STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

ପରିବାର _୬

ପରିବାର _୬

2 mins
432

ଦିନେ ସୀମାନୀ ଆମ୍ବଗଛରେ ଚଢି ପ୍ରଚୁର ଆମ୍ବ ତୋଳି ଅଣ୍ଟାରେ ଲାଗିଥିବା ମୁଣିରେ ସବୂ ସଂଗ୍ରହ କରି ରଖିଥିଲା ।ହଠାତ୍ ଗଛ ଉପରକୁ ସାପଟି ଯାଉଥିବା ଦେଖି ସାଙ୍ଗମାନେ ଭୟରେ ଜୋର୍ ରେ ପାଟି କଲେ ସିମାନୀ ତଳକୁ ଦେଖେ ସାପ ।ତୁ ଡେଇଁପଡେ ପ୍ଳିଜ୍ ।ସୀମାନୀ କିଛି ଉପାୟ ନ ପାଇ ଭୟଭୀତ ହୋଇଗଲା ଆଉ କହିଲା ହଉ ହଉ ଡରନି ମୁଁ ଆସୁଛି ।ଏମିତି କହି ସାଙ୍ଗମାନଙ୍କୁ ଥୟ କଲା ସିନା ତାର ତିନିଆଠଣା ।ସେ ତା ଜେଜେ ମାଆ କଥା ମନେ ପକାଇଲା ।

ଦିନେ ଜେଜେମାଆ ବାଡିରେ ଫୁଲ,ବାଈଗଣ,ଶାଗ ଇତ୍ୟାଦି ତୋଳି ଟୋକେଇରେ ଧରି ଆସୁଥିଲେ ।ସିମାନୀ ସାଙ୍ଗରେ ଥାଏ ।ଆସିବା ବାଟରେ କିଛି ଶବ୍ଦ ଶୁଭିଲା ।ଜେଜେ ମାଆ କହିଲେ ଝିଅ ଆଗକୁ ଯାଆନି । ରହିଲୁ ମୁଁ ଦେଖେ କଣ ଶୁଭୁଛି ।ତାଳି ତିନିଥର ମାରିଲେ ।ସାପଟି ସେଠାରେ ଥିଲା ଏଣୁ ସେ ବି ଭୟରେ ଏପଟ ସେପଟ ହେଉଥିଲା ।କେଉଁପଟେ ଗଲେ ନିରାପଦ ଜେଜେମାଆ ରାସ୍ତା ବାଛୁଥିଲେ ।ସିମାନୀ ସେତବେଳକୁ ଟେକା ପଥର ଫିଙ୍ଗିବାକୁ ଧରିଲାଣି ସାପକୁ ଦେଖି ।ମାଆ ହଠାତ୍ ତା ହାତଟିକୁ ଟାଣିଧରି ସେଇଠି ହିଁ ଠିଆ ହୋଇଗଲେ ।କହିଲେ ମା'ରେ ଶୁଣେ ଆମେ ଦୁହେଁ ସର୍ପ ଦେବକୁ ନତମସ୍ତକ ହୋଇବା , ଦେଖିବୁ ସାପ ଆଉ ଆମ ବାଟରେ ରହିବନି ।ସତକୁ ସତ ସାପ ବି ଅଲଗା ରାସ୍ତାରେ ଚାଲିଗଲା ।ଜେଜେମାଆ ନାତୁଣୀଖୁସିରେ ଘରେ ପହଂଚି ରୋଷେଇବାସ କରି ଖିଆପିଆ କଲେ ।ଶୋଇବାକୁ ଗଲାବେଳେ ଖଟ ତଳେ ପୁଣି ସାପ !ମାଆ ମାଆ ଦେଖ ପୁଣି ଥରେ ସାପ ।ଆଜି ଆମକୁ ସାପ ଖାଲି ଦିଶୁଛି ମାରିବ ନା କଣ ?ସିମାନୀ କହଲା ମାଆ ଏଇ ସାପଟିକୁ ମାରିଦେବା ।ଜେଜେ ମାଆ କହିଲେ ନାଇଁ ଝିଅ ସେ ବି ତ ଜୀବଟି ।ସେ ଆମର କ୍ଷତି କରିବନି ଯଦି ତାକୁ ଆମେ ହଇରାଣ ନ କରିବା ।ପୁଣି ଥରେ ହଳଦି ଝୁଣା ଲଗାଇବାରୁ ସାପଟି ତା ରାସ୍ତାରେ ଚାଲିଗଲା ।

ସେ କଥା ମନେ ପକାଇ ସିମାନୀ ଗଛ ଉପରେ ବି ସେମିତି ମୁଣ୍ତିଆ ମାରିଲା କିନ୍ତୁ ସାପ ନ ଘୁଞ୍ଚିବାରୂ ହାତରେ ଧରିଥିବା ବାଡିରେ ତାକୁ ପୁରା ମାରିଦେଲା ।ସାପ ଦାଉରୁ ରକ୍ଷା ହେଲା ସିନା ଜୀବହତ୍ୟା କରିଥିବାରୁ ନିଜକୁ କ୍ଷମା କରିପାରୁନଥିଲା ।

ଘରେ ପହଂଚି ମାଆକୁ ଡରିଡରି ସବୂ କଥା କହିଲା। ମାଆ କହିଲେ ଆରେ ବିପଦ ବେଳେ ଏମିତି କରିବାକୁ ପଡେ ।ତୁ ନିଜକୁ ରକ୍ଷା କରିବାକୁ ମାରିଛୁ ।କାହିଁକି ନିଜକୁ ଦୋଷୀ ମନେ କରୁଛୁ ।

ସିମାନୀ ର ମନ କିନ୍ତୁ ବୁଝୁ ନଥାଏ ।ସେ ତତ୍ କ୍ଷଣାତ୍ ଠାକୁର ଘରେ ପଶି ଭଗବାନ କ୍ଷମା କରିଦିଅ କହି ବହୁତ କାନ୍ଦିଲା ।ପରିବାର ଲୋକଙ୍କ ବୁଝାମଣାରେ ଶାନ୍ତ ପଡିଲା ଆଉ ଗଛ ଚଢିବନି ବୋଲି ସ୍ଥିର କଲା ।

ସାଙ୍ଗମାନେ ପୁଣି ଗୋଟିଏ ଦିନ ବାଧ୍ୟ କରିବାରୁ ସିମାନୀ କହିଲା ଅନ୍ୟର ବସାରେ ପ୍ରବେଶ କରିବା ନିଷିଦ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational