STORYMIRROR

Soubhagya Pattanaik

Abstract Drama Tragedy

4  

Soubhagya Pattanaik

Abstract Drama Tragedy

ପ୍ରକୃତ ବନ୍ଧୁ: ଦ୍ଵିତୀୟ ଶିକ୍ଷା

ପ୍ରକୃତ ବନ୍ଧୁ: ଦ୍ଵିତୀୟ ଶିକ୍ଷା

4 mins
315

କଲେଜ୍ ର ପ୍ରଥମ ଦିନ ଯେବେ ମୁଁ କକ୍ଷ ରେ ପ୍ରବେଶ କଲି ସେଠାରେ କେବଳ ଝିଅ ବସିଥିଲେ । ଗୋଟେ ମଧ୍ୟ ପୁଅ ନଥିଲେ, ଭାରି ଅଜବ ଲାଗିଲା। କିଛି ମୁହୂର୍ତ୍ତ ପରେ ଆସିଥିଲା ଗୋଟେ ପୁଅ, ପାଖା ପାଖି ୯ ଜଣ ଝିଅ ଥିଲେ। ସେଦିନ କେବଳ ମୁଁ ଗୋଟେ ନୂଆ ପିଲା କୁ ଜାଣିଲି ତା ନାମ ରାକେଶ।

ଗୋଟେ ସପ୍ତାହ ପରେ ପରେ ଦୁଇ ତିନି ଅଚିହ୍ନା ପୁଅ ପ୍ରବେଶ କଲେ ଓ ଏକାଠି ବସିଲେ। ମୋ ପାଖେ ବସିଥିଲେ ରାକେଶ। ପ୍ରଥମ କ୍ଲାସ୍ ଟି ଡ଼.ବିଶ୍ଵ ଙ୍କର ଥିଲା। ଅତି ସୁନ୍ଦର ଭାବେ ସିଏ ପଢ଼ାଇଥିଲେ, ଆଗରୁ ଆସିକି ସବୁ ଗବେଷକ ଙ୍କୁ ଦେଖା କରି ସାରିଥିଲୁ ସେଥିପାଇଁ ଚିହ୍ନିବା ଏତେ କଷ୍ଟ ନଥିଲା। କିଛି ମାସ ସେହିପରି ବିତିଲା ଓ ମୁଁ ଧୀରେ ଧୀରେ କଥା ବାର୍ତ୍ତା ହେବା ଆରମ୍ଭ କଲି। ଆମ ଶ୍ରେଣୀ ର ସବୁ ଦାଇତ୍ୟୁ ବୁଝୁଥିଲା ସୌମ୍ୟା, ଗୋଟେ ଅତି ଜ୍ଞାନୀ ଧିରସ୍ଥିର ଝିଅ ଟିଏ। ତା ନେତୃତ୍ୱରେ ଆମେ ସବୁ କାର୍ଯ୍ୟ କରୁଥିଲୁ। ଧୀରେ ଧୀରେ ସମୟ ବିତିଲା ଓ ତା କାମରେ ସାହାଯ୍ୟ କରିବା ପାଇଁ ମୁଁ ମଧ୍ୟ ମୋ ଯୋଗଦାନ ଦେଲି। ମାତ୍ର ସମୟ ସାଙ୍ଗେ ଅନେକ ଛାତ୍ର ଛାତ୍ରୀ କଲେଜ ରୁ ବିଦାୟ ହେଇଗଲେ ଯଥା ସସ୍ମିତା ଓ ସର୍ଜନା। ସେମାନେ ମଧ୍ୟ ଅତ୍ୟନ୍ତ ମେଧା ଥିଲେ। ଧୀରେ ଧୀରେ ସୁଭସ୍ମିତ ଓ ମୁଁ ଥଟା ମଜା କରିବା ପାଇଁ କ୍ଲାସ୍ ରେ ପ୍ରସିଦ୍ଧ ହେଲୁ। ତାପରେ ଆଉ ଗୋଟେ ଆଡ଼ମିଶନ ପ୍ରକ୍ରିୟା ରେ ଅନେକ ଛାତ୍ର ଛାତ୍ରୀ ଆସିଲେ ଯେପରି ଶିବାନୀ, ଆଶୁତୋଷ ଓ ସିପ୍ରା। ଏମାନଙ୍କ ମଧ୍ୟରେ ପ୍ରଥମେ ସିପ୍ରା ର ଜନ୍ମଦିନ ଥିଲା ବୋଲି ତାକୁ ମୁଁ bday girl କହିକି ସମ୍ବୋଧନ କରିବା ଆରମ୍ଭ କଲି। ହେଲେ ତାର କେହି ଭଲ ସାଙ୍ଗ ନ ହୋଇଥିବାରୁ ମୁଁ ଆଉ ସିପ୍ରା ଅତି ନିବିଡ ବନ୍ଧୁ ହୋଇଗଲୁ। ପ୍ରତ୍ୟେକ କଥା ଆମେ ପରସ୍ପର ସହ ବଣ୍ଟନ କରୁ। ଏପରି ସମ୍ପର୍କ ବହୁ କଷ୍ଟ ରେ ମିଳେ। ବନ୍ଧୁ ଉପରୁ ବିଶ୍ୱାସ ଶେଷ ହୋଇଥିଲେ ମଧ୍ୟ ମୋରୋ ଆଉଥରେ ବିଶ୍ୱାସ ଆଣିଥିଲା ସିପ୍ରା।

କିଛି ମାସ ପରେ ଆମ ଶିକ୍ଷୟତ୍ରୀ ରୋଜାଲିନ ଆମକୁ ଏକ ପ୍ରଖ୍ୟାତ କଲେଜ କୁ ପଠାଇ ଗୋଟେ ସମ୍ମିଳନୀ ରେ ଯୋଗ ଦେବା କୁ କହିଲେ ଯାହା ନାମ କିଟ୍ ଥିଲା। ସେଇଟା ମୋ ଜୀବନର ପ୍ରଥମ ମନୋରଞ୍ଜକ ମୁହୂର୍ତ୍ତ ଥିଲା। ସମ୍ମିଳନୀ ରେ ଯୋଗଦେବା ସୌଭାଗ୍ୟ ର ବିଷୟ। ସେଠି ବହୁତ୍ ମଜା କରି, ଶିକ୍ଷା ଗ୍ରହଣ କରି ଆମେ ବସ ରେ ଘରକୁ ଫେରିଲୁ ।

ଆଉ ଗୋଟେ ପ୍ରମୁଖ କଥା, ଏ ଯାଏଁ ମୋରୋ ପୁଅ ମାନଙ୍କ ସାଙ୍ଗେ କଥାବାର୍ତ୍ତା କମ। ସେମାନେ ତ ନିଜ ଭିତରେ ପୂର୍ଣ୍ଣ ଲାଗନ୍ତି, କେବେ କିଛି ଖୋଲିକି କଥା ହୁଅନ୍ତିନି। ନିଜ ନିଜ ଭିତରେ ବୁଲନ୍ତି-ଖାଆନ୍ତି। ସେଥିପାଇଁ ମୁଁ ବି କିଛି କୁହେନି। ମୋରୋ ଯେତିକି ମନେ ଅଛି ସର୍ବପ୍ରଥମେ ଆଦିତ୍ୟ ନାମ ର ପିଲା ଟେ ମୋତେ କ୍ଲାସ୍ ଆଗରୁ ୱାଟସାପ କରିଥିଲା ହେଲେ କ୍ଲାସ୍ ରେ କିଛି କଥାବାର୍ତ୍ତା ନାହିଁ। ତାପରେ ମଝିରେ ଓୟୁଏଟି ପଡିଆ ବୁଲୁବୁଲୁ ପ୍ରତ୍ୟୁଷ ର ରୁମ୍ କୁ ଯାଇଥିଲି। ସେ ପିଲା ଟି କିଛି କଥାବାର୍ତ୍ତା କରେନି, ପୁରା ଧିରସ୍ଥିର୍ ଚୁପଚାପ୍। ସେ ମେଡିକାଲ ପାଇଁ ଇଚ୍ଛୁକ ଥିଲା, ସବୁଠୁ ଜ୍ଞାନୀ ଲାଗେ ସେ। ହେଲେ ଗୋଟେ ଦୁଷ୍ଟ ପିଲା ଥିଲା କୀର୍ତ୍ତି ନା ର, ସିଏ ସଦାବେଳେ ମୋ ସଙ୍ଗେ ଲାଗିଥିବା। ତାକୁ କେବେହେଲେ ଗୋଟେ ଦିନ ବି ଶାନ୍ତି ମିଳେନି ମତେ ନ ଚିଡେଇଲେ। 😶😂 

ତାପରେ ଯେବେ ପ୍ରଥମ ସେମିଷ୍ଟର ଶେଷ ହେଲା, ସମସ୍ତେ ମିସି ଏକାମ୍ର କାନନ ପାର୍କ ବୁଲିବାକୁ ଗଲୁ। ମୁଁ, ହରପ୍ରିୟା ଓ ସ୍ମିତା ନାମ ର ଝିଅ ଏକାଠି ଅଟୋ ରେ ଗଲୁ। ବହୁତ୍ ମଜା ଲାଗିଲା। ଏକାଠି ବସି ଗୀତ ଗାଇବା ଠାରୁ ଆରମ୍ଭ କରି ଗପ ଶୁଣିବା, ସବୁ ହି ନିଆରା। ସେପରି ଜୟଦେବ ବାଟିକା, ପ୍ଲାନେଟରିଅମ୍ ଇତ୍ୟାଦି ଭ୍ରମଣ ମଧ୍ୟ ଭଲ ଥିଲା। ହେଲେ ମୁଁ ଯାଏ କି ନ ଯାଏ କେବଳ ଦୁଇ ଜଣକୁ ଫରକ୍ ପଡୁଥିଲା ସିଏ ହେଲେ ସୌମ୍ୟା ଓ ସିପ୍ରା। ସେମାନଙ୍କ ଭରସା ରେ ମୁଁ ସବୁଠି ଯାଏ। ଧୀରେ ଧୀରେ ସମୟ ବିତିଲା ତାପରେ ଦିନେ ଶୁଭସ୍ମିତା ର ଉପଦେଶ ରେ ଆମେ ପିଜା ଖାଇବାକୁ ଗଲୁ, ଯଦିଓ ସେଠାରେ ସୌମ୍ୟା ଓ ଶୁଭସ୍ମିତା ମଧ୍ୟ ରେ ଟିକେ ମନ ଖରାପ ହୋଇଥିଲା। ହେଲେ ତାକୁ କିଛି ଦିନରେ ସମସ୍ତେ ଭୂଲି ପରସ୍ପର କୁ ଆପଣେଇ ଦେଲେ।

ହେଲେ ଆମ ଶ୍ରେଣୀ ର ସବୁଠୁ ଦୁର୍ଲଭ ଘଟଣା ହେଲା ଶ୍ରେଣୀ ରେ କମ ପିଲା ଆସିଥିବାରୁ ଗୋଟେ ଝଗଡ଼ାଟେ। କ୍ଲାସ୍ ରେ ଶିକ୍ଷୟତ୍ରୀ ଅପେକ୍ଷା କରିଛନ୍ତି ହେଲେ ଅଧା ରୁ ବେଶୀ ପିଲା ନାହାନ୍ତି। ଫଳସ୍ୱରୁପ, ସୌମ୍ୟା ଯେହେତୁ ବିହାର ଯାଇଥିଲା ସିଏ ତତ୍କାଳିନ ଫୋନ ରେ ରାଗି ଯାଇଥିଲା ଯାହା ଫଳ ସ୍ୱରୂପ, ନ ଆସିଥିବା ପିଲା ଏକାଠି ହୋଇ ତାକୁ ବିରୋଧ କରିଥିଲେ। ଯଦିଓ ଏ ସବୁ ସିପ୍ରା ର ବୋକାମି ଯୋଗୁ ହେଲା ତଥାପି କିଛି ମାସ ମଧ୍ୟରେ ସବୁ ଠିକ୍ ହୋଇଗଲା। ଏଥିରୁ ମୁଁ ଜାଣିଲି ସୌମ୍ୟା ର କ୍ଲାସ୍ ପାଇଁ ଅନେକ ଦ୍ୱାଇତ୍ୟୋ ରହିଛି। ତା ପାଇଁ ଥିବା ମୋ ମନରେ ସମ୍ମାନ ଆହୁରି ବଢ଼ିଗଲା। ନିସଂଧ୍ୟ ସେ ଠିକ୍ ଥିଲା, ହଠାତ୍ ଏତେ ପିଲା ମନ ଇଚ୍ଛା କ୍ଲାସ କୁ ନ ଆସିବା ଠିକ୍ ନୁହ, ଶିକ୍ଷୟତ୍ରୀ ମଧ୍ୟ ଦୁଃଖି ହୋଇଥିଲେ।

ମୋରୋ ଏବେବି ମନେ ଅଛି ଦିନେ ପ୍ରତ୍ୟୁଷ ର ଦେହ ଭଲ ନଥିଲା ସେବେ ମୁଁ ତାକୁ ଦେଖା କରିବାକୁ ଯାଇଥିଲି। ସେତବେଳେ ଯଦିଓ ମୁଁ ଏତେ ତାକୁ ଚିହ୍ନି ନଥିଲା। ତଥାପି ତା ରୁମ୍ ତ ପାଖରେ ଓ ବାଟ ବି ଜଣା ଥିଲା ସେଥିପାଇଁ ଯାଇଥିଲି। ଆଉ ଦିନକ କଥା ଆଦିତ୍ୟ ଗାଡ଼ି ଆଣି ନଥିଲା, ମୋ ସହ ପ୍ରଥମ ଥର ବସ୍ ରେ ଘରକୁ ଫେରିଲା ସେଦିନ। ବହୁତ୍ ଭିଡ଼ ଥିଲା, ତାପରେ ସେ ତା ରୁମ୍ କୁ ଗଲା ଓ ମୁଁ ମୋ ଘରକୁ ଫେରିଲି।

ସବୁ ଭଲ ଚାଲିକି ମଧ୍ୟ କିଛି ଖାଲି ଥିଲା, ଏକାକୀ ପୁଅ ମୁଁ ରହି ଯାଇଥିଲି। ରାକେଶ ତ କେବେହେଲେ ମୋତେ ଆବଶ୍ୟକ ମନେ କରେନି, ସିଏ ଭାବେ ମତେ କିଏ କେବେ ଜାଣିଚି ନା ପଚାରିଚି। ସେ ତ ନିଜେ ଅଧା ସମୟ କଲେଜ ଆସେନି। ମୋ ବେଶୀ ସମୟ ସିପ୍ରା ସହ କଥା ହୋଇ କଟେ। ଦିନେ ଆଶୁତୋଷ ଫୋନ କରିଥିଲା, ଉଠାଇଲି କଥା ହେଲି। ସେତେବେଳେ ସିଏ ଏକୁଟିଆ ରହୁଥିଲା। ତା ଏକାକୀ ଭାବ କୁ ଦୂରେଇବା ପାଇଁ ମୁଁ ପ୍ରତିଦିନ ଫୋନ ରେ କଥା ହେବା ଆରମ୍ଭ କଲି। ଭାବିଲି ଆଉ ଗୋଟେ ଭଲ ସାଙ୍ଗ ଟେ ପାଇଲି ବୋଲି। ମଝିରେ ରଥ ଯାତ୍ରା ସମୟ ରେ ମୁଁ, ପ୍ରତ୍ୟୁଷ ଓ କୀର୍ତ୍ତି ଏକାଠି ଇସ୍କନ ମଧ୍ୟ ଯାଇଥିଲୁ ଦର୍ଶନ ପାଇଁ। ସେଇଟା ମଧ୍ୟ ଗୋଟେ ଭଲ ସ୍ମୃତି ରେ ଗଣା।


ପରୀକ୍ଷା ସମୟ ରେ ଆଶୁତୋଷ କହିଲା ଏକାଠି ପଢ଼ିବା ପାଇଁ, ହେଲେ ଘରେ କଣ କହି ଯାଇଥାନ୍ତି? ମୋ ଘରେ ସେତେବେଳେ କେହି ଜାଣି ନଥିଲେ ମୋରୋ କିଏ ସାଙ୍ଗ ଅଛି କି ନାହିଁ। ତେଣୁ ଲାଇବ୍ରେରୀ ର ନା କହି ଯାଏ, ଦିନ ଯାକ ପଢ଼ିକି ଫେରେ। ଦିନେ ତ ହଠାତ୍ ନ କହି ପଳାଇ ଥିଲି ଯେ, ସିଏ ନିଘୋର୍ ନିଦରେ ଶୋଇ ଥିଲା। ତେଣୁ ତା ପାଇଁ ଆଣିଥିବା ଦହିବରା-ତରକାରୀ ମୁଁ କବାଟ ରେ ଟାଙ୍ଗୀ ଦେଇ ପଳାଇ ଆସିଲି। ଥିଲା ଗ୍ରୀଷ୍ମ ଋତୁ ଖରା, ବସ ରେ ଯିବା ଆସିବା କରିବା ବି କଷ୍ଟ କାମ। ହେଲେ ନୂଆ ବନ୍ଧୁ ପାଇଁ ସେ କଷ୍ଟ କିଛି ନୁହଁ। 

ପରୀକ୍ଷା ସରିଲା ଓ ଏକୁଟିଆ ଖାଲି ବସି ଇଚ୍ଛା ହେଲା ବୁଲିବାକୁ, ଆଶୁତୋଷ କୁ କହିଲି କୁଆଡେ଼ ବୁଲିବାକୁ ହେଲେ କି ଖାଇବାକୁ ଗଲେ କହିବାକୁ। ଆମ କଲେଜ ପାଖା ପଖୀ ବଢିଆ ଖାଇବା ମିଳେ। ହେଲେ ବୋଧୁଏ ସିଏ ମତେ ଜଣାଇବା ଆବଶ୍ୟକ ମନେ କଲାନି...। ତେଣୁ ତା ପାଇଁ ଥିବା ମୋ ମନ ରେ ଆଶା ମଧ୍ୟ କମିଗଲା। ସବୁଠୁ ଦୁଃଖ କଥା ହେଲା କଲେଜ୍ ର ଦୁଇ ବର୍ଷ ଶେଷ ହେଉ ହେଉ ଅନେକ କାରଣ ଯୋଗୁ ସିପ୍ରା ସହ ମୋ ବନ୍ଧୁତା ଭାଙ୍ଗିଗଲା। ଆଉ ସମ୍ଭାଳି ହେଲାଣି, ବହୁତ କଷ୍ଟ ଲାଗିଲା। ତ ଶେଷରେ ମୁଁ ଫେରେ ଏକୁଟିଆ ରହିଗଲି। ଏତେ ଗହଳି ଓ ଏକାଠି ପରିପୂର୍ଣ୍ଣ ଶ୍ରେଣୀ ରେ ବି ମୁଁ ଏକୁଟିଆ। ଯଦି ଓ ଏଥର କପଟ, ଘୃଣା କିଛି ନାହିଁ, ତଥାପି ଏକାକିପଣ ଘାରି ଯାଏ। ଶେଷରେ ମୁଁ ଆସି ପହଁଚିଲା ଶେଷ ବର୍ଷ ରେ। କୌଣସି ଆଶା ନଥିଲା ଆଉ ନୂଆ ନିବିଡ ବନ୍ଧୁ କରିବାର ...।


Rate this content
Log in

Similar oriya story from Abstract