ଲୋଭି ରାଜାର ଚତୁର ମନ୍ତ୍ରୀ
ଲୋଭି ରାଜାର ଚତୁର ମନ୍ତ୍ରୀ


ଚନ୍ଦ୍ରପୁର ରଜଭବନ ଅତ୍ୟାନ ବିଶାଳ ଏବଂ ଭବ୍ୟ । ସଠିକାର ପ୍ରଜାଜନ ଅତ୍ୟନ୍ତ ଆନନ୍ଦ ସହ ଜୀବନ ଯାପନ କରୁଥିଲେ । ସେଠାର ମହାନ ମହାରାଜା ଅତ୍ୟନ୍ତ ଉଦାର ଏବଂ ଜ୍ଞାନୀ ଥିଲେ। ପ୍ରଜାଜନ ଙ୍କ ସବୁ ଦୁଃଖ ନିଜେ ବୁଝୁଥିଲେ। ମାତ୍ର ବିଧି ର ବିଧାନ ଏ ରାଜ୍ୟ ର ସୁଖ ଏବଂ ଉନ୍ନତି ଦେଖିପାରିଲାନି। ଜ୍ୟେଷ୍ଠ ମାସ ର ପୂର୍ଣ୍ଣିମା ରାତି ରେ ଗଜପତି ମହାରାଜ ରୋଗାକ୍ରାନ୍ତ ହେତୁ ଦେହ ତ୍ୟାଗ କରିଥିଲେ। ସେଦିନ ଯେପରି ସମ୍ପୂର୍ଣ ରାଜ୍ୟ କୁ ଗ୍ରହଣ ଲାଗିଗଲା। କି ଏ ଈଶ୍ୱରଙ୍କ ବିଧାନ ଯେ ଚନ୍ଦ୍ରପୁରର ପରବର୍ତୀ ଗଜପତି ଶ୍ରୀ କିଶୋରଚାର୍ୟ ହେଲେ। ଯେ କି ବ୍ଯବିଷ୍ୟତରେ ଅତ୍ୟନ୍ତ ଲୋଭି ଏବଂ ଦୁରଚରି ରାଜା ର ଛବି ଧାରଣ କଲେ।
ଅର୍ଦ୍ଧ ବର୍ଷ ବିତିଗଲା ଏ ଗଜପତିଙ୍କ ଶାସନ ଚାଳନାରେ ରାଜ୍ୟ ପତନ ଆଡକୁ ଗତି କଲା। ସେ ରାଜ୍ୟ ଭବନ ରେ ସଭିଏଁ ଅଳସ୍ୟ ରେ ପରିପୂର୍ଣ ହୋଇଗଲେ। ମାତ୍ର ପୂର୍ବତନ ଗଜପତି ମହାରାଜ ଙ୍କ ବିଶ୍ୱଶୁ ବୁଦ୍ଧିଜୀବୀ ମନ୍ତ୍ରୀ ଆଖିଳେନ୍ଦ୍ର ଙ୍କୁ ଛାଡିକି।
ଦିନକ ଘଟଣା ରାଜା ଏ ପରି ଲୋଭି ହୋଇଗଲେ ଜେ ନିଜ ସନ୍ତୁଷ୍ଟ ର ଶାନ୍ତି ହରାଇ ଦେଲେ।ସବୁବେଳେ ଆଉତିକ୍ର ଆଉଟିକେ ର ଚିନ୍ତାଧାରା ତାଙ୍କୁ ନିୟନ୍ତ୍ରିତ କଲା। ଦିନେ ଜେତବେଳେ ସେ ରାଜ୍ୟ ପରିଭ୍ରମଣ କରୁଥିଲେ ଦେଖିଲେ ଯେ ଗୋଟେ ଛୋଟ କୁଟିଆ ବାହାରେ ଗୋଟେ ଚାଷୀ ଟେ ନିଜ ପୁଅ ସଙ୍ଗେ ଖେଳୁଛି। ସେହି ଖେଳ ଖେଳ ରେ ସେ ନିଜ କାମ ମଧ୍ୟ ହସି ହସି ସନ୍ତୁଷ୍ଟ ରେ କରୁଛି। ରାଜା ଆଶ୍ଚର୍ଯ୍ୟ ହୂଇଗଲେ ଓ ନିଜ ସେନା କୁ ରାଜଧାନୀ ବିଦା କରିଦେଲେ । ସୋୟଂ ମହାରାଜ ସେ କୁଟିଆ ରୁ ଅଳ୍ପ ଦୂରରେ ରହି ଦେଖିଲେ ଯେ ସେ ଚାଷୀ ବାପା ଟି କିପରି ନିଜ ପରିବାର କୋ ଦୁଇ ମୁଠେ ପଖାଳ ରେ ଚଲଉଁଛି। ମାତ୍ର ଲୋଭ ବା ପଇସା ର ଚିନ୍ତା ନ କରି ସେ ବ୍ୟକ୍ତି ନିଜ ପରିବାର କୁ ଖୁସି ଏବଂ ସନ୍ତୁଷ୍ଟ ରଖୁଛି। ରାଜା ସ୍ଥଗିଦ ହୋଇ ରଜଭବନ ଫେରିଗଲେ।
ପରବର୍ତୀ ସମୟ ରେ ରାଜା ମହା ପଣ୍ଡିତ ଆଖିଲେଦ୍ର ଙ୍କୁ ରଜ ଭବନ ଙ୍କୁ ଡାକିଲେ ଏବଂ ପଚାରିଲେ ଯେ ଅଳ୍ପ ଧନ ରେ ସେ ବ୍ୟକ୍ତି କିପରି ଖୁସି ମାତ୍ର ମୋର ଅନନ୍ତ ଧନ ହେଲେ ମଧ୍ୟ ମୁଁ ଅସମତୁଷ୍ଟ। ମନ୍ତ୍ରୀ ହସିଦେଲେ ଏବଂ କହିଲେ "ରାଜନ ଆପଣ ଙ୍କ ପ୍ରନ୍ସ ରେ ହି ଉତ୍ତର ସୀମିତ ଅଛି। ମାତ୍ର ମୁଁ ଆପଣ ଙ୍କୁ କହିବିନି ବରଂ ଆପଣ ନିଜେ ବୁଝିବେ। ଗୋଟେ କାମ କରନ୍ତୁ ସେ ବ୍ୟକ୍ତି କୁ ଅଣନାବେ ସ୍ବର୍ଣ୍ଣ ମୁଦ୍ରା ପ୍ରଦାନ କରନ୍ତୁ ତା ପରେ ଦେଖିବେଓ ନିଜେ ବୁଝିବେ।" ମହାରାଜ ନିଜ ଦାସ କୁ ଆଦେଶ ଦ୍ୱାର ସେ କାର୍ଯ କଳା। ଦାସ ସେ ଟଙ୍କା ତକ ଲୁଚେଇ ନଇଁ ସେ ଚାଷୀ କୁ ଦେଲା।
ପରବର୍ତୀ ଦିନ ରାଜା ନିଜେ ଲୁଚି ତାକୁ ଲକ୍ଷ କଲେ ଏବଂ ଦେଖିଲେ ଯେ ସେ ବ୍ୟକ୍ତି ଆଉ ପୂର୍ବ ପାରିନାହିଁ। ବର୍ତମାନ ସେ ଆଉ ଟିକେ ପଇସା ପାଇଁ ଜାମିନଦାର ଠୁ ଅଧିକ କାମ ଆଣୁଚି. ନିଜ ପୁଅ କୁ ସମୟ ଦେଉନି, ସ୍ତ୍ରୀ ସଂଗେ କଲି ଝଗଡା ଏବଂ ସେ ଶାନ୍ତି ହଜିଗଲା।ରାଜା ଏହାକୁ ଅଧ୍ୟନ କରି ନିଜ ଭୁଲ ବୁଝିପାରିଲେ। ସେ ଚାଷୀ ଠାରୁ ପଇସା ଆଣି କ୍ଷମା ମାଗିଲେ ଓ ଦୁହେଁ ନିଜ ଧନ ଆଶ୍ରମ ରେ ଦାନ କରିଦେଲେ।
ରଜଭବନକୁ ଫେରି ରାଜା କହଲେ "ମୁଁ ବୁଝିଗଲି ଆଖିଳେନ୍ଦ୍ର, ଧନ ନୁହେଁ ସନ୍ତୁଷ୍ଟି ହିଁ ପ୍ରକୃତ ସୁଖ। ହେଲେ ଆପଣ ମତେ ଅଣlନବେ ମୁଦ୍ରା ହି କାହିଁ ଦେବା କୁ କହଲେ? " ଏ କଥା ଶୁଣି ମନ୍ତ୍ରୀ ହସିଲେ ଓ କହଲେ, " ରାଜନ ଜେତବେଳେ ଏହାକୁ ଗଣିବ ତାହା ପରେ ଅନ୍ୟ ଏକ ମୁଦ୍ରା କୁ ଖୋଜିବା।ନ ପାଇ ତାହା କୁ ଶ୍ରମ ବଳେ ଆଣିବା କୁ ଚାହିଁବ ଯାହା ପରବର୍ତୀ କଲେ ଲୋଭ ରେ ପରିଣତ ହେବ।"
ରାଜା ଏ କଥା ଶୁଣି ପ୍ରଶ୍ନ ହୋଇ ମନ୍ତ୍ରୀ ଙ୍କୁ ପୁରସ୍କାର ଦେଲେ ଏବଂ ନିଜ ଅଳସ୍ୟ ଓ ଲୋଭ ଠାରୁ ମୁକ୍ତ ହୋଇ ରାଜ୍ୟ ଉନ୍ନତି ପଥେ ଅଗ୍ରସର କଲେ।।