ପରିପୂରକ ଓ ଅନୁପୂରକ
ପରିପୂରକ ଓ ଅନୁପୂରକ
ମହେଶ୍ୱର ମୋର ଛାତ୍ର। ଆଜିକାଲି ଦୁନିଆଁ ରେ ସମେସ୍ତେ ଶ୍ରୋତା ଅବା ବକ୍ତା ସାଜୁ ଥିବା ବେଳେ ସେ ସାଜିଛି କର୍ତ୍ତା । ଧନବଳ, ଜନବଳ ମନୋବଳ କୁ ଏକାଠି କରି ଆୟୋଜନ କରିଛି ସାହିତ୍ୟ ସଭା । ସଭାରେ ମତେ ମଞ୍ଚାସିନ ଅତିଥି କରିଛି, କାରଣ ବୋଧହୁଏ ମୋ ପାଖେ ସେ ପାଠ ପଢିଛି। ତାର ଝିଅ ଟିଏ ଅଛି ଶୁଭ୍ରା । ତାକୁ ଦେଖିବାକୁ ଯିବାକୁ ମନ ହେଲା ତ ତାଘରକୁ ଚାଲିଲୁ ଆମେ କବୟିତ୍ରୀ ଦୁହେଁ l
ତା ସ୍ତ୍ରୀ ମୁଣ୍ଡିଆ ମାରି, ବସେଇ ଚା ଦେଇ ସତ୍କାର କଲା ପରେ ଆମେ ଦୁହେଁ ବାଡ଼ିପଟକୁ ଗଲୁ ନିତ୍ୟକର୍ମ ସାରିବାକୁ ତ ସାପ ଟିଏ ଗୋଡ଼ ପାଖ ଦେଇ ଚାଲିଗଲା । ତ ମୁଁ ଫେରିଆସିଲି । ତରତର ହୋଇ ସଭାକୁ ଆସି ସଭା ପରିଚାଳନା, କବିତା ଆବୃତି, ସମ୍ବର୍ଦ୍ଧନା ପର୍ବ ସରୁ ସରୁ ସମୟ ଚାରି । ତ ଖାଇବା ପାଇଁ ସ୍କୁଲ ଘରେ ଯୋଗାଡ଼ ହୋଇଛି । ସମେସ୍ତେ ବ୍ୟାଚ ପରେ ବ୍ୟାଚ ବସି ଉଠୁଛନ୍ତି । ସେହି ସ୍ଥାନରେ ପଡ଼ିଥିବା ବଳକା ଖାଦ୍ୟ ରେ କୁକୁର ବିଲେଇ, ଛେଳି ମୁଁହ ମାରିଚାଲିଛନ୍ତି l
ସେମାନଙ୍କୁ ଘଉଡେଇ ସମେସ୍ତେ ବସି ଗଲେଣି । ମୁଁ ଗଲିନାହିଁ, ହେଲେ ସହସାଥୀ ବାଧ୍ୟ କରିବାରୁ ବସିଗଲି ଓ ଭାବୁଥିଲି ଏହି ତ ଅତ୍ମୀୟତା । ସାପ ପରି ସରୀସୃପ ଠୁ ଆରମ୍ଭ କରି ପ୍ରତ୍ୟକ ପଶୁ ଆମ ଚାରିପାଖରେ ରହିବେ ଆମ ସାଥି ହୋଇ ।ଏଇ ଗାଁ ମାଟିର ପ୍ରତ୍ୟକ ସ୍ଥାନରୁ ଝରୁଛି କବିତା ଗାଁ ରୁ ସହର, ପ୍ରତ୍ୟକ ପ୍ରତ୍ୟକଙ୍କର ପରିପୂରକ ଓ ଅନୁପୂରକ, ଆଉ ପ୍ରତ୍ୟକ ପଶୁ ପକ୍ଷୀ ମଧ୍ୟ ପ୍ରତ୍ୟକଙ୍କର ସେହିଭଳି ପରିପୂରକ ଓ ଅନୁପୂରକ l
