Er. Suchismita Satpathy

Abstract Children Stories Inspirational

4.5  

Er. Suchismita Satpathy

Abstract Children Stories Inspirational

ପଞ୍ଚତନ୍ତ୍ରର ପୁନରୁଦ୍ଧାର

ପଞ୍ଚତନ୍ତ୍ରର ପୁନରୁଦ୍ଧାର

3 mins
197


ଆଜି ଅନେକ ଦିନପରେ ଶାନ୍ତିରେ ନିଶ୍ୱାସ ମାରିଲା ସୀମା।ଅନେକ ଦିନର ସମସ୍ୟାର ସମାଧାନ ହେବା ଦେଖି ଖୁସିରେ ଆତ୍ମହରା ହୋଇପଡିଥିଲା ଓ ତ ଖୁସିକୁ କେମିତି ଅନୁଭବ କରିହେବ ବସି ଭାବିଲା ବେଳକୁ ହଠାତ କଲିଂ ବେଲ ବାଜି ଉଠିଲା।କବାଟ ଖୋଲୁ ଖୋଲୁ ହୋ ହାଲା କରି ପଶିଆସିଲେ ତାର ଅଫିସର ସାଙ୍ଗମାନେ(ଅନୁ,ରୁଚି,ଶିବ,ରବି ଓ ବବି)।ତାଙ୍କୁ ଦେଖି ସୀମାର ଖୁସିର ସୀମା ରହିଲାନି।

ପ୍ରକୃତରେ ତାର ଖୁସିର ଦିନଟି ଏଇ ସାଙ୍ଗମାନଙ୍କ ଯୋଗୁଁ ସମ୍ଭବ ହୋଇପାରିଲା।ସମସ୍ତେ ଏ ଖୁସିକୁ ପାଳନ କରିବା ପାଇଁ ହୋଟେଲରୁ ଖାଇବା ଧରି ଆସି ପହଞ୍ଚିଥିଲେ।ସୀମା ସମସ୍ତ ଙ୍କର ବସିବାର ବ୍ୟବସ୍ଥା କରି ଚା ଧରି ଆସି ପହଞ୍ଚି ଗଲା।

ଚାହା ପିଉ ପିଉ ଅନୁ ପଚରିଲା ,ମୁଁ ତ ନଥିଲି ପ୍ରକୃତରେ କେମିତି ଏହା ସମ୍ଭବ ହେଲା ମତେ ସବୁ କୁହ।ରବି ଆରମ୍ଭ କଲା ,ତମେ ମାନେ ତ ସମସ୍ତେ ଜାଣ ଆମ ବସ୍ ତାଙ୍କ ପୂର୍ବ ଚାକିରୀ ସ୍ଥାନରେ ସମସ୍ତଙ୍କୁ କେତେ ହଇରାଣ କରି ଏଠାକୁ ସ୍ଥାନାନ୍ତର ହୋଇ ଆସିଥିଲେ।ଏଠାକୁ ଆସିଲାପରେ ତାଙ୍କ ପୂର୍ବର ରୂପ ଦେଖାଇବା ଆରମ୍ଭ କଲେ।ମତେ ଓ ବବିକୁ କଥା ହେବାର ଦେଖି ଦିନେ ଡାକି କହିଲେ କାଲିଠୁ ଯଦି କଥା ହେବାର ଦେଖିଛି ତେବେ ଚାକିରୀ ରୁ ବହିଷ୍କାର କରିବା ପାଇଁ ଉପରକୁ ଲେଖିଦେବି।ଏତେ ବର୍ଷ କାମ କଲାପରେ ଏ ପ୍ରକାର କଥାବାର୍ତ୍ତା ଭଲ ଲାଗିଲା ନାହିଁ।ତେଣୁ ଚୁପ ରହିଲୁ । ତାପରେ ଦେଖିଲୁ ସେ ସମସ୍ତ ଙ୍କ ସହ ସେହିପରି ବ୍ୟବହାର କରୁଛନ୍ତି।ବେଶି କଷ୍ଟ ଲାଗିଲା ଯେତେବେଳେ ଆମେ ଅନୁଭବ କଲୁ ସେ ସୀମା ସହ କିଛିଟା ଅଧିକ ଅଭଦ୍ରାମୀ କରୁଛନ୍ତି।ସୀମା ତ ଚୁପ ଥିଲା ।ପ୍ରତ୍ୟେକ ଦିନ ବସ୍ ତାକୁ ଡାକନ୍ତି ଓ ଅନେକ ଅଶ୍ଳୀଳ ଇଙ୍ଗିତ କରନ୍ତି।କିଛି ଦିନ ଏପରି ହେବାପରେ ସେ ଆସି ନିଜ ସିଟରେ ବସି କାନ୍ଦିବାର ଆମେ ଦେଖିଲୁ।ସେଥିରୁ ଆମେ ଅନୁମାନ କରିନେଲୁ ଯେ କିଛି ତ ଘଟୁଛି ଯେଉଥିରେ ସୀମା ଦୁଃଖିତ ହେଉଛି।ଅନେକ ପଚାରିବା ପରେ ରୁଚିକୁ ସେ ସବୁକଥା କହିଲା ମାତ୍ର ସମସ୍ତଙ୍କୁ ଚାକିରୀ ଭୟ।କରିବେ କଣ।ସବୁଦିନ ଡରିଡରି ଆସନ୍ତି ଅଣନିଃଶ୍ୱାସି ହୋଇ କାମ କରି ଛୁଟି ହେଲେ ଶାନ୍ତିର ନିଃଶ୍ୱାସ ମାରନ୍ତି।ଜୀବନ ଜୀବିକା ପାଇଁ ମରିପଡି କାମ କରନ୍ତି।ସେଠାରେ କାମ କରୁଥିବାପିଅନ ରବିପାଖକୁ ଆସି କହିଲା ,ସାର ମୁଁ ଆପଣମାନଙ୍କ ପରିସ୍ଥିତି ସହ ଅବଗତ ଅଛି।ଆମ ବସ୍ ଜଣେ ଭଲ ମଣିଷ ନୁହନ୍ତି।ସେ ସବୁ କର୍ମଚାରୀ ମାନଙ୍କ ସହ ଯେପରି ବ୍ୟବହାର କରୁଛନ୍ତି ତାହା ଠିକ ନୁହେଁ।ଆଉ ସୀମା ଦିଦି ଙ୍କସହ ତ ନକହିବା ଭଲ।ଆପଣମାନେ ଯଦି କହିବେ ମୁଁ ତାଙ୍କୁ ଏଠାରୁ ବାହାର କରିବାର ବ୍ୟବସ୍ଥା କରିବାରେ ଆପଣଙ୍କୁ ସାହାଯ୍ୟ କରିପାରିବି।

ପିଅନ ସନିଆ ଠାରୁ ଏକଥା ଶୁଣି ରବି କହିଲା ,ଆମେ ଏତେ ବଡ ବଡ ଲୋକ କିଛି କରିପାରୁନୁ ତୁ କଣ କରିବୁ।ହଉ କଣ କରିବା କହ।ଦେଖିବା ତୋର କେତେ ଦମ୍ ଅଛି।ଏକଥା ଶୁଣି ସେ କହିଲା ଆମେ ପିଅନ ଲୋକ ଆଜ୍ଞା।ଆମର କିଛି ନାହିଁ ମାତ୍ର ବହୁତ କିଛି ଅଛି।ଆମ ଉପର ବସ୍ ଯେବେ ଆସିଥିଲେ ସେ ମୋ ଉପରେ ଖୁସି ହୋଇ ତାଙ୍କ ଫୋନ ନମ୍ବର ଦେଇଥିଲେ।କହିଥିଲେ ତୋର ଯେତେବେଳେ କିଛି ଅସୁବିଧା ହେବ ମତେ ଫୋନ କରିବାକୁ।ଯଦି କହିବେ ମୁଁ ତାଙ୍କୁ ଫୋନ କରି କହିବି ।ସମସ୍ତେ ତା କଥା ଶୁଣି ଖୁସି ହୋଇ ହଁ ମାରିଲେ।

ସେଦିନ ଅଫିସ ସରିଲା ପରେ ସନିଆ ଫୋନ କଲା।ସତକୁ ସତ ସେ ଫୋନ ଉଠେଇଲେ।ଏପଟୁ ସନିଆ ସବୁ କଥା କହିଲା।ସେ ସବୁ ଶୁଣି ସଙ୍ଗେସଙ୍ଗେ ଅନ୍ୟ କର୍ମଚାରୀ ମାନଙ୍କ ସହ କଥା ହୋଇ ତା ପରଦିନ ସକାଳେ ଆସି ପହଞ୍ଚିଲେ।ସତକୁ ସତ କର୍ମଚାରୀ ମାନଙ୍କ ଅବସ୍ତା ଓ ସେହି ଅଫିସରଙ୍କ ଅଭଦ୍ରାମୀ କୁ ଦୂରରୁ ଲକ୍ଷ କରି ଠିକଣା ସମୟରେ ସାମନାରେ ପହଞ୍ଚି ଗଲେ।ତାଙ୍କୁ ଦେଖି ହଡବଡେଇ ଗଲେ ବସ୍ ଜଣକ।

ସଙ୍ଗେସଙ୍ଗେ ତାଙ୍କର ସ୍ଥାନାନ୍ତର ସହ ଅବନ୍ନତିର ଚିଠି ବଢେଇ ଦେଲେ ।ସୀମା ଏହା ଦେଖି ଶାନ୍ତିରେ ନିଃଶ୍ୱାସ ମାରିଲା।

ଏତେ କଥା ଶୁଣି ଅନୁ କହିଲା ଆରେ ବାଃ।ମୋ ଅନୁପସ୍ଥିତି ରେ। ଏତେ କଥା ହେଇଗଲା।ଶୁଣି ମତେ ପଞ୍ଚତନ୍ତ୍ରର ସାପ ଓ ପିମ୍ପୁଡି କଥା ମନେପଡିଗଲା।ସେହି କାହାଣୀ ର ପୁନଃଉଦ୍ଧାର ଆମର ଏହି ଆଖି ଦେଖା ଓ ଅଙ୍ଗେନିଭା ଘଟଣାଟି।

ସେଥିରେ ଯେମିତି ପିମ୍ପୁଡି ମାନେ ଅତି ସୁକ୍ଷ୍ମ ହୋଇ ଭୟଙ୍କର ସାପକୁ ହଟେଇବାରେ ସାହାଯ୍ୟ କରି ସମସ୍ତ ଙ୍କୁ ବିପତ୍ତିରୁ ଉଦ୍ଧାର କରିଥିଲା ଠିକ ସେମିତି ଆମ ସନିଆ।ପିଅନ ହୋଇ ଏତେ ବଡ କାମକରି ଆମକୁ ବିପତ୍ତିରୁ ଉଦ୍ଧାର କଲା।ଅନେକ ଧନ୍ୟବାଦ ଓ ଶୁଭକାମନା ତା ପାଇଁ।


Rate this content
Log in

Similar oriya story from Abstract