Er. Suchismita Satpathy

Abstract Inspirational

4.7  

Er. Suchismita Satpathy

Abstract Inspirational

ପ୍ରିୟ ଚଳଚ୍ଚିତ୍ର ଚରିତ୍ର(ଅମିତାଭ)

ପ୍ରିୟ ଚଳଚ୍ଚିତ୍ର ଚରିତ୍ର(ଅମିତାଭ)

2 mins
445


ଅନେକ ଦିନ ହେବ ଲେଖାଲେଖିରୁ ବିରତ ନେଇ ସୁରେଶ ବାବୁ ତାଙ୍କ ପରିବାର ସହ ଦୂର ସହରକୁ ଭ୍ରମଣରେ ଯାଇଥିଲେ। ପରିବାର କହିଲେ ମାଆ, ସାନ ଭାଇ ଭାଉଜ, ସ୍ତ୍ରୀ ଓ ଦୁଇ ପୁଅ।

ଶିକ୍ଷକତା ଭିତରେ ସମୟ ବାହାର କରି ଲେଖାଲେଖି କରନ୍ତି ଓ ସମୟ ପାଇଲେ ହିନ୍ଦୀ ସିନେମା ଟିକେ ଦେଖନ୍ତି।ତାହା ପୁଣି ଅମିତାଭ ବଚ୍ଚନଙ୍କର। ପିଲାଟି ଦିନରୁ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ତାଙ୍କର ବହୁତ ପସନ୍ଦ। ଯେଉଁ ଦୁଇଟି ସବୁଠୁ ବେଶି ପସନ୍ଦ ଦିଓ୍ବାର ଏବଂ ୟାରାନା।


ଗୋଟିଏରେ ମାଆ ପ୍ରତି ପିଲାମାନଙ୍କ ବ୍ୟବହାରର ଉଚିତ ଓ ଅନୁଚ୍ଚିତ ପଦକ୍ଷେପ ର ଉଦାହରଣ ଚିତ୍ରିତ ହୋଇଥିଲା ତ ଅନ୍ୟଟିରେ ଥିଲା ପ୍ରକୃତ ସାଙ୍ଗର ନିଖୁଣ ନିଦର୍ଶନ।

 

ଦୁଇଟି ଯାକ ଚଳଚ୍ଚିତ୍ର ତାଙ୍କ ଜୀବନ ଉପରେ ଅନେକ ପ୍ରଭାବ ପକାଇଥିଲା। ତେଣୁ ସେ ଅମିତାଭ ବଚ୍ଚନଙ୍କୁ ତାଙ୍କ ଜୀବନ ଶୈଳୀରେ ଅନ୍ତର୍ଭୂକ୍ତ କରିଥିଲେ। ଅନେକ ଖୁସିର ମୁହୂର୍ତ୍ତ ସେ କାଟିଛନ୍ତି ତାଙ୍କ ପରିବାର ସହ। ବ୍ୟସ୍ତ ବହୁଳ ଶିକ୍ଷକତାରୁ କିଛି କ୍ଷଣ ଚୋରେଇ ଆଣି ସମସ୍ତ ଅନ୍ତର ବ୍ୟଥାକୁ ଓ ଅକୁହା କଥାକୁ ଅଜାଡି ଦିଅନ୍ତି ଏକ ସାଧା କାଗଜରେ କାହାଣୀ ରୂପରେ, ଯାହାକି ପାଠକମାନଙ୍କ ଦ୍ୱାରା ଆଦୃତ ମଧ୍ୟ ହୋଇଥାଏ। ଏହିପରି କେତେବେଳେ ସମୟ କଟିଯାଇଛି ସେ ଜାଣିପାରିନାହାନ୍ତି।

ସାନ ଭାଇର ବାହାଘର ପରେ ସେ ଅନୁଭବ କଲେ ଘରେ ବି ଚଳିବା ବେଳେବେଳେ ଶ୍ୱାସ ରୋଧକର ହେଇଯାଏ।

ଘର ଓ ବିଦ୍ୟାଳୟ ଛଡା ଅନ୍ୟ ସ୍ଥାନକୁ ପସନ୍ଦକରୁ ନଥିବା ବ୍ୟକ୍ତି ଯେ କିଛି ଦିନ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ବାହାର ସ୍ଥାନକୁ ବୁଲିଯିବା କେମିତି ଗୋଟେ ଅଡୁଆ ଲାଗୁଥିଲା।

ସୁରେଶ ବାବୁ ବାହାର ଦୁନିଆ ଦେଖି ନିଜେ ଅନୁଭବ କଲେ ଯେ, ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। କିଛି ମାତ୍ରାରେ ଖୁସି ଅନୁଭବ କରୁଥିଲେ ସ୍ଥାନ ପରିବର୍ତ୍ତନରେ ତଥାପି ରହି ରହି ସାନ ଭାଇର ବ୍ୟବହାର ତାଙ୍କୁ ବ୍ୟଥିତ କରୁଥିଲା। ଯାହାକୁ ପୁଅପରି କୋଳେଇ, କାଖେଇ ବଡ କଲେ ସେ ଏପରି କରିବ, ଏକଥା ସୁରେଶ ବାବୁ କଦାପି ଭାବି ନଥିଲେ।

ଘର, ଧନ, ସମ୍ପତ୍ତି ସବୁର ଉର୍ଦ୍ଧ୍ବରେ ସେ ରଖିଥିଲେ ସମ୍ପର୍କ ଓ ସମ୍ମାନକୁ। ଦୁଇଟି ଯାକକୁ ମାଟିରେ ମିଶେଇ ଅଲଗା ରହିବାର ପ୍ରସ୍ତାବ ଦେଲା।ଶେଷରେ କହିଲା କଣ ନା ତାର ସ୍ୱଳ୍ପ ରୋଜଗାରରେ ସେ ମାଆକୁ ରଖିପାରିବନି ତେଣୁ ଯେଉଁ ପର୍ଯ୍ୟନ୍ତ ନୂଆ ଘର ନହେଇଛି ମାଆକୁ ନେଇ ମୁଁ ଭଡାଘରେ ରହିବି। କାରଣ ତା ସ୍ତ୍ରୀ ଗର୍ଭବତୀ ଓ ଏ ସମୟରେ ଘର ବଦଳେଇବା ତା ପାଇଁ ସମ୍ଭବ ନୁହେଁ।


ଏହା କଣ ଯୁକ୍ତିସଙ୍ଗତ। ମାଆ, ଯିଏ ଜନ୍ମ କରିଛି, ଯିଏ ଏ ଇଟା, ସିମେଣ୍ଟର କାନ୍ଥକୁ ଘରରେ ପରିଣତ କରିଛି ସେ ପୁଣି ବୋଝ। ଏହା କିପରି ସମ୍ଭବ। ହେ ଭଗବାନ ଶିକ୍ଷା ଯଦି ମାଆକୁ ପୁଅଠୁ ଅଲଗା କରିଦେଉଛି, ତେବେ ତା ଅପେକ୍ଷା ନିରକ୍ଷରତା ଅନେକ ଗୁଣେ ଭଲ। ଏ ଶିକ୍ଷିତ ମୁର୍ଖମାନଙ୍କର ଏ ସମାଜରେ ରହିବାର ଅଧିକାର ନାହିଁ ।ସେହି ସମୟରେ ମନେପଡେ ତାଙ୍କର ଦିଓ୍ବାର ଚଳଚ୍ଚିତ୍ରର ସେ ମର୍ମସ୍ପର୍ଶୀ ସଂଳାପ,

"ମେରେ ପାସ ମାଁ ହୈ।"

ବାସ ତାପରେ କୋହରେ ଅନ୍ତରଟା ଘାଣ୍ଟି ହୋଇଯାଏ ସୁରେଶ ବାବୁଙ୍କର। ସ୍ଥିର କରନ୍ତି ନା ଏବେ ଯାଇ ମାଆକୁ ନେଇ ଭଡାଘରେ ରହିବେ। କୁଟା ଖଣ୍ଡେ ବି ସେ ଘରୁ ଆଣିବେ ନାହିଁ। ମାଆର ଆଶୀର୍ବାଦ ରହିଲେ ନିଜେ ନିଜ ରୋଜଗାରରେ କୁଡିଆ ଖଣ୍ଡେ ନିହାତି କରିପାରିବେ, ଯାହାକୁ ନେଇ ତାଙ୍କ ମାଆ ଗର୍ବ ଅନୁଭବ କରିବେ।


Rate this content
Log in

Similar oriya story from Abstract