STORYMIRROR

Anil Pradhan

Drama Romance Tragedy

3  

Anil Pradhan

Drama Romance Tragedy

ପ୍ରେମର ବାଲିଘର

ପ୍ରେମର ବାଲିଘର

2 mins
258

ସେଦିନ ସାହୁ ବାବୁ ଏକୁଟିଆ ଘରେ ବସି ହଜିଯାଇଥିବା ଅତୀତର ସ୍ମୃତିକୁ ପୁଣିଥରେ ଖୋଜୁଥାନ୍ତି। ଏମିତି ଅତୀତର ସ୍ମୃତିକୁ ମନେ ପକାଉ ପକାଉ ମନେ ପଡିଗଲା କଲେଜ ସମୟର କଥା।

ସେତେବେଳକୁ ନୁଆଁ ନୁଆଁ କଲେଜ ଯାଉଥାଏ ବଳରାମ। ସେ ଭଲ ପାଠ ପଢୁଥାଏ ତା ସହିତ ଭଲ ବ୍ୟବହାର ପାଇଁ ସହପାଠୀ ଏବଂ ଅଧ୍ୟାପକ ମାନଙ୍କର ପ୍ରିୟପାତ୍ର ହୋଇ ପାଳିଥାଏ। ପାଠ ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ପାରଦର୍ଶିତା ଦେଖାଉ ଥାଏ। ପ୍ରାୟତଃ କଲେଜରେ ସମସ୍ତଙ୍କ ସହିତ ବନ୍ଧୁତା ଥାଏ ବଳରାମ। ଏମିତି କିଛି ଦିନ ଗଲାପରେ ଅନ୍ୟ ଏକ ବିଭାଗର ଅନୁଷ୍କା ନାମର ଗୋଟିଏ ଝିଅ ଟିଏ ସହିତ ବନ୍ଧୁତା ସୃଷ୍ଟି ହୁଏ ବଳରାମର। ଉଭୟ ଜଣେ ଜଣକର ଅତି ଆପଣାର ବନ୍ଧୁ ହୋଇଯାନ୍ତି। ଏମିତି ବନ୍ଧୁତା ଯେ କେତେବେଳେ ପ୍ରେମର ରୂପ ନେଇଗଲା କେହିଯାଣି ପାରିଲେନି।ଏମିତି ଅନେକ ଦିନ ପର୍ଯ୍ୟନ୍ତ ସେମାନଙ୍କ ପ୍ରେମ ସମ୍ପର୍କ ସୃଦୁଢ ହୋଇ ରହିଥାଏ। ଉଭୟଙ୍କ ଭିତରେ କେବେ ତିକ୍ତତା ସୃଷ୍ଟି ହୋଇନାହିଁ। କି କେବେ ମଧ୍ୟ ଏବକାର ଆଧୁନିକ ପ୍ରେମୀ ଯୁଗଳଙ୍କ ପରି କ୍ଳାସ ନଯାଇ ହୋଟେଲ୍ ପାର୍କ ଯାଇ ଅଯଥା ଟଙ୍କା ଏବଂ ସମୟକୁ ବର୍ବାଦ କରିନାହାନ୍ତି। କି କେବେ ଅନୁଷ୍କା ବଳରାମ ପାଖରେ ଦାମୀ ଉପହାର ଦେବା ପାଇଁ ଅଭିଯୋଗ କରିନାହିଁ। ତାଙ୍କ ଦୁଇଜଣଙ୍କ ପ୍ରେମ ଏକ ପବିତ୍ର ପ୍ରେମ ସମ୍ପର୍କ। ସତେ ଯେମିତି ରାଧାକୃଷ୍ଣଙ୍କ ପ୍ରେମ ପରି । ତାଙ୍କ ପ୍ରେମରେ ନଥିଲା ଛଳନା ଥିଲା ଏକ ବନ୍ଧୁତା। କିନ୍ତୁ ତାଙ୍କର ଏହି ସମ୍ପର୍କ ବେଶୀ ଦିନ ରହିଲା ନାହିଁ। କେଉଁଠାରୁ ଏକ ଅଦିନିଆ ମେଘ ଆସି ଧୋଇଦେଇ ଗଲା ତାଙ୍କ ସମ୍ପର୍କକୁ। ଫୁଲ ଫୁଟିଲେ ଯେମିତି ଜଗତ ଯାକ ବାସେ ଠିକ୍ ସେମିତି ତାଙ୍କ ପ୍ରେମ ସମ୍ପର୍କ କଥା କଲେଜ୍ ସାରା ଜାଣିଲେ। ଦିନେ ଏକଥା ଯାଇ ପଡିଲା ଅନୁଷ୍କାର ବାପାଙ୍କ କାନରେ। ଅନୁଷ୍କାର ବାପା ଅର୍ପିତାର ପଢା ବନ୍ଦ କରିଦେଇ ତାର ମାମୁ ଘର ପାଖ କଲେଜରେ ନାମ ଲେଖାଇଦେଲେ। ଆଉ ସିଧା ସିଧା କହିଦେଲେ କୌଣସି ଉପାୟରେ ମଧ୍ୟ ସେ ଯେମିତି ବଳରାମ ସହିତ ସମ୍ପର୍କ ନରଖେ।କେହି କିଛି ବୁଝିବା ଆଗରୁ ଭାଙ୍ଗିଗଲା ବଳରାମ ଆଉ ଅର୍ପିତା ଗଢିଥିବା ପ୍ରେମର ବାଲି ଘରଟି। ତାଙ୍କର ସବୁ ସ୍ୱପ୍ନ ଅଧାରେ ରହିଗଲା। ବଳରାମ ନିଜର କଲେଜ୍ ପଢା ଶେଷ କରି ଗୋଟିଏ ବେସରକାରୀ କମ୍ପାନୀ ରେ ଉଚ୍ଚ ପଦବୀରେ ଚାକିରୀ କରୁଛି। କିନ୍ତୁ ସେଦିନ ଠାରୁ କେବେ ମଧ୍ୟ ଦେଖା ହୋଇନି ଅନୁଷ୍କା ସହିତ । କି କେବେ ମଧ୍ୟ ତା ସହିତ କଥା ହେବାର ସୁଯୋଗ ପାଇନାହିଁ। ଅନେକ ଖୋଜିଛି ବଳରାମ ଅର୍ପିତାର ଠିକଣା । ଫେସବୁକ ରେ ମଧ୍ୟ ତାର ସବୁ ସାଙ୍ଗ ମାନଙ୍କ ଫ୍ରେଣ୍ଡ ଲିଷ୍ଟ ଆଉ ଲାଇକ କମେଣ୍ଟ ଲିଷ୍ଟରେ ଖୋଜିଛି ଅନୁଷ୍କାକୁ କାଳେ ପାଇଯିବ କିନ୍ତୁ ତାର ସବୁ ଚେଷ୍ଟା ବୃଥା ଯାଇଛି। ଅନୁଷ୍କା ଏବେ ବଞ୍ଚିଛି କି ମରିଛି କି କେମିତି ଅଛି କିଛି ମଧ୍ୟ ଖବର ନାହିଁ ବଳରାମ ପାଖରେ । ମନର ଅକୁହା କଥା ସବୁ ମନରେ ରହିଗଲା ବଳରାମର। ମନର କୋହକୁ ମନରେ ଲୁଚାଇ ଜୀବନର ରାଜପଥରେ ଏକୁଟିଆ ଚାଲିଛି ବଳରାମ। ସତରେ ଅତୀତଟା କେତେ ଯନ୍ତ୍ରଣା ଦାୟକ ଥିଲା। ନିଜ ହାତରେ ଗଢିଥିବା ସେହି ପ୍ରେମର ବାଲିଘରଟି ଭାଙ୍ଗିବାରୁ ଅଟକାଇ ପାରିଲେନି।ଏମିତି ଅତୀତର ସେଇ ପାଉଁସ ତଳର ନିଆଁ ରୁ ନିଜର ସ୍ମୃତିକୁ ଖୋଜୁ ଖୋଜୁ ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲାଣି। ହଠାତ୍ କିଏ ଘରର କଲିଙ୍ଗ୍ ବେଲ୍ ମାରିଲା। ନିଜର କୋହକୁ ଲୁଚାଇ ଲୁହକୁ ପୋଛି ପୋଛି କବାଟ୍ ଖୋଲିବାକୁ ଚାଲିଗଲେ ସାହୁ ବାବୁ।


Rate this content
Log in

Similar oriya story from Drama