖୁସିର ପରିବାରରେ ଦୁଃଖର କଳାବାଦଲ ଛାଇ ହୋଇଗଲା ।ଯେତେବେଳେ ଧନୁ ଅପରାହ୍ନରେ କ୍ଷେତରୁ ଆସି ଦେଖିଲା ଯେ, ତା ଝିଅ ସ୍କୁଲରୁ ଘରକୁ ଆସିନି ।ସେ ଭାବିଲା ବୋଧେ ତାର ସାଙ୍ଗମାନଙ୍କ ଘରକୁ ଯାଇଥିବ ତେଣୁ ସେ ତାର ସାଙ୍ଗ ମାନଙ୍କ ଘରକୁ ଗଲା ପଚାରିଲା ମୀତା ବିଷୟରେ ସମସ୍ତେ ମନାକଲେ। ତାପରେ ତା ସ୍ତ୍ରୀ ଓ ସେ ବିଦ୍ୟାଳୟ ରେଲୱେ ଷ୍ଟ୍ରେସନ ସବୁଆଡେ ଖୋଜିଲେ ।ହେଲେ କେଉଁଆଡ଼େ କିଛି ଖୋଜଖବର ଝିଅଟି ବିଷୟରେ ମିଳିଲା ନାହିଁ।ସବୁ ଆଡୁ ଧନୁ ନିରାଶ ହୋଇଗଲା । କିଛି ଗାଁ ଲୋକଙ୍କୁ ସାଥିରେ ଧରି ସେ ଜଙ୍ଗଲର ଝରଣା କୂଳରେ ଝିଅଟିକୁ ଖୋଜୁ ଥିଲା ,ସେହି ସମୟରେ ପାଖ ଗାଁରେ ଚୋରି ହୋଇଥିବା ଖବର ପାଇ ପୋଲିସ ଜିପ ସେହି ବାଟ ଦେଇ ଯାଉଥିଲା ।ଏତେ ଲୋକଙ୍କୁ ଦେଖି ଗାଡ଼ିଟି ସେହିଠାରେ ଅଟକି ଗଲା।ପୋଲିସ ବାବୁ ଗାଡ଼ିରୁ ବାହାରକୁ ବାହାରି ପଚାରିଲେ,ଏତେ ଲୋକ ଏଠାରେ କଣ କରୁଛ ?ବୋଧେହୁଏ ଜଙ୍ଗଲରୁ ଶିକାର କରୁଛ ।


ରାଗରେ ଲୋକମାନଙ୍କୁ ତାଗିଦ କରିବାକୁ ଲାଗିଲେ ପୋଲିସ ବାବୁ ।ଏହି କଥା ଦେଖି ଧନୁମୁଣ୍ଡା ଡରିଡରି ପୋଲିସ ବାବୁଙ୍କ ପାଖକୁ ଗଲା,ବେକରେ ପଡିଥାଏ ତାଉଲିଆଟିଏ ,ଗଛ ଲତାର

କଣ୍ଟା ବାଜି ସେଇଟା ଚିରି ଯାଇଥାଏ ।ଆଖିରେ ଆଖିଏ ଲୁହ।ମୁଁହରେ ଦୁଃଖର ଚିହ୍ନ ବାରିହୋଇପଡୁଥାଏ ।ତା ସ୍ତ୍ରୀ ମଧ୍ୟ ସେହି ସମ ଅବସ୍ଥା ।ହାତ ଯୋଡ଼ିଲା ଧନୁ କହିଲା ତାର ଦୁଃଖ ,ବେଦନାର କଥା ଆଜ୍ଞା ମୋର ଝିଅଟି ମୀତା ସ୍କୁଲକୁ ଯାଇଥିଲା ହେଲେ କାଲିଠୁ ତାକୁ ଆମେ ଆଉ ପାଉନୁ,             


"ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହୋଇଗଲୁଣି ।ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀ ତୁଠ ବି ବାଦ ଦେଇନୁ।କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି ।ସାଙ୍ଗ ସାଥି କେହି ବି କିଛି କହିପାରୁ ନାହାନ୍ତି ,ଆମକୁ ଦୟା କରନ୍ତୁ ସାହେବ କାନ୍ଦି କାନ୍ଦି ଧନୁମୁଣ୍ଡା ପୋଲିସ ବାବୁଙ୍କୁ ଗୁହାରି କରୁଥିଲା"।


ତା ସହିତ ଗାଁ ଲୋକମାନେ ମଧ୍ୟ ।ଏତେ ସରଳ ନୀରିହ ଲୋକମାନଙ୍କୁ କାକୁତି ମିନତୀ ହେବାର ଦେଖି ପୋଲିସ ବାବୁ ଧନୁ ମୁଣ୍ଡାକୁ ସାଥିରେ ଧରି ନିଜେ ଝିଅଟିକୁ ଖୋଜିବାକୁ ବାହାରିପଡିଲେ ଏବଂ ସବ ଇନସପେକ୍ଟରଙ୍କୁ ପାଖ ଗାଁ କୁ ପଠାଇଲେ ।ପ୍ରଥମେ ପୋଲିସ ବାବୁ ବିଦ୍ୟାଳୟରେ ଯାଇ ପହଞ୍ଚିଲେ ସାରଙ୍କୁ ଏବଂ ମୀତାର ସାଙ୍ଗ ସାଥି ମାନଙ୍କୁ ତାହା ବିଷୟରେ ପଚାରିଲେ ।

ପୋଲିସ ବାବୁ-ଆଛା ପିଲାମାନେ ମୀତା ବିଦ୍ୟାଳୟ ଛୁଟି ପରେ କାହା ସାଥିରେ ଘରକୁ ଯାଉଥିଲା ।

ପିଲାମାନେ- ସାର ରୀତା ସାଥିରେ ।

ପୋଲିସ ବାବୁ-ରୀତା କିଏ ଏଠାକୁ ଆସ?

ରୀତା ଆସିଲା

ପୋଲିସ ବାବୁ-ଆଛା ତୁମେ କହିଲା ମୀତା କୁଆଡେ ଗଲା 

ରୀତା-ମୁଁ ଜାଣିନି ସାର

ପୋଲିସ ବାବୁ -କୁହ ନହେଲେ ତୁମକୁ ଥାନାକୁ ନେଇଯିବି।

ରୀତା ଡରିଗଲା ଏବଂ ସତ କଥା କହିବାକୁ ଲାଗିଲା,

ମୀତା ମୋଠାରୁ କୋଡିଏ ଟଙ୍କା ନେଇଥିଲା ବାରମ୍ବାର ମାଗିବା ସ୍ଵତ୍ତ୍ୱେ ମଧ୍ୟ ଦେଉନଥିଲା, ତେଣୁ ମୁଁ ତାକୁ କୋଳି ଖାଇବା ନାଁ ରେ ପାଖ ଗାଁ ର ଚାଣ୍ଡାଳ ପାଖରେ ବନ୍ଦୀ କରି ରଖିଛି।ସମସ୍ତେ 

ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏତେ ଛୋଟ ପିଲା ଏଡ଼େ ବଡ଼ କାମ କିପରି କରିପାରେ।ତଥାପି ପୋଲିସ ବାବୁଙ୍କୁ ସାଥିରେ ଧରି ସେମାନେ ଚାଣ୍ଡାଳ ରହୁଥିବା ଗାଁରେ ପଂହଁଚିଲେ ।


  ଚାଣ୍ଡାଳ ବରଗଛ ମୂଳେ ବସିଥାଏ ,ତା ଚାରି ପାଖରେ ଵିଭିନ୍ନ ପ୍ରକାର ମଶାଣି ଜିନିଷ ପଡିଥାଏ।ଦେଖିବାବୁ ଭାରି ବିକଟାଳ ରୂପ ଚଣ୍ଡାଳର। ତା ପାଖରେ ଥାଏ କାଳି ମନ୍ଦିର।

ପୋଲିସ ବାବୁ-ତମେ ଚାଣ୍ଡାଳ

ଚାଣ୍ଡାଳ- ହଁ ଆଜ୍ଞା

ପୋଲିସ ବାବୁ-ତୁମେ ଏଠି କଣ କରୁଚ ?

ମୁଁ ଏଇଠି ରୁହେ ଶବ ପୋଡେ ଚାଣ୍ଡାଳ କହିଲା, ତମେ ସେ ଛୋଟ ଝିଅ ମୀତାକୁ କେଉଁଠି ଲୁଚାଇ ରଖିଛ ?

ଚାଣ୍ଡାଳ ଆଶ୍ଚର୍ଯ୍ୟ ହୋଇ ମୁଁ ତ କିଛି ବୁଝି ପାରୁନି ଆପଣ କଣ କହୁଛନ୍ତି ।

କିଛି ବୁଝି ପାରୁନ !

ସେ ଝିଅ ମୀତା କାହିଁ ?

ଠିକ ଏହି ସମୟରେ କେଉଁ ଏକ ଝିଅ କାନ୍ଦଣା ଶୁଭିଲା ।

ସମସ୍ତେ କାନ୍ଦଣା ଆଡେ ଚାଲିଲେ ଦେଖିଲେ ମୀତାର ଗୋଡ ହାତ ବନ୍ଧା ହୋଇଛି।ସେ କାଳି ମନ୍ଦିର ପଛପଟେ ପଡିଛି । ଧନୁ ସାଙ୍ଗେ ସାଙ୍ଗେ ଧାଇଁ ଯାଇ ତା ଝିଅର ହାତ ଗୋଡ ଖୋଲିଦେଲା ।ତା ଆଖିର ପଟି ଖୋଲି ଦେଲା। ଆଖିରୁ ଲୁହ ବୋହିଯାଉଛି ଧନୁ ମୁଣ୍ଡାର ପଚାରିଲା ଆଲୋ ମା ତୁ ଏଠାକୁ କେମିତି ଆସିଲୁ।

  ଝିଅଟି କହିଲା ମୋ ଆଖିରେ କପଡା ବାନ୍ଧି ଏଠାକୁ କିଏ ନେଇ ଆସିଛି ମୁଁ ଜାଣିନି।ଆଉ ଏଇ ପଛପଟ ଘରେ ବନ୍ଦ କରି ମୋତେ ରଖିଥିଲେ।ତମ ସମସ୍ତଙ୍କ ପାଟି ଶୁଣି ଜୋରରେ କାନ୍ଦିଲି ବାପା। ପୋଲିସ ବାବୁ ଚାଣ୍ଡାଳକୁ ଧରି ପିଲା ଚୋରି ଅଭିଯୋଗରେ ପୋଲିସ ଭ୍ୟାନରେ ବସାଇବାକୁ ନେଉଥିବା ସମୟରେ ଲୋକମାନଙ୍କର ମାର ମାର ଶବ୍ଦ ପରିବେଶକୁ କୋଳାହଳମୟ କରି ଦେଇଥାଏ।ଏହି ସମୟରେ ରୀତାର ବାପା ସରମ ମୁଣ୍ଡା ଆସି ଚାଣ୍ଡାଳ କାନରେ କହୁଥିଲା ; ତୁ ସେଦିନ ମୋତେ ଏଇଠି ଅପମାନ ଦେଇଥିଲୁନା, ମୋ ମାର ଶବକୁ ପୋଡିବାକୁ ଦେଇନଥିଲୁ ନା ସେଥିପାଇଁ ଆଜି ତୋର ଏ ଅଵସ୍ଥା।


  ଏହି ସମୟରେ ପୋଲିସ ବାବୁ ଚଣ୍ଡାଳକୁ ଧରି ଜିପିରେ ବସାଇବାକୁ ଭିଡୁଥାନ୍ତି। ଗାଁ ଲୋକମାନେ ମିତାକୁ ଧରି ଗାଁ ଅଭିମୁଖେ ଯାଉଥାନ୍ତି। ସରମ ମୁଣ୍ଡା ଗାଁ ଆଡେ ଆନନ୍ଦରେ ଚାଲିଛି ଯୁଦ୍ଧ ଜିତିଗଲା ଭଳି ,ପଶ୍ଚିମ ଦିଗରେ ସୂର୍ଯ୍ୟ ବୁଡିବାକୁ ବସିଲେଣି ।ଜଙ୍ଗଲର ପକ୍ଷୀମାନେ ନୀଡ଼କୁ ଫେରୁଥାନ୍ତି। ଆଉ ଚାଣ୍ଡାଳ ବିଚରା ଚାହିଁ ରହିଥାଏ ମଶାଣି ଆଡ଼କୁ ଲୋତକ ପୂର୍ଣ୍ଣ ନୟନରେ।

   


ମନ୍ତ୍ୟବ୍ୟ----ବିସ୍ମିତା ସାହୁଙ୍କ ଦ୍ୱାରା ପ୍ରଦତ୍ତ ଗଳ୍ପାଂଶଙ୍କୁ ନେଇ ମୋର ଗଳ୍ପଟି ଅଗ୍ରଗତି କରିଛି।ଗୋଟିଏ ବାପାର ନିଜ ଝିଅ ପ୍ରତି ଭଲ ପାଇବାର ଏକ ସୁନ୍ଦର କାହାଣୀ ଏଠାରେ ଉପସ୍ଥାପନା କରାଯାଇଛି। ଝିଅ ପ୍ରତି ଆଜିର ସମାଜରେ ଯେଉଁ ଘୃଣ୍ୟ ଚିନ୍ତା ଧାରା ରହିଛି ,ଧନୁର ମୁଣ୍ଡାର ନିଜ ଝିଅପ୍ରତି ଥିବା ଭଲ ପାଇବା ତାକୁ ମଣିଷ କରିବା ଚିନ୍ତା ଅନ୍ୟ ମାନଙ୍କୁ ନିଶ୍ଚିତ ପ୍ରେରଣା ଦେବ ।


Rate this content
Log in

Similar oriya story from Drama