Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Sucharita Sena

Inspirational


3.2  

Sucharita Sena

Inspirational


ପ୍ରଶ୍ନ ?

ପ୍ରଶ୍ନ ?

3 mins 155 3 mins 155

ପ୍ରଶ୍ନ ଶବ୍ଦଟି ସିନା ଛୋଟ | କିନ୍ତୁ ଯାହା ମନରେ କିଛି ପ୍ରଶ୍ନଥାଏ ତାକୁ ପାହାଡ଼ ଭଳି ଲାଗେ | ଯଦି ପ୍ରଶ୍ନର ଉତ୍ତର ନପାଇବା ତାହେଲେ ଠିକି / ଭୁଲୁ ର କଳନା କିପରି କରିବା | ମନ ତଳର ଅକୁହା ପ୍ରଶ୍ନରେ ଜର୍ଜରିତ ଯେ ଖାଲି ମନ ହୁଏ ତାହାନୁହେଁ, ହୃଦୟରେ ସୃଷ୍ଟି ହୁଏ ଅସହ୍ୟ ବେଦନା | ପ୍ରଶ୍ନ ହୋଇପାରେ ଜଣେ ପ୍ରାପ୍ତବୟସ୍କର ଅଥବା କୋମଳମତି ଛୋଟ ଫୁଲର | ଯିଏ ଫୁଲବି ହୋଇ ଫୁଟିନି | କଅଁଳ କଢିରୁ ସହିବାକୁ ପଡୁଛି ଅସହ୍ୟ ବେଦନା | ଯେପରି ଏ "ନିତୁ" | ଛାତ ଉପରେ ବସି ନିଜ ଟେଡିବେୟର ସହ ମନର ପ୍ରଶ୍ନ କୁ ବ୍ୟକ୍ତ କରୁଛି |

ମୁଁ "ନିତୁ " | ମୋ ବୟସ ବାରବର୍ଷ | ମୋ ମନ ତଳେ ଅନେକ ପ୍ରଶ୍ନ ଲୁଚି ରହିଛି | ପଚାରିବି ପଚାରିବି ବୋଲି ଭାବୁଛି | କିନ୍ତୁ ଡାଡିଙ୍କୁ ଯଦି କିଛି ପଚାରିବାକୁ ଯିବି ତାହେଲେ ସେ କୁହନ୍ତି ତାଙ୍କୁ ସମୟ ନାହିଁ | ଅଫସି କାମ ଅଛି | ମିଟିଂ ଚାଲିଛି | ସେ ସବୁ ବେଳେ ବିଜି | ନହେଲେ କହିବେ ଯାହା ପଚାରିବା କଥା ମମ୍ମିକୁ ପଚାରେ |

ମମ୍ମିକୁ ଯଦି କିଛି ପଚାରେ ସେ କହିବେ "ଯାହା କହିବା କଥା ଜଲ୍ଦି କହ ମୋ ପାଖରେ ସମୟ ନାହିଁ |

ମୁଁ ଛୋଟ ପିଲା ଅଥବା ବଡ ? | ବୋଉ, ବାପା, ଭାଇ, ଜେଜେ, ଜେଜେମା ସମସ୍ତେ ମତେ ଛୋଟ ପିଲା ଛୋଟ ପିଲା କୁହନ୍ତି | ଯେଉଁ କାମ କରିବାକୁ ଗଲେ କୁହନ୍ତି " ତୁ ଛୋଟ ପିଲାଟା ପାରିବୁନି " | ମୋ ମନ ଦୁଃଖ ହୁଏ |

କିନ୍ତୁ କଲୋନୀର ବିକାଶ ଅଙ୍କଲ୍ ମତେ କିଛି ଅଲଗା କୁହନ୍ତି | ସବୁ ବେଳେ ପାଖକୁ ଡାକନ୍ତି, ଚକଲେଟ୍ ଦିଅନ୍ତି | ମୋ ମୁଣ୍ଡରେ ହାତ ଆଉଁଷି କୁହନ୍ତି " ନିତୁ ଆମର ବଡ ହୋଇ ଗଲାଣି " | ତାଙ୍କ କଥା ଶୁଣିଲେ ମତେ ଖୁସି ଲାଗେ |

କିଛିଦିନ ହେଲା ବିକାଶ ଅଙ୍କଲ୍ ମତେ ଭଲ ଲାଗୁନାହାନ୍ତି |

ଚକଲେଟ୍ ଦେବା ବେଳେ ମୋ ହାତକୁ ଜୋରେ ଧରିଦେଉଛନ୍ତି | ମୋ ଗାଲରେ ପପି ଜୋରକରି ଦେଉଛନ୍ତି | ମୋ ଓଠରେ ଲାଗୁଛନ୍ତି | ମୋ ଶରୀରର ବିଭିନ୍ନ ଯାଗାରେ ହାତ ଲଗାଉଛନ୍ତି | ମୁଁ ମନାକଲେ ମତେ ଆଖି ଦେଖାଇ ଧମକଉଛନ୍ତି | ମମ୍ମି ଓ ଡାଡିକୁ ମିଛରେ ମୋ କଥା କହୁଛନ୍ତି |

ମମ୍ମିକୁ କହିଲେ ସେ ମୋ ଉପରେ ରାଗିବ | ବିକାଶ ଅଙ୍କଲ୍ ମତେ କାଲି ଡାକୁଥିଲେ | ମୋର ଟିକେବି ଇଚ୍ଛା ନଥିଲା ସେଠାକୁ ଯିବାକୁ | କିନ୍ତୁ ବିକାଶ ଅଙ୍କଲ୍, ମମ୍ମିକୁ ଡାକି କହିଲେଯେ

" ନିତୁ ଆଗ ଭଳି ମୋ କଥା ମାନୁନି | ମୁଁ ଡାକିଲେ ସେ ଶୁଣୁନି କି ଆସୁନି | " |

ମମ୍ମି ମତେ ଗଳି କଲା, କହିଲା " ଅଙ୍କଲ୍ କେତେ ଶ୍ରଦ୍ଧାରେ ଡାକୁଛନ୍ତି, ଚକଲେଟ୍ ଦେଉଛନ୍ତି, ତୁ ତାଙ୍କ କଥା ଶୁଣୁନୁ କାହିଁକି | ଯାଆ ଶୁଣି ଆସିବୁ | " || ମୋର ଇଚ୍ଛା ନଥାଇ ମୁଁ ଗଲି | ସେ ମୋ ଦେହରେ ସେହିପରି ହାତ ଲଗେଇଲେ |

ତୁ କହ "ଟେଡିବେୟର" ମୁଁ କିଛି ଭୁଲୁ କରୁଛି | ଏବେ ଆସି ବିକାଶ ଅଙ୍କଲ୍ ମତେ ବହୁତ ସାରା ଚକଲେଟ୍ ଦେଇକି ଗଲେ | ଓ କହିକି ଗଲେ ମୋ ପାଇଁ କଣ ଭଲ ଜିନିଷ ଆଣିଛନ୍ତି | ଗଲେ ଦେବେ |

ହେଲେ ମୋର ସେ ଗଂନ୍ଦ୍ଦା ଜିନିଷ ଦରକାର ନାହିଁ | ତାଙ୍କ ପାଖକୁ ଗଲେ ସେ ମୋ ଦେହରେ ହାତ ଲଗାଇବେ |

ଚାଲ ଟେଡିବେୟର ଲୁଚିଯିବା |

ଦୂରରୁ ମମ୍ମି ଲୁଚିରହି ସବୁ ଶୁଣିପାରୁଥିଲେ | ଆଖିରୁ ତାଙ୍କର ବହି ଯାଉଥିଲା ଲୁହ |

ଘର ବାହାରୁ ଶୁଭୁଥିଲା ବିକାଶ ଅଙ୍କଲ୍ ର ସ୍ୱର |

ନିତୁ ନିଜକୁ ଲୁଚାଇ ନେଉଥିଲା ଛାତର ଗୋଟେ ପରିତ୍ୟକ୍ତ କୋଣରେ |

ମମ୍ମି ନିତୁକୁ ସେଠାରୁ ଟାଣିନେଇ, ବଢ଼ୁଥିଲେ ସେ ରାକ୍ଷସ ବିକାଶ ଅଙ୍କଲ୍ ଆଡକୁ | ନିତୁ ବିକଳରେ ହାତକୁ ଖସାଇବାକୁ ଚେଷ୍ଟା କରୁଥାଏ | ଧୀରେ କହୁଥାଏ ମମ୍ମି ମୁଁ ଯିବିନି |

ମମ୍ମି ଏକ ଶକ୍ତଚାପୁଡ଼ାରେ ବିକାଶ ଅଙ୍କଲ୍ ଗାଲକୁ ଲାଲା କରିଦେଲେ | ନିମିଷକ ମଧ୍ୟରେ ନିଜ ଗାଲକୁ ଆଉଁଷି ଚାଲିଯାଉଥିଲା ସେ ବିବେକହୀନ କାପୁରୁଷ |

ନିତୁ ଜଡେଇ ଧରୁଥିଲା ମମ୍ମିକୁ | ବିଶ୍ୱାସ ଓ ଭରସା ଯେପରି ତା ଆଖିରେ ସ୍ପଷ୍ଟ ବାରିପାରୁଥିଲେ ମମ୍ମି |


Rate this content
Log in

More oriya story from Sucharita Sena

Similar oriya story from Inspirational