Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Prabhas Mohapatra

Inspirational

4.4  

Prabhas Mohapatra

Inspirational

ପରିବାର କାନ୍ଦେ ଆଜି କାହିଁକି

ପରିବାର କାନ୍ଦେ ଆଜି କାହିଁକି

4 mins
168


ଗୋଟିଏ ଗାଁରେ ଗୋଟିଏ ପୁଅ ଟିଏ ଥାଏ ନା ତାର ହରି, ସେ ବାପା ମାଆର ଗୋଟିଏ ବୋଲି ପୁଅ । ସେଥିପାଇଁ ବାପା ମାଆ ତାକୁ ବହୁ ଯତ୍ନରେ ଲାଳନପାଳନ କରିଥିଲେ । ନିଜେ ବହୁତ୍ ଦୁଃଖ କଷ୍ଟରେରହି ମଧ୍ୟ ପିଲାକୁ ମଣିଷ କରିବାକୁ ଲାଗିଲେ । ପିଲାଟି ବଡ଼ ହେଲା କଲେଜ୍ ରେ ଯାଇ ପାଠ ମଧ୍ୟ ପଢିଲା । ବାପା ପିଲାର ପାଠ ପଢ଼ିବା ପାଇଁ ଯେତେ କଷ୍ଟ ହେଲେ ମଧ୍ୟ ଟଙ୍କା ପଠାନ୍ତି ।କିନ୍ତୁ ପିଲାଟି ଟଙ୍କା କୁ ନେଇ ସାଙ୍ଗ ସାଥୀରେ ମିଶି ପ୍ରତିଦିନ ଗୁଟକା, ପାନ ଖାଇ ଟଙ୍କା ଉଡେଇ ଚାଲେ। ଯେତେବେଳେ ପଇସା ସରି ଯାଏ , ପୁଅ ମୋର ଏଇଟା ନାହିଁ , ସେଇଟା ଦରକାର କହି ବାପା ଙ୍କୁ ମିଛରେ ଟଙ୍କା ମାଗେ । ଆଉ ବାପା ନିଜ ପାଖରେ ନଥିଲେ ବି ଧାର କରଜ୍ କରି ପିଲାକୁ ପାଠ ପଢ଼ିବା ପାଇଁ ସବୁବେଳେ ଟଙ୍କା ପଠାନ୍ତି । ଆଉ ପୁଅର ଅଧେ ଟଙ୍କା ନିଶାଦ୍ରବ୍ୟ ଖାଇବାରେ ଚାଲି ଯାଏ । ତାପରେ ଗୁଟକା ,ପାନରୁ , ପୁଅ ସିଗାରେଟ୍ ଟାଣିବା ଆରମ୍ଭ କଲା ଦିନକୁ ଦିନ ସିଗାରେଟ୍ ସଂଖ୍ୟା ବଢ଼ି ଦିନକୁ ୧୦ ଟି ନ ଟାଣିଲେ ବାବୁ ଆଉରହି ପାରିଲେ ନାହିଁ । ତା ପରେ ପିଲାଟି ଗୋଟେ ଛୋଟ ଅଫିରେ ଚାକିରି କଲା । ଆଉ ଯେହେତୁ ଚାକିରି କଲା ସେ ବାବୁ ହେଇଗଲା ନା ସେ ଆହୁରି ଉନ୍ନତି ଲାଭ କଲା ନିଶାଦ୍ରବ୍ୟ ଉପାରେ । ଶେଷରେ ମଦ ମଧ୍ୟ ପିଇବା ଆରମ୍ଭ କରିଦେଲା ।


ମାତ୍ର ପିଲାଟି ଯେହେତୁ ବାହାରେରହୁଛି ବାପା ମା ତା କାର୍ଯ୍ୟ କଳାପ ବିଷୟରେ ଜାଣି ପାରିଲେ ନାହିଁ । ତାପରେ ପୁଅର ବିବାହ ବୟସ ହେବାରୁ ପୁଅକୁ ବାପା ମା ବିବାହ କରାଇ ଦେଲେ । ଆଉ କିଛି ଦିନ ଗଲା ପରେ ଯେତେବେଳେ ସ୍ତ୍ରୀ ଓ ପିଲାର ଖର୍ଚ୍ଚ ତୁଲେଇ ପାରିଲାନି । ଘରେ ଅଶାନ୍ତି ବଢ଼ିବାକୁ ଲାଗିଲା । କାରଣ ସେ ଯେତିକି ବି ରୋଜଗାର କରୁଥିଲା ସେତିକିରେ ଘର ଖୁସିରେ ଚଳିଜାନ୍ତା ,ମାତ୍ର ସେ ପିଲାଛୁଆ ସ୍ତ୍ରୀ ଘର କଥା ନ ଭାବି ସବୁତକ ଟଙ୍କା ମଦ ପିଆରେ ନିତି ଉଡିଯାଏ । ଆଉ ଏ କଥା ସ୍ତ୍ରୀ ପଚାରିଲେ ସ୍ତ୍ରୀ ଉପରେ ମାଡ଼ ବସିଲା । ଏମିତି ପିଉ ପିଉ ପୁରା ଘୋଡ଼ା ମାତାଲ୍ ପାଲଟି ଗଲା । ଆଉ ନା ବାପା ନା ମାଆ ନା ସ୍ତ୍ରୀ କଥା ଶୁଣିଲା । ଯେତେବେଳେ ଘରେ ପସିଲା ଘର ଖାଲି ଅଶାନ୍ତି । ଏମିତି ବାପା ମା ଭାବି ଭାବି ଦରମରା ପାଲଟି ଗଲେ । ଆଉ ମରି ଗଲେ ମଧ୍ୟ ।


ଏବେ ବହୂ ପୁରା ଏକା ସ୍ବାମୀ ପିଟିଲେ ମାରିଲେ ବି କେହିରୋକିବାକୁ ନାହାନ୍ତି । ସ୍ତ୍ରୀ ସେମିତି ସବୁ ଦୁଃଖ କଷ୍ଟ କୁ ସହି ମାଡ଼ ଖାଇ କାଠ ଟି ପରି ପଡିରହିଥାଏ ଛୁଆ ମୁହଁକୁ ଚାହିଁ କି। କାହିଁକି ନା ମା ସର୍ବଦା ମମତାମୟୀ । ଦିନକର ଘଟଣା ଦିନେ ଘରେ ଟାଙ୍କେ ମଦ ପିଇ ଶୋଇ ଥାନ୍ତି ବାବୁ ହଠାତ୍ ତାରରକ୍ତ ବାନ୍ତି ହେବାକୁ ଲାଗିଲା । ଆଉ ସ୍ତ୍ରୀ କିଛି ଉପାୟ ନ ପାଇ ଡାକ୍ତର ପାଖକୁ ନେଇଗଲା। ଆଉ ଡାକ୍ତର ପାଖରେ ପରୀକ୍ଷା କରିବାରୁ ଜଣା ପଡ଼ିଲା । ତାକୁରକ୍ତ କର୍କଟ Blood cancer ହେଇଛି ବୋଲି । ଡାକ୍ତରରୋଗୀକୁ ଦେଖି କହିଲେ ଏ ଆଉ ବେଶୀଦିନ ବଞ୍ଚିବେନି  । ଆଉ ବଞ୍ଚେଇବାକୁ ହେଲେ ଅପରେସନ କରିବାକୁ ପଡ଼ିବ । ତା ପରେ ଯାହା ଭଗବାନ କରିବେ ଏକଥା ଶୁଣି ସ୍ତ୍ରୀ ଆଉ ସମ୍ଭାଳି ପାରିଲିନି ତାର ପାଦ ତଳୁ ଯେପରି ମାଟି ଖସି ପଡ଼ିଲା ସେ ଏବେ କଣ କରିବ ଭାବି ଖାଲି ଧାଇଁ, ବୁଲିଲା କେଉଁଠୁ ଏତେ ଟଙ୍କା ଆଣିବ ଆଉ ତା ସ୍ବାମୀ କୁ ବଞ୍ଚାଇବ । ମଦ ପିଉ ପଛେ ଯେତେ ପିଟୁ ପଛେ ହେଲେ ପରା ସେ ତାର ସ୍ବାମୀ ।


ଶେଷରେ କିଛି ନ ପାଇ ତାର ଯାହା ସୁନା ଗହଣା ଜମି ବାଡି ଥିଲା ବିକ୍ରି ତାକୁ କରିଦେଲା । ଆଉ ଅପରେସନ କରିବାକୁ ଡକ୍ଟର ଙ୍କୁ କହିଲା । ଆଉ ଅପରେସନ ମଧ୍ୟ ହେଲା ମାତ୍ର ବହୁତ୍ ଡେରି ହୋଇଯାଇଥିଲା । ତେଣୁ ତାଙ୍କୁ ବଞ୍ଚେଇ ହେଲାଣି । କାରଣ ଖାଲି Blood cancer ତାର ହୋଇ ନଥିଲା । ତା ସହିତ ତାର ଫୁସଫୁସ ମଧ୍ୟ ନଷ୍ଟ ହୋଇ ଯାଇଥିଲା । ଯାହାଫଳରେ ତାଙ୍କୁ ବଞ୍ଚାଇବା ସମ୍ଭବ ହେଲାନାହିଁ।


ଆଜି ସିନା ସେ ମଦ ପିଇ ମରିଗଲା ମାତ୍ର ରାଜରାସ୍ତାରେ ଛିଡ଼ା କରିଦେଲା ତାର ସ୍ତ୍ରୀ ଆଉ କୁନି ପିଲା କୁ । ସେମାନେ କଣ ବା ଭୁଲ୍ କରିଥିଲେ ଯେ ତାଙ୍କୁ ବିନା କାରଣରେ ଭୋଗିବାକୁ ପଡ଼ିଲା ଏମିତି ଦୁଃଖ । ଆଉ କଣ ବା ଭୁଲ୍ ଥିଲା ସେ ବାପା ମାଆ ଙ୍କର ଯେଉଁମାନେ ସବୁ ଦୁଃଖ କଷ୍ଟ ସହି ମଣିଷ କରିଥିଲେ । ଆଜି ତାଙ୍କୁ ମରିବାକୁ ପଡ଼ିଲା ।


  ଏ ଗପ ମୁଁ ଲେଖିନାହିଁ , ପୁରସ୍କାର ଜିତିବା ପାଇଁ କି ପ୍ରଶଂସା ସାଉଁଟିବା ପାଇଁ । ଏ ଗପ ମୁଁ ଲେଖିଛି ଯେଉଁ ମାନେ ମଦ ,ଗୁଟକା, ସିଗାରେଟ୍ , ବିଡ଼ି, ନିଶାଦ୍ରବ୍ୟ ସେବନ କରୁଛନ୍ତି ସେମାନଙ୍କ ପାଇଁ । କାରଣ ତାଙ୍କରି ପାଇଁ ଆଜି ଭାଙ୍ଗି ଯାଉଅଛି କେତେ କେତେ ପାରିବାର । କେତେ ନାରୀର ମଥାର ସିନ୍ଦୂର । କେତେ କେତେ ପିଲା ହେଉଛନ୍ତି ଛେଉଣ୍ଡ । ଆଉ ହନ୍ତସନ୍ତ ହେଉଛନ୍ତି । ପିଲାଟି ଦିନରୁ ସଂଘର୍ଷ କରୁଛନ୍ତି ଜୀବନ ଯୁଦ୍ଧରେ । କିଏ ଭୋକରେ ମରି ଯାଉଅଛି ତ ଟିଏ ଗୋଣ୍ଡେ ପେଟକୁ ଦାନା ଦେବା ପାଇଁ ପାଲଟି ଯାଉଛି ଦୁନିଆଁ ଆଖିରେ ଚୋର, ଡକାୟତ, ପକେଟ୍ ମାର କାହିଁକି କେବଳ ଆପଣ ମାନଙ୍କ ପରି ମଦୁଆ ଙ୍କ ପାଇଁ ।


ହେ! ଭାଇ ମାନେ ଆପଣ ମଦ ଖାଅ ଗୁଟକା ଖାଅ ଯାହାବି ଖାଉଛ ଖାଅ ମୋର ଯାଏ ଆସେ ନାହିଁ । ଆପଣ ଥରେ ଭାବି ଦେଖିଛନ୍ତି । ଯେ ଆପଣ ନିଶାଦ୍ରବ୍ୟ ସେବନ କରିବା କାରଣରୁ ଆପଣଙ୍କ ପାଇଁ ଘରେ ସର୍ବଦା କଳହ ଲଗିରହୁଛି । ଆପଣ ସିନା ନିଶାଦ୍ରବ୍ୟ ସେବନ କରି ମରି ଗଲେ । ମାତ୍ର ଆପଣ ଥରେ ଭାବୁଛନ୍ତି ଯେ ତୁମ ସ୍ତ୍ରୀ କେମିତିରହିଛି ତୁମ ପିଲା କେମିତି ଅଛି । ଆଜି ତା ପାଖରେ ତ କିଛି ନାହିଁ ଯାହା ଥିଲା ସବୁତ ଖର୍ଚ୍ଚ କରିଦେଲା ତୁମ ଦେହ ଭଲ ହେବା ପାଇଁ। ଆଜି ସେ କଣ କରୁଥିବ , କଣ ଖାଉଥିବ । ଯେଉଁ ବୁଢ଼ା ବାପା ମା ଟା ଭାବିଥିଲା ମାେ ପୁଅ ମୋତେ ନିଆଁ ଦେବ ମାେ ବାର୍ଦ୍ଧକ୍ୟରେ ମୋର ସାହା ଭରଷା ହେବ, ଆଜି ସେ କେମିତି ଅଛି । କଣ ଖାଉଛି । କେମିତି ଦିନ କାଟୁଛି । ଆଜି ସେମାନେ ବାର ଓଲି ସୁଣ୍ଢି ପିଣ୍ଡା ହେଉଛନ୍ତି। କାହିଁକି କେବଳ ଆପଣଙ୍କ ପରି ସ୍ବାର୍ଥ ପର ମଦୁଆ ଗଞ୍ଜୁଡ଼ ମାନଙ୍କ ପାଇଁ ଯେଉଁମାନେ କେବଳ ନିଜ କଥା ଭାବନ୍ତି । ଆଉ ମଦକୁ ନିଜର ପ୍ରେମିକା ଭାବନ୍ତି । ଚାଖଣା କୁ ପୁଅ ବୋଲି ଭାବନ୍ତି । ଧିକ ତୁମ ପୁଅ ହେବା ଧୀକ୍ ତୁମ ସ୍ବାମୀ ହେବା ଧିକ ତୁମ ବାପା ହେବା । ଖାଲି କେହି ପୁଅ, ସ୍ବାମୀ, ବାପା ହେଇ ଗଲେ ହେବନି ତାଙ୍କୁ ପୁତ୍ର ତ୍ୱ ହାସଲ, ସ୍ବାମୀ ତ୍ବ ଆଉ ପିତୃତ୍ୱ ହାସଲ କରିବାକୁ ପଡ଼ିଥାଏ । ତାଙ୍କ ପ୍ରତି କିଛି କର୍ତ୍ତବ୍ୟରହିଥାଏ । ଖାଲି ଖାଲି କେହି ପୁତ୍ର, ସ୍ବାମୀ, ପିତା ହୋଇ ଯାଏ ନାହିଁ ।

ଯେଉଁ ଭାଇ ମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି ସେମାନେ ନିଶ୍ଚିତ ଥରେ ନୁହେଁ ଶହେ ଥର ଭାବି ଦେଖନ୍ତୁ । ତା ପରେ ଯାଇ ନିଶାଦ୍ରବ୍ୟ ସେବନ କରନ୍ତୁ ।

"ନିଶାଦ୍ରବ୍ୟ ଠାରୁ ସର୍ବେ ଯିବା ଦୂରେଇ ।

ହସିବ ଦୁନିଆ ଘର ହସିବ ଭାଇ"।।


Rate this content
Log in

More oriya story from Prabhas Mohapatra

Similar oriya story from Inspirational