Soubhagya Pattanaik

Thriller

4.0  

Soubhagya Pattanaik

Thriller

ଅଭୁଲା ଅତୀତ

ଅଭୁଲା ଅତୀତ

3 mins
114


ଘନଶ୍ୟାମ ଦାସ ଗୋଟେ ପ୍ରାଇଭେଟ ଅଫିସରେ ଚାକିରୀ କରୁଥିବା ଯୁବକ । ମଧ୍ୟବର୍ତ୍ତୀ ବର୍ଗର ଲୋକ ସେ, ଏକୁଟିଆ ଚଳନ୍ତି । ଦିନେ ରବିବାର ଦିନ ଥିଲା, ନୂଆ ବର୍ଷ ଆସିବା ଖୁସିରେ ସେ ତାଙ୍କ ଘରେ ଭୋଜିର ବ୍ୟବସ୍ଥା କରିଥିଲା । ତାଙ୍କ ପ୍ରିୟତମ ବନ୍ଧୁ ଗୋପାଳ ଓ ରାଜୀବଙ୍କୁ ଡାକିଥଲ। । ସେଦିନ କଥାବାର୍ତ୍ତା ସମୟରେ ଘନଶ୍ୟାମର ହଠାତ୍ ମନେ ପଡିଗଲା ତା ପିଲାଦିନର ଦୃଶ୍ୟ । ଦୁଇ ବନ୍ଧୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝିଲା ନାହିଁ । କାନ୍ଦକୁ ବି ଆଉ ସମ୍ଭାଳି ପାରିଲାନି । ତେବେ କଣ ଘଟିଥିଲା ତା ଜୀବନରେ ? ଯାହା ବର୍ତ୍ତମାନର ଅଭୁଲା ସତ୍ୟ ପାଲଟିଛି .... 


ଘନଶ୍ୟାମ ଯେତେବେଳେ ମାତ୍ର ଦଶ ବର୍ଷର ଥିଲା ସେତବେଳେ ତା ବାପାଙ୍କ ହତ୍ୟା ହୋଇଯାଇଥିଲା । ମାତ୍ର ହତ୍ୟାକାରୀ ଆଉ କେହି ନୁହେଁ ବରଂ ଘନଶ୍ୟାମର ମାଆ । ଏ ଘଟଣାର ଅନେକ ବର୍ଷ ପରେ ନିଜ ସ୍ୱାମିଙ୍କ ଅନ୍ତେ ଦୁଃଖ ନ ସହି ସେ ଆରପାରିକୁ ପଳାଇଲେ । ନିଜ କକା ଘରେ ରହି ବଡ଼ ହେଲା ଘନଶ୍ୟାମ, ପୋଲିସ୍ ମଧ୍ୟ ଜାଣି ପାରିଲାନାହିଁ । ଏପରି ଅନେକ ବର୍ଷ ବିଟିଗଲା । ଭଲ ପାଠ ପଢ଼ା ଚାକିରୀ କଲା, ନିଜ ଘର କିଣିଲା ହେଲେ ତାର ଜୀବନର ଉଦ୍ଦେଶ୍ୟ ହେଲା ରାହସ୍ୟ ଜାଣିବା ଯେ କାହିଁକି ମାଆ ତା ବାପାଙ୍କୁ ମାରିଥିଲେ? 


ଏପରି ସମୟ ବିତିଲା, ବର୍ଷ ଉପରେ ବର୍ଷ ବିଟୋଲ ହେଲେ କିଛି ଜଣା ପଡ଼ିଲାଣି । ହେଲେ ଗୋଟେ ବର୍ଷା ଦିନର କଥା, ଅଫିସରୁ ଫେରିବା ସମୟରେ ଘନଶ୍ୟାମ ଦେଖିଲା ଯେ ତା ବାପାର ଫୋଟୋ ଗୋଟେ ଛୋଟ ପିଲା ଧରି ଚାଲୁଚି, ସନ୍ଦେହ କରି ଘନଶ୍ୟାମ ତାକୁ ଅନୁସରଣ କଲା । କରି କରି ସେ ଗୋଟେ ନିର୍ଜନ କୋଠରିକୁ ଗଲା, ସେଠି ସେ ଯାହା ଦେହିଲା ତାକୁ ଦେଖି ଆଚମ୍ବିତ ହୋଇ ରହିଗଲା । 


ସେଠି ସେ ଦେଖିଲା ଯେ ସେ ପିଲାଟା ବାପାଙ୍କ ଫୋଟୋ ଲଗାଇ ନକଲି ହସ୍ତାକ୍ଷର କରୁଥିଲା ଗୋଟେ ବ୍ୟକ୍ତି । ମାତ୍ର ସେ ଆଉ କେହି ନୁହେ ବରଂ ତାଙ୍କ ବାପାଙ୍କ ସାନ ଭାଇ । ଏହା ଦେଖି ସେ ଚକିତ ହୋଇ ରହିଗଲେ । କିଛି ନ ଜାଣି ସେ ପୋଲିସକୁ ଫୋନ କରିଦେଲେ । ପୋଲିସ ସେ ସ୍ଥାନରେ ପହଞ୍ଚି ଦାଦା ଓ ତାଙ୍କ ସାଥିମାନଙ୍କୁ ଗିରଫ କରିଦେଲେ । ପୋଲିସର ତନାଘନା ପରେ ସେ ପରେ ପୋଲିସ ସତ୍ୟ ଜାଣିପାରିଲା । ବହୁ ବର୍ଷ ପୂର୍ବେ ଚତୁର ବାବୁଙ୍କ ବିବାହ ବୀଣା ଦେବୀଙ୍କ ସଂଗେ ହୋଇଥିଲା । ମାତ୍ର ତାଙ୍କର କେହି ପିଲା ଛୁଆ ନଥିଲେ । ଏହାର ଲାଭ ଉଠାଇ ଚତୁର ବାବୁଙ୍କ ସାନ ଭାଇ ରଘୁବିର ନିଜ ବାପାର ସମ୍ପୂର୍ଣ୍ଣ ସମ୍ପତ୍ତି ନେବାର ଚକ୍ରାନ୍ତ କରିଥିଲା । ମାତ୍ର ଅଳ୍ପ ବର୍ଷ ପରେ ସେ ଦମ୍ପତ୍ତି ଅନାର୍ଥ ଆଶ୍ରମ ଯାଇ ଘନଶ୍ୟାମକୁ ନିଜ କୂଳଦୀପକ ରୂପେ ଗ୍ରହଣ କଲେ । ଏହାର ପରିଣାମ ସ୍ୱରୂପ ରଘୁବିରଙ୍କ ଯୋଜନା ବିଫଳ ହୋଇଗଲା ଓ ଶେଷରେ ସେ ତାଙ୍କ ଭାଇଙ୍କୁ ମାରିବାର ଯୋଜନା କଲେ । ବୀଣା ଦେବୀଙ୍କୁ ସେ କିଛି ଗୁଣ୍ଡା ମାଧ୍ୟମରେ ଜଣାଇଲେ ଯେ ଯଦି ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା ନ କରେ ତେବେ ଛୋଟ ଘନଶ୍ୟାମକୁ ମୃତ ପାଇବେ । ଏପରି କଥା ଶୁଣି ସେ ବିଚଳିତ ହୋଇପଡିଲେ । ସ୍ୱାମି ଅଫିସ ଯିବା ସମୟରେ ତାଙ୍କୁ ଛୁରୀରେ ଆହତ କରି, ମୃତ୍ୟୁ ମୁଖକୁ ଠେଲିଦେଲେ । ତା ପରବର୍ତ୍ତି ଦୃଶ୍ୟରେ ମାଆ ତା ଛୋଟ ପିଲାକୁ ନେଇ ପଳାଇଲେ । ସତ୍ୟ ନ ଜାଣି ସେ ତାଙ୍କ ଦିଅର ଘରକୁ ପଳାଇଲେ । ଅଭିନୟରେ ପ୍ରଚୁର କରି ତାଙ୍କ ଘରେ ରହିଲେ ମାଆ ଓ ପୁଅ । ସମୟ ଦେଖି ମାଆ ବୀଣାଙ୍କ ଖାଦ୍ୟରେ ବିଷ ଦେଇ ମାରିଦେଲା ରଘୁବିର । ହେଲେ ବଡ ଭାଇର ସମ୍ପତ୍ତି ତ ଘନଶ୍ୟାମ ନାମରେ ଥିଲା ତେଣୁ ଯୋଜନା କରିଲା ଯେ କେମିତି ଗୋଟେ ଚକ୍ରାନ୍ତ କରି ଘନଶ୍ୟାମ ବଡ ହେଲେ ହସ୍ତକ୍ଷର ନେଇ ତାକୁ ବି ମାରିଦେବେ । ମାତ୍ର ଈଶ୍ୱର ମହିମା ଯୋଗୁ ସତ୍ୟଟି ଅନର୍ଥ ହେବା ଆଗରୁ ଉଜାଗର ହୋଇଗଲା । ଧର୍ମର ଜୟ ହେଲା ଓ ରଘୁବିର ଧରା ପଡି ଆଜୀବନ ଦଣ୍ଡ ଭୋଗିଲା । 

ମାତ୍ର ସବୁ କଥା ମଧ୍ୟରେ ଘନଶ୍ୟାମ ହୋଇଗଲା ଏକାକୀ, ଅନେକ ପ୍ରଶ୍ନ! ତା ବାସ୍ତବ ବାପା ମାଆ କିଏ? କାହିଁକି ତାକୁ ଅନାଥ ଆଶ୍ରମରେ ଛାଡିଦେଲେ? ଏ ସବୁ ପ୍ରଶ୍ନକୁ ନେଇ ଆଗକୁ ବଢ଼ିଲା ଘନଶ୍ୟାମ । ଜାଣିବା ପରବର୍ତ୍ତୀ ଅଧ୍ୟାୟରେ ବହୁତ ଶୀଘ୍ର ।।।



Rate this content
Log in

Similar oriya story from Thriller