ଡଙ୍ଗରରେ ନିଆଁ
ଡଙ୍ଗରରେ ନିଆଁ
ଦୁଇ ଗାଈ, ମଇଁଷି ଓ ଛେଳି ଗୋଠ ଧୂଳି ଉଡେ଼ଇ ପାହାଡ଼ ଆଡ଼କୁ ଧିରେ ଧିରେ ଆନନ୍ଦ ମନରେ ଆଗେଇ ଚାଲିଥିଲେ। ଗୋଠର ସବୁଠୁ ସୁନ୍ଦରୀ ଗାଈ ‘ପାଟ’ ବେକରେ ବନ୍ଧା ଯାଇଥିବା ଟିପା ଗୋଠର ଅଗ୍ରଗତି ସୂଚାଉଥିଲା। ଅମାନିଆଁ ଅମଣିଆ ଗୋଠର ସବାର୍ଗ୍ରେ ଦୈାଡ଼ି ୟା ତା ବିଲରେ ପସୁଥିବା ଗାଈ କସରୀର ଡାଙ୍ଗିଆ ଲଗା ଦୋୈଡ଼ କଣ୍ଡୁରୁ ଆଖିର ଅନ୍ତରାଳକୁ ଯାଇ ନ ଥାଏ। ମିଁ ମିଆଁ ରୋଗଗ୍ରସ୍ତ ବାଛୁରୀ ଦୁଇ ତିନିଟା ସମସ୍ତଙ୍କ ପଛରେ ଦୁର୍ବଳକୁ ପେଲି ହୋଇ ଗୋଠ ପଛରେ ଧିରେ ଚାଲିଥାଆନ୍ତି। ସମସ୍ତଙ୍କ ପଛରେ ଚାଲିଥିଲା କଣ୍ଡୁରୁ। ଗାଁ ପାରି ହେବା ପରେ ନିଧୋକାରେ ଚାଲି ପକେଇଛି ସେ। କାନ୍ଧରେ ଭାତ ବନ୍ଧା ଠେଙ୍ଗା, ମୁଣ୍ଡରେ ଝାମ୍ପି, କାନ୍ଧରେ ଗାମୁଛା, ହାତ ଦୁଇଟି ଦୁଇ କାନ୍ଧ ଦେଇ ରଖା ଯାଇଥିବା ଠେଙ୍ଗା ଉପରେ ପଛ ପାଖରୁ ରହିଛି। ପାହାଡ଼ ପାଖେଇ ଆସୁଛି। ପାହାଡ଼ ତଳି ଚାରଣଭୂମି ଦେଖା ଗଲାଣି। ଗାଈ ମାନଙ୍କ ଭିତରେ ଉତାବଲା ଦୃଷ୍ଟି ଗୋଚର ହେଲାଣି। ସମସ୍ତେ ଦୋୈଡ଼ିବାକୁ ଲାଗିଲେଣି ଛୋଟ ଛୋଟ ବୁଦାମାନଙ୍କୁ ଘେରି ରହିଥିବା ଘାସପୂର୍ଣ୍ଣ ଚକଡ଼ା ଆଡ଼କୁ।
ଗାଈ ଗୋରୁ ଓ ଛେଳି ମେଣ୍ଢାମାନଙ୍କୁ ଚରିବାକୁ ଛାଡ଼ି ଦେଇ ଏକ ଉଚ୍ଚା ଢିପ ସ୍ଥାନରେ ଥିବା ଉଚ୍ଚା ପଥର ଦେଖି ନିଦ୍ଵନ୍ଦ୍ଵରେ ତା ଉପରେ ଚଢ଼ି ବସିଗଲା କଣ୍ଡୁରୁ। ସେଇଠୁ ତା’ବଂଚିବାର ରାହା ଜୀବନର ଅଂଶ ଏବଂ ଜୀବନ ଯାତ୍ରାର ସହଯାତ୍ରୀ ଗାଈ ମଇଁଷି ଛେଳି ମେଣ୍ଡା ଗୋଟି ଗୋଟି କରି ଦେଖାଯାଉଥିଲେ। ସେମାନଙ୍କର ପ୍ରତ୍ୟେକ ଗତି, ସାମାନ୍ୟ ହଲଚଲ ତା ଦୃଷ୍ଟିରୁ ବାଦ ପଡ଼ୁ ନ ଥିଲା। ଏଇମାନେ ତ ତା’ର ସମ୍ପତ୍ତି। ଏଇ ମାନଙ୍କ ପାଇଁ ତା’ର ଦଶ ପ୍ରାଣୀ କୁଟୁମ୍ବଙ୍କର ଭିତ୍ତି, ସ୍ଥିତି, ପ୍ରଗତି ସମ୍ଭବ ହୋଇଛି। ଏଇମାନେ ତ ତା’ର ଗର୍ବ, ଗୋୈରବ ଓ ଅସ୍ମିତା। ଏଇମାନଙ୍କ ଚାରି ପାଖେ ଘୁରିବୁଲେ ତା’ର ପରିବାରର ସମସ୍ତ ସଦସ୍ୟଙ୍କର ଅତିତ ବର୍ତ୍ତମାନ ଓ ଭବିଷ୍ୟତ। ଏଇମାନେ ତା’ର ପରିବାରର ଜଣେ ଜଣେ ଅତି ଆପଣାର ସଦସ୍ୟ। ଏମାନଙ୍କ ବିନା ତା’ ପରିବାର କଳ୍ପନା ଅଧୂରା ରହିଯିବାଟା ନିଶ୍ଚିତ।
ଭାତ ବନ୍ଧା ଠେଙ୍ଗାର ଭାରକୁ ପଥର ଉପରେ ରଖିଲା। ଝାମ୍ପିଟିକୁ ମୁଣ୍ଡରୁ କାଢ଼ି ତଳେ ଥୋଇ ଦେଲା। ଗୋଡ଼ ହାତ ଲମ୍ବାଇ ଟିକେ ଅଳସ ଭାଙ୍ଗିଲା। ମନଟା ତାର ହାଲକା ହୋଇଗଲା। ମୁକ୍ତ ପବନ, ପ୍ରାକୃତିକ ବୃକ୍ଷରାଜି। ଛୋଟ ଛୋଟ ରାଶି ରାଶି ବୁଦା। ତାକୁ ଲାଗୁଥିଲା ଏମାନେ ଜଣେ ଜଣେ ତପସ୍ବୀ। ସମସ୍ତେ ଆସନ ଲଗାଇ ଭଗବତ ଆରଧନାରେ ଲୀନ, ତଲ୍ଲୀନ। ତା’ ମନ ପୁରି ଗଲା। ମନରେ ଏକ ଆନନ୍ଦ ଆନନ୍ଦ ଭାବର ଉଦ୍ଗମ ହେଲା। ସେ ଭାବିଲା ଏ ଅପୂର୍ବ ଦୃଶ୍ୟର ଏ ଅମୃତ ମୁହୂର୍ତ୍ତର ସେ ବି ଏକ ଅଂଶ। ସେ ଏ ସୁନ୍ଦର ପରିବେଶର ନିରବତାରେ ମୁଗ୍ଧ ହୋଇଗଲା। ଏ ସମୟରେ ପକ୍ଷୀ ମାନଙ୍କର କାକଳୀରେ ଭରିଗଲା ସାରା ପରିବେଶ। କପୋତର ଉଠରେ ପୁତା ଉଠ, ବଣିର ଟିଂ ଟିଂ ସ୍ବର, କୋଇଲୀର କୁଉ... କୁଉ...ର ହୃଦୟସ୍ପଶୀର୍ ଆବେଦନ ତାକୁ ନେଇ ଯାଉଥିଲା ଏକ ଗାନ୍ଧାର ପଲ୍ଲୀକୁ। ଧିରେ ସେ ଅଣ୍ଟାରୁ ବାହାର କଲା ତା’ ନିଜ ହାତ ତିଆରି ଆପଣାର ସହଚର ବଇଁଶୀଟିକୁ। ସେଥିରେ ଭରିଦେଲା ସ୍ବଗୀର୍ୟ ମୂର୍ଚ୍ଛନା। ଗାଈ, ମଇଁଷି ଯିଏ ଯେଉଁଠି ଚରୁଥିଲେ ମୁହଁ ଉଠାଇ ଚାହିଁ ରହିଲେ କଣ୍ଡୁରୁକୁ। ଅମାନିଆ ଆଗଚଲା ଅମଡ଼ାବାଟରେ ଦୋୈଡ଼ିବାକୁ ତପିର ଗାଈ କେତେଟା ଯେଉଁମାନେ ଦୂରକୁ ପଳେଇଯିବା ପାଇଁ ବାହାରିଥିଲେ ସେମାନେ ମନ୍ତ୍ରମୁଗ୍ଧ ବଚସ୍କର ପରି ଫେରି ଆସିଥିଲେ କଣ୍ଡୁରୀର ବଂଶୀଧ୍ଵନି ଶୁଣି। ବୃଦ୍ଧା ଗୋମାତା କେତୋଟି ମୁଗ୍ଧ ନୟନରେ ଚାହିଁ ରହିଥିଲେ ମୁଦା ଆଖିରେ ତୋଡ଼କୁ ଟେକି। ଟିପା ବନ୍ଧା ଗାଈ ମଇଁଷିଙ୍କର ଟିପା ଶବ୍ଦ ଶୁଭିବା ବନ୍ଦ ହୋଇ ଯାଇଥିଲା। ନିଜେ ନିଜର ବଂଶୀ ସ୍ବନରେ ମୁଗ୍ଧ କଣ୍ଡୁରୁ ମିଶି ଯାଇଥିଲା, ବିଚରଣ କରୁଥିଲା କେଉଁ ଏକ ଅଜଣା ରାଇଜରେ, ଯେଉଁଠି ନ ଥିଲା ରାଗ ରୋଷ, ମାନ ଅଭିମାନ, ଦୁଃଖ କଷ୍ଟର ସାମାନ୍ୟତମ ଚିହ୍ନ ବା ବର୍ଣ୍ଣ।
କଣ୍ଡୁରୁକୁ କାଲି ଭଳି ଲାଗୁଥିଲା। ବାପା ନକ୍ଷିଆ ସହ ଏଡ଼ୁଟିଏ ବେଳୁ ବଡ଼ ଭାଇ ମଙ୍ଗୁଳୁ ସାଙ୍ଗରେ ଗାଈ ପଛରେ ଆସୁଥିଲା ସେ। ମାଆ ଲଳିତାର ହାତ ରନ୍ଧା ବୁହାଭାତର କେତେ ମଜା ନେଇଛି। ଗୋଟିଏ ଗୋଟିଏ କରି ଏଇ ପାହାଡ଼ ତଳିରେ ୟା ଭିତରେ ବିତି ଗଲାଣି ପଚାଶରୁ ଉଦ୍ଧ୍ଵର୍ ବସନ୍ତ। ବାପାଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ସାମ୍ରାଜ୍ୟକୁ ସେ ଏକେଲା ସମ୍ଭାଳି ନେଇଛି ଘୋଟି ଗୋଟି କରି ଛଅ ଛଅଟା କୁଆଁ କୁଆଁ ଶବ୍ଦରେ ତା’ ଘର ପୁରି ଉଠିଛି। ଉଚ୍ଛବ, ଦାସ, ଗଦା, ଭଜିଆ, ବାଟି ଆଉ ବୁଦ୍ଧିଆ ଧନୁର୍ଦ୍ଧର ଭେଣ୍ଡା ହୋଇ ତା ସାମ୍ରାଜ୍ୟ ବଢେ଼ଇବାକୁ ପଛକୁ ଲାଗି ଗଲେଣି।
ବଡ଼ ଚାରି ପୁଅ ବାହା ହୋଇ ନାତି ତାତୁଣିମାନଙ୍କର ଭେଁ ଭାଁ ଶବ୍ଦ, ସେମାନଙ୍କର ଦରୋଟି ଡାକରେ କାନ ପବିତ୍ର ହେଲାଣି। ଭରାପୁରା ପରିବାର ତା’ର। ଏଇତ ଜୀବନର ଖୁସି। ଏଇତ ବଂଚିବାର ଆନନ୍ଦ।
ହଠାତ୍ ଏ ଆନନ୍ଦ ମୁହୂର୍ତ୍ତରେ ଭଟ୍ଟା ପକେଇ ଦେଲା କାହାର ଘଡ଼ଘଡ଼ି ପରି ଗର୍ଜ୍ଜନ।
କେହି ଜଣେ କହୁଥିଲା-ଏ ବୁଢ଼ା! ଏ ଛେଳି ଗୋଠ ତୋର?
କଣ୍ଡୁରୁର ସୁଖ ସ୍ବପ୍ନ ଭାଙ୍ଗିଗଲା। ସେ ଆଖି ଖୋଲି ଦେଖିଲା ସିପେଇଟିଏ ତା ସାମନାରେ ଠିଆ ହୋଇଛି। କଳା ମୁଗୁନି ପଥର ପରି ରଙ୍ଗ। ହାତରେ ଲମ୍ବା ମୋଟା ପୁଲିସ ବେତବାଡ଼ି। ଖାକି ହାଫ ପଣ୍ଟ, ଖାକି ହାଫ ସାର୍ଟ, ଅଣ୍ଟାରେ ଚାରି ଇଂଚିଆ ବେଲ୍ଟ, ମୁଣ୍ଡରେ ଖାକି ଟୋପି। ମୁହଁରେ ବଡ଼ ବଡ଼ ମୋଟା ମୋଟା ନିଶ। ନିଶ ଲମ୍ବିଛି କାନ ଯାଏଁ। ନାଲି ନାଲି ଆଖି। ଅସୁର ପରି ନିର୍ଦ୍ଦୟ ଚେହେରା। ଉଚ୍ଚତା ପାଞ୍ଚଫୁଟ ସାତ ଇଞ୍ଚ ପାଖା ପାଖି ହେବ।
ସେ ଶୁଣି ଥିଲା ଏ ସିପେଇ ମାନଙ୍କର ଦୋୈରାତ୍ମ୍ୟ। ସେମାନେ ରାଜାଙ୍କର ଦ୍ଵାହି ଦେଇ ଜୁଲମ କରନ୍ତି ସାଧାରଣ ଲୋକଙ୍କ ଉପରେ। ପାଖ ଗାଁ ମଣି ବେହେରାର ଦୁଇଟି ଛେଳି ଉଠେଇ ନେଇଥିଲେ ଏମାନେ ବୋଲି ସେ ଶୁଣି ଥିଲା। ବେଳେ ବେଳେ ଝିଅ ବୋହୂଙ୍କ ଉପରେ ଆଖି ପକୋଉଥିଲେ ବୋଲି ମଧ୍ୟ ତା କାନରେ ପଡ଼ିଥିଲା। ସେ ମାନସିକ ସ୍ତରରେ ସାମାନ୍ୟ ବିଚଳିତ ବୋଧ କଲା। ତାକୁ ଲାଗିଲା ସତେ ଯେମିତି ଯମ ଦୂତ ଆସି ତା ଆଗରେ ବିନା ନୋଟିସରେ ପହଞ୍ଚି ଯାଇଛି।
କଣ୍ଡୁରୁ ଉତ୍ତର ଦେଲା-ଆଜ୍ଞା!
ପୁଲିସ-ହଇବେ! ତଳକୁ ଆସ।
କଣ୍ଡୁରୁ ଭିତରେ ଭିତରେ ଯଦିଓ ଡ଼ର ଅନୁଭବ କରୁଥିଲା ତଥାପି ସାହସ କରି କହିଲା-କ’ଣ କହୁଚ କହୁନଁ।
ପୁଲିସ-ହଇବେ! ତଳକୁ ଆସୁଛୁ ନାଁ ମୁଁ ଯିବି।
କଣ୍ଡୁରୁ ତଳକୁ ଭଲ କରି ଚାହିଁଲା ଦେଖିଲା ଦଳେ ଖାକି ବର୍ଦ୍ଦି ପିନ୍ଧା ପୁଲିସ ସେହି ପୁଲିସ ପଛରେ ଠିଆ ହୋଇଛନ୍ତି। ସେ ଟିକେ ଆଗକୁ ପଛକୁ ହେଲା। ତା’ ‘ନ ଯଯୋୈ ନ ତସ୍ଥୋୈ’ ଅବସ୍ଥା ଦେଖି ପୁଲିସ ତଳୁ କହିଲା-ଥା, ତୁ ସେଇଠି ଥା। ମୁଁ ଯାଉଛି। ଏତିକି କହି ସେ ପଥର ଉପରକୁ ଚଢ଼ିବାକୁ ତୟାର ହେଲା। କଣ୍ଡୁରୁ ପୁଲିସଙ୍କର ଔଦ୍ଧତ୍ୟ ତଥା ନିଷ୍ଠୁରତା ବିଷୟରେ ପୂର୍ବରୁ ଶୁଣିଥିଲା ତେଣୁ ପରିସ୍ଥିତି ଅନାୟତ ହେବାକୁ ଯାଉଛି ଜାଣି କହିଲା-ନାଇଁ, ନାଇଁ ଆଜ୍ଞା ମୁଁ ଯାଉଛି କହି ପଥର ଉପରୁ ତଳକୁ ଓହ୍ଲେଇ ଆସିଲା।
କହିଲା-କହନ୍ତୁ ଆଜ୍ଞା।
ପୋଲିସଟି କହିଲା-ଆରେ! ତୋର ସେଇ ଯୋଉ ମୋଟା ଓ ହଟ୍ଟାକଟ୍ଟା ବୋଦାଟା ସେଇଟା ଆମକୁ ଦରକାର।
କଣ୍ଡୁରୁ-ନାଇଁ ଆଜ୍ଞା ସେଇଟା ମୋର ମାହାପୁରୁ ବୋଦା। ସେଇଟା ଉପରେ ଆଖି ପକାନ୍ତୁ ନାହିଁ। ମାହାପୁରୁଙ୍କର ଦୃଷ୍ଟି ତା ଉପରେ ଅଛି। ମାହାପୁରୁ କ୍ରୋଧିତ ହେବେ ଆଜ୍ଞା! ଆପଣଙ୍କର ଅମଙ୍ଗଳ ହେବ।
ପୋଲିସ-କ’ଣ କହିଲୁ ମାହାପୁରୁ ବୋଦା। ବୋଦା ପୁଣି କେଉଁ ଦିନ ଠାରୁ ମାହାପୁରୁ ହେଲାଣି କିରେ। ଆମକୁ ଡରୋଉଛୁ।
କଣ୍ଡୁରୁ-ନାଇଁ ଆଜ୍ଞା! ଆପଣଙ୍କୁ ପୁଣି ମୁଁ ଡରେଇବି। ମୋର ସେ ବହପ ହେବ।
ଅନ୍ୟ ଗୋଟେ ଦାଢ଼ିଆ ପୋଲିସ ସେ ପୋଲିସ ଦଳରେ ଥିଲା, ସେଇଟା ପଠାଣଟା ବୋଧହୁଏ, କହିଲା-ଇନସେ ଆଲ୍ଲହା। ହମକୋ ସେଇ ବକରାଟା ଦରକାର ଅଛେ।
କଣ୍ଡୁରୁ ନାହିଁ କଲାରୁ, ସେ ପଠାଣ ତା’ ପିଠି ଉପରେ ତା’ ପୋଲିସ ଲାଠିରେ ‘ଶାଲା ମନା କରୁଛେ’ କହି ଦୁଇ ପାହାର ବସେଇ ଦେଲା।
କଣ୍ଡୁରୁ ହେଉଛି ଗଉଡ଼ ମୂର୍ଖ। ଯାହା ବୁଝିଥିବ ସେଇଆ। ମରି ଗଲିରେ ଶଳା କହି ସିଧା ଧରିଲା ସେ ପଠାଣ ପୋଲିସର ବେକକୁ। ତାକୁ ମାଡ଼ିବସିଲା ତଳେ ପକେଇ ଦେଇ। ଏମାନେ ଧସ୍ତାଧସ୍ତି ହେଉ ନ ହେଉଣୁ ସବୁ ପୋଲିସ ଏକାଥରକେ ଆସି ମାଡ଼ି ବସିଲେ କଣ୍ଡୁରୁକୁ। ବସେଇ ଦେଇଗଲେ ପାହାର ପରେ ପାହାର। ତଳେ ପଡ଼ି ଗଡ଼ୁ ଥାଏ କଣ୍ଡୁରୁ। ଅଭିମନ୍ୟୁକୁ ଚକ୍ରବ୍ୟୁହରେ ପକେଇ ସପ୍ତରଥି ଷଣ୍ଢୁଆସୀ ଆକ୍ରମଣ କଲାପରି ସବୁ ପୋଲିସ ନିର୍ଦ୍ଦୟ ଭାବରେ ପିଟି ଚାଲିଲେ କଣ୍ଡୁରୁକୁ, ତା’ର ଚେତା ବୁଡ଼ିଲା ପଯ୍ୟର୍ନ୍ତ। ଚେତା ବୁଡ଼ି କଣ୍ଡୁରୁ ସେଇଠି ପଡ଼ିଥାଏ। ପୋଲିସ ମାନେ ଏକାଠି ମିଶି ପୂବୋର୍କ୍ତ ବୋଦାଟି ସହିତ ଆଉ ଗୋଟିଏ ‘ଖାସି’ ଧରି ଜଙ୍ଗଲ ଭିତରେ ଯୁଆଡ଼ୁ ଆସିଥିଲେ ସେଆଡେ଼ ଉଭାନ ହୋଇଗଲେ କ୍ଷଣକ ମଧ୍ୟରେ।
