STORYMIRROR

Sunanda Mohanty

Tragedy Fantasy Thriller

3  

Sunanda Mohanty

Tragedy Fantasy Thriller

ପୋଷା ପେଚା

ପୋଷା ପେଚା

3 mins
10

ସେଦିନ ଜେଜେମାଆ ସୁଲଗ୍ନା ନିଜ ବୋହୁ ବାବାର ମାମା ଓ ଡୁଗୁ ଦିଦିର ମାମା ମାନେ ବାବାର ମାମା ନିଜ ବୋହୁ ଓ ବାବାର ପିଇସୀ ଅପା ମାନେ ନିଜ ଝିଅ ଆଗେ ନିଜ ଦୁଃଖ କହୁଥିଲେ ଯେ ଆରେ ତୁମେ ଦୁହେଁ ମୋ ଝିଅ ଓ ବୋହୁ ତୁମ ଆଗେ ମୋ ମନ କଥା କହିବିନି ତ କାହା ଆଗେ କହିବି!ତୁମ ବାପାଙ୍କ ଆମ୍ବଗଛ ହାଣିବା ପ୍ରସ୍ତାବରେ ମୋର ରାଜି ହେବାର ଆଉ ଗୋଟେ କାରଣ ଅଛି. ଏଇ କିଛି ଦିନ ହେବ ରାତି ଠିକ ସାଢେ ଗୋଟେରୁ ଦୁଇଟା ଭିତରେ ପେଚା ବୋବାଳି ଶୁଣୁଛି ମୁଁ. ତ ଭାବୁଛି ହୁଏତ ଏଇ ଆମ୍ବଗଛ ଉପରେ ବସି ବୋବାଉଛି ସେ. ତେଣୁ ମୁଳୁ ମାରିଲେ ଯିବ ସରି.... ଦେବଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ମୁଁ ରାଜି ହୋଇଛି ପରା. ବୋହୁ ଚମକି ପଡିଲା.କହିଲା ପେଚା ବୋବାଳି ଜମା ଭଲ ନୁହେଁ ମାଆ. ଝିଅ ଚମକି ପଡି କହିଲା ପ୍ରତିକାର କଣ କରିଛୁ ଶୁଣେ!ଆରେ ତୁମ ବାପା ପରା କଥାଟାକୁ ଜମା ବିଶ୍ୱାସ କଲେନି ବରଂ ଶୁଣିସାରି କହିଲେ ଏହା ପେଚା ବୋବାଳି ନୁହେଁ ବରଂ ନେପାଳି ଚୌକିଦାରର ହୁଇସିଲ ମାରିବା ସାଉଣ୍ଡ ଅଟେ. ତେଣୁ ତୁମ ପୁରୀ ମାଉସୀକୁ କହି ମାନେ ମୋ ଭଉଣୀକୁ କହି ଜଗନ୍ନାଥଙ୍କ ନାକଚଣା ମାଳ ସଂଗ୍ରହ କରି ଆଣି ତାଙ୍କୁ ଖରାରେ ଶୁଖେଇ ପୁଣି ଜରିରେ ପ୍ୟାକ କରି ଠାକୁର ଘରେ ରଖିଛି ଓ ଫୁଲ ପାଣି ଦେଇ ପୂଜୁଛି. ମାଉସୀ କହିଛି ସେ ପେଚା ବୋବାଳି ହେଉ କି ନେପାଳି ଚୌକିଦାର ହୁଇସିଲ ହେଉ, ତାର ସିଏ ସାଉଣ୍ଡ ହେଉଥାଉ କି ଦେଉଥାଉ ତୁ ଜଗନ୍ନାଥ ଠାକୁରଙ୍କ ନାକଚଣା ଘରେ ରଖିଛୁ ମାନେ ତୋର ଆଉ କିଛି ଅସୁବିଧା ନାହିଁ. ସେଇଠୁ ପଚାରୁଥିଲା ଝିଅ ତ ସୁଲଗ୍ନା ଗପୁଥିଲେ ସେଇଠୁ ଆଉ କଣ ଏଇ ଯୋଉ ପୋଷା ଶୁଆ ମଲା, ସେ ପରା ରିଷ୍ଟ ନେଇ ଚାଲିଗଲା ବୋଲି ମାଉସୀ କହିଲା. ସେଇକଥା ଭାବିକି ଜରରୁ ଉଠିଲି ନହେଲେ ବାପା ପରା ମୋ ମୃତ୍ୟୁ ବାର୍ଷିକୀ ପାଇଁ ତାଳିକା କରି ଚାଲିଥିଲେ. କୋଉ ବନ୍ଧୁ ବାନ୍ଧବ ଡକାହେବେ,କାହାକୁ ଅଭଡ଼ା ଦାଇତ୍ୱ ଦିଆଯିବ ଇତ୍ୟାଦି. ହେଲେ ପ୍ରଭୁଙ୍କ ନାକଚଣା ଯୋଗୁଁ ବଞ୍ଚିଗଲି ଓ ବାପାଙ୍କ ଆମ୍ବଗଛ ହଣା ପ୍ରସ୍ତାବରେ ରାଜି ହୋଇଗଲି. ଝିଅ ବୋହୁ କହିଲେ ଆମେ ଦୁହେଁ ଆଜି ଏକାଠି ଶୋଇବୁ ଓ ଚେଇଁ ରହି ଶୁଣିବୁ ସେହି ସ୍ୱର.
     ସତକୁ ସତ ସୁଲଗ୍ନାଙ୍କ ପାଖେ ଦୁଇ କଡେ ଶୋଇଗଲେ ଝିଅ ଓ ବୋହୁ ଓ ଠିକ ରାତି ଗୋଟେ ବେଳେ ପେଚାର ହୁଁ ହୁଁ ଶବ୍ଦ ଶୁଣି ଡରି ଉଠେଇଲେ ଶୋଇଥିବା ସୁଲଗ୍ନାଙ୍କୁ ତ ସେ କହୁଥିଲେ ଏ ଶବ୍ଦ ନୁହେଁ ମ. ଏଇଟା ତ ପେଚାର ଚିରାଚରିତ ଶବ୍ଦ ଓ ଶୁଣିଲେ ଶୁଭ ହୁଏ କିନ୍ତୁ ସେ ଶବ୍ଦ ଖୁବ ନିଆରା. ତେବେ ତୁ ଆଉ କୋଉ ଶବ୍ଦ ଶୁଣି ଡରୁଛୁ ଓ ଆମକୁ ଡ଼ରାଉଛୁ କହି ଝିଅ କର ଲେଉଟି ଶୋଇଲା ଓ ବୋହୁ ମଧ୍ୟ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲା. ସୁଲଗ୍ନା ମନକୁ ମନ କହୁଥିଲେ କେଜାଣି ହେଇଥିବ ସେଇ ନେପାଳି ଚୌକିଦାରର ହୁଇସିଲ ଶବ୍ଦ. ସକାଳୁ ସକାଳୁ ଗଛକଟାଳି ତିନିଜଣ ପହଞ୍ଚିଗଲେ. ତାଙ୍କ ପାଇଁ ହିସାବ କିତାବ ଅନୁଯାୟୀ ଉପମା ମଟତରକାରୀ ବରାଦ କରି ମଦନ ବାବୁ ଏକମହଲାରୁ ତଳକୁ ଯିବା ବେଳକୁ ନାତି ବାବା ଓ ନାତୁଣୀ ଡୁଗୁ ଧଇଁସଇଁ ହୋଇ ତଳୁ ଆସି ଜଣେଇଲେ, ଯେ ଯୋଉ ପେଚା ଶାବକଟିକୁ ବାବା ସେଦିନ କ୍ଷତାକ୍ତ ଅବସ୍ଥାରେ ଘରକୁ ଆଣିଥିଲା ଓ ସମସ୍ତେ ଲାଗିପଡି ତାର ସେବା ଯତ୍ନ କରିବା ପରେ ସେ ଭଲ ହୋଇଯିବାରୁ ବିଲେଇ ଡ଼ରରେ ତାକୁ ଉଡାଇ ଦିଆଯାଇଥିଲା ସେ ଏବେ ଆମ ଆମ୍ବଗଛରେ ବସିଛି. କିଏ କହୁଥିଲା ତୁ କେମିତି ଚିହ୍ନିଲୁ ସେ ବୋଲି, ତ କିଏ ପଚାରୁଥିଲା ସେ ଶାବକ ଅଛି ନା ବଡ଼ ହୋଇଯାଇଛି?ପୁଅର ପୁଅ ନାତି ବାବା କହୁଥିଲା ମୁଁ ତା ମୁଣ୍ଡରେ ମୋ ରଙ୍ଗ ବକ୍ସରୁ ରଙ୍ଗ କାଢି ତୁଳୀରେ ଓଁ ଲେଖିଥିଲି ତାହା ସେମିତି ଲେଖା ଅଛି. ଏତେ ବର୍ଷାରେ ମଧ୍ୟ ଛାଡ଼ିନି. ଝିଅର ଝିଅ ନାତୁଣୀ ଡୁଗୁ କହୁଥିଲା ମୁଁ ତା ଦୁଇଗୋଡରେ ବାନ୍ଧିଥିବା କଳା ମୋଟା ଢାଗା ବା ସୂତା ଦୁଇଟି ସେମିତି ବନ୍ଧା ରହିଛି. ଧଳା ରଙ୍ଗର ପେଚାକୁ କଳା ସୂତା ଖୁବ ମାନୁଛି ତାକୁ. ସେହି ତେବେ ଏଯାଏଁ ବୋବେଇ ବୋବେଇ ତୋ ଜେଜେମାକୁ ଡରେଇ ରଖିଛି. ଆଜି ଆମ୍ବଗଛଟିକୁ କାଟି ଉଡାଇ ଦେଲେ ଗଲା ବୋଲି କହି ଜେଜେ କହୁଥିଲେ,ଆଉ ବଇଁଶୀ ବାଜିବ ନା ରାଧା ନୁପୁର ବାନ୍ଧି ନାଚିବ. ସମସ୍ତେ ବୁଝୁଥିଲେ ବାପାଙ୍କ ଏ କଟାକ୍ଷ ମାଆ ସୁଲଗ୍ନାଙ୍କ ପାଇଁ. ହେଲେ ସୁଲଗ୍ନା ମାଧବଙ୍କ ଗୋଡ଼ ତଳେ ପଡି କହୁଥିଲେ କାଟନା କାଟନା ଆମ୍ବ ଗଛଟିକୁ.ନେହୁରା ହେଉଛି, ଗୋଡ଼ ତଳେ ପଡୁଛି ତୁମର. ଝିଅ କହୁଥିଲା ଆଉ କହିବୁନି ପେଚା ବୋବାଉଛି ମତେ ଡର ହେଉଛି. ଶାଶୁଙ୍କର ଦେହୀ ପଦ ପଲ୍ଲଵ ମୁଦାରମର ଦୃଶ୍ୟ ଦେଖି ବୋହୁ ପାଟିରେ ଶାଢ଼ୀ ପଣତ ଜାକି ନିଜ ବେଡ଼ ରୁମ ଭିତରକୁ ପଶିଗଲା ଓ ଗଛକଟାଳମାନଙ୍କ ପାଇଁ ହିସାବ କିତାବ ହୋଇ ହୋଇଥିବା ତାଳିକାର ପ୍ରଥମ ସୋପାନ ଜଳଖିଆ ଓ ଚା ବିରତି ହିଁ ଶେଷ ବିରତି ହୋଇଥିଲା. ସେମାନେ ଫେରିଯିବା ପରେ ନାତି ନାତୁଣୀ ଦୁହେଁ ତାଳି ମାରି ହସି ହସି କହୁଥିଲେ ଆମ ପୋଷା ପେଚା ବଞ୍ଚିଗଲା.



Rate this content
Log in

Similar oriya story from Tragedy