STORYMIRROR

Soubhagya Pattanaik

Children Stories Comedy Drama

4  

Soubhagya Pattanaik

Children Stories Comedy Drama

ପ୍ରକୃତ ବନ୍ଧୁ: ତୃତୀୟ ଶିକ୍ଷା

ପ୍ରକୃତ ବନ୍ଧୁ: ତୃତୀୟ ଶିକ୍ଷା

6 mins
17

କିଛି ଦିନ ସେମିତି ବିତିଲା, ବୁସ୍ ରେ କଳେଜ୍ ଯିବା ଫେରେ ଫେରିବା। ନିତ୍ୟଦିନ ଧ୍ୟାନ କରିବା, ଗୋଟେ ଅଭ୍ୟାସ ଥିଲା। ହଁ, ସନ୍ଧ୍ୟା ବେଳେ ନିହାତି ଆଶୁତୋଷ ଫୋନ୍ କରେ। ଏକୁଟିଆ ରୁହେ ତାକୁ ବି ଭଲ ଲାଗେନା, କଥା ହଉ ହଉ ଧୀରେ ଧୀରେ ଜାଣିଲି। ସେ ଅନ୍ୟ ର ମନ କୁ ଆଘାତ ଦେବନି ବୋଲି ବାହାରେ ଖାଇବା କଥା ମୋତେ ଲୁଚାଇ ଥିଲା। 😂 ହେଲେ ବିଚରା ଜାଣିନି, ମତେ ସତ ଶୁଣିବା ପ୍ରିୟ। ମିଠା ମିଛ ମତେ ବିଷ ଭଳିଆ ଲାଗେ। ହଉ ଏବେ ସେ କଥା ସ୍ପଷ୍ଟ କରିଦେଲି ଓ ସବୁ ଠିକ୍ ହେଇଗଲା। କଥା ହେଉ ହେଉ ଜଣା ପଡ଼ିଲା ଆଶୁତୋଷ ର ଦାନ୍ତ ରେ ଫିଳିଙ୍ଗ କରିବାର ଅଛି। ଯଦିଓ ଆଗେ ମୁଁ ଟିକେ ସଙ୍କୋଚ କରୁଥିଲି କାରଣ ଭାଉଜ ମୋର ଡାକ୍ଟର ହେଲେ ବି କଥା ବାର୍ତ୍ତା କମ୍, ହେଲେ ତାପରେ ସାହସ କରି ଭାଉଜ ଙ୍କ ସହ କଥା ହେଲି। ତାପରେ ଆମେ ୨ ଜଣ କ୍ୟାପିଟାଲ ହସ୍ପିଟାଲ ରେ ଜାଇ ଚେକ୍ଅପ୍ ସରିଲୁ, ଓ କିଛି ଦିନ ପରେ ତାର ଫେଳିଙ୍ଗ ପୁରା କଲୁ। ଫେରୁ ଫେରୁ ବର୍ଷା ରେ ଓଦା। ସେମିତି ଆଦିତ୍ୟ ସହ ଯିବା ଆସିବା କରୁ କରୁ କେତେ ଥର ଓଦା ହୋଇଛି। ଏ ସବୁ ସୁନ୍ଦର ସ୍ମୃତି ଭିତରେ ଗଣା।

ବର୍ଷା ଦିନ ଘଟଣା, ଏବେ ଆଉ ବସ୍ ରେ ଯିବା ଆସିବା କଷ୍ଟ ହେଲାଣି। ସେତେବେଳେ ଆଦିତ୍ୟ ଏକୁଟିଆ ଯିବା ଆସିବା କରୁଥିଲା, ତା ରୁମ୍ ଟା ବି ମୋ ଘର କୁ ପାଖ ହେବ। ତେଣୁ ତା ସହ ଯିବା ଆସିବା ଆରମ୍ଭ କଲି। ପିଲାଟା ବହୁତ୍ ମଜାଳିଆ; ସେ କଲେଜ ନ ଆସିଲେ ପୁରା କଲେଜ ଖାଲି ଖାଲି ଲାଗେ। ଦିନ ରାତି ଖାଲି ମଜା ମସ୍ତି, ଆଉ ୨ ଟା ଜିନ୍ସ ତାର ନୀୟରା ଗୋଟେ କ୍ରିକେଟ ପାଇଁ RCB ପ୍ରେମ ଅନ୍ୟଟୀ ହେଲା ତାର ବ୍ଲଗ୍ ପ୍ରେମ। ରାତି ୧ ଯାଏଁ ରିଲ୍ ଦେଖିବ। କିଛି ଦିନ ପରେ ସେ ନୂଆ ଘର ଖୋଜିଲା, ବହୁ ଚେଷ୍ଟା ପରେ ମୋତେ ନୂଆ ରୁମ୍ ମିଳିଲା ସତ, ହେଲେ ସେଠି ବି ସେ ରାତି ଅଧ ଯାଏଁ ଫୋନ୍ ଚଳାଇବ। ତାପରେ ସକାଳ ୬ ହେଲା ମାତ୍ରେ ଫୋନ୍ ଆଲାରମ୍ ବାଜିବ। ଯାହା ସେ କେବେ ଉଠାଇବନି। 😭 ହେଲେ ଅନ୍ୟ ସମସ୍ତେ ଉଠି ଯିବେ।

ହେଲେ ଗୋଟେ ରହସ୍ୟ ତାର, ଯେ ସିଏ ଜୀବନ ବିଷୟରେ ବହୁତ୍ କଥା ଜାଣେ। କେବେ କେବେ ରାତି ରେ ଶୋଇବା ଆଗରୁ ଜ୍ଞାନ ଦିଏ କଣ କରିବା କଥା କଣ ନୁହେଁ। ହଁ, ମାନୁଛି କେବେ କେବେ ମୋରୋ ରାଗିବା ଗୁଣ ଯୋଗୁ ତାକୁ ଆଘାତ ଦେଇଥିବି... ହେଲେ କଣ କରିବି ଅଭ୍ୟାସ ରୁ ବାଧ୍ୟ। ଦିନେ ତ ମୋ ରାଗ ଏତେ ଅନିୟନ୍ତ୍ରିତ ହୋଇଗଲା ଯେ ମୁଁ ରାକେଶ ଉପରେ ହାତ ଉଠାଇ ଦେଲି। ମାନୁଛି ସେଟା ଗୋଟେ ମୋରୋ ବଡ଼ ଅପରାଧ। ଅବସ ମୁଁ ଭୁଲ ମଗିଛି, ତଥାପି କିଛି ଜିନ୍ସ ଖରାପ ଲାଗେ। ଯେପରି ତାର ସବୁବେଳେ ମତେ ଅଣଦେଖା କରିବା ଗୁଣ, ଯଦିଓ ସେ ଗୁଣ ଧୀରେ ଧୀରେ କମିଗଲା। ତଥାପି, ମୁଁ କିଛି ଭୂଳିନି। ସେତେବେଳେ ଆଶୁତୋଷ ସହ ମୋ କଥା ବାର୍ତ୍ତା ବହୁତ୍ କମି ଯାଇଥିଲା, କାରଣ ଏବେ ସେ ପ୍ରତ୍ୟୁଷ ସହ ଏକ ନୂଆ ଘରେ ରହୁଥିଲା। ହଁ, ନୂଆ ନୂଆ ଖାଲି ଲାଗିଲା ଏକୁଟିଆ ଲାଗିଲା ହେଲେ ଧୀରେ ଧୀରେ ଶିଖିଗଲି। ଏବେ ତ ୩ ଜଣ ସାଙ୍ଗ ହୋଇଯାଇଥିଲେ ସେଥିପାଇଁ ଆଉ ଏତେ ଏକୁଟିଆ ଲାଗେନା। 

ତାପରେ ବର୍ଷା ଦିନ ସରିଲା, ଦୀପାବଳୀ ଆସିଲ। ସମସ୍ତେ ଘରକୁ ପଳାଇଥିଲେ, କେବଳ ପ୍ରତ୍ୟୁଷ ଏକୁଟିଆ ଥିଲା। ସେଥିପାଇଁ ସେବେ ପ୍ରଥମ ଥର ମୁଁ ଯାଇକି ତା ନୂଆ ରୁମ୍ ରେ ରହିଥିଲି। ପିଲା ଯେତେ ଶାନ୍ତ ଦିଶେ ସେତେ ନୁହଁ, ସବୁ ଧାଡ଼ି ରେ ଖରାପ-ଭାଷା ଲଗାଇ କଥା କହେ । 🤣 ହେଲେ ସବୁବେଳେ ଚିଲ୍, ଆଉ ମୋ ଭଳିଆ ଶୀଘ୍ର ରାଗି ଯାଏ। ପ୍ରତି ମାସ କହିବାକୁ ଗଲେ ତାର ମୋରୋ ଝଗଡ଼ା 🤣🤣। ବେଶୀ କଥା ହୁଏନି ସତ, ହେଲେ ଚିନ୍ତା ସମସ୍ତିଙ୍କ ପାଇଁ କରେ। ତା ସହ ଏକାଠି ଖାଇବା ଶୋଇବା ପାଠ ପଢ଼ିବା ସାଧାରଣ କଥା। 

 ଦିପାବଳୀ sale ରେ ନୂଆ ଫୋନ୍ କିଣିଥିଲି, ମଟନ୍ ଭୋଜି ଟେ କରି ମଜା କଲୁ। ସନ୍ଧ୍ୟା ରେ ୪ ସାଙ୍ଗ ଚିକେନ ପକୋଡା ଖାଇବା, ଧଉଳି ବୁଲିବା, ଚା ପିଇବା ନୀତି ଦିନିଆ କାମ। ଆଦିତ୍ୟ ସହ ସନ୍ଧ୍ୟା ରେ ଜଳଖିଆ ଖାଇବା ବୁଲିବା ଗୋଟେ ଅଭ୍ୟାସ ହୋଇଗଲା। ଲାଗିଲା ସୁଖ ଦୁଃଖ ବାଣ୍ଟିବା ଏବେ ସହଜ। ଲୋକ ଅଛନ୍ତି ଯିଏ ତୁମ ପାଇଁ ଚିନ୍ତିତ, ତୁମକୁ ଭାଇ ଭଳିଆ ଭଲ ପାଆନ୍ତି।

ତାପରେ ଗାଡ଼ି ରେ ଆମେ ସବୁ ପୁଅ ମିଶି, ପୁରୀ କୋଣାର୍କ ବୁଲିବା ଏକ ନିଆରା ସ୍ମୃତି। କେତେ ବର୍ଷ ପରେ ଜଗନ୍ନାଥ ଦର୍ଶନ କରିବାକୁ ମିଳିଥିଲା ମତେ। Water Park ଯିବା ଓ ସବୁ ମିଶି ମତେ ପାଣି ରେ ବୁଡାଇବା 🤣। କି ମଜା। ସେପରି ଧବଳେଶ୍ବର ଯିବା, ଲିଙ୍ଗରାଜ ମନ୍ଦିର ଯିବା, ଦୁଇ ଦୁଇ ଥର ତୋଷାଳୀ ମେଳା ଯିବା ର ମଜା ନିଆରା। ଯଦିଓ ମୁଁ ଏତେ ବୁଲିନି ଯେତେ ବାକି ମାନେ ବୁଲିଛନ୍ତି। ତଥାପି କିଛି କମ ବୁଳିନି। ସବୁଠୁ ମଜା ହେଲା ସର୍ବ ଶେଷରେ କଲେଜ୍ ତରଫ ରୁ ବରହ୍ମପୂର୍ ବୁଲିବା, ZSI ର ମଜା ଅଲଗା ହେଲେ ଫେରୁ ଫେରୁ ରାତି ୩ ।  ସେପରି CIFA ଓ ଏକାଠି ଜାଇ CUET ପରୀକ୍ଷା ଦେବା। ସବୁ ନିଆରା ଅନୁଭୂତି। 

ସବୁଠୁ ବଡ଼ ଘଟଣା ହେଲା, ବର୍ଷ ଶେଷରେ ପ୍ରୋଜେକ୍ଟ ରେ HOD ଙ୍କ ମନ ଇଚ୍ଛା ହସ୍ତକ୍ଷେପ। ଯାହା ଫଳରେ ଗୋଟେ ବଡ଼ ବିବାଦ ସୃଷ୍ଟି ହେଲା। ଯଦିଓ ଶେଷରେ ସବୁ ଠିକ୍ ହୋଇଗଲା, ସବୁଠୁ ଭଲ କଥା ହେଉଛି ଏ ବିବାଦ ରେ ସମସ୍ତେ ଏକାଠି ଥିଲେ। ସବୁ ପିଲା। ରାକେଶ, ସୌମ୍ୟା ଓ ମୋର ଯୋଗଦାନ ଟିକେ ଅଧିକ ଥିଲା। 🤣

ଏତେ ଘଟଣା ଶେଷରେ ସବୁଠୁ ସୁନ୍ଦର ସ୍ମୃତି ହେଉଛି ମୋ ଜନ୍ମଦିନ। ଗଣତନ୍ତ୍ର ଦିବସ ହେତୁ ଛୁଟି ଥିଲା ସମସ୍ତେ ଘରକୁ ପଳାଇଥିଲେ, ମୋ ଜନ୍ମଦିନ ମୁଁ ଏକୁଟିଆ। ହେଲେ ସନ୍ଧ୍ୟା କୁ ଫେରି ଆସିଲା ଆଶୁତୋଷ, ଏତେ ଦୂରରୁ ଘରୁ ଆସିଛି କେକ୍ କାଟିବାକୁ। ସିଏ ବି ଜର ରେ ଥର ଥର। ରାତି ଯାକ ଦେହ ଗରମ, ଜା ହେଉ ସକାଳ କୁ ଠିକ୍ ହେଇଗଲା। ହେଲେ ସିଏ କଣ ଶୁଣିବା ଲୋକ? ବାବୁ ତା ପରଦିନ ରାତି ସାରା କାକର ରେ ବାହାରେ ବସି ଫେରେ ଜର କରି ଲୁଚି ଲୁଚି ମେଡିସିନ ଖାଇ ସୋଇଛନ୍ତି 🤣। ସେ ସେମିତିକା ନାଚ ଗୀତ ପାଇଁ ଦଉଡ଼ି ଦଉଡ଼ି ଯିବ ହେରି। ଦିନେ ତ ଗଣେଶ ଚତୁର୍ଥୀ ରେ ଏକୁଟିଆ ଏତେ ଦୂର ରୁ ଆସିଛି। 😂 ତା କଥା କହିଲେ ଗପ ସରିବନି। ପିଲା ଟି ସରଳ... ନିଜର କରିଦେଲେ ଆଉ କେବେ ତମକୁ ପର କରିବନି। ହଁ, ମାନୁଛି ସେ ଦୁଷ୍ଟ କଥା କେବେ ଶୁଣେନି, 🤣 ହେଲେ ମନ ପରିଷ୍କାର। ତାକୁ ମୁଁ ଯେତିକି ମନ୍ଦ କଥା କହିଥିବି ବୋଧେ ତାକୁ ଆଉ କେହି କହିନଥିବେ... କଣ କରିବା ଗୋଟେ ଉଦ୍ଦେଶ୍ୟ ଅଛି ମୋରୋ। ତାକୁ ପିତା ସତ କହିବି, ପଛେ ନିଜେ ଖରାପ ହେବି। ସିଏ ନଥିଲେ ହୁଏତ ମୋରୋ ଅନ୍ୟ କେହି ସାଙ୍ଗ କଲେଜ୍ ରେ ହୋଇ ନଥାନ୍ତେ।  ମାତ୍ର ଏମିତିକା ଭଲ ମଣିଷ କୁ ଦୁନିଆ ଖରାପ ଭାବେ ଓ ଖରାପ କରେ।

ଆସିଲା ଶେଷ ଦିନ, ଫରେୱେଲ ହେଲା। ଆମ ଜୁନିଅର୍ ବହୁତ୍ ସୁନ୍ଦର୍ ଆୟୋଜନ କରିଥିଲେ। ଆସିଥିବା ସବୁ ବ୍ୟକ୍ତି ର ଆଖି ଓଦା। ସବୁ ସ୍ମୃତି ନେଇ ଏବେ ବିଦା ହେଲୁ। ପରୀକ୍ଷା ପରେ ପାର୍କ ଗଲୁ, ଭୋଜି କଲୁ ସବୁ ମିଶି। ତାପରେ ମୁଁ ବି ମୋ ଗୋଟେ ମନ କଥା ଯାହାକୁ କହିବା କଥା କହି ଦେଇଥିଲି। 😉 ଶେଷରେ ଫେରିଲୁ ଆଗ ବିଦାୟ ହେଲା ଆଦିତ୍ୟ, ଘରକୁ ଆସିଲା ଜିନ୍ସ ପତ୍ର ନେଇ ଚାଲିଗଲା। ଛାଡିଦେଲ ୧୦୦୦ ସ୍ମୃତି। ଘର କାନ୍ଥ କବାଟ ରେ ତା ସ୍ମୃତି ଅଛି, ସନ୍ଧ୍ୟା ସମୟ ରେ ତା ପାଖକୁ ଯିବା, ଏକାଠି ବୁଲିବା ଏବେବି ସବୁ ମନେ ପଡେ।

ତାପରେ ବିଦା ହେଲା ପ୍ରତ୍ୟୁଷ, ହେଲେ ତାକୁ ଛାଡ଼ି ପାରିଲିନି, ଯାଇଥିଲି ସତ ହେଲେ ଗାଡ଼ି ରେ ଜାଗା ହେଲିନି। ତାପରେ ଗୋଟେ ଦିନ ରାହିବା ପରେ ଆଶୁତୋଷ ଆଉ ମୁଁ ଚିକେନ ଖାଇ, ତାପରେ ତାକୁ ବିଦା କରିଲି। ପିଲା ଟେ ସ୍କୁଟୁ ରେ ଟ୍ରକ୍ ଯେତିକି ଜିନ୍ସ ଧରିଲି ଓ ଗଲା। ମାନିବାକୁ ପଡ଼ିବ ଟା ବଳ କୁ, ସେ ବୋଧେ ଏକା ବେଳେ ୧୦ ଜନକୁ ଟେକି ଦେବ। ଏମିତି ଧୀରେ ଧୀରେ ସବୁ ଗଲେ। ତାପରେ କୀର୍ତ୍ତି ପଳାଇଲା, ରାକେଶ ତ UPSC କୋଚିଙ୍ଗ ପାଇଁ ଦିଲ୍ଲୀ ଗଲା। ସବୁ ଅଲଗା ହେଇଗଲେ।

କେତେଦିନ ପରେ ରଜ ପରେ ଆଶୁତୋଷ କହୁଛି ତା ଡ୍ରେସ ର ଡବା ଦୋକାନ ରେ ଭୁଲିଗଲା । ତା ଭଉଣୀ ର କଣ ବହିପତ୍ର ଦରକାର ଥିଲା, ଏକା ସହ ମୁଁ ବସ୍ ରେ ପଠାଇ ଦେଲି। ଖରା ଜୋରେ ହେଉଥିଲା ସତ, ହେଲେ ବହି ଖୋଜିବା ମଜା ନିଆରା। ତାପରେ ଫୋନ କରି କହିଦେଲି, ପଚାରିଲି କେବେ ଘରକୁ ଡାକୁଛୁ? କହିଲା ନୂଆ ଘର ହେବା ପରେ ଡାକିବ 😂 ଆରେ ମୁଁ କଣ କୁଣିଆ? ହଉ ଯେବେ ଦେଖା ହେବ ହେବ ଆଉ।

 ଯେଉଁ ବାଟରେ ଦିନେ ମଣିଷ ଗାଡ଼ି ରେ ବସି ଆସେ, ଏବେ ସେଇ ବାଟ ରେ ମଣିଷ ବସ୍ ରେ ଫେରୁଛି। ସେଇ ରୋଡ ପାଖରେ ବସି ଶିବାନୀ ସୁଭସ୍ମିତା ସହ କଥା ହେବା, ସୌମ୍ୟା ଜେଜେ ଙ୍କ ଶ୍ରାଦ୍ଧ ରେ ଯିବା, ତାପରେ ଆଦିତ୍ୟ ଘର ପ୍ରତିଷ୍ଠା ରେ ତା ଘରକୁ ଯିବା... ସବୁ ସ୍ମୃତି ଏବେବି ଆଖି ଆଗରେ ନାଚି ଯାଉଛି। ଆଉ ଆମେ ଏକାଠି ନାହୁଁ, କେବେ ଫେରେ ଦେଖା କିଛି ଠିକଣା ନାହିଁ। ଏବେ ଯିଏ ଯାହା ନୂଆ ଦୁନିଆରେ ବ୍ୟସ୍ତ। ମୁଁ କଣ ଏକୁଟିଆ ଯିଏ ନିଜ ବନ୍ଧୁ କୁ ଏତେ ମନେ ପକାଉଛି? କଣ ଏମିତି ଧୀରେ ଧୀରେ ସଂପର୍କ ଶେଷ ହେବ? ଦେଖିବା ଭବିଷ୍ୟତ ରେ କଣ ଲୁଚି ରହିଛି। ସନ୍ଧ୍ୟା ହେଲା ମୁଁ ମୋ ରମ୍ ରେ ଏକୁଟିଆ ବସି ଦେଖୁଛି, ଧୀରେ ଧୀରେ କେତେ ଗଲେ କେତେ ଆସିଲେ, କାହାକୁ ଫୋନ କରିବି ଏବେ? ନା ଫେରେ ଏକୁଟିଆ ହେଇଯିବି?

ହୁଏତ ସବୁ ବଦଳି ପାରେ, ହେଲେ ଯେଉଁ ବିଶ୍ୱାସ ମୁଁ ଏଠି ଶିଖିଚି, ସେଟା କେବେ ବଦଳିବନି। କେଉଁଠି ବିଶ୍ୱାସ କରିବା କଥା ଓ କେଉଁଠି ନୁହଁ ତାହା ମଧ୍ୟ ଶିଖିଚି। ସାଙ୍ଗ ଙ୍କ ଫୋନ୍ password ରୁ ଆରମ୍ଭ କରି UPI PIN ପର୍ଯ୍ୟନ୍ତ ସବୁ ଜାଣନ୍ତି, ଗୋଟେ ସାଙ୍ଗ ର fingerprint ମୋ ଫୋନ୍ ରେ ସେଭ୍ ଅଛି। 😁😂 ହେଲେ ମୁଁ ମୋ ଅତୀତ ର ଘଟଣା ଯୋଗୁ ମୋ ମନରେ ସବୁବେଳେ ଡର ଓ ସନ୍ଦେହ ଥାଏ।। ଚେଷ୍ଟା କରୁଛି ତାକୁ ଭୂଳୀ ଭବିଷ୍ୟତ କୁ ଆଗେଇବାର ।


Rate this content
Log in