Parameswar Ojha

Inspirational

4.0  

Parameswar Ojha

Inspirational

ପ୍ରେରଣା

ପ୍ରେରଣା

2 mins
213


ମୋର ଜଣେ ପ୍ରିୟ ପାଠିକା ମୋ ସହ ବହୁତ ଦିନ ହେବ କଥା ହେଉଥିଲେ । ମୋ ଗପ କୁ ପସନ୍ଦ କରିବା ପଢି ମତାମତ ଦେବା ତାଙ୍କର ଗୋଟେ ଭଲ ଅଭ୍ୟାସ । ଦିନେ ଫୋନ୍ ରେ କଥା ହେଉ ହେଉ ପଚାରିଦେଲେ


-" ଆଛା , ଆପଣଙ୍କ ର ପ୍ରେରଣା କିଏ ? ଆପଣ କିଛି ଲେଖି ପାରୁଛନ୍ତି ଏଥିପାଇଁ ଶ୍ରେୟ କାହାକୂ ଦେବାକୁ ଚାହିଁବେ ?"

ମୁଁ କହିଲି , ଭଲ ପ୍ରଶ୍ନ ଟେ ପଚାରିଲ ,

ତାପରେ କହିଲି -" ଯଦି କିଛି ମୁଁ ଲେଖି ପାରୁଛି ତେବେ ସେ ସମସ୍ତ ପାଇଁ ମୁଁ ବାପା ଙ୍କୁ ସବୁ ଶ୍ରେୟ ଦେଵାକୁ ଚାହିଁବି ।


କାରଣ ବାପା ହିଁ ଛୋଟ ବେଳେ ମୋତେ ପଢା ମନସ୍କ କରିଥିଲେ । ଯାହା ଫଳରେ ମୁଁ କିଛି ଲେଖି ପାରୁଛି । ସେ ବହୁତ ଗପ ବହି ପଢନ୍ତି ମୁଁ ଛୋଟ ଥିବା ବେଳେ ମନେ ଅଛି । ବଗ ବଗୁଲି କାହାଣୀ, ଶୁଆ ଶାରୀ କାହାଣୀ , ବେତାଳ କଥା ଏମିତି ବହୁତ ଗୁଡେ । ପଢି ବସିଥିବେ ଯେ ବସିଥିବେ ଘଣ୍ଟା ଘଣ୍ଟା ଭୋକ ଶୋଷ ଭୁଲି ସେମିତି ପଢୁଥିବେ । ମୁଁ ସେତେବେଳେ ମନେ ମନେ ଭାବେ । ଆରେ କଣ ଅଛି ଏମିତି କି ଏ ବହି ରେ ବାପା ଲାଖି ରହୁଛନ୍ତି । ତାପରେ ମୁଁ ବି ଧିରେ ଧିରେ ସେ ବହି ସବୁ ଦେଖୁ ଦେଖୁ ପରୀ ରାଇଜ ରାଜ କୁମାରୀ କୁହୁକ ଦୀପ ରାଜ କୁମାର ଙ୍କ ବିରତ୍ବ ମନ୍ତ୍ରୀ ଙ୍କ ବୁଦ୍ଧିମତା ...ଏ ସବୁରେ ବାନ୍ଧି ହୋଇଗଲି । ବେଶ୍ ରୋମାଞ୍ଚ ଲାଗେ ପଢିବାକୁ ସେତେବେଳେ । ଯେତେ ପଢିଲି ଆକର୍ଷଣ ସେତେ ବଢିଲା । ପରେ ଖବର କାଗଜ ମାନଙ୍କ ରୁ ଆଧୁନିକ ଗପ ସବୁ ପଢି ସେଥିପ୍ରତି ଲେଖିବା ପାଇଁ ଲୋଭ ହେଲା , ମନ କହିଲା ଆରେ ମୁଁ ବି ତ ଏମିତି ଲେଖି ପାରିବି ?  ତାପରେ ଧିରେ ଧିରେ ଲେଖିବା ଆରମ୍ଭ କଲି । ଖବର କାଗଜ ମାନଙ୍କ ରେ ପ୍ରକାଶ ପାଇଲା । 

କିନ୍ତୁ ହଁ ପ୍ରଥମ ପ୍ରକାଶିତ ଗପ ର ଖୁସି ସବୁଠୁ ନିଆରା ।


ସେ ପଚାରିଲେ - " ତେବେ ଆପଣଙ୍କ ର ପ୍ରଥମ ପ୍ରକାଶିତ ଗଳ୍ପ ର ନାଁ କଣ ଏବଂ ତାହା କୋଉଥିରେ ପ୍ରକାଶ ପାଇଥିଲା ?

-" ମୋ ପ୍ରଥମ ପ୍ରକାଶିତ ଗପଟିର ନାଁ ଥିଲା ପ୍ରେରଣା , ଆଉ ତାହା ସମ୍ବାଦ କଳିକା ରେ ପ୍ରକାଶିତ ହୋଇଥିଲା ।

ସେ ମୋ ଉତ୍ତର ଶୁଣି ବହୁତ ଖୁସି ହେଲେ । ତା ସହ ଶୁଭେଚ୍ଛା ଓ ଶୁଭକାମନା ଦେଲେ ଆଗକୁ ଆହୁରି ବହୁତ୍ ସୁନ୍ଦର ସୁନ୍ଦର ଗପ ସବୁ ଲେଖିବା ପାଇଁ ।


ସତରେ ନିଜ ଲେଖା ର ଯଦି ଜଣେ  ପ୍ରିୟ ପାଠକ କି ପାଠିକା ଟେ ନଥିବେ ତେବେ , ଲେଖକିୟ  ମନଟା ଅଧୁରା ଅଧୁରା ଲାଗେ ।

-------------୦୦୦------------




Rate this content
Log in

Similar oriya story from Inspirational