STORYMIRROR

Satyabati Swain

Inspirational

4  

Satyabati Swain

Inspirational

ପଞ୍ଚଜନ୍ୟ

ପଞ୍ଚଜନ୍ୟ

3 mins
305

ଏତେ ମାଡ଼ ଗାଳି ଖାଇ ତୁ କାହିଁକି ଏଠି ଅଛୁ ? ମାମା ଚାଲ୍ ଏଠୁ ପଳେଇବା ? ମାମା ଅତି କରୁଣ ହୋଇ କହିଲା କେଉଁଠିକୁ ଲୋ ମା। କେଉଁଠି ରହିବା, କଣ ଖାଇବା?କିଏ ଦେବ ଆମକୁ ସୁରକ୍ଷା। ମୁଁ ଦେବି ମାମା। ମାମା ମୋତେ କୋଳରେ ଚାପି ଧରି ଭୋ ଭୋ କାନ୍ଦି ପକାଇଲା।।ଧନ! ମୋ ସୁନା! ତୁ ବି କଣ କରି ପାରିବୁ ? ତୁ ତ ମୋ ପରି ଗୋଟେ ଝିଅ ନା

ଝିଅ !କଣ ହେଲା ସେଇଠୁ।ଦେଖିବ ମୁଁ କେବେ ମାଡ଼ ଖାଇ ସହିବିନି।ପ୍ରତିବାଦ କରିବି। ମୋ ସାଙ୍ଗ ସୁନି ମାମା ତା ପାପାଙ୍କୁ ଡିଭୋର୍ସ ଦେଇଛନ୍ତି। ଏବେ ସେମାନେ ବହୁତ ଖୁସିରେ ଅଛନ୍ତି। କିନ୍ତୁ ତୁମେ ଛାଡ଼ ତୁମ ଦେଇ ହେବନି।ଯାହା କରିବି ମୁଁ।

ମାମାଙ୍କୁ ସିନା କହିଦିଏ ;ମୋ ଭିତର କିନ୍ତୁ ଦୋହଲି ଯାଏ "ତୁ ବି ତ ଗୋଟେ ଝିଅ" କଥାରେ । ଏଣୁ କାଢି ଫିଙ୍ଗି ଦେଇଥିଲି ଝିଅ ଖୋଳପା ମୋ ଦେହ ମନ ଆତ୍ମାରୁ ସେଇ ପିଲାଦିନୁ।

ମୁଁ ପୁଅ ମଧ୍ୟ ହେବାକୁ ଚାହୁଁ ନଥିଲି।।ଚାହୁଁଥିଲି ଭିନ୍ନ।ସ୍ଵନ୍ତନ୍ତ୍ର ହେବାକୁ।।ଦେଖିବ ମାମା ମୁଁ ନୂଆ ସୂର୍ଯ୍ୟଟିଏ ହେବି।

ମାମା ମୋ କଥା ଶୁଣି କାଠ ହୋଇଗଲା। ମାତ୍ର ନଅ ବର୍ଷର ଝିଅ ଏତେ ଦୃଢ଼,ଏତେ ସ୍ୱାଭିମାନୀ,ଏପରି ସ୍ୱାଧୀନ ଚେତା! ଅଥଚ ମୋ ମାମା!ସଇଁତିରିଶି ବର୍ଷ ବୟସ୍କା ସ୍ନାତକ ପାସ କରିଥିବା ଝିଅ ଏତେ ଦୁର୍ବଳ,ଡରକୁଳି!!ନିଜ ଭିତରେ ସାମର୍ଥ୍ୟ ସଞ୍ଚୟ କରି ସାହସ ବାନ୍ଧିଲା ସେ।ବାବାଙ୍କୁ ଆଉ କୌଣସି କଥାରେ ପ୍ରତିବାଦ କଲାନି ଝିଅଙ୍କ ସହ ରାସ ରଚନ୍ତୁ କି ମଦରେ ଗାଧାନ୍ତୁ। ବରଂ ଭିତରେ ଭିତରେ ଶକ୍ତ ହେଉଥିଲା। ନିଜ ମନ ଓ ପାଦକୁ ମଜଭୁତ କରୁଥିଲା।ମୁକୁଳା ଜୀବନ ପାଇଁ ପାଗ ଭିଡୁଥିଲା।

ଆଃ ଖୋଲା ଆକାଶ ପବନ, ମୋତେ ଓ ମାମାକୁ ମେଞ୍ଚାଏ ମହକ ଦେଲା।ଦେଲା ମନରେ ଗଦାଏ ବଳ। ସେ ମୋତେ କହିଲା "ଏତେ ଛୋଟ ହୋଇ ମୁଁ ତାର ଆଖି ଫିଟାଇ ଦେଇଛି"। ଲୋକେ କଣ କହିବେ ଭୟକୁ ତଣ୍ଟିଆ ମାରି ବାହାର କରିଦେଲା ନିଜ ଭିତରୁ ସେ। ତାର ଗୋଟିଏ ଜୀବନ ଅଛି।ବଞ୍ଚିବା ଅଧିକାର ଅଛି।ସମାଜର ଧରା ବନ୍ଧା ଶଗଡ଼ ଗୁଳାରେ ସେ ଯେ ଆଉ ଚାଲି ପାରିବନି,ଏକଥା ବୁଝି ଗଲା।

ସ୍ୱାମୀ,ଈଶ୍ୱର,ପରମେଶ୍ୱର ସେ ଯେତେ ଭୁଲ୍ କଲେ ବି ତାଙ୍କ ପାଇଁ ସାରା ଜୀବନ ମାଡ଼ ଗାଳି ଖାଇ ଉତ୍ସର୍ଗ କରିଦେବା, ସମର୍ପିତ ହୋଇଯିବା ମୁଲ୍ୟହୀନ କଥା ବୋଲି ବୁଝିଗଲା ।ବୁଝି ଗଲା କିଛି ବାକ୍ୟ ବହିରେ ପଢିବାକୁ ଭଲ ଲାଗେ। କିନ୍ତୁ ଅଙ୍ଗେ ଲିଭେଇ ଜୀଇଁବା କେତେ ଯେ ଦୁଃସହ ତାପରି ସ୍ତ୍ରୀ ମାନେ ହି କେବଳ କହି ପାରିବେ। ବହୁତ ଏକା ହୋଇ ଯାଇଥିଲା ସେ ଏ ଭିଡ଼ ମଣିଷ ନାମୀ ପଶୁ ମାନଙ୍କ ଭିତରେ। କାଢି ଫିଙ୍ଗିଦେଲା ଫାଶୀ ଦଉଡ଼ି ରୂପକ ମଙ୍ଗଳସୁତ୍ର,ପୋଛି ଦେଲା ମୁଣ୍ଡରେ ବୋହି ଚାଲୁଥିବା ସିନ୍ଦୁର ପାହାଡ଼। ଉତ୍ତାରି ଦେଲା ହାତକଡ଼ିର ଜଞ୍ଜିର ଚୁଡ଼ି। ଉଡି ଆସିଲା ନିଜ ସଂସାର ପଞ୍ଜୁରୀ ଖୋଲି ଖୋଲା ଆକାଶେ ନିଃଶ୍ବାସ ନେବାକୁ। ସବୁ କଳା କାରନାମା ମୋ ବାବାର ମହିଳା କମିଶନର ଆଗେ କହିଲା ସେ। ଜେଲ ହାୱା ଖାଉଛନ୍ତି ମିଷ୍ଟର ବିସ୍ମୟ ମହାନ୍ତି ମୋ ବାବା। ଡିଭୋର୍ସ ବି ସହଜରେ ମିଳିଗଲା ନୂତନ ଓରଫ ମୋ ମାମାକୁ। ଗୋଟିଏ ଅଫିସିରେ ସେ ଚାକିରି କରି ଗୁଜୁରାଣ ମେଣ୍ଟାଇଲା ମୋତେ ମଣିଷ କରିବା ତପସ୍ୟାରେ ମଗ୍ନ ହୋଇ।

 ଏବଂ ମୁଁ ପ୍ରତିଜ୍ଞା ମହାନ୍ତି ନିଜକୁ ନିଜେ ଗଢିଲି। ମାମାର ବଳ, ଖୁସି,ହସ,ବଞ୍ଚିବା ମାଧ୍ୟମ ହୋଇ । ମୋ ଭିତର ତିକ୍ତତା,ପ୍ରତିଶୋଧ,ଘୃଣାରୁ ଜନ୍ମ ନେଲା ଗୋଟିଏ କଠୋର ନିଷ୍ଠୁର,ସୁଦକ୍ଷ ଆଇପିଏସ୍ ଅଫିସର। ଯାହା ନାଁ ଶୁଣିଲେ ଥରନ୍ତି ପ୍ରତ୍ୟେକ ଅସାମାଜିକ ବ୍ୟକ୍ତି। ହଇ ଚଇ ହୋଇଯାଏ ଯେଉଁ ଅଫିସ୍ କୁ ଯାଏ ମିସ୍ ପ୍ରତିଜ୍ଞା ମହାନ୍ତି । ସଂକ୍ଷେପରେ ଏମ୍ ପି ଏମ୍।

ମୋ ଜୀବନର ବ୍ରତ ଗୋଟିଏ ଆସାମୀ ଖସି ନଯାଉ ଦୋଷ କରି। ଦୁଷ୍କର୍ମ କରୁଥିବା ବ୍ୟକ୍ତି ପାଇଁ ମୁଁ ଯମ।କାଟିଦିଅ ତାର ଗୋଡ଼ ହାତ। ଫୁଟାଇ ଦିଏ ତାର ଆଖି। ଆଉ କେଉଁ ପ୍ରତିଜ୍ଞାର ନ ଉଜୁଡୁ କଅଁଳ ଶୈଶବ, କୋମଳ ଜିଜ୍ଞାସା କୈଶୋର କି ଭାଵ ପ୍ରବଣ ଯୌବନ।କୋୖଣସି ନୂତନ ନ ସହନ୍ତୁ ଅକଥନୀୟ ଅତ୍ୟାଚାର।କେଉଁ ନାଁ ବାଳିକା ନଝରୁ ଅବଳେ।ଦୁଷ୍କର୍ମ ରୋକା ଯାଇ ପାରିବ ଯଦି ବିକଳାଙ୍ଗ କବନ୍ଧ କରି ଦିଆ ଯିବ ଆସାମୀଙ୍କୁ। ଏସବୁ ହେବ ଜନ ମାନସରେ ବିସ୍ଫୋରଣ। ଏ ବିସ୍ଫୋରଣ ମୁଁ କରେଇବି। ରକ୍ତରେ ଲଗାଇବି ନିଆଁ।

 ଆମ ରାଜ୍ୟର ସବୁ ଡିଭୋର୍ସି,ଧର୍ଷିତା ,ବିଧବା ,ଅନାଥ,ଏବଂ ବୃଦ୍ଧ ପିତାମାତାଙ୍କର ତାଲିକା କର।ସେମାନଙ୍କୁ ନେଇ ଗଠନ କର ପଞ୍ଚଜନ୍ୟ ସଂଗଠନ। ଡିଭୋର୍ସି ମାନଙ୍କୁ ନେଇ ଗଢ଼ା ଯାଉ 'ସଂକଳ୍ପ' ଅନୁଷ୍ଠାନ, ବିଧବା ମାନଙ୍କର ହେଉ 'ସାଧନା' ଧର୍ଷିତା ମାନଙ୍କର ଅନୁଷ୍ଠାନ ନାଁ ହେଉ ' ସମ୍ମାନ'।ଅନାଥଙ୍କର ହେଉ ସଫଳ ବୁଦ୍ଧ ମାନଙ୍କର ହେଉ ସମର୍ଥ। ସଂକଳ୍ପ, ସମ୍ମାନ, ସାଧନା, ସଫଳ ଏବଂ ସମର୍ଥ ରୁହନ୍ତୁ ପଞ୍ଚଜନ୍ୟ ସଂଗଠନର ସଶକ୍ତ ଡେଣା ହୋଇ। ସେଇମାନଙ୍କ ମଧ୍ୟରୁ କର୍ମଠ,ଉଦ୍ଯୋଗୀ,ସ୍ବପ୍ନଭିଲାଷୀ ମଣିଷଙ୍କୁ ବଛା ଯାଉ ନିଜ ଅନୁଷ୍ଠାନର  ଶୃଙ୍ଖଳିତ ପରିଚଳନା ପାଇଁ। ସଫଳ ଏବଂ ସମର୍ଥ ଅନୁଷ୍ଠାନକୁ ଦେଖା ରଖା କରନ୍ତୁ ସଂକଳ୍ପ , ସାଧନା ଏବଂ ସମ୍ମାନ ଅନୁଷ୍ଠାନ। ଏମାନଙ୍କର ଧେୟ ଓ ଧ୍ୟାନ ହେଉ ସଭିଙ୍କର, ସଭିଙ୍କ ସହିତ ଏବଂ ସଭିଙ୍କ ପାଇଁ କାର୍ଯ୍ୟ କରିବା। ଏମାନଙ୍କର ବାର୍ତ୍ତା ହେଉ "ଆମର ବି ବଞ୍ଚିବା ଅଧିକାର ଅଛି।" ଯଥା ଶୀଘ୍ର କାର୍ଯ୍ୟ କାରୀ ହେଉ ଏ ପ୍ରସ୍ତାବ।

    ହଁ ମୁଁ ପ୍ରତିଜ୍ଞା ମହାନ୍ତି ପୋଲିସ୍ ଆଇ ପି ଏସ୍ ଆପଣଙ୍କର ଏମ୍ ପି ଏମ୍ ଗୀତା ଛୁଇଁ ଭୀଷ୍ମ ପ୍ରତିଜ୍ଞା କରିଛି ନିଶ୍ଚୟ ବଜାଇବି ପରିବର୍ତ୍ତନର ପଞ୍ଚଜନ୍ୟ।।ଜଷ୍ଟ୍ ୱେଟ୍ ଆଣ୍ଡ୍ ୱାଚ୍।


Rate this content
Log in

Similar oriya story from Inspirational