STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

ପରିବାର ୪

ପରିବାର ୪

1 min
623

ସବୁ ଘରେ ପ୍ରାୟତଃ ଜଣେ ଜଣେ ଦୁଷ୍ଟ ଥାନ୍ତି ।ସତକୁ ମିଛ ଆଉ ମିଛକୁ ସତ କରିବାରେ ଓକିଲଙ୍କ ଠାରୁ ଢେରଗୁଣାରେ ଅଧିକା ।କ୍ଷୀରରେ ନୁହଁ ପାଣିରେ ସର ପକାଇ ଦେବା ଭଳି କଥା କୁହନ୍ତି ଆଉ ଝିମିଟି ଖେଳରୁ ମହାଭାରତ ହେଲା ଭଳି ଘରେ ତାଣ୍ଡବ କରିଦିଅନ୍ତି ।ଏମିତି କିଛି ହୋଇଛି ତାରା ବୋଲି ଝିଅଟିର ଜୀବନରେ ।


     ତାରା ବହୁତ ଶାନ୍ତଶିଷ୍ଟ ଆଉ ବିଜ୍ଞ ମଧ୍ୟ । ତଥାପି ସେ ଝିଅରୂ ବୋହୁ ହୋଇଯିବା ପରେ ଚୁପ୍ ଚାପ୍ ...ହୋଈପଡିଥିଲା ।ସେ ରାନ୍ଧିବା ସମୟରେ ନଣନ୍ଦ ଚୁଲିର ଜାଳ ଉଚ୍ଚା କରିଦିଏ ।ଛଣାଛଣି ଖାଦ୍ୟ ରଖିଥିଲେ ଲୁଚେଇ ଲୁଚେଇ ଖାଈଦିଏ ।ବୋଉର କାନରେ ଖରାପ କଥା କହିଦିଏ ଭାଉଜ ନାଁରେ ।ଏମିତି ବିଭିନ୍ନ ପ୍ରକାରେ ନଣନ୍ଦ ଭାଉଜ ଝଗଡା ହିଁ କରନ୍ତି ।


     ତାରାର ନଣନ୍ଦ ଅଳ୍ପ ଦିନରେ ବାହା ହୋଇଗଲା ।କିନ୍ତୁ ସୌଭାଗ୍ୟବଶତଃ ନଣନ୍ଦ କି ଦିଅର ନାହାଁନ୍ତି ।ଏଣୁ ବଡ ବଡ କଥା କହୁଥାଏ ।

     ଦିନେ ତାରା ଆଉ ଚୁପ୍ ନ ରହି ପାଟି ଖୋଲିଲା ।କହିଲା ତୁମେ ଭଲ ଅବସ୍ଥାରେ ଅଛ ଭାବି ଚକ୍ରାନ୍ତ କରନି ଦିନେ ଅସୁବିଧାରେ ପଡିଯାଇପାର ।


    ଭାଉଜର ପାଟି ଖୋଲିବା ଦେଖି ମାଆ ଝିଅ ଦୁହେଁ ଏଥର ଝଗଡା ଲାଗିଲେ ।ତାରା କିଛି ଉପାୟ ନ ପାଈ ଶାଶୁଙ୍କୁ ହିଁ ଏଥର ଓଲଟା ଚାପ ଦେଲା କି ବୋଉ ଦେଖ ତମ ଝିଅ ତମକୁ ଏମିତି ଭାବୁଛନ୍ତି ।


    କିଛିଦିନ ଏମିତି ଚାଲିବା ପରେ ମାଆ ଝିଅକୁ କହିଲା ଭାଉଜ କୁ ଭଲ ଦେଖିଲେ ତୋତେ ଭଲ ଲୁଗାପଟା ,ବେଭାର ମିଳାବ ନଚେତ୍ ତୋ କଥା ତୁ ବୂଝିବୁ ।ନିଜ ମାଆ ଏମିତି କହିବା ପରେ ଝିଅ ଏଥର କିଛି ଶିଖିଲା ।

ତାରା ଭାବିଲା ଟିକେ ଆଗରୁ ମାନେ ବହୂତ ଆଗରୁ କରିବାର ଥିଲା ଯାହା ଏବେ କଲି ।

     ଏଥର ତାରାର ପରିବାର ଲୋକ ବି ନିଜ ଭୁଲ ବୁଝିପାରିଲେ ଆଉ ତାରା ସହ ଭଲ ବ୍ୟବହାର କଲେ ।


Rate this content
Log in

Similar oriya story from Inspirational