STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ପଣସ ଗଛ କଥା 

ପଣସ ଗଛ କଥା 

2 mins
258


ଚର୍ଚ୍ଚାଟା ଥମୁନି ଜମା. ଗଛଟା ହଣା ନହେଲେ ହେବନି. ପତ୍ର ପଡି ଅଳିଆ ହେଲେ ଓଳେଇବାକୁ କେହି ନାହିଁ. କାମବାଲୀ କେହି ରାଜି ନୁହଁ ଗଛ ତଳ ସଫା କରିବାକୁ. ମାଲିକାଣୀ ବୋଲାଉଥିବା ସୁମି ରୋଗୀଣା ସତ ହେଲେ ଏଇ ଗଛଟା ଯେମିତି ତାଙ୍କ ଗୀତା ଓ ଭାଗବତ. ସକାଳୁ ଉଠି ନିତ୍ୟକର୍ମ ସାରି ଆଗ ଘରଦ୍ୱାର ଓଳେଇ ଗଙ୍ଗାପାଣି ଛାଟି ଘରର ବାସ୍ତୁ ଦୋଷ ହେଉ ଅବା ଯେକୌଣସି ନକାରାତ୍ମକ ଶକ୍ତିକୁ ବିତାଡିତ କରିବାର ଏକମାତ୍ର ଜଳର ଉତ୍ସ ଏହି ଗଙ୍ଗାପାଣିରୁ ମୁନ୍ଦେ ଛାଟିଦିଅନ୍ତି ପଣସ ଗଛଟି ଉପରକୁ. ଯାହା କରୁଛୁ କରେ, ହଳଦିବସନ୍ତ, ଭଦଭଦଳିଆ, ଘରଚଟିଆ, କଜ୍ଜଳପାତି, ବଣି ଆଦି ଚଢେଇଙ୍କୁ ନିଜ ଫଳ ପରି କୋଳେଇ ରଖ ପଛେ କିନ୍ତୁ ପେଚା ବସା ନକରୁ. ଭୟ ହେଉଛି ରାତିରେ ତା ବୋବାଳି ଶୁଣିଲେ ମତେ ବୋଲି ଅନୁନୟ ବିନୟ କରୁଥାନ୍ତି ସୁମି. ଦାନ୍ତ ଦେଖାଇ ଫୁଲ ହସୁଥାଏ ଓ କହୁଥାଏ ଗଛଟା ଯେମିତି ସବୁ ଶୁଣୁଛି ତୁମ କଥା. ସୁମି କହନ୍ତି କାମ ସରିଗଲେ ତୁ ଘରକୁ ଯିବୁ. ପିଲା ଦୁହେଁ ବାହାରେ. ତୋ ବାବୁ ତ ତାଙ୍କ ଲେଖାପଢାରେ, ଆଉ ମୋର ସାଙ୍ଗ କିଏ!ଏଇ ପଣସ ଗଛ ହିଁ ମୋର ସାଙ୍ଗ. ମଣିଷକୁ ଆଜ଼ିକାଲି ମନର କଥା କହିବା ବିପଦ ହେଲେ ଗଛକୁ କହିଲେ ମନଦେଇ ଶୁଣେ, ବୁଝେ ଓ କୋଳରେ ଚଢେଇ ବସେଇ, ପଣସ ଫଳେଇ ଖୁସି ବାଣ୍ଟେ. ତମର ଯୋଉ କଥା ନା ମାଆ କହି ଫୁଲ ଚାଲିଯାଏ ସିନା କହୁଥାଏ ପେଚା ପରା ଲଷ୍ମୀଙ୍କ ବାହାନ, କରୁ ବସା. ଧନଧାନ୍ୟରେ ଘର ପୁରିଉଠିବ ମାଆ, ଦେଖିବନି. ହଉ ତେବେ କରୁ ପେଚା ପକ୍ଷୀ ବି ବସା ଆଉ ତୋ ତୁଣ୍ଡ ସୁତୁଣ୍ଡ ହେଉ ଫୁଲ.
    ଗଛ ହଣା ହେବା ନିଶା କାହିଁ ଲାଗିଛି ତୁମର ମୁଁ ବୁଝିପାରୁନି ତ!ଏମିତି କହି ପ୍ରତିବାଦ କଲାବେଳେ ସୁମିଙ୍କୁ ବୁଝାନ୍ତି ପରେଶ ଯେ ଗଛଟା ତଳୁ ଉଈ ଖାଇ କେତେବେଳେ ପଡିବ ଘର ଉପରେ.ପୁଣି ତଳକୁ ଯାଇ କେହି ପତ୍ର ଓଳେଇବାକୁ ପ୍ରସ୍ତୁତ ନୁହଁନ୍ତି ତ ପତ୍ର ତଳୁ ନାଗ ସାପ ବାହାରିବା ମୋଟେ ଶୁଭ ସଂକେତ ନୁହଁ.ତ ଆଉ କିଛି କହିନଥିଲେ ସୁମି. ସେଦିନ କିନ୍ତୁ ସକାଳୁ ସକାଳୁ ତଳକୁ ଯାଇ ପଣସ ଗଛ ମୂଳରୁ ପତ୍ର କାଢି ପରିଷ୍କାର କରୁଥିଲେ ସୁମି. ପରେଶ କହିଲେ ଗଛ ତ ହଣା ହେବ ଆଉ ତା ମୂଳ ପରିଷ୍କାର କରିବା କଣ ଦରକାର? ଲୁହ ସରସର ଆଖିରେ, କୋହ ଭରା ହୃଦୟରେ ସୁମି କହିଲେ ଆଉ କୁହନି. ଏଇ ଦେଖ ଗଛ ରାତିସାରା କାନ୍ଦୁଛି. ପରେଶ ଦେଖିଲେ ସତକୁ ସତ ଗଛରୁ ପାଣି ନିଗୁଡୁଛି. ଫୁଲ କହୁଥିଲା ମାଆ ଗଛ କାନ୍ଦୁନି ଯେ ବରଂ କହୁଛି ଗଛ ବିହୁନେ ଜଳ, ଜଙ୍ଗଲ, ମାଟି, ପବନ ନାଶ. ତୁ ଏତେକଥା କେମିତି ଜାଣିଲୁ ଫୁଲ?ଫୁଲ କହୁଥିଲା ସ୍କୁଲରେ କାଲି ବିଶ୍ୱ ଜଳ ଦିବସ ଉପଲକ୍ଷେ ଗଛ ଲଗା ଅଭିଯାନ ଚାଲିଥିଲା ତ ମୋ ପୁଅଠୁ ଶୁଣିଥିଲି ଗଛ ଆମ ଜୀଵନ.. ଦିଏ ଜଳ ମାଟି ପବନ. ପରେଶ ବୁଲିପଡ଼ି କହୁଥିଲେ ଯାଉଛି ତେବେ ସେ ଗଛ କଟାଳିମାନଙ୍କୁ ମନକରିଦେଇ ଆସେ. ଫୁଲ ତାଳି ମାରୁଥିଲା ତ ସୁମି ଗଙ୍ଗାଜଳ ପକେଇ ଗଛର ରିଷ୍ଟ କାଟୁଥିଲେ.ଫୁଲ ପୁଣି କହୁଥିଲା ଦେଖିଲ ତ ମାଆ ଶିବ ଶିବ ମହାଦେବ ସର୍ପ ରୂପେ ବାବୁଙ୍କ ମନ ବଦଳେଇ ଦେଲେ କେମିତି.


Rate this content
Log in

Similar oriya story from Abstract