Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ashis Kumar Swain

Inspirational

5.0  

Ashis Kumar Swain

Inspirational

ପ୍ରେରଣାଦାୟୀ

ପ୍ରେରଣାଦାୟୀ

1 min
390


ଜୀବନରେ କେତେ ରଙ୍ଗ କେତେ ଢଙ୍ଗ । ଶିକ୍ଷା ଗନ୍ତାଘର ପ୍ରତିଟି ମୁହୂର୍ତ୍ତ । ସମାଜରେ ପ୍ରତିଷ୍ଠିତ ହେବାର ମୂଳ ଉତ୍ସ ପ୍ରେରଣା । ଯାହାଙ୍କ ପାଇଁ ସୂର୍ଯ୍ୟଙ୍କର ସୂର୍ଯ୍ୟକିରଣ , ମଳୟ ପବନ ଓ ଧରଣୀମାତାଙ୍କ କୋଳ ପାଇଲି । ପଢି ଉଠି ଉଠିବା ଓ ଲେଖି ପଢି କହିବା ଶିକ୍ଷା ଗ୍ରହଣ କଲି । ଯେତେବେଳେ ମୁଁ ଲେଖୁଥାଏ ଗଳ୍ପ, ଗଦ୍ୟ ସାହିତ୍ୟ ହେଉ ଅବା ପଦ୍ୟ ସାହିତ୍ୟ ପ୍ରତିଟି ଶବ୍ଦ ସଂଯୋଜନାର ତରିକା ଠିକସେ ମୋତେ ଜଣାନଥିଲା । ବିରକ୍ତିଭାବ ପ୍ରକାଶ କରି କାଗଜ କଲମଟିକୁ ମୋର ପଢା ଟେବୁଲ୍ ଉପରେ ଥୋଇଦେଲି ।ଏହାର ଦୃଶ୍ୟ ମୋର ବୋଉ ଦେଖୁଥାଏ । ମୋତେ ସଙ୍ଗେ ସଙ୍ଗେ ହଠାତ୍ ଆସି କହିଲା ଦୁନିଆଁରେ ସବୁକିଛି ସମ୍ଭବ । କାଗଜ ଧର୍ କଲମ ଚଲା । ସତେଅବା ବାଗ୍ ଦେବୀ ମୋ କଣ୍ଠେ ଓ ବ୍ୟାସଦେବଙ୍କ ଲେଖନୀ ଆଶୀର୍ବାଦ ମୋତେ ମିଳିଗଲା । ଯେଉଁ ଶବ୍ଦ ସଂଯୋଜନା କରିପାରୁନଥିଲି । ବୋଉର ପଦେ କଥାରେ ଏକ ସୁନ୍ଦର୍ ସୁସଜ୍ଜିତ ଯତିପାତ କବିତାଟିଏ ଲେଖି ଦେଇଥିଲି । ଉକ୍ତ କବିତାଟି ଲୋକା ଦୃତ ହୋଇଥିଲା । ସେଇ ପ୍ରେରଣା ପଦକ କଥା ପାଇଁ ଚଳନ୍ତି ରଥର ଚକପରି ଘର୍ଘର ନାଦରେ ଆଗେଇ ଚାଲିଛି ।


Rate this content
Log in