kamal kumar dash

Tragedy Thriller

3  

kamal kumar dash

Tragedy Thriller

ପ୍ରପୋଜାଲ

ପ୍ରପୋଜାଲ

3 mins
169


 

  ରାକେଶ ଆଉ ରିମା ବାହାଘରର ୨୦ ବର୍ଷ ପୁରା କରି ସlରିଲେଣି | ସେମାନଙ୍କର ଗୋଟିଏ ଝିଅ ମେଡିକାଲରେ ପଢୁଥାଏ | ରିମାର ତଳି ପେଟରେ ଯନ୍ତ୍ରଣା ଆରମ୍ଭ ହେଲା ଓ କମିଲାନି | ଝିଅ ରାନୁ ମାଆକୁ ନେଇ ତା ହସ୍ପିଟାଲରେ ଦେଖାଇଲା | ପେଟର ଅଲଟ୍ରା ସାଉଣ୍ଡ ଓ ସିଟି ସ୍କାନ କରl ଗଲା | ଡାକ୍ତର କହିଲେ ରିମାର ଦିଟା ଯାକ କିଡନୀରେ ପ୍ରୋବ୍ଲେମ ଅଛି |ତl ପର ଦିନରୁ ଟ୍ରିଟମେଣ୍ଟ ଚାଲିଲା ରିମାର ଓ ମାସକୁ ଦୁଇଥର ଡାଇଲେସିସ ବି ହେଲା | ହସ ପିତଳ ରୁ ଆସିଲେ ରିମାକୁ ଟିକେ ଠିକ ଲାଗେ ଓ ଦିନ ଗଡ଼ିବା ସାଥିରେ ପ୍ରୋବ୍ଲେମ ବଢ଼େ | ରିମା ଆଉ ଘର କାମ କରି ପାରେନି | ରାକେଶଙ୍କୁ ବି କଷ୍ଟ ହୁଏ ଡିଉଟି ସାଥିରେ ଘର କାମ କରିବାକୁ ,ତେଣୁ ସେ ଘରେ କାମକରିବା ପାଇଁ ଜଣେ ସ୍ତ୍ରୀ ଲୋକ ରଖିଲେ | 

   ପ୍ରତି ମାସରେ ଦିଥର ହସ୍ପିଟାଲ ଯିବାକୁ ପଡୁଥିଲା ରିମାକୁ ଡାଇଲେସିସ ପାଇଁ | ରିମା ହସ୍ପିଟାଲ ଭିତରେ ରହିଲା ବେଳେ ବାହାରେ ବସି ରହୁଥିଲା ରାକେଶ | ସେଠାରେ ତାଙ୍କର ଦେଖ ହୋଇଗଲା ସିଲା ଓ ସୋମେଶ ସହ | ସୋମେଶର ଡାଇଲେସିସ ହେଉଥିଲା ଓ ସିଲା ବସି ରହୁଥିଲା ବାହାରେ | ସୋମେଶର କଣ୍ଡିସନ କିନ୍ତୁ ଥିଲା ବହୁତ ଖରାପ | ତାଙ୍କର ଆର୍ଥିକ ସ୍ଥିତି ଵି ଏତେ ଭଲ ନଥିଲା | ସୋମେଶର ଦେହ ଖରାପ ହେବାରୁ ସେ ତା ପ୍ରାଇଭେଟ ଅଫିସକୁ ଯାଇ ପାରୁନଥିଲା | ବାହାରେ ବସିଲା ବେଳେ ସିଲା ରାକେଶ କୁ ସବୁ କାଥା କହୁଥିଲା | ଦି ପରି ବାର ଭିତରେ ଗଢି ଉଠି ଥିଲା ଏକ ସମ୍ପର୍କ ଦୁଃଖର | 

    ଦିନେ ସିଲା ରାକେଶକୁ ଫୋନ କଲା ଭାଇ ସୋମେଶର ଦେହ ଭଲ ନାହିଁ ତାକୁ ମୁଁ ଆଡମିଟ କରିଛି ସେ ବହୁତ ସିରିଏସ ଅଛି | ରାକେଶ ହସ୍ପିଟାଲ ପହଞ୍ଚିଲା ବେଳକୁ ସୋମେଶ ଚାଲି ଗଲାଣି ଆରପାରିକୁ | ହସ୍ପିଟାଲର ବିଲ ଦେବାକୁ ବି ଟଙ୍କା ନଥିଲା ସିଲା ପାଖରେ | ସେ ସୋମେଶର ଭାଇମାନଙ୍କୁ ଡ଼ାକିଲା | ରାକେଶର ଚେଷ୍ଟା ଯୋଗୁ ଦେଢ଼ ଲକ୍ଷ ତାଙ୍କର ବିଲକୁ ହସ୍ପିଟାଲ କର୍ତ୍ତୃପକ୍ଷ ଲକ୍ଷେ ଟଙ୍କାକୁ କମାଇ ଦେଲେ | ତାର କମ୍ପାନୀ ମ୍ୟାନେଜର ଆସି କିଛି ଟଙ୍କା ଦେଲେ ଓ ଭାଇ ମାନେ ବାକି ଟଙ୍କା ଦେବା ପରେ ଲlସ ବାହାରିଲା | ରାକେଶ ସିଲା ହାତରେ ୫ ହଜାର ଦେଇ କହିଲେ ,ତୁମେ ଦିଦି ସାଙ୍ଗରେ କଥା ହେବ ଓ ଭୁବନେଶ୍ୱର ଆସିଲେ ଆମ ଘରକୁ ଆସିବ | 

    ପ୍ରାୟ ମାସେ ପରେ ଦିନେ ସିଲା ଓ ତାର ପୁଅ ରାକେଶ ଘରେ ଆସି ପହଁଚିଲେ |ଘରେ ରାକେଶ ନଥିଲେ | ରିମା ତାକୁ କହିଲା ତମେ ଦିଜଣ ଆମ ଘରେ ଆଜି ରହିଯାଅ | ସୀମା ତା ଘର କଥା ଓ ଅର୍ଥlଭାବ କଥା କହିଲା | ପିଲାର ପାଠ ପଢା ଓ ଘର ଖର୍ଚ୍ଚ କେମିତି ଚାଲିବ ସେଥି ପାଇଁ ସେ ଚିନ୍ତିତ ଥିଲା | ରିମା ତାକୁ ବୁଝାଇଲା ଦେଖ ସିଲା ତୁ ଆମ ଘରେ ରହିଯା |ତୁ ତ ଜାଣିଚୁ ମୁଁ ଆଉ ବେଶିଦିନ ବଞ୍ଚି ବିନି | ତୁ ଏ ଘରକୁ ତୋ ଘର କରି ରହିଯା ,ମୋ ଝିଅ ଓ ତୋ ପୁଅ କଥା ବୁଝ | ସିଲା ସେମିତି କାଇଁ କହୁଚ ଦିଦି | ସନ୍ଧ୍ୟାରେ ରାକେଶ ଫେରିଲା ପରେ ଝିଅ କହିଲା ମାଉସୀ ଆସିଛନ୍ତି ଚାଲ ହୋଟେଲ ଯିବା | ସମସ୍ତେ ହୋଟେଲ ଗଲେ ଓ ଖାଇ ପିଇ ଫେରିଲେ | ୨ ଦିନ ପରେ ସିଲା ପରେ ଆସିବ ଓ ଚିନ୍ତା କରି କହିବ କହି ଚାଲିଗଲା | ୨ ମାସ ପରେ ରିମା ଚାଲିଗଲା ରାକେଶ କୁ ଛାଡ଼ି ସବୁଦିନ ପାଇଁ | ରାକେଶ ସିଲା କୁ ଫୋନ କରି ସବୁ କହିଲା ଓ ଦଶ କୁ ଆସିବାକୁ କହିଲା | ସିଲା କାନ୍ଦିଲା ହେଲେ କିଛି କହିଲାନି | 

     ଅନେକ ଦିନ ପରେ ସିଲାଠୁ ଗୋଟେ ମେସେଜ ମିଳିଲା ଭାଇ ମୁଁ ଆପଣଙ୍କୁ ଭାଇ ବୋଲି ଭାବେ ତେଣୁ ଦିଦିର ପ୍ରପୋଜାଲ ଗ୍ରହଣ କରି ପାରିଲିନି, ପlରିବେତ କ୍ଷମା କରିଦେବେ | ମୁଁ ଭୁବନେଶ୍ୱର ଛାଡି ଦିଲ୍ଲୀ ଚାଲି ଯାଉଛି ସେଠି ଗୋଟେ ଚାକିରୀ ମିଳିଛି | ନମସ୍କାର |  

     



Rate this content
Log in

Similar oriya story from Tragedy