STORYMIRROR

Rajesh Kumar Barik

Inspirational

2  

Rajesh Kumar Barik

Inspirational

ପ୍ରେରଣା

ପ୍ରେରଣା

2 mins
576

ସମୟର ପରିବତ୍ତୀତ ସ୍ରତରେ ସବୁ କିଛି ପରିବତ୍ତନ, ଏଇ ପରିବତ୍ତିତ ପ୍ରତ୍ୟାବତ୍ତନ ଭିତରେ ଯେତେବେଳେ ଜୀବନ ଦୂର୍ବିସହ ହେଉଯାଉଥାଏ ଠିକ୍ ଏହି ସମୟରେ ଲୋଡା ଅନ୍ୟର ସାହାରା ଯାହାକି କାକର ପାଣି ହୋଇ ସତେଜ କରିପାରିବ ଫୁଲ କୁ । ମନର ଆତ୍ମା କୁ ଆଖିର ସ୍ବପ୍ନ କୁ। ଏମିତି ଏକ ସାହାରା ମନଭାବ ନେଇ କଲେଜ୍ ର କ୍ଲାସ୍ ରୁମ୍ ରେ ବସିଥାଉ ମୁଁ ଆଉ ଚକରା ଆଉ ଅନ୍ୟମାନେ, ଏମିତିରେ ବି ଡିସେମ୍ବରର ଶିତର ସକାଳ ଥାଏ ଘନ କୁହୁଡି ଭିତରେ ସତେଯେପରି ସୁରୁଜଟା ବାଟ ଭୁଲିଯାଇଛି। ଖାଲି ଝରକା ବାଟ ଦେଇ ଧିରେ ଧିରେ କୋହଲା ପବନ ଦେହରେ ବାଜୁଥାଏ। ଏଇ ଥଣ୍ଡା ଥଣ୍ଡା କୁଲ୍ କୁଲ୍ ପାଗକୁ ବଡିକୁ ହିଟ୍ କଲାଭଳି ଖବର ନେଇ ପହଞ୍ଚିଲେ ଆମ ପ୍ରଫେସର ପ୍ରଶାନ୍ତ ସାର ଆଉ ମୁକ୍ତାହାର ସାର । ଡିସେମ୍ବର ୨୪ରୁ ଡିସେମ୍ବର୩୦ ଏହି ୬ ଦିନ NSS କ୍ୟାମ୍ପ ପାଇଁ ଆମ କଲେଜ୍ ତରଫରୁ ପିଲମାନଙ୍କୁ ଆହ୍ବାନ କରାଯାଉଛି ଯେଉଁ ମାନେ ଇଛ୍ଛା ପ୍ରକାଶ କରୁଛ ସେମାନେ ଆସି ନାମ ଲେଖାଇ ଦେଇ ଯାଅ । ଏକଥା ପ୍ରଶାନ୍ତ ସାର୍ ଙ୍କ ପାଟିରୁ ନସରୁଣୁ ମୋର ହାତ ଉପରକୁ ଉଠିସାରିଥିଲା। ଫାଇନାଲି କ୍ୟାମ୍ପ ଯିବା ପାଇଁ ସମସ୍ତଙ୍କ ନାମ ଲେଖା ସରିଲା ପରେ ଏହିକ୍ୟାମ୍ପର ନିୟାମାବଳୀ ମୁକ୍ତାହାର ସାର୍ ବୁଝାଇଲେ। ପରେ କ୍ୟାମ୍ପ.............। ପହଞ୍ଚିଲା ବେଳକୁ ସୂର୍ଯ୍ୟ ଢଳିବାକୁ ବସିଥାଏ କାଠ,ପନିପରିବା,ଲଗେଜ୍ ,ହାଣ୍ଡିକଢା ବାସନକୁସନ କାଡୁକାଢୁ ସନ୍ଧ୍ୟା। ରହିବା ପାଇଁ ସ୍କୁଲ ଘର ମିଳିଥାଏ, ଖାଇବା ଟା ନିଜକୁ ବନାଇବାକୁ ପଡିବ ଏହା ସହ ବାସନ ଧୋଇବା, ଘର ଝାଡୁ ମାରିବା ,ଖାଇବା ବାଢିକି ଦେବା ର ସବୁ ପିଲା ମାନଙ୍କୁ ନେଇ ଗୋଟାଏ ରୁଟିନ୍ ତିଆରି କରାଗଲା । ଏଥି ସହ ପ୍ରତ୍ୟକ ଦିନ ସକାଳ ୫ରୁ ଉଠି ଯୋଗ ,ବ୍ୟୟାମ ସହ କିପରି ସମାଜ ସେବା ରେ ନିଜକୁ ନିୟୋଜିତ କରିପାରିବା ସେବିଷୟରେ ମଧ୍ୟ ଟେନିଙ୍ଗ୍ ଦିଆଯାଉଥାଏ। ଦିନ ୧୦ ରୁ ୧୨ ପର୍ଯ୍ୟନ୍ତ ପାଖ ଗାଁରାସ୍ତା ସଫା କରିବା , ପୋଖରୀ ସଫାକରିବା ସହ ପୌଢ ଶିକ୍ଷା ଦେବା ଥାଏ ଆମ ମାନଙ୍କ ନିତିଦିନର କାମ। କ୍ୟାମ୍ପ କୁ ଭିନ୍ନ ଆଶା ନେଇ ଆସିଥିଲି ମୁଁ ପ୍ରଥମେ ଭଲ ଲାଗିନଥିଲା ସିନା( କାହିଁକି ନା ଘରେ ବିନ୍ଦାସ ରହୁଥିବା ପିଲା ଘର ଝାଡୁ ମାରିବା , ବାସନ ଧୋଇବା କାମ ହେବ କେମିତି?) କ୍ୟାମ୍ପରେ ୨ଦିନ ରହଣି ଭିତରେ ଜୀବ ଆଦର୍ଶ ବିଷୟରେ ବୁଝିପାରିଥିଲି ଆମ ପ୍ରଶାନ୍ତ ସାର୍ ଙ୍କୁ ଦେଖି। ଉପରକୁ କଠୋର ଥିଲେବି ନିରାମିଶ ଖାଦ୍ୟ ସାଧା ପୋଷାକ ସାଙ୍ଗକୁ ତାଙ୍କ ଉପଦେଶ ଯେମିତି ହୃଦୟକୁ ଛୁଇଁ ଯାଇଥିଲା। କ୍ୟାମ୍ପର ୬ଦିନ ସିନା ସରିଗଲା ସେହି କ୍ୟାମ୍ପରୁ ଆସିବା ପରେ ଆମ ଘର ଲୋକ ବୁଝି ପାରି ନଥିଲେ ମୋତେ ଦେଖି ! ଭାବିଲେ କ୍ୟାମ୍ପର ଆଦତ୍ ଧିରେ ଧିରେ ଉତୁରି ଯିବ କିନ୍ତୁ ପ୍ରଥମେ ସିନା ମନରେ ଆଦତ୍ ଥିଲା ନିଜକାମ ନିଜେ କରିବା ଆଉ ଅନ୍ୟକୁ ସାହାଯ୍ୟ କରିବା କିନ୍ତୁ ଆଜି ମୋ ହୃଦୟ ରେ ବସିଯାଇଛି। ଆଜକୁ ୭ବର୍ଷ ହୋଇଗଲା ମୁଁ ସେଇ ଆଦତ୍ କୁ ନେଇ ଚାଲିଛି। ବାଟରେ ଘାତ ପ୍ରତିଘାତ ଆସିଛି। ସାଙ୍ଗ ମାନେ ମଧ୍ୟ ପ୍ରେସର କରିଛନ୍ତି ତଥାପି ଛାଡିପାରିନି ସେ ଆଦତ୍ ଆଜିବି ମାଂସ ଠାରୁ ଦୂରରେ ଅଛି ଆଜିବି ନିଜର କାମ ନିଜେ କରୁଛି ଆଉ ନିଜ ଶକ୍ତି ମୁତାବକ ସାହାଯ୍ୟ, ଯାହା କେବଳ ପ୍ରଶାନ୍ତ ସାର ଙ୍କ ପାଇଁ ହୋଇପାରିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational