Satyabati Swain

Inspirational

3.9  

Satyabati Swain

Inspirational

ପ୍ରଥମ ପ୍ରତିଶ୍ରୁତି

ପ୍ରଥମ ପ୍ରତିଶ୍ରୁତି

3 mins
11.9K



ମୁଁ କୌତୁହଳି ହୋଇ ବାପାଙ୍କୁ ଦିନେ ପଚାରିଲି ମୋ ନାଁ ସତ୍ୟବତୀ କାହିଁକି?ବାପା ଟିକେ ଗମ୍ଭୀର ହୋଇ ଗଲେ।ବାପା ଗମ୍ଭୀର ହେଲେ ମୁଁ ମୁହଁ ଶୁଖେଇ ଆଉ କିଛି ପଚାରିବାର ସାମର୍ଥ୍ୟ ରଖି ପାରେ ନାହିଁ।ଚୁପ୍ ଚାପ୍ ବସେ।ବହି ତ ମୋର ସାଙ୍ଗ।ଯେ କୌଣସି ଗୋଟେ ବହି ଟାଣି ଆଣି ଖାଲି ପୃଷ୍ଠା ଓଲଟାଏ।ମୋ ଗୁମ୍ ଭାଵ ଦେଖି ବାପା ବୁଝି ଯାଆନ୍ତି ଯେ ମୁଁ ଉତ୍ତର ପାଉ ନାହିଁ ବୋଲି ଅସନ୍ତୁଷ୍ଟ।ମୋ ବାପା ଏଇଥି ପାଇଁ ଶ୍ରେଷ୍ଠ ଭାବେ କି ସେ ସବୁବେଳେ ଚେଷ୍ଟିତ ଥାଆନ୍ତି ମୋ କଅଁଳ ବୟସର କୋମଳ ଜିଜ୍ଞାସାରୁ ସୃଷ୍ଟ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ।ଯାହା ମୋତେ ଅନେକ କ୍ଷେତ୍ରରେ ସାହାଯ୍ୟ କରିବାର ମୂଳ ସମ୍ବଳ ହୋଇଛି।


ବାପା କଲିକତାରେ ଚାକିରୀ କରୁଥିଲେ।ସେଇଥିପାଇଁ ବୋଧେ ଆମ ଜୀବନରେ ବଙ୍ଗଳା ଚାଲି ଚଳନ ପ୍ରଭାବ ବେଶୀ ଅନୁଭୂତ ହୁଏ।ମୋର ଜନ୍ମରୁ ଅଧିକାଂଶ ସମୟ କଲିକତାରେ କଟିଛି।ଗଙ୍ଗା ଧାର ଉପର ଦୁଇ ମହଲା କଂପାନୀ କ୍ବାଟରରେ ରହୁଥିଲୁ ଆମେ।ଗଙ୍ଗା ମୋତେ ବେଶୀ ପ୍ରଭାବିତ କରେ।ତାର ତିନିଧାର ପାଣି ହେଉ କିବା ବାହାନ ର ନଡିଆ ଗଛଠୁ ଆସୁଥିବା ହେଁସ ଗୁରା ପରି ଲହରୀ ଦେଖି ମୋ ପିଲା ମନ କୁରୁଳି ଉଠେ।ଆମେ ରହୁଥିବା କ୍ବାଟର ଝରକା ପାଖେ ପଡିଥିବା ଟେବୁଲ୍ ଉପରେ ରେଲିଂ ଧରି ଅହରହ ଅନେଇଥିବି ଗଙ୍ଗାର କ୍ଷଣକୁ କ୍ଷଣ ବଦଳୁଥିବା ରୂପ।ବାପା କୁହନ୍ତି ତଳକୁ ଯାଉନ ପାଖରୁ ଏ ସବୁ ଦେଖିବୁ।କିନ୍ତୁ ସୁକୁମାର ମିତ୍ର ଦା ଙ୍କ କୁକୁର ଯେଉଁ ଭୁକ୍ ଭୁକ୍ ହୁଏ ମୋତେ ବା ଡର ଲାଗେ ମନେ ମନେ କୁହେ।


ସେଦିନ ମୋ ନାଁ ସତ୍ୟବତୀ କାହିଁକି ପଚାରିଦେଲି। ବାପା କିଛିସମୟ ନୀରବ ରହିବା ପରେ ଗୋଟିଏ ବହି ଦେଖେଇ କହିଲେ ଯାହାର ନାଁ "ପ୍ରତିଶ୍ରୁତି" ଥିଲା।ଏହାର ଲେଖିକା ଥିଲେ ବେଙ୍ଗଲ ଭାଷାକୁ ସମୃଦ୍ଧ କରିଥିବା ବହୁ ଚର୍ଚ୍ଚିତ ନାରୀ କବି,ଲେଖିକା ଓ କାଳ ଜୟୀ ଔପନାସିକା" ଜ୍ଞାନ ପୀଠ "ବିଜୟିନୀ ପ୍ରଥମ ଭାରତୀୟ ମହିଳା "ଆଶାପୂର୍ଣ୍ଣା ଦେବୀ"।ଯଦିଓ ମୁଁ ବଙ୍ଗଳା ଅକ୍ଷର ସହ ପରିଚିତ ଥିଲି; କିନ୍ତୁ ଏତେ ବଡ଼ ବହି ପଢି ବୁଝିବା ବୟସ ମୋର ହୋଇ ନ ଥିଲା।କେବଳ ଠାକି ଠାକି ବହିର ନାମ "ପ୍ରଥମ ପ୍ରତିଶ୍ରୁତି" ବୋଲି ପଢି ପାରିବାକୁ ସକ୍ଷମ ହୋଇଥିଲି।


ତାପରେ ବାପା କି ଆଉ ରକ୍ଷା ପାଆନ୍ତି?ଏଇଟା କି ବହି?ୟାକୁ କିଏ ଲେଖିଛନ୍ତି?ଏଥିରେ କଣ ମୁଁ ପଢିବା ପାଇଁ ଗପ ଲେଖା ହୋଇଛି?ଯଦି ହୋଇଛି ଏତେ ଟିକି ଟିକି ଅକ୍ଷରରେ ଲେଖା ଯାଇଛି କାହିଁକି? ଏ ବହି ସହ ମୋ ନାମ କି ସମ୍ପର୍କ ଅଛି ଇତ୍ୟାଦି ଅନେକ ପ୍ରଶ୍ନ ବାଣର ସହଜ ଉତ୍ତର ଟିଏ ଦେଇ ବାପା ଖସି ଯାଇଥିଲେ।ସେଇଟି ଥିଲା--


"ତୁ ପଢିଲେ ଓ ବଡ଼ ହେଲେ ଜାଣିବୁ"


ଏଇ ଛୋଟିଆ ବାକ୍ୟଟି ମୋତେ ସବୁ ବେଳେ ତୁନି ପକେଇବାରେ ଏକ ଅମୋଘ ବ୍ରହ୍ମାସ୍ତ୍ର ହୁଏ।


ଚିନ୍ତାରେ ପଡ଼ିଯାଏ କେବେ ବଡ଼ ହେବି?ବଡ଼ କାହାକୁ କୁହନ୍ତି?ବାପା ପରି କି?ଏବେ ବି ତ ପଢୁଛି।ବୁଝି ପାରୁ ନାହିଁ କେବଳ ବଡ଼ ହୋଇ ନାହିଁ ବୋଲି!


ସେତେବେଳେ ଭାରି ଆକୁଳ ହେଉଥିଲି ବଡ଼ କେମିତି ହେବି?କିନ୍ତୁ ଆଶ୍ଚର୍ଯ୍ୟ ବଡ଼ ହେଲା ପରେ ଭାବୁଛି ପିଲା ହୋଇ ଯାଆନ୍ତି କି?


ହଁ ବଡ଼ ହେଲି।ସେତେବେଳେକୁ ପାଖରେ ନଥିଲେ ବାପା।ଥିଲା କିନ୍ତୁ "ପ୍ରଥମ ପ୍ରତିଶ୍ରୁତି "ବହିଟି ।ପଢ଼ିଲି; ସବୁ ଶବ୍ଦ ଅର୍ଥ ବୁଝିବା ସମ୍ଭବ ହେଲା ନାହିଁ ବୋଲି ମୋ ଅଭାଇର ସାହାଯ୍ୟ ନେଲି।ସ୍ତମ୍ଭିଭୂତ ହେଲି ମୋ ନାଁ ସତ୍ୟବତୀ ଉତ୍ତର ପାଇ ଗଲି ଯେବେ।ବାପା ତେବେ ଚାହୁଁଥିଲେ ପ୍ରତିଶ୍ରୁତି ଉପନ୍ୟାସ ନାୟିକା ସତ୍ୟବତୀ ପରି ମୁଁ ହୁଏ?ବା..ପା...ଗଳି ପଡିଲା ବାପାଙ୍କ ଫଟୋ ଉପରେ କିଛି ବୁନ୍ଦା ମୋ ଆତ୍ମାରୁ ନିଗିଡା ପାଣି।


"ପ୍ରଥମ ପ୍ରତିଶ୍ରୁତି"ର ସତ୍ୟବତୀ ସମଗ୍ର ନାରୀ ଜାତିର ଆତ୍ମସମ୍ମାନର ପରିନିଧିତ୍ୱ କରୁଥିଲେ।ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପାଇଁ ପ୍ରତିମୁହୂର୍ତ୍ତରେ ଆୟୋଜିତ ସାମାଜିକ ପ୍ରତାରଣା ତଥା ତା'ର ଏବଂ ପରିବାର ମର୍ଯ୍ୟାଦା ପାଇଁ ପାଦେ ପାଦେ ନିନ୍ଦିତ ରୁଢ଼ି ବିରୋଧରେ ସତ୍ୟବତୀର ବିଦ୍ରୋହ ସେହି ଯୁଗର ନାରୀମାନର ବାଂଛିତ ପ୍ରତିରୂପ ଥିଲା।ଯିଏ ଗୋଟିଏ ବିଦ୍ରୋହିଣୀ ରୂପ ଧାରଣ କରି ନିଜ ସାମାଜିକ ଢାଞ୍ଚାକୁ ଭଙ୍ଗ କରି ନାହିଁ;ପରନ୍ତୁ ତାକୁ ମର୍ଯ୍ୟାଦା ସମ୍ପନ୍ନ କରିଛି।ଏଠାରେ ସତ୍ୟବତୀର ଭୂମିକା ନିରଙ୍କୁଶ ନଥିଲା କି ଉତ୍ସୃଙ୍ଖଳ ମଧ୍ୟ ନ ଥିଲା।ସେ ଧୀରେ ଧୀରେ ନିଜ ଅନୁରୋଧର ବଳ ଉପରେ ସଂକଳ୍ପକୁ ଗତି ଓ ଦିଗ୍

ଦର୍ଶନ ଦିଅନ୍ତି।ସେ ବୁଝିଥିଲେ ଯେ ତା ବିଦ୍ରୋହର ଧରାତଳ, ଘରପରିବାର ଓ ଅନ୍ତରଙ୍ଗ ସାମାଜିକ ସମ୍ପର୍କ ପର୍ଯ୍ୟନ୍ତ ସୀମିତ।ବୃହତ୍ତର ସମାଜ ସହିତ ତାର କିଛି ବି ସମ୍ପର୍କ ନାହିଁ।


ନିମ୍ନ ମଧ୍ୟବର୍ଗୀୟ ପାରିବାରିକ ବିବଶତା ମଧ୍ୟରେ କୌଣସି ପରମ୍ପରା ଗ୍ରସ୍ତ ପରିବାରର ଛୋଟ ଛୋଟ ପ୍ରତାରଣା ଜଣେ ନାରୀର ସଂଘର୍ଷ ଧୀରେ ଧୀରେ କେଉଁ ଭଳି ବିରାଟ ହୋଇଉଠିଛି ତାହା " ପ୍ରଥମ ପ୍ରତିଶ୍ରୁତି" ହେଉଛି ଏକ ଅଦ୍ଭୁତ ଉଦାହରଣ।ଯେଉଥିରେ ନାୟିକା ସତ୍ୟବତୀର ବୈଚାରିକ ଆଗ୍ରହ ଅନ୍ୟଥା ଆରୋପିତ ପରିବେଶର ବିରୋଧୀ ଥିଲା ଏବଂ ନୂଆ ସମାଜ ନିର୍ମାଣର ଆଧାର ଥିଲା ପ୍ରତିବାଦର ପ୍ରତୀକ ମଧ୍ୟ।ଲେଖିକା ପରମପୂଜ୍ୟା ଆଶାପୁର୍ଣ୍ଣା ଦେବୀ ନାରୀ ପାତ୍ରକୁ ପୁରୁଷ ପାତ୍ର ପରି ପ୍ରତିଷ୍ଠା ଓ ମର୍ଯ୍ୟାଦା ପ୍ରଦାନ କରିବାକୁ ଚାହିଁଛନ୍ତି।


ଚିର ନମସ୍ୟା "ଆଶାପୂର୍ଣ୍ଣା ଦେବୀ"; "ପ୍ରଥମ ପ୍ରତିଶ୍ରୁତି " ଉପନ୍ୟାସ ପାଇଁ "ଟାଗୋର ପୁରସ୍କାର" ସହ ସର୍ବ ଶ୍ରେଷ୍ଠ "ଜ୍ଞାନ ପୀଠ" ପୁରସ୍କାର ପାଇଥିଲେ।ତାଙ୍କ କୃତି ସମୂହକୁ ମୋ ପରି ତୁଚ୍ଛ ମଣିଷ ଲେଖିବା ଅତି ଅସମ୍ଭବ।ଯେଉଁ ମହାନ ନାରୀ ଲେଖିକା ତାଙ୍କ ସାରସ୍ବତ ସାଧନାପାଇଁ ଅନେକ ପୁରସ୍କାର ସହ ପଦ୍ମଶ୍ରୀ ଓ ଜ୍ଞାନପୀଠ ପୁରସ୍କାର ବିଜୟିନୀ ହୋଇ ସମଗ୍ର ନାରୀ ଜାତିର ଗର୍ବ ଗୌରବ ହୋଇଛନ୍ତି।ଜ୍ଞାନ ପୀଠ ବିଜୟିନୀ ଭାବେ ସେ ପ୍ରଥମ ଭାରତୀୟ ମହିଳା ଅଟନ୍ତି।ସେଇ ମହିୟସୀ ମହିଳାଙ୍କ ଜ୍ଞାନ ପୀଠ ପାଇଥିବା ଉପନ୍ୟାସ ପଢି ବାପା ମୋ ନାମ ସତ୍ୟବତୀ ରଖିଥିବାରୁ ମୁଁ ମୋ ବାପାଙ୍କ ପାଇଁ ଖୁବ୍ ଗର୍ବିତ।


ଏତ ଗଲା ସାହିତ୍ୟ ଚର୍ଚ୍ଚା।ଆସନ୍ତୁ ଏବେ ଆମ ଜୀବନ ସୁରକ୍ଷା କଥା ଟିକେ ଭାବିବା।କେତେ ଜଣ ମଲେଣି ଆମ ଦେଶରେ ପୁଣି ସହସ୍ରାଧିକ ଆକ୍ରାନ୍ତ।ଭାବି ପାରୁଛନ୍ତି ତ ଅବସ୍ଥା କି ସଙ୍କଟାପନ୍ନ!! ଭୟଙ୍କର!!!


ପ୍ରତିଶ୍ରୁତି ନୁହେଁ ପ୍ରତିଜ୍ଞା କରିବା-

ଘରେ ରହିବା

ହାତ ଧୋଇବା

ମାସ୍କ ପିନ୍ଧିବା

ସାମାଜିକତା ଦୂରତା ବଜାଇ ରଖିବା

ବାହାର ରାଜ୍ୟରୁ ଆସିଥିଲେ କ୍ବାରେଣ୍ଟାଇନ ହୋମ୍ ରେ ରହିବ

ଲକ୍ ଡାଉନ୍ କଣ ସବୁ ବେଳେ ଚାଲୁଥିବ??

ନିଜକୁ ନିଜେ ହିଁ ସୁରକ୍ଷିତ ରଖିବା

ଏମିତି କରିବା ଦ୍ୱାରା ଆମେ କାହାର ନୁହେଁ ନିଜର ସୁରକ୍ଷା ଦେଉଛନ୍ତି ଏଇତକ ନିଶ୍ଚୟ ବୁଝିବା

ତେବେ ସିନା କ ରୋ ନା ମହାମାରୀ କବଳରୁ ମୁକତି ଲଭିବା।



Rate this content
Log in

Similar oriya story from Inspirational