Sucharita Sena

Inspirational

3  

Sucharita Sena

Inspirational

ପ୍ରଶଂସା |

ପ୍ରଶଂସା |

4 mins
286


ବିପ୍ଲବ ଦାସ ଜଣେ ଭିନ୍ନ ଧରଣର ବ୍ୟକ୍ତି ଥିଲେ । କେହି କେହି ତାଙ୍କୁ ଘମଂଡି ତ ଆଉ କିଏ ସ୍ୱର୍ଥପର ବୋଲି ଆଖ୍ୟା ଦେଇଥିଲେ । କିନ୍ତୁ ଏସବୁ ବିପ୍ଲବ ଦାସଙ୍କୁ କିଛି ଫରକ ପଡ଼େନି । କୁହାଯାଏ ଯେ ପର୍ଯନ୍ତ ତୁମେ ଜଣକ ସଂସ୍ପର୍ଶରେ ଆସିନା ସେ ପର୍ଯନ୍ତ ତୁମେ ଜାଣି ପାରିବନି ସେ କିପରି, କାରଣ ସମସ୍ତଙ୍କ ନଜର ଭିନ୍ନ । ମୁଁ ଆଦିତ୍ୟ କର । ମୁଁ ଯାହା ଭିତରେ କୋଇଲା ଦେଖୁଛି ତା ଭିତରେ ଅନ୍ୟ କେହି ହୀରାକୁ ଖୋଜି ପାଇଥିବ ।

ବିପ୍ଳବ ଦାସ ମୋପାଇଁ କିଛି ଜଣାଶୁଣା ବ୍ୟକ୍ତି ନଥିଲେ । ସେଦିନ ମୁଁ ଓ ଅନେକ ଅଜଣା ସହ ଯାତ୍ରୀ ଅପେକ୍ଷା କରିଥାଉ ବସଟିକୁ, ଭୁବନେଶ୍ୱର ଯିବାପାଇଁ । ବସ ଟି ଲାଗିଲା ତରବର ଭାବରେ ସମସ୍ତେ ବସ ଭିତରକୁ ଯିବାକୁ ଚାହୁଁଥାନ୍ତି । ଯେହେତୁ ବସ ଟି କଟକ ରୁ ବାହାରିଥିଲା, ଖୁବ୍ କମ ସିଟ ବଳିପଡିଥିଲା । କିଛି ଲୋକ ବସିଗଲେ ଓ ଆଉ କିଛି ଠିଆ ହୋଇ ଯାତ୍ରା ଆରମ୍ଭ କଲେ । କଣ୍ଡକ୍ଟର ବଡ ପାଟିରେ ଡାକି ଚାଲିଛି........ " ଭୁବନେଶ୍ୱର............. ଭୁବନେଶ୍ୱର " , ଧୀରେ ଧୀରେ ବସ ଟି ଏପରି ଭରି ହୋଇଗଲା ନିଶ୍ୱାସ ନେବାରେ ବି କଷ୍ଟ ଅନୁଭବ ହେଉଥାଏ, ଯିଏ ଯେଉଁଠି ସେ ସେଇଟି ଯେପରି ପଥର ମୂର୍ତି । ଗୋଟେ ଅସାମାଜିକ ଯୁବକ ଆଗରେ ଠିଆହୋଇଥିବା ଝିଅକୁ ବାରମ୍ବାର ଭିଡର ବାହାନାରେ ଛୁଇଁବାରେ ଲାଗିଥାଏ । ଝିଅଟି ନିଜକୁ ଅସହଜ ମନେ କରୁଥାଏ, କିନ୍ତୁ ସାହସ କରି କିଛି କହୁନଥାଏ । ଝିଅର ପାଖରେ ବସିଥାନ୍ତି ସେଇ ଭଦ୍ର ବ୍ୟକ୍ତି ବିପ୍ଳବ ଦାସ । (ନାମଟି ସେତବେଳେ ମୋ ପାଇଁ ଅଜଣା ଥିଲା ) ସବୁ ଦେଖୁଥାନ୍ତି କିନ୍ତୁ ନିରବ ଥାନ୍ତି । ମୁଁ ତାଙ୍କ ପଛ ସିଟ ରେ ବସିଥାଏ । ମୁଁ ଭାବୁଥିଲି ନିଶ୍ଚୟ ବିପ୍ଳବଦାସ କିଛି କହିବେ, ଅଥବା ସେ ଅଭଦ୍ର ପିଲାକୁ କିଛି ଶିକ୍ଷା ଦେବେ । କିନ୍ତୁ ମୋ ଭାବନା ଟା ଭାବନାରେ ରହିଗଲା । କିଛି ସମୟ ପରେ ଭିଡକୁ ହଟାଇ କଷ୍ଟରେ ଝିଅଟିକୁ ଡାକି ମୋ ସିଟ ରେ ବସିବା କୁ ଦେଲି । ତାକୁ ସୁରକ୍ଷା ଦେବା ଭଳି ତା ସିଟ ପାଖରେ ଠିଆ ହେଲି । ନିଦ୍ଧିଷ୍ଟ ଯାଗା ରେ ଗାଡିଟି ରହିଲା । ମୋ ପଛେ ପଛେ ଝିଅଟି ଗାଡ଼ିରୁ ଓଲ୍ହାଉଥାଏ । ବାହାରକୁ ଆସି ମତେ ହାତ ଯୋଡି ଅଶେଷ ଧନ୍ୟବାଦ ଅର୍ପଣ କରି ଚାଲି ଯାଉଥିଲା, ଠିକି ଏହି ସମୟରେ ବିପ୍ଳବଦାସ ଝିଅଟିକୁ ପଛରୁଡାକି ତା ପାଖକୁ ଯାଇ କିଛି କହିବାକୁ ଲାଗିଲେ, ଓ ହାତରେ କଣ ଧରାଇ ଦେଲେ । ଝିଅଟି ହସିକି ଚାଲିଗଲା । ବିପ୍ଳବଦାସ ଙ୍କୁ ଦେଖି ମୋ ଭିତରେ ଅନେକ ରାଗ ସୃଷ୍ଟି ହେଉଥାଏ । ପଛରୁ ଡାକ ଶୁଭିଲା....... " ମହାଶୟ ଶୁଣିବେ? "।

ମୁଁ ବୁଲିଚାହିଁଲି ସେଇ ଭଦ୍ରବ୍ୟକ୍ତି, ମୋ ପାଖକୁ ଦ୍ରୁତଗତିରେ ମାଡି ଆସୁଛନ୍ତି ।

.......... " ମୋ ନାଆଁ ବିପ୍ଳବଦାସ । ମୁଁ ଏହି ଭୁବନେଶ୍ୱର ରେ ରୁହେ । ମୁଁ ଦେଖିଲି ଆପଣ କିପରି ସେ ଝିଅକୁ ସାହାଯ୍ୟ କଲେ । କିନ୍ତୁ ମୁଁ ଖୁସି ନୁହେଁ ଏ କାର୍ଯ୍ୟରେ । " ।

ମୋର ରାଗ ଏବେ ପଞ୍ଚମସ୍ୱରରେ ଥିଲା । ଅନେକ ଗାଳି କରିବାକୁ ଇଚ୍ଛା ହେଉଥିଲା, ନିଜକୁ ଆଉ ଅଟକାଇ ପାରିଲିନି ଏଥର କହିଲି ...... " ଆପଣଙ୍କ ନାଆଁଟା ଆପଣଙ୍କୁ ବିଲକୁଲ ଖାପଖାଉନି, ମଣିଷପଣିଆ ଅପଣଂକ ପାଖରେ ଅଛି କି ନାହିଁ? ନିଜେତ ସେ ଝିଅକୁ ସାହାଯ୍ୟ କଲେନି ଅଥଚ ମୁଁ ତାକୁ ସାହାଯ୍ୟ କଲି ବୋଲି ଆପଣ ଖୁସି ନାହାନ୍ତି । ଗୋଟେ ଝିଅକୁ ଏପରି ଦେଖି ଆପଣ କିପରି ଚୁପ ହୋଇ ବସିଥିଲେ । ମୋରତ ବହୁତ କିଛି ଗାଳି କରିବାକୁ ଇଚ୍ଛା ହେଉଛି ଆପଣଙ୍କୁ .... ଛାଡ଼ନ୍ତି । ନିଜେ ଯାନ୍ତୁ ଓ ଯିବାକୁ ଦିଅନ୍ତୁ ।

ବିପ୍ଳବଦାସ ଏଥର ଜୋରେ ରେ ହସିଦେଲେ । ମୁଁ ଭାବିପାରୁ ନଥାଏ ଏ କିଭଳି ଲୋକ । ମୋ ମୁହଁ କୁ ଚାହିଁ ସେ କିଛି ବୁଝି ପାରିଲା ଭଳି କହିଲେ .......

" ରଗନ୍ତୁନି, ମୋର ଆପଣଙ୍କୁ ରଗାଇବା ଉଦେଶ୍ୟ ନୁହେଁ ।

ଆପଣ ଆଜି ସେ ଝିଅକୁ ସେ ଯୁବକ ଠାରୁ ବଂଚାଇଲେ, ଭାବନ୍ତୁ କାଲି ତ ଆପଣ ସେ ବସ ରେ ନଥିବେ ତାକୁ କିଏ ବଞ୍ଚାଇବ । ତାକୁ ସେ ଯୁବକ ନହେଲେ ଆଉ କେଉଁ ଯୁବକ ହଇରାଣ କରିପରେ, ଆଜି ବସରେ ଯାହା ହେଲା କାଲି ତା ଘରେ ହୋଇପାରେ । ଆପଣତ ତାକୁ ବଞ୍ଚାଇବାକୁ ସବୁଯାଗା ରେ ନଥିବେ । ସେ ପୁଣି ବଂଚିବ କିପରି??? । "

ମୋ ଭିତରେ ଜଳୁଥିବା ସେ ରାଗଟି ଯେପରି ବିପ୍ଳବଦାସ ଙ୍କ କଥାଗୁଡାକ ପଣି ସଦୂରସ କାମ କଲା । ମୁଁ ଝିଅକୁ ସାହାଯ୍ୟ କରି ଯେଉଁ ଆତ୍ମଗର୍ବ ଅନୁଭବ କରୁଥିଲି ସେ ସବୁ ଆସ୍ତେ ଆସ୍ତେ ମିଳାଇ ଯାଉଥିଲା ।

ବିପ୍ଳବଦାସ କହୁଥିଲେ... " ସେ ଝିଅ ନିଜେ ଥରଟେ ବି ବସ ରେ ପାଟି ଖୋଲିଲାନି, କାହିଁକି ଜାଣିଛନ୍ତି ତା ଭିତରେ ଲଢ଼ିବାର ସାହସ ନାହିଁ । ସେ ନିଜକୁ କମଜୋର ଭାବିସାରିଛି ।ସମସ୍ତଙ୍କ ମୁହଁରେ ଗୋଟେ କଥା ନାରୀକୁ ସାହାଯ୍ୟ କର, ନାରୀକୁ ସୁରକ୍ଷା ଦିଅ, କାହିଁକି?????? । ମୋ ମତେରେ ଗୋଟେ ପୁରୁଷ ଯେପରି ଗୋଟେ ନାରୀ ସେପରି, ଦରକାର ନାହିଁ ତାକୁ ସୁରକ୍ଷା ଦରକାର ନାହିଁ ତାକୁ ସାହାଯ୍ୟ । "।

ମୁଁ ପଚାରିଲି ହେଲେ କିପରି....... "ସେ ହସିଦେଲେ, ମୋତେ ଗୋଟେ କାର୍ଡ ଦେଖାଇ କହିଲେ......... " ଦେଖ, ମୁଁ ସମସ୍ତଙ୍କୁ ଆତ୍ମରକ୍ଷା (ସେଲ୍ଫ ଡିଫେନ୍ସ ) ର ଟ୍ରେନିଂ ଦିଅ, ମାଗଣାରେ । ମୋ ମତରେ ଯଦି ସବୁ ନାରୀ ନିଜକୁ ଦୃଢ କରି, ନଡରି ଆବାଜ ଉଠାଇବେ ତାହେଲେ ସେ ଅବଳା କି ଦୁର୍ବଳା ରହିବେନି । ତାଙ୍କୁ ସାହାଯ୍ୟ ଦରକାର ନାହିଁ, ସେ ନିଜେ ଆତ୍ମନିର୍ଭରଶୀଳ ହେବା ଦରକାର । ବିଦ୍ୟାଳୟ ମାନଙ୍କରେ ଆତ୍ମରକ୍ଷା ଶିକ୍ଷା ଦିଅହେଉଛି, କିନ୍ତୁ ମୋ ମତରେ ସବୁ ମହିଳାଙ୍କୁ ଏହା ଶିଖିବା ଜରୁରୀ । ମୁଁ ସେ ଝିଅକୁ କହିଛି ସେ କାଲିଠାରୁ ଆସି ଆତ୍ମରକ୍ଷା କୌଶଳ ଶିଖିବ । ତାପରେ ଦେଖିବେ ସେ ନିଜକୁ କିପରି ଗଢି ତୋଳିବ । ତାକୁ କାହାର ସାହାଯ୍ୟ ଦରକାର ପଡ଼ିବନି ସେ ଅନ୍ୟକୁ ସାହାଯ୍ୟ କରିବ ।ସେତବେଳେ ଦରକାର ପଡିବେନି ଏ ବିପ୍ଳବ.. କି ଆପଣ " । କହି ହସିଦେଲେ । 

ମୁଁ ଧୀରେ ଧୀରେ ବିପ୍ଳବଦାସ ଙ୍କୁ ବୁଝିବାକୁ ଲାଗିଥିଲି, ମୋ ମନର ଭ୍ରାନ୍ତଧାରଣା ହଟି ସାରିଥିଲା, ବିପ୍ଳବ କେବଳ ଯେ ତାଙ୍କ ନାଁଆ ଥିଲା ତା ନୁହେଁ, ସେ ସତରେ ଜଣେ ବିପ୍ଲବୀ । ମୁ ତାଙ୍କୁ ପ୍ରଶଂସା ନକରି ରହି ପାରୁ ନଥାଏ । 



Rate this content
Log in

Similar oriya story from Inspirational