Lipsa Acharya

Abstract Horror Thriller

3.5  

Lipsa Acharya

Abstract Horror Thriller

ପ୍ରତେତ୍ମା କାନ୍ଦୁଛି

ପ୍ରତେତ୍ମା କାନ୍ଦୁଛି

2 mins
98


ସଂଧ୍ଯା ହେଲେ ଗାଁ କବାଟ ପଡିଯାଏ । ପିଲାଦିନରୁ ଗାଁ ଦାଣ୍ଡରେ ଶୋଇ ଆସୁଥିବା ଅନ୍ଧ ବୁଢା ବି ଡରେ । ଯିଏ ବର୍ଷା ଶୀତର ମାଡକୁ ଡରୁ ନ ଥିଲା , ଆଜି ସେ ଡରୁଚ୍ଥି । ଗାଁ ତୁଠରେ ମାଇପି ଚର୍ଚ୍ଚା କରନ୍ତୁ । ଏ ଲ ! ମାଧିଆ ମା' କାଲି ଆମ ବାରି କବାଟ ଖଡଖଡ କରୁଥିଲା । ଏବେ ତ ବଡିଭୋର ରୁ ବି ନଦୀ ଆଡେ ଆସିବାକୁ ଡର ଲାଗେ । କାଲି କୁଆଡେ, ତଳ ସାହିର ରାମ ଘରକୁ ଫେରିଲା ବେଳେ ଗାଁ ଦାଣ୍ଡରେ ଧଳାଲୁଗା ପିନ୍ଧି କଇଁ କଇଁ କାନ୍ଧି ସେ' ଚାଲୁଥିଲା । ଭାଗ୍ଯଭଲ ସେ ଦେଖିନି ତାକୁ । ତୋଟା ଶେଷରେ ଥିବା ସେ ବାଉଁଶ ଗଚ୍ଥକୁ ସେ କୁଆଡେ ନିଜ ଘର କରି ନେଇଚ୍ଥି । ମରଦ ପୁଅ ବି ଦିନରେ କାଠ ହାଣିବାକୁ ଡରୁଚ୍ଥନ୍ତି । ଖଣ୍ଡମଣ୍ଡଳ ରେ ହୁରି ପଡିଚ୍ଥି , " ଶାସନ ଗାଁ ରେ ପ୍ରେତାତ୍ମା କାନ୍ଧୁଚ୍ଥି।" 


      ହଁ, ଲ ରାଧା ବୋଉ। ଜାଣିଚ୍ଥୁ ସେ କୁଆଡେ ମା' ହେବାକୁ ଯାଉଥିଲା । ଜଣେ ତ ନୁହଁ ଦୁଇଜଣ ଙ୍କ ଅପମୁତ୍ଯୃ ଘଟିଚ୍ଥି । ତେଣୁ ପ୍ରେତ୍ମା ବି କାନ୍ଧୁଚ୍ଥି ଆଉ କନ୍ଧାଉଚ୍ଥି । ମାନସିକ ରୋଗୀ ସହିତ କିଏ ଏପରି କଲା କେଜାଣି ?? ଧର୍ମ ସହିବ ନାହିଁ । ନା.. ଲ.. ମା.. , ଆଜିର କଳି କାଳରେ ଧର୍ମ କଣ ଅଛି । ଏ ରାଜୁମା' ଝିଅଟା କୁ ଘରେ ଏକୁଟିଆ ଚ୍ଥାଡିକି ଯିବା କଥା ନ ଥିଲା !! ଆରେ, ସିଏ କଣ ଜାଣିଥିଲା । ଗାଁର ପରିଚିତ ଚେହରା ଭିତରେ ନରରାକ୍ଷାସ ଲୁଚି ରହିଥିବେ ବୋଲି । ମୁଁ ଗାଧେଇ ଆସିଲା ବେଳେ ତାଙ୍କ ଘରଦେଇ ଆସିଲି । ରାଜୁ ମା' ମୁଣ୍ଡପିଟି ପିଟି କାନ୍ଧୁଥିଲା । ବାୟାଣୀ ହେଲେ କ'ଣ ହେଲା । ନଅ ମାସ ଗର୍ଭରେ ଥରି ଜନ୍ମ ଦେଇଚ୍ଥି । ବାୟାଣୀ ବୋଲି ତାକୁ କେବେ ହୀନ ଦେଖି ନ ଥିଲା । ପୋଲିସ୍ ଖୋଜୁଚ୍ଥି କାହାର ଏ କାମ ...! 


        ଶୁଣୁ... ଶୁଣୁ... ସେ ଅନ୍ଧବୁଢା ବୋଧହୁଏ ସବୁ ଜାଣିଚ୍ଥି । ମାତ୍ର ଭୟରେ କହନି । ଆଖିକୁ ନ ଦେଖାଗଲେ ବି ସେ ଠିକ୍ ଜାଣିଚ୍ଥି ଅପରାଧି କିଏ । ତେଣୁ ତ ସଂଧ୍ଯା ହେଲେ ; ଗାଁ ମଝି ଦାଣ୍ଡରେ ରଡିକରେ , " ସଂଧ୍ଯା ହେଇଗଲା ପ୍ରେତାତ୍ମାଭୟରେ କବାଟ କିଳି ଦେଲେ ବି ସେ ନିଜର ଦୋଷୀକୁ ଦଣ୍ଡଦବ । ଏ ପୋଲିସ୍ ବାଲା ୫ ଦିନ ପରେ ବି ଖୋଜି ପାରିଲେ ନାହିଁ । ହେଲେ, ସେ ଏବେ ଆଉ ବାୟାଣୀ ଝିଅ ନୁହେଁ ବରଂ ପ୍ରେତାତ୍ମା । ସେ ଦୋଷୀର ଜୀବନ ନ ନେଲା ଯାଏଁ ଶାନ୍ତି ପାଇବ ନାହିଁ ।" 


        ଅନ୍ଧ ବୁଢାର କଥା ଶୁଣି ନରହସି କାହିଁକି ରାଗିଯାଇ ମାରିବାକୁ ଗୋଡାଏ ଗାଁ ଲୋକଙ୍କ ପାଖରେ ଅବୁଝା ଥିଲା । 



Rate this content
Log in

Similar oriya story from Abstract