Rabindra Mishra

Children Stories

4.1  

Rabindra Mishra

Children Stories

ଭେରୋନାର ଦୁଇ ଭଦ୍ରବ୍ୟକ୍ତି

ଭେରୋନାର ଦୁଇ ଭଦ୍ରବ୍ୟକ୍ତି

10 mins
269



=୧=


ଆଲପସ ପରବତମାଳାର ପାଦଦେଶ ସ୍ଥିତ ଜଙ୍ଗଲର ବୁକୁଚିରି ଗାଡିରେ ଯାତ୍ରା କରୁଥିବା ବେଳେ “ଭେରୋନା” ସହର ଦ୍ରୁଷ୍ଟି ଗୋଚର ହେଉଥାଏ। ସେଇ ପ୍ରାକୃତିକ ସବୁଜିମା ଭିତରେ କିଛି ବାଟ ଗଳାପରେ ସହରର ଉପାନ୍ତ ଅଞ୍ଚଳରେ ହଠାତ ଦୁଇଜଣ ବାଳକ ଆମକୁ ହାତ ଦେଖାଇ ରାସ୍ତା ଉପରେ ଅଟକାଇଲେ । ଲାଲ-ଲାଲ ଜଙ୍ଗଲି ଷ୍ଟ୍ର-ବେରି କୋଳି ଗୋଟେ ଛୋଟ ପାଛିଆ ରେ ଧରି ବିକ୍ରି କରୁଥାନ୍ତି । ଆମକୁ ଅଟକାଇ କିଛି କୋଳି ବିକିବାର ଉଦ୍ଦେଶ୍ୟ ଥିଲାବୋଧେ, କିନ୍ତୁ ଆମ ଡ୍ରାଇଭର ‘ଲୁଇଗୀ’ ନମ୍ରତାର ସହ ଚେତେଇଦେବା ଉଦ୍ଦେଶ୍ୟରେ କହିଲା-“କିଣନ୍ତୁ ନାହି ସାର, ଭେରୋନା ସହରରେ ଏହାଠାରୁ ଆହୁରି ଭଲ ଓ ଉନ୍ନତ କିସମର ଫଳ ପାଇବେ । ଏହାଛଡା ଏଇ ବାଳକ ଦ୍ୱୟ ଙ୍କ ....................”, ସେମାନଙ୍କ ମଳିନ ଚେହେରା ଓ ଫଟାପୋଷାକ ଆଡକୁ ଇଙ୍ଗିତ ପୂର୍ବକ ସେ ତାର କାନ୍ଧକୁ ସାମାନ୍ୟ ଉଠାଇ ନିଜର ଅସନ୍ତୋଷ ଜାହିର କଲା ।   

                         ଗାଡି ଭିତରୁ ମୁଁ ସେମାଙ୍କ ଉପରେ ନଜର ପକେଇଲି । ଜଣେ ଚିରା ଖାକୀ ପ୍ୟାଣ୍ଟ ସହ ଗୋଟେ ପୁରୁଣା ଫଟା ଜର୍ସି ପିନ୍ଧିଥାଏ । ଆର ଜଣକ ବିନା-ହାତବାଲା ଢିଲା ମିଲିଟାରୀ କୁର୍ତ୍ତା ଗୋଟେ ଦେହ ଉପରେ ଗଲେଇ ଦେଇଥାଏ, ଯାହା ତାର ପତଳା ଶୀର୍ଣ୍ଣ ଶରୀର ରେ ଭାଙ୍ଗଭାଙ୍ଗ ହେଇ ଜଡେଇ ରହିଥାଏ । ତଥାପି ସେଇ ଅଯତ୍ନ ବର୍ଦ୍ଧିତ ଲମ୍ବକେଶ, ବାଦାମି ବର୍ଣ୍ଣ ଓ ଗଭୀର ଆନ୍ତରିକତା ଭରା ଆଖିରେ ଚାହିଁରହିଥିବା ସେ ଦୁଇ ଛୋଟ ବାଳକଙ୍କୁ ଦେଖିବା ମାତ୍ରେ ଆମେ ବିଶେଷ କରି ମୁଁ ଆଶ୍ଚର୍ଯ୍ୟ ଭାବରେ ସେ ମୁହଁ ଓ ଚାହାଣୀ ଆଡେ ଆକର୍ଷିତ ହେଇଗଲୁ । ମୋ ସହଯୋଗୀ ସହଯାତ୍ରୀ ବାଳକ ଦୁଇଜଣଙ୍କ ସହ କଥାବାର୍ତ୍ତା ଚଳରେ ଜାଣିବାକୁ ପାଇଲେ ଯେ ସେମାନେ ଦୁଇ ଭାଇ। “ନିକୋଲ” ବଡ, ବୟସ 13 ବର୍ଷ ଓ “ଜାକୋପ” ଯିଏ ଆମ କାର ହାଣ୍ଡେଲ ଉଚ୍ଛତା ପାଖାପାଖି ହେବ, ସାନ, ବୟସ 12 ବର୍ଷ । କୋମଳମତି ଦୁଇ ବାଳକଙ୍କ ଚାହାଣୀ ଓ ଆବିର୍ଭାବ ପ୍ରଭାବିତ କଲା ଯେ ଲାଲ-ଷ୍ଟ୍ରାବେରି ଭରା ସବୁଠାରୁ ବଡ ଝୁଡିକୁ କିଣି ସହର ଆଡେ ମୁହାଇଲୁ । 

                                   ପରବର୍ତ୍ତୀ ସକାଳେ ହୋଟେଲରୁ ବାହାରିଲା ବେଳେ ପୁଣି ଗତକାଲିର ନୂତନବନ୍ଧୁ ସେଇ ଦୁଇଭ୍ରାତାଙ୍କୁ ସର୍ବସାଧାରଣ ଛକର ଜଳ-ଫୁଆରା ପାଖରେ ଜୋତାପଲିଶ ବାକ୍ସ ସହ କାମରେ ନିମଗ୍ନ ଦେଖି ସେମାନଙ୍କୁ କିଛି ସମୟ ସେମିତି ଅନେଇ ରହିଲୁ । ସେମାନଙ୍କ କାର୍ଯ୍ୟ ଓ ବ୍ୟବସାୟ ଜନିତ ଗହଳି କମିବା ପରେ ସେଆଡକୁ ମୁହାଇଲୁ । ଆମ ଉପରେ ଦୁଇଭାଇଙ୍କ ନଜର ପଡିବା ମାତ୍ରେ ବନ୍ଧୁତ୍ଵ ର ସ୍ମିତହାସ୍ୟ ଓ ମୁହଁରେ ଆନନ୍ଦ ଭାବ ସହ ଦୁହେଁ ଆମକୁ ଅତ୍ୟନ୍ତ ଉସଚ୍ଛାହ ସହ ଅଭିନନ୍ଦନ ଜଣାଇଲେ । ମୁଁ ସାମାନ୍ୟ ଜିଜ୍ଞାସା ଭାବ ନେଇ ପଚାରିଲି- “ ମୁଁ ଭାବିଥିଲି, ଜୀବନଧାରଣ ପାଇଁ ତୁମେମାନେ କେବଳ ଫଳ ବିକ୍ରି କରୁଛ.....କିନ୍ତୁ ......”

“ଆମେ ଅନେକ ପ୍ରକାର କାମ କରୁ ସାର”-ବଡ ନିକୋଲ ଗମ୍ଭୀରତା ର ସହ ଉତ୍ତର ଦେଲା । ପୁନଶ୍ଚ ଆମ ଆଡକୁ ଆଶାପୂର୍ଣ୍ଣ ଚାହାଣୀ ରେ ଅନେଇ କହିଲା –“ ପ୍ରାୟତଃ ଦର୍ଶକ ଓ ପର୍ଯ୍ୟଟକ ମାନଙ୍କୁ ଆମେ ସହର ଭିତରେ ଥିବା ମହତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଗୁଡିକୁ ସ୍ଥାନୀୟ ପଥ-ପ୍ରଦର୍ଶକ ଭାବରେ ବୁଲାଇ ଦେଖାଉ, ଏଇ ଯେମିତି ‘ଜୁଲିଏଟ ସମାଧିସ୍ଥଳ, -.......ଶାନ୍ତି ବଗିଚା..... ଏମିତି ଆହୁରି ଅନେକ ଦର୍ଶନୀୟ ସ୍ଥାନ ‘......... 

ଠିକ ଅଛି, ତୁମେମାନେ ଆଜି ଆମକୁ ସାଙ୍ଗରେ ନେଇ ସେ ସବୁ ବୁଲେଇ ଆଣିଇପାର । ସହର ଭିତର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ତାଙ୍କ ସହ ବୁଲୁଥିବା ଅବସରରେ ମୋର ଆଗ୍ରହ ସେମାଙ୍କ କେହେରା ଓ ବ୍ୟବହାର ଆଡକୁ ପୁନଶ୍ଚ ଆକର୍ଷିତ ହେଲା । ପ୍ରକୃତରେ ଦେଖିବାକୁ ଗଲେ ଦୁହେଁ ଅତ୍ୟନ୍ତ ପିଲାଳିଆ ଓ ଅନେକାଂଶରେ ସାଦାସିଧା ଓ ନିରୀହ । ସାନ ‘ଜାକୋପ’ ଠିକ ଗୋଟେ କନକନିଆ-କୌତୁକିଆ ଗୁଣ୍ଡୁଚି ପରି, ଯିଏ ପ୍ରତି ମୁହୁର୍ତ୍ତରେ ଉସଚ୍ଛଳ ଓ ଅଧୀର। ଆଉ ‘ନିକୋଲ’ ଠିକ ତାର ବିପରୀତ, ଗମ୍ଭୀର ଓ ଧୀର-ସ୍ଥିର। କିନ୍ତୁ ତାର ହସ ଗମ୍ଭୀର ଓ ମନମୁଗ୍ଧକର । ହେଲେ ସେଇ ନିଷ୍ପାପ ଛଳ ଛଳ କେହେରା ତଳେ କେଉଁଠି ନା କେଉଁଠି ଦାରୁଣ ସଙ୍ଘାତ ଛପି ରହିଥିବା ଅନୁମାନ କଲି ଯାହା ତାଙ୍କୁ ଏ ହସିଖେଳିବା ବୟସରେ ଏମିତି କାମ ଭିତରେ ମଜ୍ଜି ରହିବାକୁ ବାଧ୍ୟ କରୁଛି । 

                          ସପ୍ତାହବ୍ୟାପୀ ଆମ ରହଣି ମଧ୍ୟରେ ଦୁହିଁଙ୍କ ସହ ଆମର ନିୟମିତ ଭେଟ ହେଉଥିଲା, ଭେଟ ହେଉଥିଲା କହିଲେ ଠିକ ହେବନାହିଁ, ବରଂ ସେ ଦୁହେଁ ଆମପାଇଁ ଅପରିହାର୍ଯ୍ୟ ପାଲଟି ଯାଇଥିଲେ । ଆମେରିକାନ ସିଗାରେଟ ହେଉ କି ସିନେମା ଟିକେଟ, ଭଲ ରେସ୍ତୋରାଁ ଅବା ଦର୍ଶନୀୟ ସ୍ଥାନ, ସବୁ ଆବଶ୍ୟକତାକୁ ଦୁଇଭାଇ ଅତି ସହଜ ଓ ଆଗ୍ରହ ସହ ଆମକୁ ଯୋଗାଇ ଦେଉଥିଲେ । ସେମାନଙ୍କର ଏହି ସ୍ଵଭାବ ମତେ ବେଶୀ ପ୍ରୀତ କରିବା ସହ ସେମାନଙ୍କ ଆଡକୁ ଆକର୍ଷିତ କରୁଥିଲା । ବିଶେଷ ଭାବରେ ଯାହା ମତେ ଆକର୍ଷିତ କରିଥିଲା ତା ହେଉଛି କୌଣସି ବି କାମ ପାଇଁ ସେମାନଙ୍କର ଦ୍ଵିଧାହୀନ ଆଗ୍ରହ ଓ ସମର୍ପଣ । ଭେରୋନା ର ସେଇ ଗ୍ରୀଷ୍ମ ଦିନରେ ଖରାରେ ଜୋତା ପାଲିସ ଠାରୁ ଆରମ୍ଭ କରି ସଂବାଦପତ୍ର ବିକିବା, ଝୁଡିରେ ଫଳଧରୀ ରାସ୍ତା କଡରେ ବିପଣୀ କରିବାଠାରୁ ଗାଇଡ ହେଇ ପର୍ଯ୍ୟଟନ ସ୍ଥଳୀ ବୁଲେଇବା ବା ଦୁତ ହେଇ ଆବଶ୍ୟକ ଜିନିଷ ପହୁଞ୍ଚାଇବା- କେଉଁଥିରେ ବି ଲେଶ ମାତ୍ର ଅନୁଯୋଗ ବା ଦ୍ଵିଧା ଥିଲା, ବରଂ ସତେଅବା ତାହା ସେମାନଙ୍କର ପରମ କର୍ତ୍ତବ୍ୟ ଓ ଆନନ୍ଦ ଥିଲା । 


= ୨ =


ସେଦିନ ଶୂନ-ଶାନ ଶିତୁଆ ରାତିରେ ଛକ ବିଜୁଳିଖମ୍ବା ର ଆଲୋକତଳେ ହଠାତ ରାସ୍ତାପାର୍ଶ୍ଵ ଚଟାଣ ରେ ବିଶ୍ରାମ ନେଉଥିବା ଅବସ୍ଥାରେ ଆମର ସେମାନଙ୍କ ସହ ଭେଟ ହେଇଗଲା ।କ୍ଳାନ୍ତ ‘ନିକୋଲ’ଅବଶ୍ୟ ସିଧା ଭାବରେ ବସିଥିଲା, କିନ୍ତୁ ସାନ ‘ଜକୋପୋ’ ବଡଭାଇ କାନ୍ଧରେ ମୁଣ୍ଡ ରଖି ଶୋଇ ଯାଇଥାଏ । ପାଦପାଖରେ ବିକ୍ରି ହୋଇନଥିବା ସଂବାଦପତ୍ର ବଣ୍ଡଲ । ସମୟ କିଛି କମ ହେଇନଥିଲା, ମଧ୍ୟ-ରାତ୍ର । ଏଣୁ ଏତେ ରାତିରେ ଏମିତି ଶୂନ-ଶାନ ଅଞ୍ଚଳରେ ପିଲା ଦୁହିଙ୍କୁ ଦେଖି ମୂ ପାତିରୁ ସ୍ଵତଃ ବାହାରି ଆସିଲା- 

ଏତେ ରାତିରେ ତୁମେ କାହିଁକି ବାହାରେ ଅଛ ନିକୋଲ?’ 

ପଡୁଆ ରୁ ଆସିବାକୁଥିବା ଶେଷ ବସ ଅପେକ୍ଷାରେ ଅଛୁ ସାର, ସିଏ ଆସିଲାବେଳକୁ ଆମେ ବଳକା ଖବର-କାଗଜ ବିକିସାରି ଥିବୁ । 

‘କିନ୍ତୁ ଏତେ ଆଉ ଭୀଷଣ ପରିଶ୍ରମ........... ଦୁହେଁଯାକ କ୍ଳାନ୍ତ ଦିଶୁଚ ।‘

ଆମର ସେଥିପାଇଁ କୌଣସି ଅନୁଯୋଗ ବା ଦୁଃଖ ନାହିଁ ସାର। ମୋର ଆଉକିଛି ପଚାରିବାକୁ ଇଚ୍ଛା ଥିଲେ ମଧ୍ୟ ଆମ କାର ଆଗକୁ ଆଗେଇଗଲା। ପରବର୍ତ୍ତୀଦିନ ସକାଳେ ଆମେ ରହୁଥିବା ହୋଟେଲ ପାଖ ଛକ ଝରଣା ନିକଟରେ ଜୋତା ପାଲିଶ ପେଟି ଧରି କାର୍ଯ୍ୟବ୍ୟସ୍ତ ଥିବା ଦୁଇଭାଇଙ୍କ ପାଖୁ ଜୋତା-ପାଲିଶ କରେଇବାକୁ ଯାଇ ପଚାରିଲି- “ ନିକୋଲ, ଯେଉଁ ଭଳିଭାବରେ ତୁମେ କଠିନ ପରିଶ୍ରମ କରୁଛ, ନିଶ୍ଚିତ ଭାବରେ ଭଲ ରୋଜଗାର କରୁଥିବ। ରୋଜଗାର କୁ ଚାହିଁ ନା ପିନ୍ଧିବାରେ ନା ଖାଇବାରେ ତୁମର ସେମିତି ଖର୍ଚ୍ଚ କାଇଁ ମୁଁ ତ ଦେଖିପାରୁନି। ତୁମ ଦୁହିଙ୍କର ଦୈନିକ ମିଲ ମୁଁ ଦେଖୁଛି। ସେକା ପାଉଁରୁଟି ସହ କିଛି ଫଳ ଓ କୋଳି । ଅତଏବ ଏତେ ପଇସା ତୁମେ କରୁଛ କଣ?

                ସୂର୍ଯ୍ୟାଲୋକରେ ଡହକି ଉଠିଲା ପରି କ୍ଷଣିକ ପାଇଁ ତାର ମୁହଁର ରଙ୍ଗ ଚହକି ଉଠିଲା, କିନ୍ତୁ ପରକ୍ଷଣରେ କେହେରା ତାର ଝାଉଁଳୀ ପଡିଲା। ମୁହଁ ତଳକୁ କରିଦେଲା। ମୁଁ ଆଉଟିକେ ଉସ୍ଛାହିତ ହେଇ ପଚାରିଲି- ‘ତେବେ ଆମେରିକା ପ୍ରବାସ ପାଇଁ ସଞ୍ଚୟ କରୁଛ ବୋଧେ’

ନିଶ୍ଚିତ ଭାବରେ ଯୁକ୍ତରାଷ୍ଟ୍ର ଯିବାପାଇଁ ଆଗ୍ରହ ରହିଛିଇ ସାର, କିନ୍ତୁ ବର୍ତ୍ତମାନ ପାଇଁ ଏଠି ଆମ କିଛି ଅଲଗା ଯୋଜନା ରହିଛି ସାର। 

‘କି ଯୋଜନା?’ 

କେମିତି ଏକ ଅସହାଯ ହସ ଟିକେ ହସିଦେଇ ଅତିଅନ୍ତ ଶାନ୍ତ ଓ ନମ୍ର ସ୍ଵରରେ କହିଲା- ନାଇଁ, ଏମିତି ଖାଲି............ 

‘ଠିକଅଛି, ଆସନ୍ତା ସୋମବାର ଆମେ ସହର ଛାଡୁଛୁ । ତେବେ ଯିବା ପୂର୍ବରୁ ମୁଁ ବ୍ୟକ୍ତିଗତ ଭାବରେ ତୁମକୁ କୌଣସି କାମରେ ସହଯୋଗ କରିପାରିବି କି?’ ଆତ୍ମୀୟତାର ସହ ପଚାରିଲି । 

ନିକୋଲ କିଛି ନକହି ମୁଣ୍ଡ ନୂଆଇଁ ଦେଲା। ଚଳ-କଞ୍ଚଳ ଜାକୋପ ହଠାତ ମୋ ପ୍ରସ୍ତାବର ଉତ୍ତର ଦେଇ କହିଲା- ‘ସାର, ପ୍ରତି ରବିବାର ଆମେ ଆମ ଗାଁ “ପୋଲେଟା” କୁ ଯାଉ । ଏଠାରୁ ପ୍ରାୟ 30କି॰ମି॰ ଦୂର । ପ୍ରତିଥର ଭଡା ବାଇସାଇକେଲ ନେଇ ଆମେ ଯାଇଥାଉ । ଯେହେତୁ ଆପଣ ଆଗ୍ରହ ଓ ସହଯୋଗ କରିବାକୁ କହୁଞ୍ଚନ୍ତି , ଆସନ୍ତା କାଲି ସେଠାକୁ ଆପଣଙ୍କ କାରରେ ସେଠାକୁ ନେଇଯାଇ ପାରିବେ କି !’ ଏକ ନିଶ୍ଵାସ ରେ ଜକୋପୋ ଏତକ କହିଗଲା । ଜାକୋପୋ ର ଏ କଥାରେ ଦେଖିଲି ନିକୋଲ ଯେପରି ଅପ୍ରସ୍ତୁତ ହେଇ ଉଠିଲା। ମୁଁ କିନ୍ତୁ ହସିଦେଇ ସ୍ଥିତିକୁ ସାମାନ୍ୟ କରିବାକୁ ଯାଇ କହିଲି- “ ମୁଁ ଆମ ଡ୍ରାଇଭର ଲୁଗାଇ କୁ ରବିବାର କୁଆଡେ ଯିବାର ନାହିଁ ବୋଲି କହି ସାରିଛି। ଏଣୁ ଆସନ୍ତାକାଲି ସେ ଛୁଟିରେ ରହିବ । ସାମାନ୍ୟ ରହି କହିଲି- କିଛି ଚିନ୍ତା କରିବାର ନାହିଁ , ମୁଁ ନିଜେ କାର ରେ ତୁମକୁ ସେଠାକୁ ନେଇଯିବି ।“ 

ମୋ କଥା ଶୁଣି ନିକୋଲ ବ୍ୟସ୍ତ ଓ ଅସନ୍ତୁଷ୍ଟ ଭାବନେଇ ସାନ ଭାଇ ଆଡେ ବଡବଡ ଆଖିରେ ଚାହିଁଲା। ସେଥିରେ ଆକଟ ଭାବ ପରିଷ୍କାର ଭାବରେ ଫୁଟି ଉଠୁଥାଏ । ପରମୁହୁର୍ତ୍ତ ରେ ବିନୟର ସହ କହିଲା- ଆମେ ଆପଣଙ୍କୁ କଷ୍ଟ ଦେବାକୁ ଚାହୁଁନୁ ସାର। 

“ଆରେ ଏଥିରେ କଷ୍ଟ କଣ, ବରଂ କାଲି ଏକାକୀ ତୁମସହ ସମୟ ବିତେଇବାରେ ଆନନ୍ଦ ପାଇବି।“

କିଛି ସମୟ ନିଜ ଓଠ କୁ ଚାପିଧାରିବା ପରେ ଧୀର ଓ ଶାନ୍ତ ସ୍ଵରରେ କହିଲା-ଠିକ ଅଛି ସାର, ଅତିଅନ୍ତ ଉତ୍ତମ ।

 

= ୩ =


ପରବର୍ତ୍ତୀ ଦିନ ଅପରାହ୍ନରେ ଆଲ୍ପସ ପାହାଡ ଆରପାଖରେ ଥିବା ଆମର ଲକ୍ଷସ୍ଥଳ ଦୁଇଭାଇଙ୍କ କ୍ଷୁଦ୍ର ଗ୍ରାମ କୁ ଯାତ୍ରା ଆରମ୍ଭ କଲୁ । ମୁଁ ଭାବୁଥିଲି ଆମ ଲକ୍ଷସ୍ଥଳ ନିଶ୍ଚିତ ଭାବରେ କିଛି ନୂଆଣିଆ ଧାଡିଧାଡି ରେ ଠିଆ ହେଇଥିବା ଆବାସରେ ପୂର୍ଣ୍ଣ ଏକ ଗ୍ରାମ ହୋଇଥିବ । କିନ୍ତୁ ଜାକୋପୋ ଯିଏ କି ଆଗକଡେ ମତେ ରାସ୍ତା ଦେଖେଇବାକୁ ବସିଥିଲା, ର ନିର୍ଦେଶ ମୁତାବକ ଆମେ ଯାଇ ଏକ ସୁନ୍ଦର-ସୁରୁଚିପୂର୍ଣ୍ଣ ବିରାଟ ନାଲିକୋଠା ଆଗରେ ଅଟକିଲୁ । ଅଟ୍ଟାଳିକା ସମ୍ପୁର୍ଣ୍ଣ ଭାବରେ ପଥର ପାଚେରି ଦ୍ଵାରା ଆବଦ୍ଧ ଓ ସୁରକ୍ଷିତ ଥିଲା । ମୁଁ ମୋ ଆଖିକୁ ବିଶ୍ଵାସ କରି ପାରୁନଥିଲି । ଆଚମ୍ବିତ ଭାବରେ ଚାହିଁ ରହିଥିବା ସେଇ ସୁଦୃଶ୍ୟ କୋଠାରୁ ଦ୍ରୁଷ୍ଟି ଫେରାଇ ନିଶ୍ଵାସ ମାରିଲା ବେଳକୁ ମୋ ଦୁଇ ସହଯାତ୍ରୀ କାର ଦରଜା ଖୋଲି ତ୍ଵରିତ ବାହାରି ପଡିଲେଣି । 

‘ଆମେ ବେଶୀ ସମୟ ନେବୁନି ସାର, ଏକଘଣ୍ଟା ବା ତାଠାରୁ ସାମାନ୍ୟ କିଛି ଅଧିକ ହେଇପାରେ। ସେଇ ସମୟ ଭିତରେ ଆପଣ ନିକଟସ୍ଥ ଗ୍ରାମରେ ଅବସ୍ଥିତ ‘କେଫ’କୁ ଯାଇ କଫିର ଆନନ୍ଦ ନେଇ ପାରନ୍ତି’। ଏତିକି କହି ଦୁହେଁ ପଥର କାନ୍ଥ ପାଖ କୋଣ ରେ କେଉଁଠି ଅଦୃଶ୍ୟ ହେଇଗଲେ । 

             କିଛି ସମୟ ଅତିକ୍ରାନ୍ତ ହୁଅନ୍ତେ ମୋ ଭିତରେ ଏକ ଅନିସନ୍ଧିସ୍ଛୁ ସୃଷ୍ଟି ହେଲା । ନିହାତି ସାଧାରଣ ଦିଶୁଥିବା ଏଇ ଦୁଇ ବାଳକ ଏତେବଡ କୋଠାର ଅଧିକାରୀ ,ମତେ କେମିତି ରହସ୍ୟମୟ ଲାଗିଲା । ସେମାନଙ୍କ ବିଷୟରେ ଜାଣିବାର ଆଗ୍ରହକୁ ଦବାଇ ରଖି ପାରିଲି ନାହିଁ । ରହସ୍ୟ ଉଦଘାଟନ କରିବାପାଇଁ ପ୍ରତିଜ୍ଞାବଦ୍ଧ ଗୁଇନ୍ଦା ସଦୃଶ ମୁଁ କୋଠା ଆଡକୁ ପାଦ ବଢାଇଲି । କାନ୍ଥରେ ଲାଗିଥିବା ଏକ ଗ୍ରିଲ ଲଗା ପାର୍ଶ୍ଵ ଦରଜା ଦୃଷ୍ଟିଗୋଚର ହେଲା ଯେଉଁଥିରେ କଲିଂବେଲ ର ବୋତାମ ଲାଗିଥିଲା । କିଛି ସମୟ ଅପେକ୍ଷା କରିବାପରେ ଦରଜାରେ ଲାଗିଥିବା ବୋତାମ ଉପରେ ଚାପଦେଲି, ଯାହା ଉଚ୍ଚସ୍ଵର ରେ ବାଜି ଉଠିଲା । କିଛିକ୍ଷଣ ମଧ୍ୟରେ ଷ୍ଟିଲଫ୍ରେମ ପରିହିତା ଜଣେ ଲାସ୍ୟମୟୀ ମହିଳାଙ୍କ ଆବିର୍ଭାବ ହେଲା ଯାହାଙ୍କୁ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ରେ ମୋ ଦୁଇ ଆଖିପତାକୁ ଆଉଥରେ ଝାଡିନେଲି,କାରଣ ସେ ତାଲିମପ୍ରାପ୍ତ ମହିଳା ସେବିକା ପିନ୍ଧୁଥିବା ଧଳା-ପୋଷାକରେ ଆଚ୍ଛାଦିତ ଥିଲେ । 

“ ଏଇମାତ୍ର ଦୁଇ ଜଣ ଛୋଟ ବାଳକଙ୍କୁ ମୁଁ ଏଇଠି ଛାଡିଥିଲି ......”

ଆଃ, ଠିକ ..... ଠିକ । ତାଙ୍କ ମୁହଁ ଆନନ୍ଦରେ ଉଜ୍ଜ୍ଵଳ ଦିଶିଲା। କବାଟ ଖୋଲି ମତେ ଭିତରକୁ ପ୍ରବେଶ ପାଇଁ ବାଟ ଛାଡି ଦେଇ କହିଲେ- ନିକୋଲ ଓ ଜାକୋପୋ , ଚାଲନ୍ତୁ, ମୁଁ ଆପଣଙ୍କୁ ସେମାନଙ୍କ ପାଖକୁ ନେଇଜିବି । ସେ ମତେ ଟାଇଲ ଛପର ଏକ ଶୀତଳ ଲାମ୍ବା ସୁଡଙ୍ଗ ପଥ ଦେଇ ମୁଖ୍ୟ ଅଟ୍ଟାଳିକା – ‘ଏକ ଡାକ୍ତରଖାନା’ ଭିତରକୁ ବାଟ କଢେଇନେଲେ ଯାହାକୁ ମୁଁ ଏପର୍ଯ୍ୟନ୍ତ ଏକ ବିଳାସମୟ ଅଟ୍ଟାଳିକା ବୋଲି ଭାବି ବସିଥିଲି । ଅପେକ୍ଷାକୃତ ଏକ ଛୋଟ କେବିନ ପାଖରେ ଅଟକି ଯାଇ ସେବିକା ମହୋଦୟା ଓଠ ଉପରେ ହାତଦେଇ ମତେ ଚୁପ ରହିବାର ଈଶାରା ଦେଲେ। ମୁହଁରେ ତାଙ୍କର ଏକ ଆମୟିକ ହସର ଝଲକ । ଅତି ସନ୍ତର୍ପଣ ରେ କାଚ-ଝରକା ଦେଇ ଭିତରକୁ ଦେଖିବାକୁ ସେ ମତେ ଈଶାରା କାଲେ । 

                       ଦେଖିଲି , ମୋ ଦୁଇ କିଶୋର ବନ୍ଧୁ କେବିନ ଭିତରେ ପଡିଥିବା ଶଯ୍ୟାର ଦୁଇ ପାର୍ଶ୍ଵରେ ବସିଥାନ୍ତି । ଶଯ୍ୟା ଉପରେ ପ୍ରାୟ 20ବର୍ଷ ବଯସର ଏମ୍ରୋଡୋରୀ ହୋଇଥିବା ଏକ ସୁନ୍ଦର ପୋଷାକ ପରିହିତା ସୁନ୍ଦରୀ ଯୁବତୀ, ଯିଏ ପିଠି ପଛଆଡେ ତକିଆ ଆଉଜେଇ ଦୁହିଁଙ୍କର ବିରାମ ହିନ କଥାବାର୍ତ୍ତାକୁ ଏକାଗ୍ର ଚିତ୍ତରେ ଶୁଣୁଥାନ୍ତି । ଆଖିରୁ ତାଙ୍କର ଅସୀମ ସ୍ନେହ ଓ ଶ୍ରଦ୍ଧା ଝରି ପଡୁଥାଏ । କେହିବି ଦେଖିଲେ ସେମାନେ ଯେ ଭାଇ-ଭଉଣୀ ଅକ୍ଲେଶରେ ଠଊରେଇ ନେବ । କାରଣ ଯୁବତୀଙ୍କର ଅସମ୍ଭବ ଭାବରେ ଦୁଇଭାଇଙ୍କ ସହ ସାମଯସ୍ୟ ବାରି ହେଇ ପଡୁଥିଲା । ଯୁବତୀଙ୍କ ଶଯ୍ୟା ପାଖରେ ଏକ ଫୁଲଦାନୀରେ କିଛି ତାଜାଫୁଲ, ଫଳପୂର୍ଣ୍ଣ ଏକ ଚାଙ୍ଗୁଡି ଓ ମୁଣ୍ଡ ଉପରେ ଅନେକ ବହି ସାଇତା ହୋଇ ରହିଥାଏ । 

‘ଆପଣ ଭିତରକୁ ଜୀବେନି ? ଅତି ଧୀରେ ସେବିକା ମତେ ପଚାରିଲେ । ‘ ଲୁସିଆ’ ଆପଣଙ୍କୁ ଦେଖିଲେ ଅତ୍ୟନ୍ତ ପ୍ରୀତ ହେବ ।‘ 

 ମୁଁ ନାସ୍ତି-ସୂଚକ ମୁଣ୍ଡକୁ ଟୁଙ୍ଗାରି ଦେଇ ସେଠାରୁ ବାହାରିବାକୁ ଉଦ୍ୟତ ହେଲି । ମତେ ଲାଗିଲା ଏଭଳି ଏକ ଅତ୍ୟନ୍ତ ଆବେଗମୟ ପାରିବାରିକ ମିଳନରେ ମୋର ଅନାହତ ପ୍ରବେଶ ସେମାନଙ୍କର ଭାବାବେଗ ଓ ପାରସ୍ପରିକ ଉଚ୍ଚାଟ ତଥା ଆଦାନ-ପ୍ରଦାନ କୁ ଭାଙ୍ଗି ଦେବ । ମୁଁ ଫେରିବାକୁ ପାଦ ବଢେଇଲି , ମୋ ସହ ସେବିକା ମଧ୍ୟ ଫେରିବାକୁ ପାଦ ବଢେଇଲେ । 


= ୪ =


ପାବଚ୍ଛ ଶ୍ରେଣୀର ପାଦଦେଶରେ ମୁଁ ହଠାତ ବୁଲିପଡି ସେଇ ସାହାଯ୍ୟକାରିଣୀ ଆମୟିକ ମହିଳା ସେବିକାଙ୍କୁ ମୋର ଏଇ ଦୁଇ କିଶୋରବନ୍ଧୁ ଓ ସେମାନଙ୍କ ବିଷୟରେ ଜାଣିଥିବା ତଥ୍ୟକୁ ମତେ କହିବାକୁ ଅନୁରୋଧ ଳଲି । ମୋର ଅନୁରୋଧ ଓ ଆଗ୍ରହକୁ ଏଡାଇ ନଦେଇ ସେ ସେମାନଙ୍କ ବିଷୟରେ ଜାଣିଥିବା ସମସ୍ତ ତଥ୍ୟ ଓ ସୂଚନା ଦେବାକୁ ସହମତ ହୋଇଗଲେ । ସାମନା-ସାମ୍ନି ଦୁଇଟା ଚୌକି ଉପରେ ବସିଗଲା ପରେ ସେ କ୍ଷଣେ ରହି କହିବା ଆରମ୍ଭ କାଲେ । 

                     “ଲୁସିଆ”, ଏଇ ଏକମାତ୍ର ବଡ-ଭଉଣୀ ଛଡା ସେମାନଙ୍କର ଏ ଦୁନିଆରେ ନିଜର ବୋଲି ଆଉକେହି ନାହି । ପିଲାବେଳୁ ‘ମା’କୁ ହରାଇଥିବା ସେମାନଙ୍କର ବାପା ଜଣେ ନାମୀ-ଦାମୀ ଗାୟକ ଥିଲେ, ଯିଏ ପିଲାମାନଙ୍କ ପାଇଁ ଦ୍ଵିତୀୟ ବିବାହ କରି ନଥିଲେ । ଦ୍ଵିତୀୟ ବିଶ୍ଵଯୁଦ୍ଧର ପ୍ରାରମ୍ବିକ ଘନଘଟା ଭିତରେ କେହି ତାଙ୍କୁ ହତ୍ୟା କରିଦିଏ । ବଡ-ଭଉଣୀ ଦୁଇଭାଇ ଙ୍କୁ ନେଇ ପୈତୃକ କୋଠାରେ ରହିଥିବାବେଳେ, ଅଳ୍ପ କିଛିଦିନର ବ୍ୟବଧାନ ରେ ଯୁଦ୍ଧ ଜନିତ ବୋମା-ବର୍ଷଣ ହେତୁ ବିଶାଳ ଅଟ୍ଟାଳିକା ଭାଙ୍ଗି ଚୁରମାର ହେଇଯାଏ, ଯାହାଦ୍ୱାରା ସେମାନେ ଆସି ରାସ୍ତା ଉପରେ ପହଞ୍ଚିଯାନ୍ତି । ସେମାନେ ଏକ ସାଂସ୍କୃତିକ ଓ ସମ୍ପନ ଜୀବନ ଶୈଳୀରେ ବଢିଆସିଥିଲେ । ଲୁସିଆ ମଧ୍ୟ ପିତାଙ୍କ ଭଳି ଗାୟିକା ହେବାର ପ୍ରୟାସ ରେ ତାଲିମ ନେଉଥିଲା । କିନ୍ତୁ ପିତାଙ୍କ ହତ୍ୟା ଜନିତ ଅକାଳ ମୃତ୍ୟୁ ଓ ବୋମାବର୍ଷଣ ଜନିତ ଗୃହ ଧ୍ଵଂସ ସେମାନଙ୍କୁ ଅତ୍ୟନ୍ତ କଠିନ ସ୍ଥିତିକୁ ନେଇ ଆସିଲା । ଅବସ୍ଥା ଏମିତି ହେଲା ଯେ ଅନେକ ସମୟରେ ଅନାହାର ଓ ପ୍ରଚଣ୍ଡ ଶୀତରେ ବିନା ଛାତ ତଳେ ରହିବାକୁ ପଡିଲା । 

                                 ମୁଣ୍ଡଗୁଞ୍ଜିବା ପାଇଁ ନିଜହାତରେ ଭଙ୍ଗା ଇଟା-ପଥର ରେ ଅସ୍ଥାୟୀ ଛାତଖଣ୍ଡେ ନିର୍ମାଣ ପୂର୍ବକ ତାରିତଳେ ମାସମାସ ଧରି ଜୀବନ ବିତାଇବାକୁ ଲାଗିଲେ । ପରବର୍ତ୍ତୀ ତିନିବର୍ଷ ଜର୍ମାନୀ ଶାସନାଧୀନ ସମୟରେ ସେମାନଙ୍କୁ ଅତ୍ୟନ୍ତ କଷ୍ଟକର ଓ ଦୟନୀୟ ସ୍ଥିତି ର ସାମ୍ଣା କରିବାକୁ ପଡିଥିଲେ ମଧ୍ୟ ସେଥିରେ ଭାଙ୍ଗି ପଡିନଥିଲେ । ଆଉ ସେଇ ସ୍ଥିତିରେ ସେମାନେ ମନରେ ଜର୍ମାନୀ ପ୍ରତି ଘୃଣାଭାବ ନେଇ ବଢିବାକୁ ଲାଗିଲେ । ଅତ୍ୟନ୍ତ ଗୋପନୀୟ ଭାବରେ ଯେତେବେଳେ ଜର୍ମାନୀ ବିରୋଧୀ ଗତିବିଧି ଓ ଆନ୍ଦୋଳନ ଆରମ୍ଭ ହେବାକୁ ଲାଗିଲା, ଏଇ ଦୁଇ କିଶୋର ପ୍ରଥମେ ନିଜକୁ ସେଥିରେ ସାମିଲ କରିନେଲେ। ପରବର୍ତ୍ତୀ ସମୟରେ ଜର୍ମାନୀର ପରାଜୟ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମାପ୍ତ ଜନିତ ଶାନ୍ତି ଫେରିଆସିଲା ପରେ ଦୁହେଁ ପୁନଶ୍ଚ ଏକମାତ୍ର ଆଦର ର ବଡ-ଭଉଣୀ ପାଖକୁ ଫେରି ଆସିଲେ । କିନ୍ତୁ................. 

“କିନ୍ତୁ....... କିନ୍ତୁ କଣ ମାଡାମ?”

ସେତେବେଳକୁ ବହୁତ ଡେରି ହେଇଯାଇଥିଲା । ଏକମାତ୍ର ଆଦର ର ଭଉଣୀକୁ ‘ମେରୁଦଣ୍ଡ ଜନିତ ଯକ୍ଷ୍ମା’ ରୋଗ କବଳିତ କରି ସାରିଥିଲା । ଏତିକି କହି ସାମାନ୍ୟ ବିରାମ ପୂର୍ବକ ଏକ ଦୀର୍ଘଶ୍ଵାସ ନେଲେ ନର୍ସ ମହୋଦୟା । “ ସେମାନେ ଆଶା ହରେଇ ବସିଛନ୍ତି କି?” -ଏଭଳି ଚିନ୍ତାଧାରା ବା ପ୍ରଶ୍ନ ର ଉତ୍ତର ବର୍ତ୍ତମାନ ପାଇଁ ମୁଁ ଦେଇ ପରିବିନାହିଁ । କିନ୍ତୁ ସେମାନେ ତାକୁ ଏଇ ହସପିଟାଲକୁ ନେଇ ଆସି ଏଠାରେ ତାର ଚିକିସ୍ଛା ପାଇଁ ଦୃଢତାର ସହ ଆମକୁ ରାଜି କରେଇ ପାରିଛନ୍ତି । ବିଗତ ବାରମାସ ହେଲା ସେ ଏଇଠି ଆମ ସହିତ ଜଣେ ହେଇ ଚିକିସ୍ଛିତ ହେଇ ଆସୁଛି । ତାର ସ୍ଵାସ୍ଥ୍ୟବସ୍ଥା ରେ ଦିନକୁଦିନ ଯେଭଳି ଉନ୍ନତି ପରିଲକ୍ଷିତ ହେଉଛି, ଆମେ ସଂପୂର୍ଣ୍ଣ ଆଶାବାଦୀ ଏଭଳି ଭାବରେ ଉନ୍ନତି ଓ ଆମ ପଦ୍ଧତି ତା ଶରୀରରେ ସଠିକ କାମ କଲେ ହୁଏତ ଅଳ୍ପଦିନ ଭିତରେ ‘ଲୁସିଆ’ ପୁନଶ୍ଚ ଚାଲିପାରିବା ସହ ଗୀତ ବି ଗାଇ ପାରିବ । 


= ୫ =


ମୁଁ ଅପଲକ ଓ ଆଶ୍ଚର୍ଯ୍ୟ ଚକିତ ଭାବରେ କେବଳ ଶୁଣୁଥାଏ । ସାମାନ୍ୟ ହସି ସେ ପୁଣି କହିବାକୁ ଆରମ୍ଭ କଲେ- ସମ୍ପ୍ରତି ସବୁକିଛି କଷ୍ଟକର ହୋଇ ପଡିବା ସହ ପରିସ୍ଥିତି ମଧ୍ୟ ବଦଳିଗଲାଣି । ଖାଦ୍ୟାଭାବ ସହ ସାଧାରଣ ବର୍ଗ ପାଇଁ ଚଳଣି ବର୍ତ୍ତମାନ ଏତେ ସହଜ ନୁହେଁ । ଏଣୁ ବିନା ଦେୟରେ ପାଦେ ଆଗକୁ ଯିବା ସ୍ଥିତିରେ ଆମେ ମଧ୍ୟ ନାହୁଁ । ଆମସେବା ପାଇଁ ଦେୟ ଭରିବା ଏକାନ୍ତ ଜରୁରୀ ଯାହା ଆମେ ରୋଗୀଠାରୁ ଅସୁଲି କରିବାକୁ ଏକାନ୍ତ ବାଧ୍ୟ । ହେଲେ ପ୍ରତି ସପ୍ତାହରେ ଲୁସିଆର ଏଇ ଦୁଇ କିଶୋରଭାଇ ଚିକିସ୍ଛା ଜନିତ ସମସ୍ତ ଖର୍ଚ୍ଚ ନିୟମିତ ଭାବରେ ପ୍ରଦାନ କରି ଆସୁଛନ୍ତି । ସାମାନ୍ୟ ନିଶ୍ଵାସ ନେଇ ସେ ପୁଣି କହିବାକୁ ଲାଗିଲେ- ପ୍ରକୃତରେ ସେମାନେ କଣ କରନ୍ତି ଓ କେଉଁ ସୂତ୍ର ରୁ ଏ ଅର୍ଥ ଆଣନ୍ତି ମୁଁ ଜାଣିନି ବା ହସ୍ପିଟାଲ କେବେ ଜାଣିବାକୁ ଚେଷ୍ଟା କରିନି । ହେଲେ ‘ଭେରୋନା’ ଭଳି ଏକ ଛୋଟ ସହରରେ କାମ ଏତେ ସହଜଲଭ୍ୟ ନୁହେଁ । କିନ୍ତୁ ସ୍ଥିତି ଯାହା ବି ହେଉ, ଦୁଇଭାଇ ସେମାନଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ଅତ୍ୟନ୍ତ ମାର୍ଜିତ ତଥା ଦେୟ ଭରିବାରେ ଅତ୍ୟନ୍ତ ପେଷାଦାର ଯାହାକୁ ଏ ପର୍ଯ୍ୟନ୍ତ ସଠିକ ଭାବରେ ତୁଲାଇ ଆସୁଛନ୍ତି । ମୋ ପାଟିରୁ ସ୍ଵତଃ ଧୀର ସ୍ଵରରେ ବାହାରି ଆସିଲା- “ନିଶ୍ଚୟ , ସେମାନଙ୍କ ଠାରୁ ଏତେ ସଠିକ ଓ ଭଲଭାବରେ ଏଭଳି କାର୍ଯ୍ୟ ଆଉ କେହି କରି ନପାରେ।“

    ସେମାନେ ଫେରିବା ପର୍ଯ୍ୟନ୍ତ ମୁଁ ସେମିତି ଅପେକ୍ଷା କରିଥିବାର ଅଭିନୟ କରୁଥିଲି । ଦୁହେଁ ଫେରିବାପରେ ପୁନଶ୍ଚ କାରରେ ବସି ସହର ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲୁ । ଦୁହେଁ ମୋ ପାଖରେ ଚୁପଚାପ ବସିଥାନ୍ତି । ମୁଁ ମଧ୍ୟ ବିଲକୁଲ ନୀରବତା ରକ୍ଷାକରି କାର ଚଲାଉଥାଏ ଏଇଥିପାଇଁ ଯେ ସେମାନେ ତାଙ୍କର ଏକାନ୍ତ ଗୋପନୀୟତାକୁ ମୋ ଠାରୁ ଲୁଚାଇ ରଖିପାରିଛନ୍ତି ବୋଲି ଅନୁଭବ କରନ୍ତୁ । ହେଲେ ଏଇ କିଶୋର ବୟସରେ ସେମାନଙ୍କ ଭଉଣୀପ୍ରତି ସେଇ ପ୍ରଗାଢ ସ୍ନେହ, ଭଲପାଇବା ଓ ଅନୁରାଗ ମୋର ହୃଦୟକୁ ଗଭୀର ଭାବରେ ପ୍ରଭାବିତ କରି ସାରିଥିଲା । ଯୁଦ୍ଧ ର ଘନଘଟା ଓ ପରିବର୍ତ୍ତିତ ପରିସ୍ଥିତି କୌଣସି ପ୍ରକାର ସେମାନଙ୍କ ଭଉଣୀକୁ ପ୍ରଚଣ୍ଡ ଭଲପାଇବା ଓ ଆରୋଗ୍ୟ କରିବାର ଉସଛାହ କୁ ପ୍ରଭାବିତ ଓ ବଦଳେଇ ପାରି ନଥିଲା । ମୁଁ ପ୍ରକୃତରେ ମୋର ଦୁଇ କିଶୋର ବନ୍ଧୁଙ୍କ ଏକାନ୍ତ ପ୍ରଶଂସକ ପାଲଟି ସାରିଥିଲି । “ସେମାନଙ୍କ ନିସ୍ଵାର୍ଥପର ସେବା ଓ ସମର୍ପଣ ମଣିଷ ଜୀବନ ପାଇଁ ଏକ ନୂତନ ପରିବର୍ତ୍ତନ ର ଧାରା ସୃଷ୍ଟି କରି ସାରିଥିଲା, ଯାହା ସମାଜ ପାଇଁ ଏକ ଔଜଲ୍ୟ ଏବଂ ଅଶାରକିରଣର ବାର୍ତ୍ତାବହ ହେବାର ପ୍ରତିଜ୍ଞା ରଖୁଥିଲା”। ହୃଦୟ ଭିତରୁ ସେମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଥିଲି ।


( ମୂଳ ଇଂରାଜୀ କାହାଣୀ: “Two Gentelmen of Verona”, ରଚନା: ଡ॰ ଏ॰ ଜେ॰ କ୍ରନିନ )


Rate this content
Log in