Parameswar Ojha

Drama Tragedy

4  

Parameswar Ojha

Drama Tragedy

ପ୍ରିୟତମ

ପ୍ରିୟତମ

8 mins
281



ଶେଫାଳୀ ଏକଦମ୍ ବ୍ୟସ୍ତ ବିବ୍ରତ ହୋଇ ଫୋନ୍ ପରେ ଫୋନ୍ କରି ଚାଲିଛି ।

-"ଆଉ କେତେ ବେଳେ ଆସିବ ଯେ ? ଆସି ଏଗାର ଟା ପନ୍ଦର ହେଲାଣି ପରା ? "

ସେପଟୁ ବିବେକ ହସି କି ଉତ୍ତର ଦେଲେ,, ଏଇ ଯାଇ ପହଞ୍ଚୁଛି ବାସ୍ ଆଉ କିଛି ସମୟ ।

ଶେଫାଳୀ ଆଉ ଜମା ବି ଫୋନ୍ କଲାନି , ମନେ ମନେ ରାଗି ରାଗି ରହିଲା । ଆସନ୍ତୁ ଆଜି ଭଲକି ପଦେ ଶୁଣେଇ ଦେଲେ ବଳେ ସାଇଜ଼ ହୋଇ ଯିବେ । କିନ୍ତୁ ପାରିଲା କୋଉ ଯେ ?

ଠିକ୍ ବାରଟା ଦୁଇ ମିନିଟ ରେ ହିଁ ବିବେକ କଲିଂବେଲ ବଜାଇଲେ । କବାଟ ଖୋଲୁ ଖୋଲୁ ହିଁ ବିବେକ ଶେଫାଳୀ କୁ କୁଣ୍ଢେଇ ଧରି ତା ବେକ ମୂଳେ ଚୁମା ଟେ ଦେଇ ଦେଲେ ଆଉ କହିଲେ - " ଲଭ୍ ୟୁ ଡାର୍ଲିଂ , ହାପି ବାର୍ଥ ଡେ । ତମ ପାଇଁ ଟିକେ ମାରକେଟିଙ୍ଗ୍ କରୁ କରୁ ଏତେ ଡେରି ହେଲା , ସରି ମାମା ।

ଶେଫାଳୀ ବିବେକ ଙ୍କ ହାତରୁ ଜିନିଷ ଭରା ବ୍ୟାଗ୍ କୁ ନେଇ ଖଟ ଉପରେ ରଖି ଦେଇ ଖୋଲି ପକାଇଲେ । ଶାଢ଼ୀ କସମେଟିକ୍ସ ଆଉ କିଛି ଶେଫାଳୀ ର ମନ ପସନ୍ଦର ଡେରିମିଲ୍କ ଚକଲେଟ୍ ।

ଶେଫାଳୀ ବିବେକ ଙ୍କୁ ପ୍ରେମ ଭରା ଅଥଚ ମିଛ ଅଶାନ୍ତି ର ପରଦା ମୁହଁ ରେ ଢାଙ୍କି ଚାହିଁଲେ ଆଉ କହିଲେ - " କଣ ଦରକାର ଥିଲା ଏତେ ସବୁ ଆଣିବା ? ଅଯଥା ଖର୍ଚ୍ଚ କରି ?

ବିବେକ ଶେଫାଳୀ ଙ୍କୁ ପଛ ପଟରୁ ଭିଡ଼ି ଧରିଲେ ଗାଲ ତଳେ ଆଉ ଗୋଟେ ଗଭୀର ଚୁମା ଦେଇ କହିଲେ -" ମୋ ପ୍ରିୟତମା ପତ୍ନୀ ପାଇଁ ଆଣିବିନି ତ ଆଉ କାହା ପାଇଁ ଆଣିବି ଯେ ? "

- ଥାଉ ମ ପ୍ରେମ ସେତିକି , ଚାଲ ଖାଇବ ଚାଲ ।

- ଆରେ କେକ୍ ଏ ପର୍ଯ୍ୟନ୍ତ କଟା ହୋଇନି ପା .. । ଆଗ‌ କେକ୍ କଟା ସରୁ ତାପରେ ବାକି ଯାହା ଅଛି ସବୁ ଦୁହେଁ ବସି ଆରାମସେ ଖାଇବା ।

ହାପି ବାର୍ଥ ଡେ ଟୁ ୟୁ , ମାଇ‍ଁ ଡିଅର ଲଭଲି ଓ୍ବାଇଫ୍ ।

ଶେଫାଳୀ କେକ୍ କାଟିଲେ ଖଣ୍ଡେ ବିବେକ ଙ୍କ ପାଟିରେ ଦେଲେ ବାକି ତକ ବିବେକ ନିଜ ହାତରେ ପତ୍ନୀ ଙ୍କୁ ଖୁଆଇ ଦେଲେ ।

ଏ ଖୁସି ପାଇଁ ଶେଫାଳୀ ଆଉ ନିଜକୁ ରୋକି ପାରିଲାନି ଏଥର କାନ୍ଦି ପକାଇଲା । 

ଶେଫାଳୀ ଆଖି ରେ ଦୁଇ ଧାର ଲୁହ ଦେଖି ବିବେକ ପଚାରିଲା

-" ଆରେ ତମର ପୁଣି କଣ ହେଲା ?

ଶେଫାଳୀ ଏଥର ବିବେକ ଙ୍କ ଛାତିରେ ମୁହଁ ଗୁଞ୍ଜି ଦେଇ କହିଲା - " ନାଇଁ କିଛି ନାଇଁ "

ମୁଁ କୋଉ ଜନ୍ମ ରେ କୋଉ ପୂଣ୍ୟ କରିଥିଲି କେଜାଣି ତୁମ ପରି ସ୍ଵାମୀ ଟେ ପାଇଛି । ଏତକ ଭାବିଦେଲା ସିନା ହେଲେ ପ୍ରକାଶ କରି ପାରିଲାନି । ପ୍ରକାଶ କରିଥିଲେ ହୁଏତ ସେ ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦି ପକାଇଥାନ୍ତା ।

ଶେଫାଳୀ ସାମ୍ନା ରେ ଅତୀତ ଗୁଡା ଏବେ ପାଣି ଉପରେ ସୂର୍ଯ୍ୟକିରଣ ଝଲସିବା ପରି ଝଲସି ଗଲା ।

............. ଝିଅ ପାଇଁ ପାତ୍ର ଖୋଜିବାରେ ଶେଫାଳୀ ର ବାପା ଅରୁଣାଭ ବେସ୍ ଚଳଚଞ୍ଚଳ ଥିଲେ । ଯାହା ବି ହେଇଯାଉ ଏ ସନ ବାହାଘର କରିଦେଲେ କାମ ସରିବ । କାଇଁ ବଢିଲା ଝିଅ କୁ ଅଯଥା ଘରେ ରଖିବେ ? ଭାବିଥିଲେ ଝିଅ ଶିକ୍ଷୟିତ୍ରୀ କି ଅଧ୍ୟାପିକା ଟେ ହେବ ।

ପଢା ପାଇଁ ଝିଅ ର ଆଗ୍ରହ ଦେଖି ସେ ଯାଏଁ ବି ଖର୍ଚ୍ଚ କରାଇ ଶେଫାଳୀ କୁ ଯୋଗ୍ୟା କରେଇଥିଲେ । ହେଲେ କଣ ହେବ କୋଉଠି ସାମାନ୍ୟ ମାର୍କ ପାଇଁ କଟିଗଲା ତ ଆଉ କେବେ ପିଜି ଫର୍ମ ବାହାରିବା ବହୁତ ଲେଟ୍ । ଏମିତି ପିଲାଙ୍କୁ ଟିୟୁସନ କରି ଅପେକ୍ଷା ଆଉ ଅପେକ୍ଷା ରେ ସମୟ ଗଡ଼ି ଚାଲିଲା । ଝିଅ ଶିକ୍ଷିତ ହେଲା କିନ୍ତୁ କ୍ୟାରିୟର ଉଜ୍ଜ୍ୱଳ ହୋଇ ପାଇଲାନି ଶେଷ ଯାଏଁ ।

ଯୋଗ୍ୟତା ଥାଇ ଯଦି ଝିଅ ପିଲାଟେ କେବଳ ଚାକିରୀ କୁ ଆଠ ଦଶ ବର୍ଷ ଚାହିଁ ବସିବ ତେବେ ଲାଭ କଣ ? ଖାଲି ଯାହା ବୟସ ବଢିବା ସହ ରୁପ ଲାବଣ୍ୟ ରେ ଆଞ୍ଚ ଆସିବ । ପରେ ପୁଣି ବିବାହ ପାଇଁ ପୁଅ ଘର ନାକ ଟେକିବେ ।

ଏମିତି ମନସ୍ଥ କରି ଅରୁଣାଭ ବାବୁ ଝିଅ ପାଇଁ ପ୍ରସ୍ତାବ ଖୋଜି ଚାଲିଲେ । ଝିଅ କୁ ରୂପ ସୌନ୍ଦର୍ଯ୍ୟ ରେ କାଟି ଦେବେ ସେମିତି ଜଣେ ହେଲେ କେହି ନାପସନ୍ଦ ବାଲା ନଥିଲେ । କିନ୍ତୁ ଦେବା ନେବା ବାବଦରେ ଟଙ୍କା ଦଶ ପାଞ୍ଚ କଥା ପାଇଁ ଚାରି ଛଅ ଜଣ ମୁହଁ ମୋଡିଲେ । ଆଉ ଗୋଟେ ପ୍ରସ୍ତାବ କୁ ତ ଶେଫାଳୀ ତାଙ୍କ ମୁହେଁ ମୁହେଁ ମନା କରିଦେଲା । ସେ ଖାଲି ଗୋଟେ ପରେ ଗୋଟେ ଫରମାଇସ୍ କରି ଚାଲିଲେ ।

ବାହାଘର ନହେଉଣୁ ସମୁଦୀ କରିଦେଲେ ଆଗ ତାପରେ ଚାଲିଲା ଲମ୍ବା ଚିଠା । -" ଦେଖନ୍ତୁ ସମୁଦୀ , ଆଜି କାଲି ଯାହା ସମୟ ହେଲାଣି ଗୋଟେ ଦେଖିଲା ଭଳି ଯଦି ନଦେବେ .. ତେବେ କଥାଟା କଣ ଭଲ ହେବ ? ବୋହୂ ଆମର ଯଦି ଚାକିରୀ କରିଥାଆନ୍ତା ତେବେ କିଛି କଥା ନଥିଲା , ବୋହୂ ଯେହେତୁ ଚାକିରୀ କରିନି ତେଣୁ ... ପୁଅ ତ ଆମର ବଡ଼ ବ୍ୟବସାୟୀ ସାରା ଜିଲ୍ଲା ଟା ସାରା ତା ନାଁ ଡା'କେ । ସେ ଆପଣଙ୍କ ଝିଅ ର ଫଟୋ ଦେଖି ପସନ୍ଦ କରିଥିଲା ବୋଲି ... ଆମେ ଏଠି ବସିବା କଥା... ନହେଲେ କେତେ ଆଡୁ ଭଲ ଭଲ ପ୍ରସ୍ତାବ କୁ ଆପଣଙ୍କ ଝିଅ ପାଇଁ ଖାରଜ କରି ଦେଇଛୁ । ଦେଖନ୍ତୁ ସମୁଦୀ ବୁଲେଇ ବଙ୍କେଇ କହିବା ଆମର ଅଭ୍ୟାସ ନାହିଁ । ଯଦି ଦେବେ ଭଲକି କିଛି ଦିଅନ୍ତୁ ଦେଖିଲା ଭଳି ନହେଲେ ଚେନ ମୁଦି ସହ ନଗଦ ଟଙ୍କା ଚାରି ଲକ୍ଷ ଦିଅନ୍ତୁ ।

ଏକଥା ଶୁଣି ଅରୁଣାଭ ଙ୍କ ପାଟି ଖନି ବାଜିଗଲା କଣ କହିବେ କଣ ନ କହିବେ କିଛି ଭାବି ପାରିଲେନି । କେବଳ ଏତିକି କହିଲେ

ମୁଁ ପାରିବିନି ଆଜ୍ଞା । ଥରେ ମୋ ଯାଗା ରେ ରହି ଚିନ୍ତା କରନ୍ତୁ ଆପଣଙ୍କ ଝିଅ ଯଦି ହୋଇଥାନ୍ତା କଣ ଏମିତି କହି ପାରିଥା'ନ୍ତେ । 

ଦେଖନ୍ତୁ ଗୋଟେ ଅପ୍ରିୟ ସତ କଥା କହୁଛି , ଆପଣଙ୍କ ର ଆମ ସହିତ ବନ୍ଧୁ ବାନ୍ଧିବାର ଏଔକାତ୍   ନାହିଁ ।

ବାସ୍ ଏତକ ଶୁଣିଲା ପରେ ଶେଫାଳୀ ଆଉ ନିଜକୁ ରୋକି ପାରିଲାନି । ତା ବାପା ତାକୁ ବାହାଦେବା ପାଇଁ କେତେ କଷ୍ଟ ସହୁଛନ୍ତି , ରାତି ରାତି ଅନିଦ୍ରା ରହୁଛନ୍ତି । ଆଉ ଏ ଲୋକର ଏତେ ବହପ ଆମ ଘରେ ଆସି ବାପା ଙ୍କୁ ଅପମାନ କରି ଚାଲିଯିବ ?!

ଶେଫାଳୀ ତାଙ୍କ ସାମ୍ନା କୁ ଚାଲି ଆସିଲା ଆଉ କହିଲା - " ଆଜ୍ଞା ଆପଣଙ୍କ ବଡ଼ ଲୋକି ଠାଣି ବାବୁଆଣା ଢାଞ୍ଚା ଆଉ କୋଉଠି ଦେଖାଇବେ ଏଠି ଦୟାକରି ଦେଖାନ୍ତୁନି । ଆମର ଏଔକାତ୍ ନାହିଁ , ଆପଣଙ୍କର ବହୁତ୍ ଏଔକାତ୍ ... ନୁହେଁ ? ଆପଣଙ୍କ ପୁଅ ପାଇଁ ଝିଅ ଘରୁ ଟଙ୍କା ନେଉଛନ୍ତି । ଦାବି କରୁଛନ୍ତି ଚାରି ଲକ୍ଷ ସେଥିରୁ ଜଣା ପଡୁଛି ଆପଣଙ୍କର ଔକାତ୍ କେତେ । ଆପଣଙ୍କ ପୁଅ କଣ ଖଣ୍ଡିଆ କୁଢିଆ କି ନା କିଛି ରୋଜଗାର ପତ୍ର ନାହିଁ ?

ନା ବେପାର କୁ ଗଞ୍ଜେଇ ଧୁଆଁ ରେ ଉଡେଇ ଦେଇଛି ଏଇ ଚାରି ଲକ୍ଷ ନେଇ ନିଜ ବେପାର କୁ ଆଗକୁ ବଢେଇବ ???

ଦୟାକରି ଆପଣ ଏଠୁ ଚାଲି ଯାଆନ୍ତୁ ନହେଲେ ଆହୁରି ଅଧିକ ଅପମାନିତ ହେବେ । ମୋ ଆଖି ସାମ୍ନା ରୁ ଗୋଟେ ମୁହୂର୍ତ୍ତ ରେ ଚାଲି ଯାଆନ୍ତୁ କହୁଛି । ତମର ଏତେ ସାହସ ମୋ ସାମ୍ନା ରେ ବାପାଙ୍କୁ ଅପମାନିତ କରି ଚାଲି ଯିବ ? ଛୋଟ ଲୋକ୍ କୋଉଠି କାର ।

ଆଉ ମୁହଁ ନଥିଲା ସେମାନଙ୍କ ର ମୁଣ୍ଡ ତଳକୁ କରି ଚାଲି ଯାଇଥିଲେ ସେଠୁ ସମସ୍ତେ । ସେ ଯିବା ପରେ କିନ୍ତୁ ଅରୁଣାଭ ଝିଅ କୁ ବହୁତ ଗାଳି ଗୁଲଜ କଲେ । " ତୋର କ'ଣ ଦରକାର ଥିଲା ସେଠି ଉପରେ ପଡି କହିବା ? ତୁ କ'ଣ ଅଧିକା କହିଲା ବାଲା ହେଇଛୁ ?

ଶେଫାଳୀ କେବଳ ଏତିକି କହିଥିଲା - " ମୋର ଭୁଲ୍ ହେଇଯାଇଛି ବାପା , ହେଲେ ମୋର ଗୋଟେ କଥା ଶୁଣି ରଖ , ମୁଁ ପଛେ ନବାହା ହେବି ନାଇଁ କିନ୍ତୁ ମୋ ଆଗରେ ତୁମକୁ କିଏ ଏମିତି ଅପମାନିତ କରି ଚାଲିଯିବ ମୁଁ କେବେ ଚୁପ୍ ହୋଇ ରହି ପାରିବିନି । "

ଏତକ କହି କାନ୍ଦି କାନ୍ଦି ତା ଶୋଇବା ଘରକୁ ଚାଲି ଯାଇଥିଲା ଶେଫାଳୀ ।

ଅରୁଣାଭ ଙ୍କୁ ଏବେ ଆଉ କିଛି ବି ଫରକ୍ ପଡୁନଥିଲା ମାନ ଅପମାନ ରେ । ସେ କେବଳ ଭାବୁଥିଲେ ଝିଅଟି ତାଙ୍କ ର କେମିତି ପାରି ହୋଇଯାଉ ।

ଏ ଅପ୍ରତ୍ୟାଶିତ ଘଟଣା ପରେ କିଛି ଦିନ ନୀରବ ରହି ଯାଇଥିଲେ ଅରୁଣାଭ । ତାପରେ ଦିନେ ଜଣେ ପ୍ରିୟଜନ ଅରୁଣାଭ ଙ୍କୁ କହିଲେ ଗୋଟେ ପୁଅ ଘର ପ୍ରସ୍ତାବ କଥା । ଅରୁଣାଭ ମନେ ମନେ ନିରାଶ ଥିଲେ ବି ତଥାପି ଗଲେ ଦେଖିବାକୁ ପୁଅ ଘର , ପସନ୍ଦ ବି ଆସିଲା । ଦିନେ ଦୁଇଦିନ ପରେ ସେମାନେ ବି ଆସି

ଶେଫାଳୀ କୁ ଦେଖି ପସନ୍ଦ କରି ଯାଇଥିଲେ । ଆଉ ଫୋନ୍ ରେ ବି ସବୁ ଯାନି ଯୈାତୁକ ଭଲ ମନ୍ଦ କଥା ହୋଇଗଲେ । 

ସେ କୁହନ୍ତିନି କି ଗୋଟେ କଥା , ଯେତେବେଳେ ବାହାଘର ଯୋଗ ଫିଟି ଯାଏ ସବୁ ଶିଘ୍ର ଶିଘ୍ର ହୋଇଯାଏ । ସେମିତି ହୋଇଗଲା, ଏଥର ସବୁ ଚଳଚଞ୍ଚଳ ପୁଅ ଘର ବି ତତ୍ପର ଥିଲେ ଶିଘ୍ର ବାହାଘର କରିଦେବାକୁ । ଅରୁଣାଭ ଏଥର ଟିକେ ଚିନ୍ତା ମୁକ୍ତ ହେଲେ । ଯାହା ହେଉ ପୁଅ ଘର ସ୍ଥିର ହେବା ସହ ବାହାଘର ଟା ଠିକ୍ ହୋଇଗଲା । ତାର ଠିକ୍ ଆଠଦିନ ପରେ ମୁଦି ପିନ୍ଧା କାର୍ଯ୍ୟକ୍ରମ ବି ସରିଗଲା ବଡ଼ ଧୁମ୍ ଧାମରେ । ଦୁଇ ପରିବାର ବେଶ୍ ଖୁସି ଥିଲେ । ସବୁଠୁ ଅଧିକ ଖୁସି ଥିଲେ ଶେଫାଳୀ ଆଉ ତାର ଭାବି ସ୍ବାମୀ ବିବେକ । ଦୁହେଁ ଦୁହିଁଙ୍କୁ ଦେଖିବା ପରେ ଆଗାମୀ ଦିନ ଗୁଡ଼ିକ କେତେ ରଙ୍ଗିନ୍ ଆଉ ମଧୁର ହେବ ସେ ଭାବନା ରେ ମସଗୁଲ ଥିଲେ ।

କିନ୍ତୁ ବିଧାତା ଏମିତି ଗୋଟେ ଦୁର୍ଘଟଣା ଭାଗ୍ୟରେ ଜୁଟେଇଛି ବୋଲି ସେ କଥା କିଏ ଜାଣିଥିଲା ?

ଦିନେ ସଂଧ୍ୟା ବେଳେ ଲାଇନ୍ ପଳେଇ ଯାଇଥିଲା , ଶେଫାଳୀ ଲଣ୍ଠନ ଲଗାଉଥିଲା ଠିକ୍ ସେତିକିବେଳେ କିଛି ଗୋଟେ ବ୍ୟତିକ୍ରମ ହେବାରୁ ହଠାତ୍ ଲଣ୍ଠନ ଟି ବଡ଼ ଆବାଜ୍ ଟେ କଲା ଆଉ ଫାଟିଗଲା । ଶେଫାଳୀ ର ଗୋଟେ ପାଖ ମୁହଁ ସମେତ ତା ହାତ ଗୋଡ ପେଟ ଏସବୁ ପୋଡି ଯାଇଥିଲା । ଶେଫାଳୀ ଯନ୍ତ୍ରଣା ରେ ବାପାଲୋ ବୋଉଲୋ କହି ହାଉଳି ଖାଇଲା । ତାକୁ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଗଲେ ସେ ଚିକିତ୍ସା ରେ ରହିଲା । ତା ଶାଶୁଘର କୁ ଖବର ଦିଆଯାଇଥିଲେ ବି କେହି ଜଣେ ହେଲେ ଦେଖା କରିବାକୁ ଆସିନଥିଲେ ଶେଫାଳୀ କୁ । ଶେଫାଳୀ ର ମନ ଭାଙ୍ଗିଗଲା । କଥା ଖାଲି ସେତିକି ରେ ଅଟକିନଥିଲା । ପୁଅ ଘର ଜଣେ ମଧ୍ୟସ୍ଥି ହାତରେ ଶେଫାଳୀ ର ସ୍ବୀକାର ମୁଦୀ ଫେରାଇ ଦେଇଥିଲେ ଆଉ ଶେଫାଳୀ ପିନ୍ଧିଥିବା ନିର୍ବନ୍ଧ ମୁଦୀ ବି ସାଙ୍ଗ ରେ ନେଇ ଯାଇଥିଲେ । ତାଙ୍କୁ ଫୋନ୍ କରି ଯେତେ ଅନୁରୋଧ କଲେ ପାଖକୁ ଯାଇ ବି କହିଲେ କିଛି ଲାଭ ହେଲାନି । ସେମାନେ ସିଧା ସିଧା ମନା କରିଦେଲେ ।

ଦେଖୁ ଦେଖୁ ସୁନା ସଂସାର ଟା ଚୁନା ହୋଇଗଲା । ରାତି ପାହିଥିଲେ ଝିଅ ସିନ୍ଥିରେ ସିନ୍ଦୂର ଲାଗି ଦାଉ ଦାଉ ହୋଇ ଜଳିଥାନ୍ତା । ଏବେ କିନ୍ତୁ ସମସ୍ତଙ୍କ ମନ ଜଳୁଛି ଆଉ ଶେଫାଳୀ ର ଦେହ ଯନ୍ତ୍ରଣା ଠାରୁ ତାର ଏବେ ହୃଦୟର କଷ୍ଟ ବଳି ପଡୁଛି ।

ସମସ୍ତେ ଏବେ ଗୋଟିଏ ଚିନ୍ତା ରେ ପେଶି ହେଉଥିଲେ । ଯୋଉଠି ଝିଅ ର ନିର୍ବନ୍ଧ ମୁଦୀ ଫେରସ୍ତ କରି ନେଇଗଲେ ସେଠି ଅନ୍ୟ ଆଡୁ ପ୍ରସ୍ତାବ କଣ ଆଉ ଆସିବ ? ତାଙ୍କର ଝିଅ ଶେଫାଳୀ ର ଜୀବନ ତେବେ ଏମିତି ହନ୍ତସନ୍ତ ହୋଇଯିବ ! ?

କିଛି ମାସ ପରେ ସୁସ୍ଥ ହୋଇ ଶେଫାଳୀ ଘରକୁ ଫେରିଲା । ଦେହ ସିନା ସୁସ୍ଥ ହୋଇଗଲା ହେଲେ ମନ ? ତାକୁ ସୁସ୍ଥ କରିବା ଏତେ ସହଜ ନୁହେଁ ଏବେ । ମେଡିକାଲ ରୁ ଆସିବା ଦିନୁ ଭଲସେ ଖାଉନି ପିଉନି ଖାଲି ରୁମ୍ ବନ୍ଦ କରି ଗୋଟେ ଘରେ ତକିଆ ଭିଜଉଛି ଲୁହ ରେ । ତା ମନ ଆଉ ଆଗ ପରି ନାହିଁ ଏକଦମ୍ ସେ ସେ ମରି ଯାଇଛି ଯେମିତି ।  କୋଉ ସାଙ୍ଗ ସହ କି ଭାଇ ଭଉଣୀ ଙ୍କ ସହ ଭଲସେ ମିଶିବା ନାହିଁ ଥଟ୍ଟା ମଜା ନାହିଁ । ତା ଜୀବନର ସବୁ ସରଷତା ଯେମିତି ସେ ଲଣ୍ଠନ ଫାଟିବା ସହ ସେ ସବୁ ଜାଳି ପୋଡ଼ି ପାଉଁଶ ହୋଇ ଯାଇଛି ।

ଆଉ କିଏ ବାହା ହେବ ତାକୁ , ସେ ଆଉ ସ୍ବାମୀ ସୁଖ କି ଛୁଆ ସୁଖ କେବେ ବି ପାଇ ପାରିବନି । ଏକଥା ଭାବିକି ଜୀବନଟା ତାକୁ ବିତୃଷ୍ଣାମୟ ଲାଗୁଥିଲା । ତା ଦେହ ଆଉ ନିଜ ଦରପୋଡା ମୁହଁ ଦେଖି ନିଜ ଉପରେ ବି ତାର ଘୃଣା ଆସୁଥିଲା । ସେ ସବୁବେଳେ ନିଜ ମୁହଁ ଦେଖି କାନ୍ଦି ପକ ନଥିଲା ଏ ବନ୍ଧୁ ପ୍ରିୟଜନ ପରିବାର ଏ ଦୁନିଆଁ ସମସ୍ତ ଙ୍କୁ ଛାଡି ଲାପତା ହୋଇ ଯିବାକୁ ଇଛା ହେଉଥିଲା । ବାସ୍ ସେ ସୁଯୋଗ କୁ ଅପେକ୍ଷା କରି କି ବଞ୍ଚି ରହିଥିଲା କେବଳ ।

ସେଦିନ ସମୟ ସଂଧ୍ୟା ସାତ ଟା , ବୋଉ ଆସି କହିଲା , ବିବେକ ଆସିଛନ୍ତି କଣ କଥା ହେବେ । ବୋଉ ଚାଲିଗଲେ ଏତକ କହି ।

ହଠାତ୍ ଶେଫାଳୀ ମନରେ ଛନକା ପଶିଗଲା , ସତରେ ବିବେକ ଆସିଛନ୍ତି , ନା ବୋଉ ଆଉ କ'ଣ କହିବାକୁ ଆସିଥିଲା ଭୁଲ୍ ରେ ଏତକ କହିଦେଇ ଚାଲିଗଲା ।ର

କିନ୍ତୁ ନା , ସତରେ ବିବେକ ଆସିଛନ୍ତି , କିଛି ସମୟ ପରେ ପରଦା ଆଡେଇ ଭିତରକୁ ଆସିଲେ ବିବେକ । ଖଟ ଉପରେ ଶେଫାଳୀ ପାଖରେ ବସିଲେ । ଶେଫାଳୀ ନିଜ ମୁହଁ ଆଉ ଦେହକୁ ବେଡସିଟ୍ ରେ ଢାଙ୍କି ଦେଲା ।

ବିବେକ କହିଲେ -" ମୁଁ ସବୁଦିନ ଯୋଉ ମୁ‌ହଁ କୁ ଦେଖିବି ତାକୁ ଆଜି ଆଉ କାଇଁ ଢାଙ୍କୁଛ । ତୁମ ହାତ ଦେଖାଅ ।

ଶେଫାଳୀ ବାଁ ପଟ ହାତକୁ ବିବେକ ଧରିଲେ । ଆଉ ନିଜ ପକେଟ୍ ରୁ ବାହାର କଲେ ନିର୍ବନ୍ଧ ମୁଦି ଆଉ ପିନ୍ଧେଇଦେଲେ ଶେଫାଳୀ ଆଙ୍ଗୁଠି ରେ ।

ଆଉ କହିଲେ , ଖାଲି ହୋମ ନିଆଁ ଚାରିକଡେ ବୁଲିବା ହିଁ ସିନା ବାକି ରହିଲା । କିନ୍ତୁ ତୁମେ ଏବେ ଠାରୁ ସଂପୂର୍ଣ୍ଣ ରୁପେ ମୋର ।

ଆରେ ଭୟ କରନି ବାପା ବୋଉ ଙ୍କୁ ମୁଁ ବୁଝେଇ ଦେଇଛି ।

ତୁମ ସହ ମୁଁ ସାରା ଜୀବନ ରହିବି ସେମାନେ ନୁହନ୍ତି ।

ତୁମ ସହ ସିନା ଏବେ ଏମିତି ଅଘଟଣ ହୋଇଗଲା , ଯଦି ବାହାଘର ପରେ ହୋଇଥାନ୍ତା ମୁଁ କଣ ମୋ ଠୁ ତମକୁ ଦୂରେଇ ପାରିଥାନ୍ତି ? ବିଲକୁଲ ନୁହେଁ ।

ଦେଖ ଶେଫାଳୀ ଦୁନିଆଁ ରେ ଈଶ୍ୱର ସମସ୍ତ ଙ୍କ ପାଇଁ ଜୀବନସାଥି ତିଆରିଛନ୍ତି । ତମକୁ କେହି ତ ଜଣେ ବାହା ହେବ ନାଁ ପୁଣି ? ତାହେଲେ ମୁଁ କାହିଁକି ନୁହେଁ ?

ଶେଫାଳୀ ର ସେତେବେଳେ ଇଛା ହେଉଥିଲା ବିବେକ ଙ୍କୁ କୁଣ୍ଢେଇ ଧରି ମନ ଭରି କାନ୍ଦିବାକୁ କିନ୍ତୁ ପାରିଲାନି , ଲୁହ ଛଳ ଛଳ ଆଖି ରେ ଖାଲି ଚାହିଁ ରହିଥିଲା ସେ ।



Rate this content
Log in

Similar oriya story from Drama