STORYMIRROR

Gangadhar Nanda

Abstract Horror Thriller

3  

Gangadhar Nanda

Abstract Horror Thriller

ପ୍ରେତର ପ୍ରତିଶୋଧ ଭାଗ-୧

ପ୍ରେତର ପ୍ରତିଶୋଧ ଭାଗ-୧

2 mins
427


        ଗୋଟାଏ ପ୍ରେତ କେବେ ପ୍ରତିଶୋଧ ନେଇପାରେ ? ଜୀବିତ ଅବସ୍ଥାରେ ଭୋଗ କରିଥିବା କିଛି ଅନ୍ୟାୟ ଘଟଣାକୁ ମୃତ୍ୟୁ ପରେ ମଧ୍ୟ ମନେରଖିପାରେ ? ଆଜ୍ଞା ହଁ । କିଛି ଭଚ୍ଚ ସଂସ୍କାରଧର୍ମୀ ଜୀବାତ୍ମା ଅଛନ୍ତି ,ଯେଉଁମାନେ ମରିଯିବାପରେ ମଧ୍ୟ ଜୀବଦଶାରେ ଭୋଗିଥିବା କିଛି ଗୁରୁତ୍ଵପୂର୍ଣ୍ଣ ଘଟଣାବଳୀକୁ ମନେ ରଖିପାରନ୍ତି । କେବଳ ସେତିକି ନୁହେଁ ,ଏମାନେ ଯଦି ମୃତ୍ୟୁଲାଭ କରିବାର ଅଳ୍ପଦିନ ଭିତରେ କେଉଁଠାରେ ମାନବ ଜନ୍ମ ପାଇଯା'ନ୍ତି , ତାହେଲେ ମଧ୍ୟ ନିଜର ପୂର୍ବଜନ୍ମ ଘଟଣା ମନେପକାଇ କହିପାରନ୍ତି ।ଆମେ ଏମାନଙ୍କୁ 'ଜାତିସ୍ମର' ଭାବରେ ଜାଣିଛେ । ଆସନ୍ତୁ ତାହେଲେ ଜାଣିବା ଏଇଭଳି ଏକ ଆତ୍ମାର କାହାଣୀ ଯେ ନିଜର ଏକମାତ୍ର ପୁତ୍ରର ହତ୍ୟାକାରୀମାନଙ୍କ ଠାରୁ ନିଜ ଶରୀର ତ୍ୟାଗ ପରେ ମଧ୍ଯ ପ୍ରତିଶୋଧ ନେବାରେ ସକ୍ଷମ ହେଲା ।


       ଦୀର୍ଘ ପଞ୍ଚତିରିଶ ବର୍ଷ ପୋଲିସ ଚାକିରୀ ଜୀବନରେ ଅନେକ କ୍ରିଟିକାଲ କେସର ସମାଧାନ କରିଛି । ଅନେକ ଗୁଡିଏ ଜଟିଳ କେସ କ୍ରାଇମବ୍ରାଞ୍ଚ ସହାୟତାରେ ମଧ୍ୟ ସମାଧାନ ହୋଇଛି । ମାତ୍ର ଏବେ ମୁଁ ଯେଉଁ କେସ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛି , ସେ କେସଟିର ସମାଧାନ ପାଇଁ ସମସ୍ତ ଚେଷ୍ଟା ଓ ପରିଶ୍ରମ ବିଫଳ ହେଲା । ଫାଇଲଟିକୁ ଶେଷରେ କ୍ଲୋଜ କରିବାକୁ ପଡିଲା ।

         ମୋର ନୂଆ ନୂଆ ଏ ଏସ ଆଇ ରୁ ସବଇନ୍ସପେକ୍ଟର ପୋଷ୍ଟକୁ ପ୍ରମୋସନ୍ ସହିତ ଏକ ନୂଆ ସ୍ଥାନକୁ ବଦଳି ହୋଇଥାଏ । ନୂଆ ନୂଆ ବିବାହ ମଧ୍ୟ କରିଥାଏ ।କ୍ୱାର୍ଟର ମିଳିବା ଓ ସେଟଲ୍ ହେବାରେ ତିନି ଚାରି ଦିନ ଲାଗିଗଲା । ଜଏନ୍ କରିସାରି ଗାଁ'କୁ ଯାଇ ସ୍ତ୍ରୀଙ୍କୁ ଧରି ଫେରିଲି । ପରଦିନ ସକାଳୁ ଷ୍ଟେସନ ଜଏନିଂ କରିସାରି ନିଜ ସିଟରେ ବସି ଚା ଟିକେ ପିଉଛି, ସାର (ଆଇ.ଆଇ.ସି.) ଡକେଇଲେ । ପ୍ରାଇମେରି ରିପୋର୍ଟ ମୁତାବକ ମୋତେ ଏକ ମର୍ଡର କେସର ତଦନ୍ତ କରିବାପାଇଁ ପ୍ରାୟ ଦଶ କି.ମି. ଦୂର ଏକ ଗାଁ' ଗୋବିନ୍ଦପୁର ଯିବାକୁ ହେବ । ଥାନାରେ ଭ୍ୟାନ ଗୋଟିଏ ଥିବାରୁ ମୁଁ ଜଣେ କନେଷ୍ଟବଳକୁ ସାଙ୍ଗରେ ନେଇ ବାଇକରେ ବାହାରିଲି ।

      ଘଟଣାସ୍ଥଳରେ ସେଠାର ଗ୍ରାମରକ୍ଷୀ ଓ ଜଣେ ହୋମଗାର୍ଡ ପୂର୍ବରୁ ଉପସ୍ଥିତ ଥିଲେ । ସ୍ଫଟରେ ପହଞ୍ଚି ଦେଖିଲି ଜଣେ ଯୁବକ ନିଜ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ଆଖପାଖରେ କିଛି କୌତୁହଳୀ ଗ୍ରାମବାସୀ ଉପସ୍ଥିତ ଥିଲେ । ପୋଲିସ ଫଟୋଗ୍ରାଫର ଆସି ତାଙ୍କ କାମ କରିବା ଭିତରେ ମୁଁ ଜଣେ ଦୁଇଜଣ ଗ୍ରାମବାସୀଙ୍କ ସହ କଥା ହେବାକୁ ଚେଷ୍ଟା କଲି । ଆମକୁ ଦେଖି ସେମାନେ ଯଥାସମ୍ଭବ ଦୂରତ୍ଵ ରକ୍ଷା କରୁଥିଲେ । ଶେଷରେ ଗ୍ରାମରକ୍ଷୀ ସହାୟତାରେ ଦୁଇ ଜଣ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଲା କି ଯୁବକଟି ସ୍ଥାନୀୟ ମନ୍ଦିରର ପୂଜକଙ୍କର ଏକମାତ୍ର ପୁତ୍ର । ନାମ ପ୍ରଦୀପ । ପୂଜକଙ୍କର ନାମ ଗଣନାଥ ଶର୍ମା ଓ ସେ ଏଠାକାର ସ୍ଥାୟୀ ବାସିନ୍ଦା ନୁହଁନ୍ତି । ବାହାରୁ ଆସି ଏଠାରେ ରହି ଗ୍ରାମବାସୀଙ୍କ ସହମତିରେ ସ୍ଥାନୀୟ କାଳୀମନ୍ଦିରରେ ପୂଜକ ଭାବେ ନିୟୋଜିତ ଅଛନ୍ତି । ସ୍ଥାନୀୟ ଅଞ୍ଚଳରେ ପଣ୍ଡିତ ଭାବରେ ଜଣାଶୁଣା । ପଣ୍ଡିତଙ୍କର ପରିବାର ବୋଇଲେ ଏକମାତ୍ର ପୁତ୍ର । ଘଟଣାଟି ଏକ ପ୍ରେମ ଜନିତ ବ୍ୟାପାର ହୋଇପାରେ । ଏହାଠାରୁ ଅଧିକ କିଛି ତଥ୍ୟ ମିଳିପାରିଲା ନାହିଁ ।

            ଶବକୁ ପୋଷ୍ଟମର୍ଟମ କରିବାକୁ ପଠାଇ ସାରି ଆଖପାଖ ଅଞ୍ଚଳ ବୁଲି ଦେଖିଲି । ସେଠାରୁ ପ୍ରାୟ ଶହେ ମିଟର ଦୂରରେ ଦୁଇଟି ବିଦେଶୀ ମଦ ବୋତଲ , କିଛି ପ୍ଲାଷ୍ଟିକଗ୍ଳାସ ଓ କିଛି ସିଗାରେଟର ଦର ପୋଡ଼ା ଅଂଶ ପଡିଥିଲା । ଏଥିସହିତ ଧସ୍ତାଧସ୍ତି ଜନିତ ଚିହ୍ନ ମଧ୍ୟ ଦେଖାଯାଉଥିଲା ।

            ପରିସ୍ଥିତିର ଏକ ମୋଟାମୋଟି ଧାରଣା ନେଇ ଥାନାକୁ ଫେରିଲି । ଡାଏରୀ ଲେଖା ସାରି ସାରଙ୍କୁ କେସର ପ୍ରୋସିଡିଙ୍ଗ ରିପୋର୍ଟ ଦେଇ ସାରି କ୍ଵାର୍ଟରକୁ ଫେରିଲି । କେସଟିର ବିଭିନ୍ନ ପାର୍ଶ୍ଵରୁ ଚିନ୍ତା କରିବା ପରେ ମୋର ଅନୁମାନ ଆତ୍ମହତ୍ୟା ଅପେକ୍ଷା ହତ୍ୟା ଉପରେ ଅଧିକ କେନ୍ଦ୍ରୀଭୂତ ହେଉଥିଲା ।

 କ୍ରମଶଃ...


Rate this content
Log in

Similar oriya story from Abstract