Ashis Kumar Swain

Abstract

5.0  

Ashis Kumar Swain

Abstract

ପର୍ବପର୍ବାଣି

ପର୍ବପର୍ବାଣି

1 min
393


ସର୍ବଧର୍ମ ପବିତ୍ର ଉତ୍କଳ ଅନାବିଳ ଭକ୍ତି ଭାବନା ଅବସର ଶାନ୍ତି ସାଂସ୍କୃତିକ ଶୃଙ୍ଖଳା ରକ୍ଷା କର୍ତ୍ତବ୍ୟ ନିଷ୍ଠାର ପାରମ୍ପରିକତା ଭାଇ ବନ୍ଧୁ ସଦଭାବ ସଦିଚ୍ଛା ପାଇଁ ପର୍ବପର୍ବାଣିର ସୃଷ୍ଟି । ହିନ୍ଦୁ ଜାତିର ମୌଡ ମଣି ପ୍ରତି ଓଡ଼ିଆର ପ୍ରାଣବିନ୍ଦୁ ଓ ଉତ୍କଳ ଆରାଧ୍ୟ ଦେବତା ଶ୍ରୀକ୍ଷେତ୍ର ମଣି ଶ୍ରୀଜଗନ୍ନାଥ । ସେଦିନ ହୋଇଥାଏ ପବିତ୍ର ରଥ ଯାତ୍ରା । ମୁଁ ସକାଳୁ ସକାଳୁ ସ୍ନାନ ସାରି ଜଗନ୍ନାଥଙ୍କୁ ସ୍ମରଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ପଡ଼ିଲି । କିଛି କ୍ଷଣ ପରେ ଶରଧାବାଲିରେ ପହଞ୍ଚି ଗଲି । ସେହି ଦାଣ୍ଡରେ ପୁଷ୍ପ ,ଚନ୍ଦନ ,ଧୂପଦୀପ ଓ ଅଗୁରର ବାସ୍ନା ଚତୁଃପାର୍ଶ୍ଵକୁ ତାର ମହକରେ ମହକାଇ ଦେଉଥିଲା । ଜୟ ଜଗନ୍ନାଥ, ଘଣ୍ଟ ଘଣ୍ଟା ,ମୃଦଙ୍ଗ ଧ୍ବନିରେ ଗଗନ ପବନ ମୁଖରିତ ହେଉଥିଲା । ଲୋକାରଣ୍ୟ ଭକ୍ତଦାଣ୍ଡ ବଡ଼ଦାଣ୍ଡରେ ଶ୍ରୀ ରଥବିଜେ ମହାପ୍ରଭୁଙ୍କ ବାମନ ଅବତାର ଦୃଶ୍ୟ ଦେଖି ମୋର ନୟନରୁ ଆନନ୍ଦ ଅଶ୍ରୁ ଝରିପଡୁଥିଲା । ରଥ ଦଉଡି , ଶରଧା ବାଲି, ଶ୍ରୀକ୍ଷେତ୍ରମଣିଙ୍କ ସ୍ପର୍ଶଦର୍ଶନ ମୋର ଏବେବି ସ୍ମୃତି ହୋଇ ହୃଦୟ କନ୍ଦରରେ ରହିଛି ।


Rate this content
Log in

Similar oriya story from Abstract