STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Inspirational

3  

ଡ.ସୁରେଶ ଚନ୍ଦ୍ର ବରାଡ଼

Inspirational

ପ୍ରଭୁ ଦର୍ଶନ

ପ୍ରଭୁ ଦର୍ଶନ

1 min
3


ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିବାକୁ ସତେ ଯେମିତି ଏବେ ସମସ୍ତଙ୍କ ଭିତରେ ପ୍ରତିଯୋଗିତା ଲାଗିଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଗଲାବେଳେ କେତେ ଠେଲା, କେତେ ପେଲା; କେତେ ଧାଡ଼ି କେତେ ଅପେକ୍ଷା। ଏହାକୁ ନେଇ କେତେ ଭାଷଣବାଜି। ଭିଡ଼ରେ କିଏ ଚେତାଶୂନ୍ୟ ହେଲାଣି ତ କିଏ ଡାକ୍ତଖାନାକୁ ବୁହାହୋଇ ଗଲାଣି।ସତରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଦେଲେ କ’ଣ ମୁକ୍ତି ମିଳିଯାଏ? ମୋକ୍ଷ ପ୍ରାପ୍ତ ହୋଇ ଯାଏ ନା ସୁବୁଦ୍ଧି, ଧାର୍ମିକତା ବା ଆଧ୍ୟାତ୍ମିକତା ଉତ୍ପନ୍ନ ହୋଇଯାଏ?ରାମ ରାବଣ ଯୁଦ୍ଧ ବେଳେ ରାବଣ ତ ସବୁ ବେଳେ ରାମଙ୍କୁ ଦେଖୁଥିଲା, କଂସ ତ କୃଷ୍ଣଙ୍କୁ ତା ଆଗରେ ସାକ୍ଷାତ୍ ଦେଖୁ ଥିଲା, ଦୁର୍ଯ୍ୟୋଧନ ତ ତା ପିଲା ଦିନୁ କୃଷ୍ଣଙ୍କୁ ଦେଖୁଥିଲା। ଏମାନଙ୍କର କାହାର ତ ସୁବୁଦ୍ଧି, ଧାର୍ମିକତା ବା ଆଧ୍ୟାତ୍ମିକତା ଉତ୍ପନ୍ନ ହୋଇ ନ ଥିଲା।ତେବେ ଆମେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଏତେ ଉତାବଲା ହୋଇ ଧାଉଁ କାହିଁକି? ଆମେ ଧାଇଁବା ଉଚିତ କି ନାହିଁ?ବାସ୍ତବରେ ଭଗବାନଙ୍କୁ ଆମେ ଦର୍ଶନ କରିବାରେ କିଛି ବିଶେଷତା ନାହିଁ। ଆମେ ଦର୍ଶନ କରିଦେଲେ ଆମକୁ କିଛି ପୁଣ୍ୟ ମିଳି ଯାଏ ନାହିଁ।ପ୍ରକୃତରେ ଭକ୍ତଟିଏ, ଶ୍ରଦ୍ଧାଳୁଟିଏ ଧାଇଁ ଯାଏ ତା’ ପ୍ରଭୁ ପାଖକୁ କାଳେ ମହାପ୍ରଭୁଙ୍କର କରୁଣା ଦୃଷ୍ଟି, କୃପା ନେତ୍ର ଟିକେ ତା’ ଉପରେ ପଡ଼ିଯିବ। ତାଙ୍କର ଅନୁକମ୍ପାର ପାତ୍ର ବୋଲି କାଳେ ସେ ତାକୁ ଗ୍ରହଣ କରିନେବେ। ସେତିକି ହେଲେ ମହାପ୍ରଭୁଙ୍କର ଦୟା ସାଗରର ଉତ୍ତାଳ ତରଙ୍ଗ ତା ଉପରେ ବହିଯିବ। ତା ଜୀବନ ଧନ୍ୟ ହୋଇଯିବ। ତା’ର ଉଦ୍ଧାର ହୋଇଯିବ।


Rate this content
Log in

Similar oriya story from Inspirational