ପ୍ରିୟ ଖାଦ୍ୟ ଓ ସ୍ମୃତି
ପ୍ରିୟ ଖାଦ୍ୟ ଓ ସ୍ମୃତି


ଖାଦ୍ୟ ବିନା ଜୀବନ ଜିଇଁବା ଅସମ୍ଭବ । ପୁଣି ପ୍ରିୟ ଖାଦ୍ୟ ସ୍ଵାଦିଷ୍ଟ ବ୍ୟଞ୍ଜନ ମିଳିଗଲେ ଖୁସି ଆନନ୍ଦ କହିଲେ ନସରେ । ଝଟକୁଥିବା ନୀଳ ଜଳରାଶିର ବାଲୁକା ଦ୍ଵୀପ କୂଳେ ମୋର ପ୍ରିୟ ବନ୍ଧୁ ଓ ଅନ୍ୟ ବନ୍ଧୁମାନଙ୍କ ସହ ମିଶି ଏକ ଭୋଜି କରିଥିଲୁ । ସେହି ଭୋଜିରେ ମୋର ପ୍ରିୟ ଖାଦ୍ୟ ମାଂସ ଓ ବାଗଦା ଚିଙ୍ଗୁଡ଼ି ହୋଇଥିଲା । ପ୍ରାୟ ୫୦ ଜଣଙ୍କ ପାଇଁ ଭୋଜିର ବନ୍ଦୋ ବସ୍ତ କରାଯାଇଥିଲା । ଉକ୍ତ ଭୋଜିରେ ୧୦ ଜଣ ଆସିନଥିଲେ ଦୁର୍ଭାଗ୍ୟବଶତଃ କିନ୍ତୁ ମୋର ସୌଭାଗ୍ୟ ।ମୋତେ ବହୁତ ଖାଇବା ପାଇଁ ମୋର ପ୍ରିୟ ଖାଦ୍ୟ ମିଳିଗଲା । ଖାଇବାସମୟରେ ଖାଉ ଖାଉ ତଣ୍ଟିରେ ଲାଗିଗଲା । ସଙ୍ଗେ ସଙ୍ଗେ ମୋର ପ୍ରିୟ ବନ୍ଧୁ ପାଣି ଆଣି ପିଆଇ ଦେବା ସହ ମୋ ମୁଣ୍ଡକୁ ଆଉଁସି ଦେଲେ । ତାପରେ ତାଙ୍କ ସହ ମିଶି ବାର୍ତ୍ତାଳାପ କରୁ କରୁ ଅତ୍ୟାଧିକ ଖାଇଦେଲି । ଏତେ ପରିମାଣରେ ଖାଇଦେଇଥାଏ ଯେ ସେ ଜାଗାରୁ ମୁଁ ଉଠିପାରୁନଥାଏ । ସମସ୍ତେ ମୋତେ ଦେଖିକି ହସିବା ସହ ଥଟା କରୁଥାନ୍ତି । ମୁଁ ଗଲୁଆମି ଭାବରେ କହିଦେଲି ଖାଦ୍ୟ ତ ଖାଇବା ଏମିତି ।