padmaja pati

Abstract

2  

padmaja pati

Abstract

ପ୍ରତାରଣାର ଫଳ

ପ୍ରତାରଣାର ଫଳ

1 min
346


ଶ୍ରୀନିବାସ ବାବୁ ଆଜି ଜୀବନର ଶେଷ ପାହାଚରେ l କେତେ ବେଳେ ସେ ପାରିରୁ ଡାକରା ଆସିବ କିଏ ଜାଣେ ? ଭାରି ମନ ହେଉଛି ସାନୁକୁ ଦେଖିବାକୁ l ସାନ ଭାଇ ଶ୍ରୀଧର ତାଙ୍କୁ ଦେଖିବାକୁ ଆସିଥିଲା l ସେ ତାକୁ ସାନୁ ପାଖକୁ ଫୋନ କରିବାକୁ କହିଲେ l ସାନୁ ଫୋନ ଉଠାଇବାରୁ ତାକୁ ଗାଁକୁ ଆସିବାକୁ କହିଲେ l କିନ୍ତୁ ସେ କହିଲା, " ଏବେ କମ୍ପାନୀରେ ବହୁତ କାମ l ପରେ ସୁବିଧା ପାଇଲେ ଯିବି " l ଏତିକି କହି ଫୋନ ରଖି ଦେଲା ସେ l

ଶ୍ରୀଧର ତାଙ୍କୁ ବୁଝାଇବାକୁ ଯାଇ କହିଲେ, "ଭାଇ, ଆମେ ସମସ୍ତେ ତୁମ ପାଖରେ ତ ଅଛୁ l ଆଜିକାଲି କାର୍ଯ୍ୟ କ୍ଷେତ୍ରରେ କାମର ଚାପ ଅଧିକ l ଆପଣ ନିହାତି ବୁଝିବା ଦରକାର l " ହଁ, ଠିକ ଅଛି " କହି ଦୀର୍ଘଶ୍ୱାସ ଛାଡିଲେ ସେ l

ଏବେ ମାର୍ଗଶୀର ମାସ ଚାଲିଛି l ସେ ଫେରି ଯାଉଥିଲେ ପଚିଶ ବର୍ଷ ତଳକୁ l ସେତେବେଳେ ସେ ଘରଠାରୁ ମାତ୍ର ପଚାଶ କିଲୋମିଟର ଦୂରରେ ଚାକିରୀ କରୁଥିଲେ l ବୋଉ କେତେ ଫୋନ କରୁଥିଲା ଶ୍ରୀଧରକୁ କହି ତାଙ୍କ ପାଖକୁ l ଶେଷ ଗୁରୁବାର ମାଣବସା ଦିନ ତା ' ବୋହୂ ଓ ନାତିଙ୍କୁ ନେଇ ଘରକୁ ଆସିବାକୁ l କିନ୍ତୁ ସ୍ତ୍ରୀ ତାଙ୍କର ରୋକଠୋକ ମନା କରିଦେଲେ l ସେ କହିଲେ, "ମୋ ଦେହ ଭଲ ନାହିଁ l ମୁଁ ଘରକୁ ଯାଇ ଏତେ କାମ କରି ପାରିବିନି l ତୁମେ ମନା କରିଦିଅ l ସେ ଭାବି ପାରୁ ନ ଥିଲେ କାହାକୁ ଖୁସି କରିବେ l ବୋଉକୁ ନା ସ୍ତ୍ରୀଙ୍କୁ ? ବାଧ୍ୟ ହୋଇ ବୋଉକୁ ମିଛ କହିଲେ ସେ l ଆଜି ସାନୁ ସେପରି କରୁନି ତ ?

ସାନୁ ର ମୁହଁ ସାଙ୍ଗରେ ତାଙ୍କୁ ବୋଉର ମୁହଁ ଦେଖା ଯାଉଥିଲା l ତାଙ୍କୁ ଲାଗୁଥିଲା ବୋଉ ସହ କରିଥିବା ପ୍ରତାରଣାର ଫଳ ୟେ ନୁହେଁ ତ ?


Rate this content
Log in

Similar oriya story from Abstract