Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rabindra Mishra

Drama Fantasy

3  

Rabindra Mishra

Drama Fantasy

ପୃଷ୍ଠା ପଛ ମଣିଷ

ପୃଷ୍ଠା ପଛ ମଣିଷ

2 mins
514


ସେ ସାମ୍ପ୍ରତିକ ବ୍ୟବସ୍ଥା ଓ ସମାଜର ଜଣେ ସେଲେବ୍ରେଟି ନୁହନ୍ତି । ତାଙ୍କ ନାଁର ଆଗ ପଛରେ ଲମ୍ବା ଡିଗ୍ରୀର ଲାଇନ ନାହିଁ । କିନ୍ତୁ ସାଧାରଣ ମଣିଷର ହୃଦୟରେ ବସା ବାନ୍ଧିଦେଇ ଥିଲେ । ଗାଁରୁ ସହର, ପାଲାରୁ ସିନେମା, ଖବର କାଗଜରୁ ଟିଭି ସବୁଠାରେ ତାଙ୍କ ପୃଷ୍ଠାର ଚର୍ଚ୍ଚା । ଯେଉଁ ପୃଷ୍ଠାରେ ପ୍ରକାଶିତ ହେଇଥିଲା ନିଚ୍ଛକ ସରଳ ମଣିଷର ଆତ୍ମାର ପରିଭାଷା । ଯାହା ସେ ବୁଝିପାରେ,, ଜାଣିପାରେ, ନିଜ ଭିତରେ ଅନୁଭବ କରେ । ନିଜକୁ ସେଇ ପୃଷ୍ଠା ଭିତରେ ଆବିଷ୍କାର କରେ । ଆବିଷ୍କାର କରେ ତା ଜୀବନର ଗତିଶୀଳତା କୁ ଯାହା ଅଙ୍କା ବଙ୍କା ହୋଇ ଆଗକୁ ଯାଉଛି । ହସ-ଲୁହ, ଦ୍ଵିଧା-ଦ୍ୱେଷ,ରାଗ-ରୋଷ ତା ଚାଲିବା ବାଟରେ କେଉଁଠି ନ କେଉଁଠି ହାତଧରି ଟାଣୁଛନ୍ତି, କିନ୍ତୁ ସେ ତା ଭିତରେ ଆଗକୁ ବଢିବାର ପ୍ରୟାସ କରୁଛି । ବହିଟିକୁ ଆମୂଳ-ଚୁଳ ପୁଣିଥରେ ପଢିବାକୁ ଲାଗିଲି ।

ମୁଁ ଅନୁଭବ କଲି ମୁଁ ପୃଷ୍ଠା ପରେ ପୃଷ୍ଠା ପଢୁନି, ବରଂ ମୋ ନିଜକୁ, ମୋର ସତ୍ତା ଓ ସ୍ୱରୂପକୁ ଅନ୍ତ୍ରଚେତନାରେ ଦେଖୁଚି । ଦେଖୁଚି ମୋର ବେଦନା,ଆମ ସମସ୍ତଙ୍କର ,ସାଧାରଣ ମଣିଷ ଜୀବନର ସ୍ୱରୂପକୁ । "ଲୋକତନ୍ତ୍ର ହେଉଛି ଲୋକଙ୍କର,ଲୋକଙ୍କ ଦ୍ୱାରା,ଲୋକଙ୍କ ପାଇଁ"-କେବଳ ପ୍ରଚାର ସର୍ବସ୍ୱ । ସତ କହିଲେ ସାଧାରଣ ମଣିଷ ଟା ବର୍ତମାନର ବ୍ୟବସ୍ଥାରେ ଅଚଳ ଅଧୁଲି । ସାମାଜିକ ବର୍ଗିକରଣରେ ପେଷି ହେଇଯାଉଥିବା ପଲେ ମେଣ୍ଢାପରି ।

ନିହାତି ଲେଖକଙ୍କୁ ଜାଣିବା ପାଇଁ ବହିଟିର ପଛ ପ୍ରଚ୍ଛଦ କୁ ଦେଖିଲି । ବିବରଣୀ ଓ ପରିଚୟ ସ୍ଥାନରେ କଲା-ଧଳା ମଳିନ ଫଟୋ ଟିଏ । ଅସଜଡ଼ା ଚୂର୍ଣ୍ଣ କୁନ୍ତଳ ତଳେ ଶୁଷ୍କ କିନ୍ତୁ ଦୃଢ଼-ନିଶ୍ଚିତ ମୁଖ ମଣ୍ଡଳ । ଦୀପ୍ତିମନ୍ତ ଆଖି ଦୁଇଟାରୁ ଅଗ୍ନିର ସ୍ପୁଲିଙ୍ଗ । ସେଇ ଚାହାଣୀରେ ଏ ପ୍ରଚାର ସର୍ବସ୍ୱ ଲୋକତନ୍ତ୍ର କୁ ଯେପରି ତାସ୍ଛଲ୍ୟ କରି ପଚାରୁଛି-କେତେଦିନ ଏମିତି ଭଣ୍ଡାମିର ମୁଖା ପିନ୍ଧି ଏ ମାଟିର ମଣିଷ ଗୁଡାଙ୍କୁ ଭକୁଆ କରିବ । ଆଉ ନୁହେଁ । ପ୍ରଚଳିତ ଧାରାରେ ପରିବର୍ତ୍ତନ ଆସିବ । ଏ ସାଧାରଣ ମଣିଷ ଗୁଡା ମେଣ୍ଢା ପଲ ପରି ତୁମ ପଛେ ପଛେ ଦୌଡ଼ିବେ ନାହିଁ । ନିଜ ସ୍ଥିତି ଓ ଅଧିକାର ଛଡେଇ ନେବେ ।

ମୋତେ ଲାଗିଲା ମୋ ଦେହରେ ନିଆଁର ଧାସ । ସେ ଧାସ ଯେପରି ମୋ ଚେତନା ଓ ବିଚାରକୁ ସଂଚରି ଯାଉଛି । ପୁଣିଥରେ ପଛ ପୃଷ୍ଠାର ସେ ଫଟୋ ଟାକୁ ନିରେଖି ଦେଖିଲି । ନା.......... ମୁଁ ଜାଣିଥିବା ବା ସୂଚନା ଥିବା କୌଣସି ଲୋକପ୍ରିୟ ଲେଖକ-କବି-ସମାଲୋଚକ ବାରାଜନୈତିକ, କି ଅର୍ଥନୈତିକ ବା ସମାଜସେବୀ ନୁହନ୍ତି । କିନ୍ତୁ ବିଚାରବୋଧରେ ଏସମସ୍ତ ଙ୍କ ଠାରୁ ଅଲଗା ଓ ବାସ୍ତବବାଦୀ । ଅନୁଶୀଳନରେ କେତେ ଗଭୀରତା । ନା କାହା ନୀତି ଦ୍ୱାରା ପ୍ରଭାବିତ ବା କାହା ଆଦର୍ଶରେ ଅନୁପ୍ରାଣିତ । ସ୍ୱୟଂ ନିଜେ ହିଁ ନିଜର ଆଦର୍ଶ । କେବଳ ନିଚ୍ଛକ ସତ୍ୟ ଓ ବାସ୍ତବତା କୁ ଖୋଲି ଦେଇଛନ୍ତି ।

ବହି ଓ ସ୍ରଷ୍ଟାଙ୍କୁ ନତଜାନୁ ପ୍ରଣିପାତ କଲି । ଭଗବାନଙ୍କୁ କୃତଜ୍ଞନ୍ତା ଜଣାଇଲି ପୁସ୍ତକଟି ପାଇଥିବାରୁ । ମୁଦ୍ରାକାର ଙ୍କୁ ଧନ୍ୟବାଦ ଦେଲି ଏଭଳି ପୁସ୍ତକଟି ଛାପି ଥିବାରୁ । କିନ୍ତୁ ବିଚାରବନ୍ତ ମଣିଷ ଟି ଅଚିହ୍ନାରହିଗଲା । ମୋତେ ଲାଗିଲା ମୋ ଭିତରେ ଏକ ଦୃଢ଼ ନିଷ୍ପତି ନେଉଛି । ପ୍ରତିଜ୍ଞା କଲି- ଆପଣ ଯିଏ ହୁଅନ୍ତୁ ନା କାହିଁକି, ଆପଣକଂ ବିଚାର ଓ ବାସ୍ତବବାଦୀ ଚିନ୍ତାଧାରା କୁ ମହାବିଦ୍ୟାଳୟରେ ମୋ ଛାତ୍ର-ଛାତ୍ରୀଙ୍କ ଠାରେ ପ୍ରୟୋଗ କରିବି ଓ ସେମାନଙ୍କୁ ସମାଜରେ ଏହାର ପ୍ରସାରର ବର୍ତ୍ତାବହ କରି ଛାଡ଼ିବି । ତୁମେ ଏମିତି ଲୁଚି ଯାଇ ପାରିବନି । ତୁମ ବିଚାର ହିଁ ତୁମ ପରିଚୟ ଖୋଲିବ । ପୁଣିଥରେ ମୁଣ୍ଡାନୂଆଇଁ ବହିଟିକୁ ପ୍ରଣିପାତ କଲି ।



Rate this content
Log in

More oriya story from Rabindra Mishra

Similar oriya story from Drama