ପ୍ରିୟ ଖେଳ ହେଲା କାଳ
ପ୍ରିୟ ଖେଳ ହେଲା କାଳ
ସୁନିତା ଆଜି ଏତେ ବଡ ଘରେ ଏକା।ପୁଅ ସୋନୁ ଖଟରୁ ଉଠିବା ପରିସ୍ଥିତିରେ ନାହିଁ।ବାହାରେ ପଡିଶା ଘର ରଥ ବାବୁ ଓ ତାଙ୍କ ପୁଅ ଏକସଙ୍ଗେ ବାହାରି ଯିବାର ଦେଖି ଧାର ଧାର ଲୁହ ବହିଗଲା ତାଙ୍କ ଆଖିରୁ।ନିଜ କୋହକୁ ସମ୍ବରଣ କରି ନପାରି ଭୋ ଭୋ ହୋଇ କାନ୍ଦି ବାକୁ ଲାଗିଲେ।ମାତ୍ର ସେ କାନ୍ଦ ଶୁଣିବାକୁ ପାଖରେ କେହି ନାହିଁ।ମୁହୂର୍ତ୍ତ କ ମଧ୍ୟରେ ସୁନାର ସଂସାରଟା ଛାରଖାର ହୋଇଗଲା।
କଣ ଥିଲାସୁନିତା ଓ ସରୋଜ ର ଭୂଲ।କଣ ପାଇଁ ଏସବୁ ଘଟିଗଲା।ଉଜ୍ୱଳ ଆଲୁଅ ପରି ଚମକୁ ଥିବା ଘର ଆଜି ଅନ୍ଧକାରମୟ।
ସରୋଜ ଓ ସୁନିତା ଉଭୟେ ଚାକିରିଆ।ସୋନୁ ତାଙ୍କର ଏକ ମାତ୍ର ପୁଅ।ଘରର ଦାୟିତ୍ୱ ସୁନି ବୋଲି ଏକ ଚାକରାଣୀ ହାତରେ ଦେଇଥିଲେ।ଦିନଯାକ ସେ ଓ ସୋନୁ ଘରେ ରୁହନ୍ତି।ସୁନିତା ମଝିରେ ମଝିରେ ଫୋନ କରି ଖବର ନିଅନ୍ତି।
ଏହିପରି ଅନେକ ବର୍ଷ ବିତିଗଲା।ସୋନୁ ଏବେ ଷଷ୍ଠ ଶ୍ରେଣୀ ରେ ପାଠ ପଢୁଛି।ବିଦ୍ୟାଳୟରେ ଅନେକ ସାଙ୍ଗମାନଙ୍କ ସହ ମିଶୁଛି ଓ ବିଭିନ୍ନ କଥା ଶିଖୁଛି ଯେଉଁ ଥିରୁ କିଛି ଭଲ ଓ କିଛି ମନ୍ଦ।ସମୟ ସମୟରେ କିଛି ଭୂଲ କଥା ଶୁଣିଲେ ସୁନିତା ଓ ସରୋଜ ବୁଝାନ୍ତି ଓ ନ ବୁଝିଲେ ଗାଳି କରନ୍ତି।ଗୋଟିଏ ବୋଲି ପୁଅ।ଗାଳିକଲେ ବାପା ମାଆ ଙ୍କ ମନ ବେଶି ଦୁଃଖ ହୁଏ ସୋନୁ ଅପେକ୍ଷା।ତାର ସବୁ କଥାକୁ ପୁରଣ କରନ୍ତି ମାତ୍ର ତାର ଭୂଲ ଠିକ ମଧ୍ୟ ଶିଖାନ୍ତି।
ମାତ୍ର ବର୍ତ୍ତମାନ ର ପିଲା କେତେ ଗ୍ରହଣ କରିବେ ତାହା କହିବା ଅସମ୍ଭବ।ଅନେକ ସମୟରେ ସୁନିତା ମନ କଷ୍ଟ କରେ ଅଫିସରେ ପିଲାଟାର ଯିଦି କୁ ନେଇ।
ମାତ୍ର ଏବେ ବିଦ୍ୟାଳୟ ରୁ ଶିଖି ଆସି ପବଜି ନାମକ ଏକ ଖେଳ ଖେଳୁଛି ମୋବାଇଲରେ।ଯେତେ କହିଲେ ଶୁଣୁନି। ଆଗରୁ ତ ଅଳ୍ପ ସମୟ ଖେଳୁଥିଲା ମାତ୍ର ଏବେ ପାଠପଢା ବି ଛାଡି ଦେଲାଣି।ଯଦି କେତେବେଳେ କହିଲୁ ତେବେ ମୁହଁ ଫୁଲେଇ ଶୋଇବ ଆଉ ଖାଇବନି।ସମସ୍ତେ ବୁଝାନ୍ତି ଛୋଟ ପିଲା ବୁଝିଯିବ।ଏତେ ବ୍ୟସ୍ତ ହେବାର କିଛି କାରଣ ନାହିଁ।
ସେ ସମୟର ଚୁପ ରହିବାଟା ବେଶି କଷ୍ଟ ଦିଏ ଯେତେବେଳେ ଘରକୁ ଆସି ଦେଖେ ସୋନୁ ସେହି ଖେଲରେ ମାତିଥାଏ।ଚାକରାଣୀ ବି କଣ କରିବ।ତା କଥା କିଏ ଶୁଣେ।ବରଂ ସେ ମଜା ନିଏ ଖେଳର ଯେତେବେଳେ କାମରୁ ଫାଙ୍କା ପାଏ।
ଦିନେ ସୁନିତାସରୋଜ କୁ ଏ ବାବଦରେ କିଛି ପଦକ୍ଷେପ ନେବାକୁ କହିଲା ,କାରଣ ପ୍ରଧାନଶିକ୍ଷକ ଫୋନ କରିଥିଲେ ସୋନୁ କୌଣସି ପାଠ ନପଢି ବିଦ୍ୟାଳୟ କୁ ଆସୁଛି ଓ ପାଠ ନପଢି ବଗିଚାରେ ବସି ମୋବାଇଲରେ ଖେଳୁଛି ।ତା ସହ ଅନ୍ୟମାନେ ମଧ୍ୟ ଭୂଲ ବାଟରେ ଯାଉଛନ୍ତି।ଏପରି ହେଲେ ତାକୁ ବିଦ୍ୟାଳୟ ରୁ କିଛି ଦିନ ପାଇଁବିଦ୍ୟାଳୟ ରୁ ବିରତ ରହିବାକୁ ନିର୍ଦ୍ଦେଶ ଦେବାକୁ ସେମାନେ ପଛେଇବେନି।ଏହା ଶୁଣି ସୁନିତା ଭୂଲ ମାଗିବା ସହ ଆଗକୁ ଏପରି ସୋନୁ କରିବନି ବୋଲି ପ୍ରତିଶ୍ରୁତି ଦେଇଛି।ଏହା ଶୁଣି ସରୋଜ ଭିଷଣ ମାତ୍ରାରେ ରାଗିଯାଇ ସୋନୁ ର କକ୍ଷ ଭିତରେ ଯାଇ ପହଞ୍ଚି ଗଲା।ସେତେବେଳକୁ ସୋନୁ ବସି ସେହି ପବଜି ଖେଳ ଖେଳୁଛି।ତାର ଏତେ ପ୍ରିୟ ଖେଳ ଯେ ବାପା ମାଆ ଆସି ଠିଆ ହୋଇଛନ୍ତି ସେ ଜାଣିପାରୁ ନାହିଁ।ସୁରେଶ ବିରକ୍ତ ହୋଇ ସୋନୁ ହାତରୁ ଫୋନଟି ଟାଣି ଆଣି ତଳେ କଚାଡି ଦେଲେ।ଏହା ଦେଖି ସୋନୁ ବିବ୍ରତ ଓ ବ୍ୟାକୁଳ ହୋଇ ଉଠି ଆସି ଭଙ୍ଗା ଫୋନକୁ ଉଠେଇ ସଜାଡିବାରେ ଲାଗିଲା।ବାପା ମାଆ କଣ କହୁଛନ୍ତି ତାର କିଛିବି କର୍ଣ୍ଣପାତ ହେଉନଥିଲା। ତାର ଏପରି ବାଚାଳାମି ଦେଖି ସୁରେଶ ତାର ଦୁଇ ହାତକୁ ଧରି ଉଠେଇ ଠିଆ କରି ଅନେକ ଗାଳି ଦେଲେ।ଏପରିକି କହିଲେ ,ତୋର ଖାଇବା ଓ ବାହାରକୁ ବାହାରିବା ଆଜିଠାରୁ ବନ୍ଦ। ଏହାଶୁଣି ସୋନୁ ବଡ ଜୋରରେ ଚିତ୍କାର କରି କହିଲା ତେବେ ମୁଁ ଏଠି ରହିବିନି।ଏହା କହି ଛାତ ଉପରକୁ ଦୌଡିଲା।ତାର ଯିବା ଦେଖି ସୁନିତା ଓ ସୁରେଶ ପଛେ ପଛେ ଦୌଡିଲେ।ହଠାତ ଦେଖିଲେ ସୋନୁ ଛାତ ଉପରୁ ତଳକୁ ଡେଇଁ ବାକୁ ପ୍ରୟାସ କରୁଛି।ଏହା ଦେଖି ସୁରେଶ କାଳବିଳମ୍ବ ନକରି ତାକୁ ଧରିବାକୁ ଧାଇଁଲେ।ଇତି ମଧ୍ୟରେ ସୁରେଶ ର ଗୋଡ ତଳେ ପଡିଥିବା ପାଣି ପାଇପରେ ଛନ୍ଦି ହୋଇଗଲା ଓ ସେ ସୋନୁକୁ ବଞ୍ଚେଇବେ କଣ ନିଜେ ଛାତରୁ ତଳକୁ ପଡି ଗଲେ।ସୋନୁ ବାପା ପଡିଯିବାର ଦେଖି ସେହିଠାରେ ହିଁ ବୋହୋସ ହୋଇଗଲା।
ସୁନିତା ତଳକୁ ଯାଇ ଦେଖେତ ସୁରେଶ ଆଉ ନାହାନ୍ତି।ସେପଟେ ସୋନୁକୁ ଚାକରାଣୀ ଉଠେଇ ଆଣି ଡାକ୍ତରଙ୍କୁ ଫୋନ କରିସାରିଥାଏ।ଡାକ୍ତର ଆସି ସୁରେଶ କୁ ମୃତ ଘୋଷଣା କରିବା ସହ ସୋନୁ ର ଉପଚାର କଲେ।ସେତେବେଳକୁ ସୋନୁ ମସ୍ତିଷ୍କ ରେ ଆଘାତ ଲାଗି ସେ ସାମୟିକ କୋମାରେ ଅଛି ବୋଲି କହିଲେ ଓ ତା ସହ ଭଲ ହେବାପାଇଁ ସମୟ ଲାଗିବ ବୋଲି କହି ଔଷଧ ଦେଇ ଗଲେ।
ନିମିଷକ ମଧ୍ୟରେ ସଂସାରଟି ଉଜୁଡିଗଲା।
ଏଥିପାଇଁ ଦାୟୀ କିଏସୁନିତା ,ସୁରେଶ ନା ଚିକୁ।
ନା ଦାୟୀ ମୋବାଇଲ ନା ସୋସିଆଲ ମେଡିଆ।
ଦୋଷ କାହାକୁ ଦେବା ଏ ପରିବାରର ସର୍ବନାଶ ପାଇଁ।
ସେ ଯାହାବି ହେଉ ନିଜ ପରିବାରର ଦାୟିତ୍ବ ନିଜକୁ ହିଁ ବହନ କରିବାକୁ ପଡିବ।
ହେ ଦାୟିତ୍ୱ ସମ୍ପନ୍ନ ଆଧୁନିକ ଯୁଗର ଅଗ୍ରଗତିର ଦାୟିତ୍ୱ ନେଇଥିବା ବିଜ୍ଞ ବ୍ୟକ୍ତି ଗଣ କେହି ତ ଏସବୁର ବିକଳ୍ପ ବିଷୟରେ ଭାବିବା ର ଆବଶ୍ୟକତା ରହିଛି।
